ବୈଜ୍ଞାନିକ ନାମ : | ଭିଗନା ରେଡ଼ିଏଟା (ଏଲ.) ଓଲଜେକ |
---|---|
ଅନ୍ୟ ନାମ | ମୁଙ୍ଗ ବିନ୍ |
ଉତ୍ପତ୍ତି ସ୍ଥଳ | ଭାରତ ଓ କେନ୍ଦ୍ରୀୟ ଏସିଆ |
ସାଧାରଣ ବ୍ୟବହାର | ଖାଦ୍ୟରେ ଉନ୍ନତ ମାନର ପୁଷ୍ଟିସାର ମିଳିଥାଏ, ଗୋଟା ଶସ୍ୟ ବା ଡାଲି ହିସାବରେ ବ୍ୟବହାର କରାଯାଏ, ସବୁଜ ସାର ଭାବେ ଚାଷ କରାଯାଏ, ପାଣିରେ ଭିଜା ଯାଇଥିବା ଚୋପା ଓ ମଞ୍ଜିକୁ ଗୋଖାଦ୍ୟ ଭାବେ ବ୍ୟବହାର କରାଯାଏ । |
ଚାଷ କରିବା ଋତୁ | ଖରିଫ୍, ରବି ଓ ଗ୍ରୀଷ୍ମ |
ଫସଲ ସ୍ଥିତି | ୨୦୧୨-୨୦୧୫ |
କ୍ଷେତ୍ରଫଳ | ୩୦.୪୧ ଲକ୍ଷ ହେକ୍ଟର |
ମୋଟ ଉତ୍ପାଦନ | ୧୪.୨୪ ଲକ୍ଷ ଟନ୍ |
ଓଡ଼ିଶାର ଉତ୍ପାଦିକତା | ୩୩୭ କି.ଗ୍ରା./ହେକ୍ଟର |
ଜାତୀୟ ସ୍ତରର ଅମଳ | ୪୬୮ କି.ଗ୍ରା. / ହେକ୍ଟର |
ଖାଦ୍ୟମୂଲ୍ୟ | ପୁଷ୍ଟିସାର : ୨୪-୨୫%, ସ୍ନେହସାର : ୧.୩%, ଖଣିଜ ଲବଣ : ୩.୫%, ତନ୍ତୁଜାତୀୟ ପଦାର୍ଥ : ୪.୧%, ଶ୍ୱେତସାର : ୫୬%, ଚୂନ : ୧୨୪ ମି.ଗ୍ରା. / ୧୦୦ ଗ୍ରାମ୍, ଫସ୍ଫରସ : ୩୨୬ ମି.ଗ୍ରା. / ୧୦୦ ଗ୍ରାମ୍, ଲୌହ : ୭.୩ ମି.ଗ୍ରା. / ୧୦୦ ଗ୍ରାମ୍, କ୍ୟାଲୋରୀ ମୂଲ୍ୟ : ୩୩୪ କିଲୋକ୍ୟାଲୋରୀ / ୧୦୦ ଗ୍ରାମ୍, ଜଳୀୟ ଅଂଶ : ୧୦% |
ଓଡ଼ିଶା ପାଇଁ ସୁପାରିଶ କରାଯାଇଥିବା କିସମ | |
ଖରିଫ ଋତୁ | ପିଡ଼ିଏମ୍ ୧୩୯, ଓୟୁଏମ୍ ୧୧-୫, ସିଓଜିଜି ୯୧୨, ଆଇପିଏମ୍ ୨-୩ |
ରବି ଋତୁ | ପିଡ଼ିଏମ୍ ୧୩୯, ଏଲଜିଜି ୪୬୦, ଟାର୍ମ ୧, ଓବିଜିଜି ୫୨, ଆଇପିଏମ୍୨-୩ |
ଜଳବାୟୁ ଆବଶ୍ୟକତା | ଅଧିକ ଉତ୍ତାପ, କମ ଆର୍ଦ୍ରତା, ମଧ୍ୟମ ଧରଣର ବୃଷ୍ଟିପାତ (୬୦-୮୦ ସେ.ମି.), ଚେର ବୃଦ୍ଧି ପାଇଁ ପାଣି ଜମି ରହିବା କ୍ଷତିକାରକ ହୋଇଥାଏ, ସାଧାରଣତଃ ଅଣଜଳସେଚିତ ଅବସ୍ଥାରେ ଚାଷ କରାଯାଏ । |
ଉପଯୋଗୀ ମୃତ୍ତିକା | ପାଣି ନିଗିଡ଼ି ଯାଉଥିବା ଦୋରସା ମାଟି; କ୍ଷାରୀୟ, ଲବଣାକ୍ତ ବା ଜଳମଗ୍ନ ହୋଇଥିବା ଜମିରେ ଚାଷ କରିବା ଅନୁଚିତ୍ । |
