ଫସଲ କ୍ୟାଲେଣ୍ଡର ଗୋଟିଏ ଋତୁ ମଧ୍ୟରେ ଜମି ଖାଲିଥିବା ଅବସ୍ଥାରୁ ଆରମ୍ଭ କରି ଜମି ପ୍ରସ୍ତୁତି, ବୁଣିବା/ରୋଇବା, ଫସଲ ପରିଚାଳନା, ଅମଳ ଓ ସାଇତିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ କ୍ରମାନ୍ୱୟରେ ଦର୍ଶାଇଥାଏ ।
ଫସଲ କ୍ୟାଲେଣ୍ଡର ବ୍ୟବହାରଦ୍ୱାରା ମିଳିବାକୁ ଥିବା ଲାଭମାନ ହେଲା:
- କୃଷି ସାମଗ୍ରୀ କ୍ରୟ ଓ ବ୍ୟବହାର ପାଇଁ ଯୋଜନା ପ୍ରସ୍ତୁତି
- ବର୍ଷକ ପାଇଁ ଆୟ ବ୍ୟୟର ବଜେଟ ପ୍ରସ୍ତୁତି
- ଋଣର ଆବଶ୍ୟକତା ଓ ଋଣ କରିବା ସମୟ ନିର୍ଦ୍ଧାରଣ
- ଶ୍ରମିକ ଆବଶ୍ୟକତା ଓ କେଉଁ ସମୟରେ ଅଧିକ ଶ୍ରମିକ ଦରକାର ଏହା ଜାଣିବା ଏବଂ
- ଜମି ପ୍ରସ୍ତୁତି ଓ ଅମଳ ପାଇଁ କଣ୍ଟ୍ରାକ୍ଟରମାନଙ୍କୁ ସଂଗଠିତ କରିବା
ଗୋଟିଏ ଫସଲ କ୍ୟାଲେଣ୍ଡର ପ୍ରସ୍ତୁତ କରନ୍ତୁ
- ବୁଣିବା/ରୋଇବା ପାଇଁ ସର୍ବଶ୍ରେଷ୍ଠ ସମୟ ନିର୍ଦ୍ଧାରଣ କରନ୍ତୁ । ସ୍ଥାନୀୟ ଅନୁଭୂତି, କୃଷି ପରାମର୍ଶଦାତା ଓ ଜିଲ୍ଲାର ଅଗ୍ରଣୀ କୃଷକମାନଙ୍କଠାରୁ ଏହି ତଥ୍ୟ ସଂଗ୍ରହ କରାଯାଇପାରିବ ।
- ବୁଣିବାଠାରୁ ଅମଳ ପର୍ଯ୍ୟନ୍ତ କିସମଟି କେତେ ଦିନ ନିଏ ଏହା ନିର୍ଣ୍ଣୟ କରନ୍ତୁ । ପ୍ରତି କିସମ ପାଇଁ ବୁଣିବା ଠାରୁ ଅମଳ ପର୍ଯ୍ୟନ୍ତ ସମୟ ଜଣାଥାଏ । ଚାଷ କରାଯାଉଥିବା ଅବସ୍ଥା, ଜଳର ଉପଲବ୍ଧତା ଓ ସୂର୍ଯ୍ୟକିରଣ ଉପରେ ନିର୍ଭର କରି ଏଥିରେ ସାମାନ୍ୟ ବ୍ୟତିକ୍ରମ ଘଟିପାରେ । ସାଧାରଣତଃ ଅମଳ ହେବା ପାଇଁ ସଅଳ କିସମ ୧୦୦-୧୨୦ ଦିନ, ମଧ୍ୟମ କିସମ ୧୨୦-୧୪୦ ଦିନ ଏବଂ ବିଳମ୍ବ କିସମ ୧୪୦ ଦିନରୁ ଅଧିକ ସମୟ ଆବଶ୍ୟକ କରିଥାଏ ।
- ଅଧିକାଂଶ କିସମ ଥୋଡ଼ ହେବାଠାରୁ ଅମଳ ହେବା ପର୍ଯ୍ୟନ୍ତ ୫୦-୫୫ ଦିନ ନେଇଥାଏ ।
- କ୍ୟାଲେଣ୍ଡର ଉପରେ ବୁଣିବା/ରୋଇବା ତାରିଖ ଓ ଅନ୍ୟାନ୍ୟ ଚାଷ କାମ (ହଳ କରିବା, ଘାସ ବାଛିବା, ସାର ପ୍ରୟୋଗ ଓ ଅମଳ)ର ସମ୍ଭାବ୍ୟ ତାରିଖ ଉଲ୍ଲେଖ କରନ୍ତୁ ।
