RKB_Odisha_Odia
RKB_Odisha_Odia
IRRI Banner

ଓଡ଼ିଶାର ଧାନ କିସମ

ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।

ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:

  • ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
  • ଅମଳ ଅବଧି ଓ ଅମଳ କ୍ଷମତା
  • ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
  • ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
  • ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ

ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

କିସମପ୍ରକାଶନ ବର୍ଷଅବଧିଉପଯୁକ୍ତ ଜମି କିସମଉପଯୁକ୍ତ ଋତୁଗଛ ଉଚ୍ଚତାଦାନାର ପ୍ରକାରଅଧା ଫୁଲ ଧରିବା ଅବସ୍ଥା (ଦିନ)ଅଜୈବିକ ଚାପ ସହଣିଜୈବିକ ଚାପ ସହଣିବିଶେଷ ଗୁଣହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା)ଡାଉନଲୋଡ଼
ଶତାବ୍ଦୀ୨୦୦୦ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ସରୁ୭୫ ନ୍ୟୂନତମ ଚାପବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ ଓ ପତ୍ରାଚ୍ଛାଦ ସଢା ରୋଗର ଆଂଶିକ ପ୍ରତିରୋଧି-୩୦୦୦ English ଓଡ଼ିଆ
ଶ୍ରୀକାକୁଲମ ସାନାଲୁ (ଆର.ଜି.ଏଲ ୨୫୩୭)୨୦୦୦ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାଲମ୍ବା ଓ ସରୁ୧୨୦ ନ୍ୟୂନତମ ଚାପପତ୍ର ମହିଷା ରୋଗ, କାହାଳିଆ ପୋକ ଓ କାଣ୍ଡବିନ୍ଧା ପୋକର ପ୍ରତିରୋଧି-୫୫୦୦ English ଓଡ଼ିଆ
ସମୁନ୍ନତ ତପସ୍ଵିନୀ୨୦୧୩ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିଗେଡ଼ାଛୋଟ ଓ ମୋଟା୧୦୦ ନ୍ୟୂନତମ ଚାପବୀଜାଣୁଜନିତ ପତ୍ରପୋଡ଼ା ରୋଗ, ମାଟିଆ ଗୁଣ୍ଡି ପୋକ, ଧଳାପିଠିଆ ଗୁଣ୍ଡି ପୋକ ଓ କାଣ୍ଡବିନ୍ଧା ପୋକର ପ୍ରତିରୋଧି-୫୦୦୦ English ଓଡ଼ିଆ
ସମୁନ୍ନତ ଲଲାଟ୨୦୧୩ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ସରୁ୧୦୦ ନ୍ୟୂନତମ ଚାପବୀଜାଣୁଜନିତ ପତ୍ରପୋଡ଼ା ରୋଗ, କାଣ୍ଡବିନ୍ଧା ପୋକ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି-୪୫୦୦ English ଓଡ଼ିଆ
ସମୁନ୍ନତ ସାମ୍ବା ମସୁରି୨୦୦୮ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାମଧ୍ୟମ ସରୁ୧୧୦ ନ୍ୟୂନତମ ଚାପବୀଜାଣୁଜନିତ ପତ୍ରପୋଡ଼ା ରୋଗର ପ୍ରତିରୋଧିଉତ୍ତମ ଗୁଣଯୁକ୍ତ ଚାଉଳ୪୭୫୦ English ଓଡ଼ିଆ
ସମ୍ପଦ୨୦୦୮ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ସରୁ୧୦୫ ନ୍ୟୂନତମ ଚାପପତ୍ର ମହିଷା ରୋଗ, ଟୁଙ୍ଗ୍ରୋ ଭୂତାଣୁ ଓ ଧଳାପିଠିଆ ଗୁଣ୍ଡି ପୋକର ପ୍ରତିରୋଧି-୪୦୦୦ English ଓଡ଼ିଆ
ସହଭାଗୀ ଧାନ (ବି.ଆର.ଆର.ଆଇ ଧାନ ୫୬ / ଶୁଖା ଧାନ ୩)୨୦୧୦ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ସରୁ୮୩ ନ୍ୟୂନତମ ଚାପପତ୍ର ମହିଷା ରୋଗ, ପତ୍ରଚିତା ରୋଗ, ଟୁଙ୍ଗ୍ରୋ ଭୂତାଣୁ, ପତ୍ରାଚ୍ଛାଦ ସଢା ରୋଗ, ପତ୍ରମୋଡ଼ା ପୋକ, ତଳିପଚା ରୋଗ, ଧଳାପିଠିଆ ଗୁଣ୍ଡି ପୋକ ଓ କାହାଳିଆ ପୋକ ପ୍ରତିରୋଧି-୩୮୦୦-୪୫୦୦ English ଓଡ଼ିଆ
ସାମ୍ବା ମସୁରି ସବ ୧ (ବୀଣା ଧାନ ୧୨)୨୦୧୫ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫଗେଡ଼ାମଧ୍ୟମ ସରୁ୧୨୫ ନ୍ୟୂନତମ ଚାପପତ୍ର ମହିଷା ରୋଗ ପ୍ରତିରୋଧିଉତ୍ତମ ଗୁଣଯୁକ୍ତ ଚାଉଳ୪୫୦୦-୫୦୦୦ English ଓଡ଼ିଆ
ସାରଳା୨୦୦୦ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଖାଲ ଜମିଖରିଫମଧ୍ୟମ ଗେଡ଼ାମଧ୍ୟମ ସରୁ୧୨୫ ନ୍ୟୂନତମ ଚାପପ୍ରମୁଖ ରୋଗ ପୋକ ସହନଶୀଳସହଜରେ ଗଛ ପଡ଼ିଯାଏ ନାହିଁ୪୭୫୦ English ଓଡ଼ିଆ
ସି.ଆର. ଧାନ ୧୦ (ସତ୍ୟକ୍ରୀଷ୍ଣା)୨୦୦୮ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ସରୁ୧୦୯ ନ୍ୟୂନତମ ଚାପଗ୍ରୀବା ମହିଷା ରୋଗ ପ୍ରତିରୋଧି, କାହାଳିଆ ପୋକ, କାଣ୍ଡବିନ୍ଧା ପୋକ ଓ ତଳିପଚା ରୋଗର ଆଂଶିକ ପ୍ରତିରୋଧିଜଳସେଚିତ ଜମି ପାଇଁ ଉପଯୁକ୍ତ୫୨୦୦ English ଓଡ଼ିଆ

Error: Contact form not found.