ଚାଷ ପଦ୍ଧତି
ଜମି ପ୍ରସ୍ତୁତି | ଉପଯୁକ୍ତ ଅଙ୍କୁରୋଦ୍ଗମ ପାଇଁ ଭଲଭାବେ ଜମି ପ୍ରସ୍ତୁତି କରନ୍ତୁ, ଜମିକୁ ୨-୩ ଥର ହଳ କରି ମଇ ଦିଅନ୍ତୁ, କିଆରୀରେ ଅନାବନା ଘାସ ଓ ଟେଳା ରହି ନଥିବା ଆବଶ୍ୟକ, ଗ୍ରୀଷ୍ମ ଋତୁରେ ଜଳସେଚନ ପରେ ହଳ କରନ୍ତୁ । | |
ବୁଣିବା ସମୟ | ଖରିଫ : ଜୁନ୍ ମାସ ମଧ୍ୟ ଭାଗରୁ ଜୁଲାଇ ପ୍ରଥମ ସପ୍ତାହ, ରବି : ଡିସେମ୍ବର – ଜାନୁଆରୀ, ଗ୍ରୀଷ୍ମ : ମାର୍ଚ୍ଚ ମାସର ପ୍ରଥମ ପକ୍ଷ | |
ବିହନ ପରିମାଣ | ଖରିଫ : ହେକ୍ଟର ପ୍ରତି ୧୫-୨୦ କି.ଗ୍ରା. ବିହନ, ରବି : ହେକ୍ଟର ପ୍ରତି ୨୫-୩୦ କି.ଗ୍ରା. ବିହନ | |
ବୁଣିବା ବ୍ୟବଧାନ | ଖରିଫ୍ : ଧାଡ଼ିକୁ ଧାଡ଼ି ୪୫ ସେ.ମି., ଗଛକୁ ଗଛ ୫ ସେ.ମି.; ରବି : ଧାଡ଼ିକୁ ଧାଡ଼ି ୩୦ ସେ.ମି., ଗଛକୁ ଗଛ ୫ ସେ.ମି. | |
ବୁଣିବା ପଦ୍ଧତି | ମଣିଷ ଦ୍ୱାରା : ଲଙ୍ଗଳ ସିଆର ପଛରେ ବୁଣିବା ଯନ୍ତ୍ର ଦ୍ୱାରା : ଏକ ବହୁମୁଖୀ ଫସଲ ବୁଣା ଯନ୍ତ୍ର ବ୍ୟବହାର କରି | |
ବିହନ ବିଶୋଧନ | ମୃତ୍ତିକା ଓ ବିହନ ଗଜା ହେବା ସମସ୍ୟା ପାଇଁ | ପ୍ରତି କି.ଗ୍ରା. ବିହନ ସହ ୫ – ୧୦ ଗ୍ରାମ୍ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରନ୍ତୁ |
ଶୋଷକ କୀଟ ଦମନ ପାଇଁ | ଇମିଡ଼ାକ୍ଲୋପ୍ରିଡ଼୍ ୭୦ ଡବ୍ଲୁଏସ୍ | |
*ବୁଣିବା ପୂର୍ବରୁ ବିହନ ସହିତ ଭଲ ଭାବେ ମିଶାନ୍ତୁ | ||
ଖାଦ୍ୟସାର ପରିଚାଳନା | ବୁଣିବା ପୂର୍ବରୁ | ବୁଣିବାର ୧୫ ଦିନ ପୂର୍ବରୁ ହେକ୍ଟର ପ୍ରତି ୮-୧୦ ଟନ୍ କମ୍ପୋଷ୍ଟ ବା ଗୋବର ଖତ ପ୍ରୟୋଗ କରନ୍ତୁ |
ବୁଣିବା ବେଳେ | ହେକ୍ଟର ପ୍ରତି ୧୦୦ କି.ଗ୍ରା. ଡିଏପି ହିସାବରେ ୧୫-୨୦ କି.ଗ୍ରା. ଯବକ୍ଷାର ଓ ୩୦-୪୦ କି.ଗ୍ରା. ଫସଫରସ ସାର | |
*ବୁଣିବା ବେଳେ ମାଟିର ୨-୩ ସେ.ମି. ଗଭୀରତାର ସାର ପ୍ରୟୋଗ କରିବା ଉଚିତ୍ | ||