- ଫସଲ ଅଭିବୃଦ୍ଧି ସମୟରେ ପ୍ରତି ଅବସ୍ଥାରେ କେତେ ଶ୍ରମିକ, ସାଧନ ଓ ଅର୍ଥ ଆବଶ୍ୟକ ହେବ, ତାହା ନିର୍ଦ୍ଧାରିଣ କରନ୍ତୁ ।
- କେତେବେଳେ କେଉଁ କାର୍ଯ୍ୟ କରାଯିବ, ଏହା ଜାଣିବା ପାଇଁ କ୍ୟାଲେଣ୍ଡରକୁ ଉପଯୁକ୍ତ ସ୍ଥାନରେ ପ୍ରଦର୍ଶିତ କରନ୍ତୁ ।
ରୁଆ ଧାନ ପାଇଁ ଫସଲ କ୍ୟାଲେଣ୍ଡର | |||
କାର୍ଯ୍ୟ | ସମୟ | ||
ତଳି ପଟାଳି କାର୍ଯ୍ୟ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ) | ମଧ୍ୟମ ଅବଧି କିସମ (୧୨୦ – ୧୪୦ ଦିନ) | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୁର୍ଦ୍ଧ) |
ହଳ କରିବା ପରେ ତଳି ପଟାଳି ପ୍ରସ୍ତୁତି | ବୁଣିବାର ୧ ଦିନ ପୂର୍ବରୁ | ||
ବିହନ ଭିଜାଇବା | ବୁଣିବାର ୨ ଦିନ ପୂର୍ବରୁ | ||
ବିହନ ବିଶୋଧନ ଓ ଗଜା କରିବା | ବୁଣିବାର ୧ ଦିନ ପୂର୍ବରୁ | ||
ତଳି ପଟାଳିରେ ବିହନ ବୁଣା | ବୁଣିବା ଦିନ | ||
ତଳି ପଟାଳିରେ ଖାଦ୍ୟସାର ପରିଚାଳନା | ଆବଶ୍ୟକତା ଅନୁସାରେ | ||
ତଳି ପଟାଳିରେ ରୋଗ ପୋକ ପରିଚାଳନା | ଆବଶ୍ୟକତା ଅନୁସାରେ | ||
ମୁଖ୍ୟ ଜମି ପ୍ରସ୍ତୁତି | |||
ପ୍ରଥମ ହଳ | ରୋଇବାର ୧୫ – ୨୧ ଦିନ ପୂର୍ବରୁ | ||
ଦ୍ଵିତୀୟ ହଳ | ରୋଇବାର ୧୦ – ୧୫ ଦିନ ପୂର୍ବରୁ | ||
କାଦୁଅ ହଳ, ଜମି ସମତୁଲ ଓ ମୂଳ ସାର ପ୍ରୟୋଗ | ରୋଇବାର ୧ ଦିନ ପୂର୍ବରୁ | ||
ଧାନ ରୁଆ | ବୁଣିବାର ୨୦ – ୨୫ ଦିନ ପରେ | ବୁଣିବାର ୨୫ – ୩୦ ଦିନ ପରେ | ବୁଣିବାର ୩୦ – ୩୫ ଦିନ ପରେ |
୧ମ ଦଫା ଘାସ ବଛା | ରୋଇବାର ୧୫ – ୨୦ ଦିନ ପରେ | ରୋଇବାର ୨୦ – ୨୫ ଦିନ ପରେ | ରୋଇବାର ୩୦ – ୩୫ ଦିନ ପରେ |
ପିଲ ହେବା ଅବସ୍ଥାରେ ୨ୟ ଦଫା ସାର ପ୍ରୟୋଗ | ରୋଇବାର ୧୫ – ୨୦ ଦିନ ପରେ | ରୋଇବାର ୨୦ – ୨୫ ଦିନ ପରେ | ରୋଇବାର ୩୦ – ୩୫ ଦିନ ପରେ |
ପିଲ ହେବା ଅବସ୍ଥାରେ ରୋଗ ପୋକ ପରିଚାଳନା | ଆବଶ୍ୟକତା ଅନୁସାରେ | ||
