ବୈଜ୍ଞାନିକ ନାମ | ଭିଗ୍ନା ମୁଙ୍ଗୋ ହେପର |
---|---|
ଅନ୍ୟ ନାମ | ଉର୍ଡ ବିନ୍, ମାଶ୍ |
ଉତ୍ପତ୍ତି ସ୍ଥଳ | ଭାରତ |
ସାଧାରଣ ବ୍ୟବହାର | ଚାଷ କରାଯାଉଥିବା ଏକ ପ୍ରମୁଖ ଡାଲିଜାତୀୟ ଫସଲ; ଚୋପା ଥାଇ ବା ଚୋପା ନଥାଇ ଗୋଟା ବିରି, ବିରି ଡାଲି ଆଦି ବିଭିନ୍ନ ପ୍ରକାରରେ ଖିଆ ଯାଇଥାଏ; ସବୁଜ ସାର ଫସଲ ଭାବେ ଚାଷ କରାଯାଏ; ବିରି ଚୋପାକୁ ପାଣିରେ ଭିଜାଯାଇ ଗୋଖାଦ୍ୟ ଭାବେ ବ୍ୟବହାର କରାଯାଏ; ଅଧିକ ପରିମାଣରେ ଲାଇସିନ୍ ଥିବାରୁ ଚାଉଳ ସହିତ ମିଶି ଏହା ସୁଷମ ଖାଦ୍ୟ ଯୋଗାଇଥାଏ |
ଚାଷ କରିବା ଋତୁ | ଖରିଫ୍, ରବି ଓ ଗ୍ରୀଷ୍ମ ଋତୁ |
ଫସଲ ସ୍ଥିତି | ୨୦୧୨-୨୦୧୫ |
କ୍ଷେତ୍ରଫଳ | ୩୧.୨୯ ଲକ୍ଷ ହେକ୍ଟର |
ମୋଟ ଉତ୍ପାଦନ | ୧୮.୨୯ ଲକ୍ଷ ଟନ୍ |
ଓଡ଼ିଶାର ଉତ୍ପାଦିକତା | ୩୨୬ କି.ଗ୍ରା./ହେକ୍ଟର |
ଜାତୀୟ ସ୍ତରର ଅମଳ | ୫୮୫ କି.ଗ୍ରା. / ହେକ୍ଟର |
ଖାଦ୍ୟମୂଲ୍ୟ | ପୁଷ୍ଟିସାର : ୨୪%, ସ୍ନେହସାର : ୧.୪%, ଖଣିଜ ଲବଣ : ୩.୨%, ତନ୍ତୁଜାତୀୟ ପଦାର୍ଥ : ୦.୯ %, ଶ୍ୱେତସାର : ୫୯.୬%, ଚୂନ : ୫୪ ମି.ଗ୍ରା. / ୧୦୦ ଗ୍ରାମ୍, ଫସ୍ଫରସ :୩୮୫ ମି.ଗ୍ରା. / ୧୦୦ ଗ୍ରାମ୍, ଲୌହ : ୯.୧ ମି.ଗ୍ରା. / ୧୦୦ ଗ୍ରାମ୍, କ୍ୟାଲୋରୀ ମୂଲ୍ୟ : ୩୪୭ କିଲୋକ୍ୟାଲୋରୀ / ୧୦୦ ଗ୍ରାମ୍, ଜଳୀୟ ଅଂଶ : ୧୦.୯% |
ଓଡ଼ିଶା ପାଇଁ ସୁପାରିଶ କରାଯାଇଥିବା କିସମ | |
ଖରିଫ ଋତୁ | ଆଇପିୟୁ ୦୨-୪୩, ଡବ୍ଲୁବିୟୁ-୧୦୮, କେୟୁ ୩୦୧ |
ରବି ଋତୁ | ବି ୩-୮-୮, ଓବିଜି-୧୭, ମାଶ ୩୩୮ |