ଜଳ ପରିଚାଳନା | ୩-୪ ଥର ଜଳସେଚନ ଆବଶ୍ୟକ : ବୁଣିବାର ୨୦-୨୫ ଦିନ ପରେ ପ୍ରଥମ ଜଳସେଚନ, ପ୍ରଥମ ଜଳସେଚନର ପ୍ରତି ୧୫-୨୦ ଦିନ ବ୍ୟବଧାନରେ ଜଳସେଚନ, ଛୁଇଁ ହେବା ବେଳେ ଜୀବନ ରକ୍ଷାକାରୀ ଜଳସେଚନ କରନ୍ତୁ । ଜମିରେ ପାଣି ଜମିବାକୁ ଦିଅନ୍ତୁ ନାହିଁ । | |
ଅନାବନା ଘାସ ପରିଚାଳନା | ଅନ୍ତତଃ ଦୁଇଥର ଘାସ ବାଛନ୍ତୁ : ବୁଣିବାର ୨୦-୨୫ ଦିନ ଓ ୪-୪୫ ଦିନ ପରେ ଘାସ ବାଛନ୍ତୁ ରାସାୟନିକ ପଦ୍ଧତିରେ ଦମନ : ହେକ୍ଟର ପ୍ରତି ୦.୭୫ କି.ଗ୍ରା. ପେଣ୍ଡିମେଥାଲିନ୍ ୩୦% ଇ.ସି. କ୍ରିୟାଶୀଳ ପଦାର୍ଥକୁ ୪୦୦-୬୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ପାଇଁ ଫ୍ଲାଟ ଫ୍ୟାନ୍ ନୋଜଲ ବ୍ୟବହାର କରନ୍ତୁ | |
ରୋଗ ପରିଚାଳନା | ||
ସାହେବୀ ରୋଗ | କାରକ ଅଣୁଜୀବ | ଧଳାମାଛି ଦ୍ୱାରା ବ୍ୟାପୁଥିବା ଜେମିନି ପ୍ରକାରର ଭୂତାଣୁ |
ଲକ୍ଷଣ | କଅଁଳ ପତ୍ରରେ ହଳଦିଆ ଦାଗ ଦେଖାଯାଏ, ପାକଳ ପତ୍ର ହଳଦିଆ ପଡ଼ିଯାଏ | |
ନିୟନ୍ତ୍ରଣ ପଦ୍ଧତି | ଆକ୍ରାନ୍ତ ଗଛ ଉପାଡ଼ି ଦିଅନ୍ତୁ, ଧଳାମାଛି ଦମନ କରନ୍ତୁ, ପ୍ରତି ଲିଟର ପାଣି ସହିତ ୨.୦ ମି.ଲି. ହିସାବରେ ଟ୍ରାୟାଜୋଫସ୍ ୪୦ ଇ.ସି. କିମ୍ବା ୨ ମି.ଲି. ଅକ୍ସିଡେମିଟନ୍ ମିଥାଇଲ ୨୫ ଇ.ସି. ମିଶାଇ ସ୍ପ୍ରେ କରନ୍ତୁ, ପ୍ରତି ୧୦-୧୫ ଦିନ ଅନ୍ତରରେ ସ୍ପ୍ରେ କରନ୍ତୁ । | |
ପତ୍ର ମୋଡ଼ା ରୋଗ | କାରକ ଅଣୁଜୀବ | ମୁଗ ଲିଫ କର୍ଲ ଭୂତାଣୁ |
ଲକ୍ଷଣ | ବୁଣିବାର ୩-୪ ସପ୍ତାହ ପରେ ପତ୍ର ଫୁଲିଯାଇ ଲୋଚାକୋଚା ହୋଇଯାଏ, ପରେ ପତ୍ରଗୁଡ଼ିକ ଅସ୍ୱାଭାବିକ ଭାବେ ମୋଟା ହୋଇଯାଏ | |
ନିୟନ୍ତ୍ରଣ ପଦ୍ଧତି | ଆକ୍ରାନ୍ତ ଗଛକୁ ଉପାଡ଼ି ଦିଅନ୍ତୁ, ପ୍ରତି କି.ଗ୍ରା. ବିହନ ସହିତ ୫ ମି.ଲି. ଇମିଡ଼ାକ୍ଲୋପ୍ରିଡ଼୍ ୭୦ ଡବ୍ଲୁଏସ୍ ମିଶାଇ ବିଶୋଧନ କରନ୍ତୁ, ବୁଣିବାର ୩୦ ଦିନ ପରେ ହେକ୍ଟର ପ୍ରତି ୧.୭ ମି.ଲି. ଡାଇମିଥଏଟ ୩୦ ଇ.ସି. ମିଶ୍ରଣ କରି ସ୍ପ୍ରେ କରନ୍ତୁ, ସ୍ପ୍ରେ କରିବା ପାଇଁ ଫ୍ଲାଟ ଫ୍ୟାନ୍ ନୋଜଲ ବ୍ୟବହାର କରନ୍ତୁ । | |