୨ୟ ଦଫା ଘାସ ବଛା | ରୋଇବାର ୫୫ – ୬୦ ଦିନ ପରେ | ରୋଇବାର ୬୦ – ୬୫ ଦିନ ପରେ | ରୋଇବାର ୮୫ – ୯୫ ଦିନ ପରେ |
ଥୋଡ଼ ହେବା ଅବସ୍ଥାରେ ୩ୟ ଦଫା ସାର ପ୍ରୟୋଗ | ରୋଇବାର ୫୫ – ୬୦ ଦିନ ପରେ | ରୋଇବାର ୬୦ – ୬୫ ଦିନ ପରେ | ରୋଇବାର ୮୫ – ୯୫ ଦିନ ପରେ |
ଥୋଡ଼ ହେବା ଅବସ୍ଥାରେ ରୋଗ ପୋକ ପରିଚାଳନା | ଆବଶ୍ୟକତା ଅନୁସାରେ | ||
୩ୟ ଘାସ ବଛା | ଆବଶ୍ୟକତା ଅନୁସାରେ | ଆବଶ୍ୟକତା ଅନୁସାରେ | |
ଫୁଲ ହେବା ସମୟରେ ରୋଗ ପୋକ ପରିଚାଳନା | ଆବଶ୍ୟକତା ଅନୁସାରେ | ||
ଜମିରୁ ଜଳ ନିଷ୍କାସନ | ରୋଇବାର ୮୦ – ୮୫ ଦିନ ପରେ / ଫୁଲ ଧରିବାର ୨୦ ଦିନ ପରେ | ରୋଇବାର ୧୧୦ – ୧୧୫ ଦିନ ପରେ/ଫୁଲ ଧରିବାର ୨୫ ଦିନ ପରେ | ରୋଇବାର ୧୩୫ – ୧୪୦ ଦିନ ପରେ/ଫୁଲ ଧରିବାର ୩୦ ଦିନ ପରେ |
ଅମଳ | ରୋଇବାର ୧୦୦ – ୧୧୦ ଦିନ ପରେ/ଫୁଲ ଧରିବାର ୨୫ – ୩୦ ଦିନ ପରେ | ରୋଇବାର ୧୨୫ – ୧୩୦ ଦିନ ପରେ/ଫୁଲ ଧରିବାର ୩୦ ଦିନ ପରେ | ରୋଇବାର ୧୫୫ – ୧୬୦ ଦିନ ପରେ/ଫୁଲ ଧରିବାର ୩୫ – ୪୦ ଦିନ ପରେ |
ସାଇତା | ଅମଳ କରିବାର ୭ – ୧୦ ଦିନ ପରେ | ଅମଳ କରିବାର ୭ – ୧୦ ଦିନ ପରେ | ଅମଳ କରିବାର ୭ – ୧୦ ଦିନ ପରେ |
ବୁଣା ଧାନ ପାଇଁ ଫସଲ କ୍ୟାଲେଣ୍ଡର | |||
କାର୍ଯ୍ୟ | ସମୟ | ||
ମୁଖ୍ୟ ଜମି ପ୍ରସ୍ତୁତି | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ) | ମଧ୍ୟମ ଅବଧି କିସମ (୧୨୦ – ୧୪୦ ଦିନ) | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୁର୍ଦ୍ଧ) |
ପ୍ରଥମ ହଳ | ବୁଣିବାର ୧୫ – ୨୧ ଦିନ ପୂର୍ବରୁ | ||
ଦ୍ଵିତୀୟ ହଳ | ବୁଣିବାର ୧୦ – ୧୫ ଦିନ ପୂର୍ବରୁ | ||
ଜମି ସମତୁଲ | ବୁଣିବାର ଗୋଟିଏ ଦିନ ପୂର୍ବରୁ | ||
ବିହନ ବିଶୋଧନ | ବୁଣିବାର ଗୋଟିଏ ଦିନ ପୂର୍ବରୁ | ||
ବିହନ ବୁଣା | ବୁଣିବା ଦିନ | ||
ଗଜା ହେବା ପୂର୍ବ ଘାସମରା ପ୍ରୟୋଗ | ବୁଣିବାର ୩ – ୪ ଦିନ ପରେ | ||
ମୂଳ ସାର ପ୍ରୟୋଗ | ବୁଣିବା ସମୟରେ ଏନ.ପି.କେ ସାର ପ୍ରୟୋଗ | ବୁଣିବା ସମୟରେ ପି. କେ. ସାର ପ୍ରୟୋଗ, ବୁଣିବାର ୧୦- ୧୫ ଦିନ ପରେ ଏନ. ସାର ପ୍ରୟୋଗ | ବୁଣିବା ସମୟରେ ପି. କେ. ସାର ପ୍ରୟୋଗ, ବୁଣିବାର ୧୦- ୧୫ ଦିନ ପରେ ଏନ. ସାର ପ୍ରୟୋଗ |
ଗଜା ହେବା ପର ଘାସମରା ପ୍ରୟୋଗ | ବୁଣିବାର ୧୫ – ୨୦ ଦିନ ପରେ | ବୁଣିବାର ୨୦ – ୨୫ ଦିନ ପରେ | ବୁଣିବାର ୨୦ – ୨୫ ଦିନ ପରେ |
ହାତ ବଛା (ଗଜା ହେବା ପର ଘାସ ମରା ପଡ଼ିନଥିଲେ) | ବୁଣିବାର ୨୫ – ୩୦ ଦିନ ପରେ | ବୁଣିବାର ୨୫ – ୩୦ ଦିନ ପରେ | ବୁଣିବାର ୨୫ – ୩୦ ଦିନ ପରେ |
୨ୟ ଦଫା ସାର ପ୍ରୟୋଗ | ବୁଣିବାର ୩୫ – ୪୦ ଦିନ ପରେ | ବୁଣିବାର ୪୦ – ୪୫ ଦିନ ପରେ | ବୁଣିବାର ୬୦ – ୬୫ ଦିନ ପରେ |
ପିଲ ହେବା ଅବସ୍ଥାରେ ରୋଗ ପୋକ ପରିଚାଳନା | ଆବଶ୍ୟକତା ଅନୁସାରେ | ||
୨ୟ ଦଫା ଘାସ ବଛା | ବୁଣିବାର ୭୫ – ୮୦ ଦିନ ପରେ | ବୁଣିବାର ୮୦ – ୮୫ ଦିନ ପରେ | ବୁଣିବାର ୧୦୫ – ୧୧୦ ଦିନ ପରେ |
୩ୟ ଦଫା ସାର ପ୍ରୟୋଗ | ବୁଣିବାର ୭୫ – ୮୦ ଦିନ ପରେ | ବୁଣିବାର ୮୦ – ୮୫ ଦିନ ପରେ | ବୁଣିବାର ୧୦୫ – ୧୧୦ ଦିନ ପରେ |
ଥୋଡ଼ ହେବା ଅବସ୍ଥାରେ ରୋଗ ପୋକ ପରିଚାଳନା | ଆବଶ୍ୟକତା ଅନୁସାରେ | ||
ଫୁଲ ହେବା ସମୟରେ ରୋଗ ପୋକ ପରିଚାଳନା | ଆବଶ୍ୟକତା ଅନୁସାରେ | ||
ଜଳ ନିଷ୍କାସନ | ଫୁଲ ଧରିବାର ୨୦ ଦିନ ପରେ | ଫୁଲ ଧରିବାର ୨୫ ଦିନ ପରେ | ଫୁଲ ଧରିବାର ୩୦ ଦିନ ପରେ |
ଅମଳ | ଫୁଲ ଧରିବାର ୨୫ – ୩୦ ଦିନ ପରେ | ଫୁଲ ଧରିବାର ୩୦ ଦିନ ପରେ | ଫୁଲ ଧରିବାର ୩୫ – ୪୦ ଦିନ ପରେ |
ସାଇତା | ଅମଳ କରିବାର ୭ – ୧୦ ଦିନ ପରେ | ଅମଳ କରିବାର ୭ – ୧୦ ଦିନ ପରେ | ଅମଳ କରିବାର ୭ – ୧୦ ଦିନ ପରେ |