ଭାରତରେ ପାଖା ପାଖି ସମସ୍ତ ରାଜ୍ୟରେ କୋଳଥ ଚାଷ କରାଯାଇଥାଏ, କିନ୍ତୁ ସମଗ୍ର ଚାଷର ୯୦-୯୫ ଭାଗ ମୁଖ୍ୟତଃ ୫ଟି ରାଜ୍ୟ ଯେପରି ଓଡ଼ିଶା (୧୬.୦%), ତାମିଲନାଡୁ (୧୮.୦%), କର୍ଣ୍ଣାଟକ (୩୪.୦%), ମହାରାଷ୍ଟ୍ର (୧୮.୦%) ଏବଂ ଆନ୍ଧ୍ର ପ୍ରଦେଶ (୧୬.୦%) ରେ ହୋଇଥାଏ। କୋଳଥକୁ ଡାଲି ଓ ରସମ୍ ଭଳି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ଗୋଖାଦ୍ୟ ଏବଂ ଫସଲ ପାଇଁ ଜୈବିକ ସାର ହିସାବରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ।
ମୃତ୍ତିକା:
- ପାଖାପାଖି ସମସ୍ତ ପ୍ରକାର ମାଟିରେ କୋଳଥ ଚାଷ କରାଯାଇପାରେ, କିନ୍ତୁ ଏହି ଫସଲକୁ ଭଲ ଭାବେ ନିଗିଡ଼ା, ଉର୍ବର ଏବଂ ଜୈବିକ ଖାଦ୍ୟସାର ଥିବା ମୃତ୍ତିକା ଆବଶ୍ୟକ ହୋଇଥାଏ
- କୋଳଥ ଗଛଗୁଡ଼ିକ ମାଟିରେ ମଧ୍ୟମ ଧରଣର ଲୁଣି ଅଂଶ ସହ୍ୟ କରିପାରନ୍ତି (ଅମ୍ଳତା ୮.୦ ଯାଏ)
- ଅର୍ଦ୍ଧ-ଶୁଷ୍କ ଅଞ୍ଚଳରେ ଚାଷ କରାଯାଉଥିବା ଫସଲ ତୁଳନାରେ ଏହା ମାଟିର ଭାରି ଧାତୁ ଚାପକୁ ସହ୍ୟ କରି ଭଲ ଭାବେ ବଢିପାରେ
କିସମ:
- ଡି.ଏସ୍. ୧-୨, ଉର୍ମି (ଡି.ଏସ୍. ୨-୨), ଅର୍ଜିଆ କୁଲଥି -୨୧, ବାଇଜୁ କୁଲଥି, ବୀର୍ସା କୁଲଥି, ବି.ଜେ.ପି.ଏଲ୍.-୧, ସି.ଆର.ଏଚ.ଜି -୦୧, ସି.ଆର.ଏଚ୍.ଜି -୦୨, ସି.ଆର.ଏଚ୍.ଜି -୦୩, ସି.ଆର.ଏଚ୍.ଜି -୦୪, କ୍ରୀଡା ୧୮ ଆର., ଦାପୋଲି -୧, ଦୀପାଳି, ହେବାଲ ହୁରାଳି -୦୧, ହେବାଲ ହୁରାଳି -୦୨, ଏଚ୍.ପି.କେ-୨, କେ.ବି.ଏଚ୍.ଜି-୧, କେ.ଏସ୍.-୨, ମଧୁ, ମରୁ କୁଲଥି-୧, ପାଲେମ୍ -୧,ପାଲେମ୍ -୨, ପ୍ରତାପ କୁଲଥି-୧, ପାଇୟୁର-୨, ପି.ଏଚ୍.ଜି.-୯, ଭି.ଏଲ. ଗହଟ – ୧ ଇତ୍ୟାଦି
- ଏଗୁଡ଼ିକ କୋଳଥ ଫସଲର କେତେକ ଲୋକପ୍ରିୟ କିସମ ଏବଂ ପ୍ରତ୍ୟେକ କିସମର ଭିନ୍ନ ଭିନ୍ନ ଗୁଣ ରହିଛି । ନିଜ ଅଞ୍ଚଳରେ ଚାଷ କରିବାର ଉପଯୁକ୍ତତା, ପରିବେଶ, ଜଳବାୟୁ ଏବଂ କିସମ ଉପଲବ୍ଧତା ଅନୁସାରେ ଫସଲ କିସମ ଚୟନ କରନ୍ତୁ
ଜଳବାୟୁ:
- କୋଳଥ ଫସଲ ସାଧାରଣତଃ ଉଷ୍ମ ଓ ଶୁଷ୍କ ପରିବେଶରେ ବଢିଥାଏ । କିସମ ଗୁଡ଼ିକ ମରୁଡ଼ି ସହି ପାରନ୍ତି ଏବଂ ଅଧିକ ଯତ୍ନର ଆବଶ୍ୟକତା ମଧ୍ୟ ନଥାଏ । ମୁଖ୍ୟତଃ ଥଣ୍ଡା ଓ ଆର୍ଦ୍ର ଜଳବାୟୁ ପାଇଁ ଏହି ଫସଲ ସମୁଦ୍ର ପତନ ଠାରୁ ଅତ୍ୟଧିକ ଉଚ୍ଚତାରେ ବଢି ପାରେ ନାହିଁ (ସମୁଦ୍ର ପତନ ଠାରୁ ୧୦୦୦ ମିଟର ଉଚ୍ଚତା ଯାଏ ଚାଷ କରାଯାଇପାରେ)