କୀଟ ପରିଚାଳନା | ||
ଧଳା ମାଛି | କାରକ ଅଣୁଜୀବ | ବେମିସିଆ ସ୍ପେସିସ |
ଲକ୍ଷଣ | ପତ୍ର ମୋଡ଼ି ହୋଇ ତଳକୁ ନଇଁଯିବା, ପତ୍ର ଉପରେ ମହୁବୁନ୍ଦା ପରି ଜମା ହେବା, ପତ୍ର କଳା ପଡ଼ିଯିବା | |
ନିୟନ୍ତ୍ରଣ ପଦ୍ଧତି | ପ୍ରତି ଲିଟର ପାଣି ସହିତ ୨.୦ ମି.ଲି. ହିସାବରେ ଟ୍ରାୟାଜୋଫସ୍ ୪୦ ଇ.ସି. କିମ୍ବା ପ୍ରତି ଲିଟର ପାଣି ସହିତ ୨ ମି.ଲି. ମାଲାଥିଅନ୍ ୫୦ ଇ.ସି. କିମ୍ବା ୨ ମି.ଲି. ଅକ୍ସିଡିମେଟନ୍ ମିଥାଇଲ ୨୫ ଇ.ସି. ପ୍ରତି ୧୦-୧୫ ଦିନ ଅନ୍ତରରେ ସ୍ପ୍ରେ କରନ୍ତୁ, କୀଟ ଦମନ ପାଇଁ ଅଠାଳିଆ ଯନ୍ତା ବ୍ୟବହାର କରନ୍ତୁ । | |
କାଣ୍ଡବିନ୍ଧା ମାଛି | କାରକ ଅଣୁଜୀବ | ଓଫିଓମାଇଆ ଫାଜିଓଲି |
ଲକ୍ଷଣ | ପ୍ରଥମ ଦୁଇ ପତ୍ର ଝଡ଼ିଯିବା, ଅଗ ପତ୍ର ହଳଦିଆ ପଡ଼ିବା | |
ନିୟନ୍ତ୍ରଣ | ସଫାସୁତୁରା ପଦ୍ଧତିରେ ଚାଷ କରନ୍ତୁ, ରୋଗ ପ୍ରତିରୋଧି କ୍ଷମତା ଥିବା କିସମ ଚାଷ କରନ୍ତୁ, ଶୋଷକ କୀଟ ପ୍ରତିରୋଧ ପାଇଁ ବିହନ ବିଶୋଧନ କରନ୍ତୁ, ବୁଣିବାର ୧୫ ଦିନ ପରେ ପ୍ରତି ଲିଟର ପାଣି ସହିତ ୦.୨ ମି.ଲି. ଇମିଡ଼ାକ୍ଲୋପ୍ରିଡ଼୍ ୧୭.୮ ଏସ୍ଏଲ୍. କିମ୍ବା ୦.୩ ଗ୍ରାମ୍ ଥାୟୋମେଥୋକ୍ଜାମ୍ ୨୫ ଡବ୍ଲୁଜି. ମିଶାଇ ସ୍ପ୍ରେ କରନ୍ତୁ । | |
ଅମଳ | ପ୍ରାୟ ୮୦% ରୁ ଅଧିକ ଛୁଇଁ ପାକଳ ହେଲେ ଅମଳ କରନ୍ତୁ, ଛୁଇଁ ଫାଟି ମଞ୍ଜି ନଷ୍ଟ ନ ହେବା ପାଇଁ ଦୁଇ କିସ୍ତିରେ ଅମଳ କରନ୍ତୁ | |
ମଞ୍ଜି ଅଲଗା କରିବା | ବାଡ଼ିରେ ବାଡ଼େଇ ବା ବେଙ୍ଗଳା ପକାଇ ମଞ୍ଜି ଅଲଗା କରନ୍ତୁ, ଡାଲି ଜାତୀୟ ଫସଲ ଥ୍ରେସର ବ୍ୟବହାର କରନ୍ତୁ | |
ଶୁଖାଇବା | ପରିଷ୍କାର ହୋଇଥିବା ମଞ୍ଜିକୁ ୩-୪ ଦିନ ଖରାରେ ଶୁଖାଇ ଜଳୀୟ ଅଂଶ ପରିମାଣ ୮-୧୦% ସ୍ତରକୁ ଆଣନ୍ତୁ । | |
ସାଇତିବା | ରଙ୍ଗ ହୋଇଥିବା ପାତ୍ର ବା ବାୟୁରୁଦ୍ଧ ବ୍ୟାଗରେ ସୁରକ୍ଷିତ ଭାବେ ସାଇତି ରଖନ୍ତୁ, ଇରୀ ସୁପର ବ୍ୟାଗରେ ମଧ୍ୟ ବିହନ ସାଇତା ଯାଇପାରେ |