ଗ୍ରୀଷ୍ମ ଋତୁ | ବି ୩-୮-୮, ଓବିଜି-୧୭, ମାଶ ୩୩୮ |
ଜଳବାୟୁ ଆବଶ୍ୟକତା | ଉଷ୍ଣ ଓ ଆର୍ଦ୍ର ଜଳବାୟୁ, ଓଡ଼ିଶାରେ ଶୀତ ଓ ଗ୍ରୀଷ୍ମ ଋତୁରେ ଚାଷ କରାଯାଏ |
ଉପଯୋଗୀ ମୃତ୍ତିକା | ବାଲିଆ ଠାରୁ ଆରମ୍ଭ କରି ମଟାଳ ଓ କୃଷ୍ଣ କାପାସ ମୃତ୍ତିକା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ମାଟିରେ ଚାଷ କରାଯାଇପାରିବ । ଅମ୍ଳ ପରିମାପକ ମୂଲ୍ୟ ୬.୫-୭.୮ ମଧ୍ୟରେ ରହିଥିବା ନିଗିଡ଼ା ଦୋରସା ମାଟି, ଖାରୀୟ ଅଥବା ଲବଣାକ୍ତ ଜମିରେ ଚାଷ କରିବା ଅନୁଚିତ୍ । |
ଚାଷ ପଦ୍ଧତି
ଜମି ପ୍ରସ୍ତୁତି | ଉପଯୁକ୍ତ ଅଙ୍କୁରୋଦ୍ଗମ ପାଇଁ ଭଲଭାବେ ଜମି ପ୍ରସ୍ତୁତି କରନ୍ତୁ, ଜମିକୁ ୨-୩ ଥର ହଳ କରି ମଇ ଦିଅନ୍ତୁ, କିଆରୀରେ ଅନାବନା ଘାସ ଓ ଟେଳା ରହି ନଥିବା ଆବଶ୍ୟକ, ଗ୍ରୀଷ୍ମ ଋତୁରେ ଜଳସେଚନ ପରେ ହଳ କରନ୍ତୁ । | |
ବୁଣିବା ସମୟ | ଖରିଫ : ଜୁନ୍ ମାସ ମଧ୍ୟ ଭାଗରୁ ଜୁଲାଇ ପ୍ରଥମ ସପ୍ତାହ; ରବି : ଢିପ ଜମି ପାଇଁ ଅକ୍ଟୋବର ମାସ ଦ୍ୱିତୀୟ ପକ୍ଷ, ଧାନ ଅମଳ ପରେ ରହୁଥିବା ପଡ଼ିଆ ଜମିରେ ଚାଷ ପାଇଁ ନଭେମ୍ବର ମାସ ଦ୍ୱିତୀୟ ପକ୍ଷ; ଗ୍ରୀଷ୍ମ ଋତୁ : ଫେବୃଆରୀ ମାସ ତୃତୀୟ ସପ୍ତାହ ଠାରୁ ଏପ୍ରିଲ ମାସ ପ୍ରଥମ ସପ୍ତାହ | |
ବିହନ ପରିମାଣ | ଖରିଫ : ହେକ୍ଟର ପ୍ରତି ୧୨-୧୫ କି.ଗ୍ରା. ବିହନ; ରବି : ଢିପ ଜମି ପାଇଁ ହେକ୍ଟର ପ୍ରତି ୧୮-୨୦ କି.ଗ୍ରା. ବିହନ, ଧାନ ଅମଳ ପରେ ରହୁଥିବା ପଡ଼ିଆ ଜମି ପାଇଁ ହେକ୍ଟର ପ୍ରତି ୪୦ କି.ଗ୍ରା. ବିହନ; ଗ୍ରୀଷ୍ମ ଋତୁ : ହେକ୍ଟର ପ୍ରତି ୨୦-୨୫ କି.ଗ୍ରା. ବିହନ | |