- ଫସଲର ବୃଦ୍ଧି ପାଇଁ ବାୟୁମଣ୍ଡଳର ଆର୍ଦ୍ରତା ୫୦% ରୁ ୮୦% ମଧ୍ୟରେ ଏବଂ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସରୁ ୩୦ ଡିଗ୍ରୀ ସେଲସିୟସ ମଧ୍ୟରେ ହେବା ଆବଶ୍ୟକ । ଏହି ଫସଲ ୪୦ ଡିଗ୍ରୀ ସେଲସିୟସରୁ ଊର୍ଦ୍ଧ୍ଵ ତାପମାତ୍ରା ସହ୍ୟ କରିପାରେ ନାହିଁ ଏବଂ ୨୦ ଡିଗ୍ରୀ ସେଲସିୟସରୁ କମ ତାପମାତ୍ରା କ୍ଷେତ୍ରରେ ଫସଲ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ
- ୮୦୦ ମିଲିମିଟର ବର୍ଷା ହେଉଥିବା ସ୍ଥାନରେ ଏହି ଫସଲ ସଫଳତା ପୂର୍ବକ ଚାଷ କରାଯାଇପାରେ । ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ ମଧ୍ୟ କୋଳଥ ଭଲ ଅମଳ ଦେଇଥାଏ
ବୁଣିବା ସମୟ:
- ଅଗଷ୍ଟରୁ ସେପ୍ଟେମ୍ବର ମାସ କୋଳଥ ବୁଣିବାର ପ୍ରକୃଷ୍ଟ ସମୟ ଅଟେ । ଯଦି ଆପଣ ଏହାକୁ ଗୋଖାଦ୍ୟ ପାଇଁ ଚାଷ କରୁଛନ୍ତି, ତାହେଲେ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ବୁଣା କାର୍ଯ୍ୟ ଶେଷ କରନ୍ତୁ
ବିହନ ପରିମାଣ ଓ ଫସଲ ମଧ୍ୟରେ ବ୍ୟବଧାନ:
- ବିହନର ସଠିକ ପରିମାଣ କିସମ ଉପରେ ନିର୍ଭର କରେ। ହେକ୍ଟର ପ୍ରତି ହାରାହାରି ୩୫ – ୪୦ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ
- ଡାଲି ପାଇଁ କରାଯାଉଥିବା ଫସଲରେ ହେକ୍ଟର ପ୍ରତି ୨୫-୩୦ କି.ଗ୍ରା. ବିହନ ଯଥେଷ୍ଟ ଅଟେ
- ଖରିଫ ଫସଲରେ ଧାଡ଼ିକୁ ଧାଡ଼ି ୪୦-୪୫ ସେ.ମି. ଓ ଗଛକୁ ଗଛ ୫ ସେ.ମି. ବ୍ୟବଧାନ ରହିବା ଆବଶ୍ୟକ । ଠିକ ସେହିପରି, ରବି ଫସଲରେ ଧାଡ଼ିକୁ ଧାଡ଼ି ୨୫-୩୦ ସେ.ମି. ଓ ଗଛକୁ ଗଛ ୫ ସେ.ମି. ବ୍ୟବଧାନ ରହିବା ଭଲ
ବିହନ ବିଶୋଧନ:
- ମାଟିରେ ଥିବା ଜୀବାଣୁମାନଙ୍କ ଦ୍ଵାରା ବ୍ୟାପୁଥିବା ରୋଗ ଓ ସଂକ୍ରମଣକୁ ହ୍ରାସ କରିବା ଏବଂ ଫସଲର ଉତ୍ତମ ଅଭିବୃଦ୍ଧି ପାଇଁ ପ୍ରତି କି.ଗ୍ରା. ବିହନ ସହ ୫ – ୧୦ ଗ୍ରାମ୍ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରିବା ଉଚିତ।
ଖାଦ୍ୟସାର ପରିଚାଳନା:
