ଧାନ ଫସଲ ପରିଚାଳକ କହିଲେ କ’ଣ ବୁଝାଯାଏ?
ଓଡ଼ିଶାରେ ଧାନଭିତ୍ତିକ ଫସଲ ପର୍ଯ୍ୟାୟର ଉତ୍ପାଦିକତା ବୃଦ୍ଧି ଓ କୃଷକଙ୍କ ଆୟ ବୃଦ୍ଧି ହେଉଛି ଧାନ ଫସଲ ପରିଚାଳକର ଉଦ୍ଦ୍ୟେଶ । ପ୍ରତ୍ୟେକଙ୍କ ଆବଶ୍ୟକତା ଅନୁଯାୟୀ ଅଣଜଳସେଚିତ ଓ ଜଳସେଚିତ ଜମି ଅନୁସାରେ ଧାନଚାଷୀଙ୍କୁ ଫସଲ ଓ ଖାଦ୍ୟସାର ପରିଚାଳନା ବିଷୟରେ ପରାମର୍ଶ ପ୍ରଦାନ କରିବା ଦ୍ୱାରା ଏହା ସମ୍ଭବ ହୋଇଥାଏ । ବିଭିନ୍ନ ପ୍ରଶ୍ନ ପାଇଁ ନିଜ ଧାନ ଜମି ଅନୁସାରେ କୃଷକଙ୍କ ଉତ୍ତର ଆଧାରରେ ଧାନ ଫସଲ ପରିଚାଳକ ସ୍ୱୟଂକ୍ରିୟ ଭାବେ ଧାନ ଫସଲରୁ ଅଧିକ ଲାଭ ପାଇବା ପାଇଁ ପରାମର୍ଶମାନ ପ୍ରଦାନ କରିଥାଏ । ସଂପ୍ରସାରଣ କର୍ମୀ, ଫସଲ ଉପଦେଷ୍ଟା, କୃଷି ସାମଗ୍ରୀ ଯୋଗାଣକାରୀ ଏବଂ କୃଷି ସେବା ପ୍ରଦାନକାରୀଙ୍କ ବ୍ୟବହାର ପାଇଁ ଧାନ ଫସଲ ପରିଚାଳକ ପ୍ରସ୍ତୁତ କରାଯାଇଛି । ସେମାନେ କମ୍ପ୍ୟୁଟର, ସ୍ମାର୍ଟଫୋନ୍ ବା ଟାବ୍ଲେଟ୍ ବ୍ୟବହାର କରି କୃଷକମାନଙ୍କର ସାକ୍ଷାତକାର ନେଇଥାନ୍ତି।
ସାକ୍ଷାତକାର ପରେ ଇଣ୍ଟରନେଟ୍ ସହିତ ସଂଯୁକ୍ତ ହେବା ପର୍ଯ୍ୟନ୍ତ ତଥ୍ୟକୁ କମ୍ପ୍ୟୁଟର, ସ୍ମାର୍ଟଫୋନ୍ ବା ଟାବ୍ଲେଟ୍ ସାଇତି ରଖାଯାଏ । ଏହାପରେ ସଂଗୃହୀତ ତଥ୍ୟକୁ ଇଣ୍ଟରନେଟ୍ ମାଧ୍ୟମରେ ଧାନ ଫସଲ ପରିଚାଳକ ମଡ଼େଲକୁ ପ୍ରେରଣ କରାଯାଇଥାଏ । ଏହା ତଥ୍ୟର ଅନୁଶୀଳନ କରି କିଛି ମୁହୂର୍ତ୍ତ ମଧ୍ୟରେ କମ୍ପ୍ୟୁଟର, ସ୍ମାର୍ଟଫୋନ୍ ବା ଟାବ୍ଲେଟକୁ ଧାନ ଭିତ୍ତିକ ଫସଲ ପର୍ଯ୍ୟାୟ ପାଇଁ ଫସଲ ପରିଚାଳନା ସମ୍ପର୍କରେ ସୁପାରିଶ ପ୍ରଦାନ କରିଥାଏ । ଏହା ସ୍ଥାନୀୟ ଅବସ୍ଥାରେ ଫସଲ ଚାଷ ପଦ୍ଧତି ଓ କୃଷକଙ୍କ ଆବଶ୍ୟକତା ଅନୁସାରେ କାର୍ଯ୍ୟକାରୀ ହେଉଥିବା ସ୍ୱତନ୍ତ୍ର ସୁପାରିଶ ପ୍ରଦାନ କରିଥାଏ । ଏହାପରେ କୃଷକଙ୍କୁ ଏକ ପୃଷ୍ଠାର ମୁଦ୍ରିତ କାଗଜ ପ୍ରଦାନ କରାଯାଏ । ଏହାକୁ ବ୍ୟବହାର କରି ସଂପ୍ରସାରଣ କର୍ମୀ, କୃଷି ସାମଗ୍ରୀ ଯୋଗାଣକାରୀ ବା ସେବା ପ୍ରଦାନକାରୀ ଧାନଚାଷରୁ ଅଧିକ ଲାଭ ପାଇବା ପାଇଁ କୃଷକମାନଙ୍କୁ ପରାମର୍ଶ ପ୍ରଦାନ କରିଥାନ୍ତି ।
ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଧାନ ଫସଲ ପରିଚାଳକର ଧାରଣା ଓ ଆଧାର ପ୍ରସ୍ତୁତ କରାଯାଇଛି । ଏସିଆରେ ଥିବା ଜାତୀୟ ଗବେଷଣା ପ୍ରତିଷ୍ଠାନମାନଙ୍କ ସହିତ ମିଶି ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନ ଭିତ୍ତିକ ଖାଦ୍ୟସାର ପରିଚାଳନା ଆଧାରରେ ଧାନ ଫସଲ ପରିଚାଳକର ଖାଦ୍ୟସାର ପରିଚାଳନା ନିୟମାବଳୀ ପ୍ରସ୍ତୁତ କରାଯାଇଛି । ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ୨୦୦୮-୧୦ ବର୍ଷରେ ଧାନ ଫସଲ ପାଇଁ ବିକଶିତ ଖାଦ୍ୟସାର ପରିଚାଳନା ସହାୟତାରେ ଧାନ ଫସଲ ପରିଚାଳକର ସ୍ଥାନ ଭିତ୍ତିକ ଖାଦ୍ୟସାର ପରିଚାଳନା ଆଧାରରେ ଧାନ ଫସଲ ପରିଚାଳକର ଖାଦ୍ୟସାର ପରିଚାଳନା ପ୍ରସ୍ତୁତ କରାଯାଇଛି । ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ତରଫରୁ ୨୦୧୩ ମସିହାରେ ଫିଲିପାଇନ୍ସ ଓ ବଙ୍ଗଳାଦେଶ ପାଇଁ ପ୍ରସ୍ତୁତ ଧାନ ଫସଲ ପରିଚାଳକ ମଧ୍ୟ ଓଡ଼ିଶାରେ ଧାନ ଫସଲ ପରିଚାଳନା ପାଇଁ ଉପଯୋଗୀ ହୋଇପାରିବ ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ସହ ମିଳିତ ହୋଇ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ତରଫରୁ ଓଡ଼ିଶାରେ ଧାନ ଚାଷ ପାଇଁ ଧାନ ଫସଲ ପରିଚାଳକର ପ୍ରୟୋଗ, ମୂଲ୍ୟାୟନ ଏବଂ ପରୀକ୍ଷଣ କରାଯାଇଛି ।
ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଏବଂ ଆନ୍ତର୍ଜାତୀୟ ବିକାଶ ପାଇଁ ଯୁକ୍ତରାଷ୍ଟ୍ର ସଂସ୍ଥାର ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଦକ୍ଷିଣ ଏସିଆ ପାଇଁ ଧାନ ଆଦି ଫସଲ ବ୍ୟବସ୍ଥା ଉଦ୍ୟମ ମାଧ୍ୟମରେ ଧାନ ଫସଲ ପରିଚାଳକ ବିକାଶ କରାଯିବା ସମ୍ଭବ ହୋଇଛି ।