ବୁଣିବା ବ୍ୟବଧାନ | ଖରିଫ୍ : ଧାଡ଼ିକୁ ଧାଡ଼ି ୩୦-୪୫ ସେ.ମି., ଗଛକୁ ଗଛ ୧୦ ସେ.ମି.; ରବି : ଧାଡ଼ିକୁ ଧାଡ଼ି ୩୦ ସେ.ମି., ଗଛକୁ ଗଛ ୧୫ ସେ.ମି.; ଗ୍ରୀଷ୍ମ ଋତୁ : ଧାଡ଼ିକୁ ଧାଡ଼ି ୩୦ ସେ.ମି., ଗଛକୁ ଗଛ ୫-୮ ସେ.ମି. | |
ବୁଣିବା ପଦ୍ଧତି | ମଣିଷ ଦ୍ୱାରା : ଲଙ୍ଗଳ ସିଆର ପଛରେ ବୁଣିବା ଯନ୍ତ୍ର ଦ୍ୱାରା : ଏକ ବହୁମୁଖୀ ଫସଲ ବୁଣା ଯନ୍ତ୍ର ବ୍ୟବହାର କରି | |
ବିହନ ବିଶୋଧନ | ମୃତ୍ତିକା ଓ ବିହନ ଗଜା ହେବା ସମସ୍ୟା ପାଇଁ: | ପ୍ରତି କି.ଗ୍ରା. ବିହନ ସହ ୫ – ୧୦ ଗ୍ରାମ୍ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରନ୍ତୁ |
ଶୋଷକ କୀଟ ଦମନ ପାଇଁ: | ଇମିଡ଼ାକ୍ଲୋପ୍ରିଡ଼୍ ୭୦ ଡବ୍ଲୁଏସ୍ | |
*ବୁଣିବା ପୂର୍ବରୁ ବିହନ ସହିତ ଭଲ ଭାବେ ମିଶାନ୍ତୁ | ||
ଖାଦ୍ୟସାର ପରିଚାଳନା | ବୁଣିବା ପୂର୍ବରୁ | ବୁଣିବାର ୧୫ ଦିନ ପୂର୍ବରୁ ହେକ୍ଟର ପ୍ରତି ୮-୧୦ ଟନ୍ କମ୍ପୋଷ୍ଟ ବା ଗୋବର ଖତ ପ୍ରୟୋଗ କରନ୍ତୁ |
ବୁଣିବା ବେଳେ | ଶେଷ ଓଡ଼ ଚାଷବେଳେ ହେକ୍ଟର ପ୍ରତି ୧୫-୨୦ କି.ଗ୍ରା. ଯବକ୍ଷାର, ୪୦-୫୦ କି.ଗ୍ରା. ଫସଫରସ ଓ ୩୦-୪୦ କି.ଗ୍ରା. ପଟାସ ସାର ପ୍ରୟୋଗ କରନ୍ତୁ | |
*ବୁଣିବା ବେଳେ ମାଟିର ୫-୭ ସେ.ମି. ଗଭୀରତାର ସାର ପ୍ରୟୋଗ କରିବା ଉଚିତ୍ | ||
ଜଳ ପରିଚାଳନା | ୩-୪ ଥର ଜଳସେଚନ ଆବଶ୍ୟକ: ବୁଣିବାର ୨୦-୨୫ ଦିନ ପରେ ପ୍ରଥମ ଜଳସେଚନ, ପ୍ରଥମ ଜଳସେଚନର ପ୍ରତି ୧୫-୨୦ ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ; ଫୁଲ ହେବା ଠାରୁ ଛୁଇଁ ହେବା ସମୟ ମଧ୍ୟରେ କିଆରୀରେ ବତର ରଖନ୍ତୁ, ଜମିରେ ପାଣି ଜମିବାକୁ ଦିଅନ୍ତୁ ନାହିଁ | |