- ଜୈବିକ ଖାଦ୍ୟସାର ହିସାବରେ ଏକର ପ୍ରତି ୫-୬ ଟନ୍ ଗୋବର ଖତ ପ୍ରୟୋଗ କରନ୍ତୁ। ଏକର ପ୍ରତି ୨୦-୨୨କି.ଗ୍ରା. ୟୁରିଆ, ୬୦-୬୫ କି.ଗ୍ରା. ଏସ୍.ଏସ୍.ପି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା କରି ଏମ୍.ଓ.ପି. ସାର ପ୍ରୟୋଗ କରନ୍ତୁ
ଜଳ ପରିଚାଳନା:
- କୋଳଥ ଫସଲ ମରୁଡ଼ି ସହଣି ଅଟେ, ତେବେ ଉତ୍ତମ ଗୁଣଯୁକ୍ତ ଓ ଅଧିକ ଅମଳ ପାଇଁ ଜଳାଭାବ ଏବଂ ମରୁଡ଼ି ପରିସ୍ଥିତିର ପରିଚାଳନା କରିବା ଆବଶ୍ୟକ
- ଫସଲର ଜଳସଙ୍କଟ ଅବସ୍ଥା ଯେପରି ଫୁଲ ଧରିବା, ଫଳ ଧରିବା ଏବଂ ମଞ୍ଜି / ଦାନା ହେବା ଅବସ୍ଥାରେ ଜଳସେଚନ କରିବା ଆବଶ୍ୟକ
ଅନାବନା ଘାସ ପରିଚାଳନା:
- ଫସଲ ବୃଦ୍ଧିରେ ସେତେଟା ଅସୁବିଧା ନଥିବାରୁ ପ୍ରାରମ୍ଭିକ ଅବସ୍ଥାରେ ହାତ ବଛା କିମ୍ବା କୋଡ଼ା ଖୋସା କରିଦେଲେ ଘାସ ନିୟନ୍ତ୍ରଣ ହୋଇଥାଏ। ବୁଣିବାର ୨୦-୨୫ ଦିନ ପରେ ଗୋଟିଏ ହାତ ବଛା କରିଦେବା ଭଲ
ରୋଗ ପୋକ ପରିଚାଳନା:
- ଫଳ ବିନ୍ଧା ପୋକ: ଏହା ଏକ ବହୁଭକ୍ଷୀ ପୋକ ଅଟେ ଏବଂ ଫଳରେ କଣା କରି ତାହାକୁ ନଷ୍ଟ କରିଥାଏ, ବେଳେ ବେଳେ ମଞ୍ଜିକୁ ମଧ୍ୟ ଖାଇଥାଏ। ଏହି ପୋକର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୦.୩ ମି.ଲି. କ୍ଲୋରାନ୍ତ୍ରିନିଲିପ୍ରୋଲ୧୮.୫% ଏସ୍.ସି. ମିଶାଇ ସ୍ପ୍ରେ କରନ୍ତୁ
- ମୂଳ ସଢା ରୋଗ: ଗଛର ନିମ୍ନ ଭାଗରେ ଥିବା ପତ୍ର ଗୁଡ଼ିକ ହଳଦିଆ ପଡ଼ିବା ଆରମ୍ଭ କରେ ଏବଂ ଧୀରେ ଧୀରେ ଗଛ ଝାଉଁଳି ପଡ଼େ। ଏହି ରୋଗର ନିୟନ୍ତ୍ରଣ ପାଇଁ ପ୍ରତି କି.ଗ୍ରା. ବିହନ ସହ ୫-୧୦ ଗ୍ରାମ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରିବା ଉଚିତ ଏବଂ ରୋଗ ଆଶଙ୍କା ଥିବା ଅଞ୍ଚଳରେ ସାଧାରଣତଃ ସ୍ୱଳ୍ପ ବିଳମ୍ବରେ ବିହନ ବୁଣିବା ଉଚିତ
- ସାହେବୀ ରୋଗ: ପତ୍ରର ଉପରି ଭାଗରେ ଗୋଲାକାର ଚିହ୍ନ ଗୁଡ଼ିକ ପଡ଼ିବା ଆରମ୍ଭ କରିଥାଏ ଏବଂ ଧୀରେ ଧୀରେ ପତ୍ର ବିବର୍ଣ୍ଣ ହୋଇଯାଏ। ଏହି ରୋଗର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୨ମି.ଲି. ଅକ୍ସିଡେମିଟନ୍ ମିଥାଇଲ ୨୫% ଇ.ସି. କିମ୍ବା ୦.୨ ଗ୍ରାମ ଥାୟାମେଥୋକ୍ସାମ ୨୫% ଡବ୍ଲୁ.ଜି. ମିଶାଇ ସ୍ପ୍ରେ କରନ୍ତୁ
ଅମଳ:
କୋଳଥ ଫସଲରୁ ହେକ୍ଟର ପ୍ରତି ହାରାହାରି ଅମଳ ୭ ରୁ ୧୦ କୁଇଣ୍ଟାଲ ଯାଏ ମିଳିଥାଏ।