ଅନାବନା ଘାସ ପରିଚାଳନା | ଅନ୍ତତଃ ଦୁଇଥର ଘାସ ବାଛନ୍ତୁ : ବୁଣିବାର ୨୦-୨୫ ଦିନ ଓ ୪-୪୫ ଦିନ ପରେ ଘାସ ବାଛନ୍ତୁ ରାସାୟନିକ ପଦ୍ଧତିରେ ଦମନ : ହେକ୍ଟର ପ୍ରତି ୦.୭୫ କି.ଗ୍ରା. ପେଣ୍ଡିମେଥାଲିନ୍ ୩୦% ଇ.ସି. କ୍ରିୟାଶୀଳ ପଦାର୍ଥକୁ ୪୦୦-୬୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ପାଇଁ ଫ୍ଲାଟ ଫ୍ୟାନ୍ ନୋଜଲ ବ୍ୟବହାର କରନ୍ତୁ | |
ରୋଗ ପରିଚାଳନା | ||
ସାହେବୀ ରୋଗ | କାରକ ଅଣୁଜୀବ | ଧଳାମାଛି ଦ୍ୱାରା ବ୍ୟାପୁଥିବା ଜେମିନି ପ୍ରକାରର ଭୂତାଣୁ |
ଲକ୍ଷଣ | କଅଁଳ ପତ୍ରରେ ହଳଦିଆ ଦାଗ ଦେଖାଯାଏ, ପାକଳ ପତ୍ର ହଳଦିଆ ପଡ଼ିଯାଏ | |
ନିୟନ୍ତ୍ରଣ ପଦ୍ଧତି | ଆକ୍ରାନ୍ତ ଗଛ ଉପାଡ଼ି ଦିଅନ୍ତୁ, ଧଳାମାଛି ଦମନ କରନ୍ତୁ, ପ୍ରତି ଲିଟର ପାଣି ସହିତ ୨.୦ ମି.ଲି. ହିସାବରେ ଟ୍ରାୟାଜୋଫସ୍ ୪୦ ଇ.ସି. କିମ୍ବା ୨ ମି.ଲି. ଅକ୍ସିଡେମିଟନ୍ ମିଥାଇଲ ୨୫ ଇ.ସି. ମିଶାଇ ସ୍ପ୍ରେ କରନ୍ତୁ, ପ୍ରତି ୧୦-୧୫ ଦିନ ଅନ୍ତରରେ ସ୍ପ୍ରେ କରନ୍ତୁ, ରୋଗ ପ୍ରତିରୋଧି କ୍ଷମତା ଥିବା କିସମ ଚାଷ କରନ୍ତୁ । | |
ପାଉଁଶିଆ ରୋଗ | କାରକ ଅଣୁଜୀବ | ଏରିସିଫେ ପଲିଗୋନି |
ଲକ୍ଷଣ | ପତ୍ରର ଉପର ଅଂଶରେ କ୍ଷୁଦ୍ର, ଅନିୟମିତ ପାଉଁଶିଆ ଦାଗ ଦେଖାଯାଏ, ବେଳେବେଳେ ଉଭୟ ଉପର ଓ ତଳ ଭାଗରେ ମଧ୍ୟ ଏହା ଦେଖାଯାଇଥାଏ । ଫୁଲ ଫୁଟିବା ଓ ଛୁଇଁ ହେବା ଅବସ୍ଥାରେ ରୋଗ ଅଧିକ ମାତ୍ରାରେ ଦେଖାଯାଏ । ଧଳାରଙ୍ଗର ପାଉଁଶିଆ ଦାଗ ଦ୍ୱାରା ପତ୍ର, ଡେମ୍ଫି, କାଣ୍ଡ ଓ ଛୁଇଁ ସମ୍ପୂର୍ଣ୍ଣ ଆବୃତ୍ତ ହୋଇଥାଏ । ଗଛ ଧୁଷର ଧଳା ରଙ୍ଗର ଦେଖାଯିବା ସହିତ ପତ୍ର ହଳଦିଆ ପଡ଼ି ଝଡ଼ିଯାଏ । ବେଳେବେଳେ ଛୁଇଁଗୁଡ଼ିକ ଛୋଟ ଓ ବଙ୍କା ହେବା ସହିତ ଏଥିରେ ଅଳ୍ପ ସଂଖ୍ୟକ ଛୋଟ ମଞ୍ଜି ରହିଥାଏ । | |
ନିୟନ୍ତ୍ରଣ ପଦ୍ଧତି | ଆକ୍ରାନ୍ତ ଗଛକୁ ଉପାଡ଼ି ଦିଅନ୍ତୁ, ପ୍ରତି ଲିଟର ପାଣି ସହିତ ୫୦ ଗ୍ରାମ୍ ନିମ ମଞ୍ଜି ନିଷ୍କର୍ସ ବା ୨୦ ମି.ଲି. ୩୦୦୦ ପିପିଏମ୍ ନିମତେଲ ମିଶାଇ ରୋଗ ଦେଖାଯିବା ପରେ ପ୍ରତି ଦଶ ଦିନ ଅନ୍ତରରେ ଦୁଇଥର ସ୍ପ୍ରେ କରନ୍ତୁ। ରୋଗ ଆରମ୍ଭ ହେବାମାତ୍ରେ ଓ ଏହାର ୧୦ ଦିନ ପରେ ୧୦% ଇଉକାଲିପଟାସ୍ ପତ୍ରର ରସ ସ୍ପ୍ରେ କରନ୍ତୁ । ପ୍ରତି ଲିଟର ପାଣି ସହିତ ୪ ଗ୍ରାମ୍ ଦ୍ରବଣୀୟ ଗନ୍ଧକ ୮୦ ସେଚିତ ଗୁଣ୍ଡ ଅଥବା ୧ ଗ୍ରାମ୍ କାର୍ବେଣ୍ଡାଜିମ୍ ୫୦ ସେଚିତ ଗୁଣ୍ଡ ମିଶାଇ ସ୍ପ୍ରେ କରନ୍ତୁ । ଔଷଧ ସ୍ପ୍ରେ କରିବା ପାଇଁ ଫ୍ଲାଟ ଫ୍ୟାନ୍ ନୋଜଲ ବ୍ୟବହାର କରନ୍ତୁ । | |
ପତ୍ରପୋଡ଼ା ରୋଗ | କାରକ ଅଣୁଜୀବ | ଜାନ୍ଥୋମୋନାସ ଫାଜିଓଲି ଡଅସନ୍ |
ଲକ୍ଷଣ | ଏହା ବିରି ଗଛର ଯେ କୌଣସି ଅଭିବୃଦ୍ଧି ଅବସ୍ଥାରେ ଡାଳପତ୍ରରେ ଦେଖାଯାଉଥିବା ଏକ ରୋଗ । କବକ ଆକ୍ରମଣ ଦ୍ୱାରା ଡାଳପତ୍ରରେ ପତ୍ରଦାଗ ଓ ପତ୍ରପୋଡ଼ା ଲକ୍ଷଣ ଦେଖାଯାଏ । ପ୍ରଥମେ ଗଛର ପାକଳ ପତ୍ର ଓ ଡାଳରେ କ୍ଷୁଦ୍ର, କଳାରଙ୍ଗର ପଚା ଦାଗ ଦେଖାଯାଏ । ଦାଗଗୁଡ଼ିକ ବଡ଼ ହୋଇ ଏହାର ବ୍ୟାସ ଏକ ଇଞ୍ଚର ଏକ-ଚତୁର୍ଥାଂଶ ବା ତହିଁରୁ ଅଧିକ ହେଲେ ଆକ୍ରାନ୍ତ ଅଂଶର କେନ୍ଦ୍ର ଭାଗରେ ଷଣ୍ଢ ଆଖି ଆକାରର ବଳୟ ପରି ଦେଖାଯାଏ । ଦାଗର ଚାରିପାଖରେ ହଳଦିଆ ରଙ୍ଗ ପଡ଼ିବା ଦେଖାଯାଏ । ଏହି ସମୟରେ ଅଧିକ ଉତ୍ତାପ ଓ ଆର୍ଦ୍ରତା ହେଲେ ଅନେକ ଡାଳପତ୍ର ମରିଯାଇଥାଏ । ପତ୍ର ଉପରେ ଦେଖାଯାଉଥିବା ଦାଗ ପରି କାଣ୍ଡ ଉପରେ ମଧ୍ୟ ଦାଗ ଦେଖାଯାଏ । ମାଟି ନିକଟରେ ଦାଗ ଦେଖାଗଲେ ଏହା ଦ୍ୱାରା କାଣ୍ଡର ଚାରିପାଖ ଆକ୍ରାନ୍ତ ହୋଇଥାଏ । କବକ ଦ୍ୱାରା ବିଳମ୍ବ ପତ୍ରପୋଡ଼ା ରୋଗ ହେଲେ ଗଛ ମରିଯାଇଥାଏ । କାଣ୍ଡ ବା ବୃନ୍ତ ମାଧ୍ୟମରେ କବକ ମଧ୍ୟ ଛୁଇଁକୁ ଆକ୍ରମଣ କରିଥାଏ । ଛୁଇଁ ଉପରେ ବଡ଼ ଆକାରର ଦାଗ ଦେଖାଯାଏ । ଛୁଇଁ ଚାରି ପାଖରେ ଗୋଲାକାର ଦାଗ ମାନ ଦେଖାଯାଏ । | |
ନିୟନ୍ତ୍ରଣ ପଦ୍ଧତି | ଏହି ରୋଗ ଦାଉରୁ ରକ୍ଷା ପାଇବା ପାଇଁ ବୁଣିବା ସମୟରେ ହେକ୍ଟର ପ୍ରତି ୨୫ କି.ଗ୍ରା. ଜିଙ୍କ୍ ସଲଫେଟ୍ ବା ୧୫୦ କି.ଗ୍ରା. ନିମ ପିଡ଼ିଆ ଅଥବା ହେକ୍ଟର ପ୍ରତି ୨.୫ କି.ଗ୍ରା. ସୁଡୋମୋନାସ ଫ୍ଲୁରୋସେନ୍ସ ବା ଟ୍ରାଇକୋଡର୍ମା ଭିରିଡ଼ି ସହିତ ୫୦ କି.ଗ୍ରା. ସଢ଼ା ଖତ ମିଶାଇ ପ୍ରୟୋଗ କରାଯାଇପାରେ । ପ୍ରତି ଲିଟର ପାଣି ସହିତ ୧ ଗ୍ରାମ୍ କାର୍ବେଣ୍ଡାଜିମ୍ ୫୦ ସେଚିତ ଗୁଣ୍ଡ ମିଶାଇ ସ୍ପ୍ରେ କରନ୍ତୁ । ରୋଗାକ୍ରାନ୍ତ ଗଛକୁ ଉପାଡ଼ି ବାହାର କରିଦିଅନ୍ତୁ । | |
କୀଟ ପରିଚାଳନା | ||
ବିନ୍ ଜଉପୋକ | କାରକ ଅଣୁଜୀବ | ଆଫିସ୍କ୍ରାକି ଭୋରା କୋଚ୍ |
ଲକ୍ଷଣ | ପତ୍ର, ଫୁଲ ଓ କଅଁଳ ଛୁଇଁ ଉପରେ ଗାଢ଼ ରଙ୍ଗର ଜଉପୋକ ଲାଗିଥାଏ । ଏଥିସହିତ ବୁନ୍ଦା ବୁନ୍ଦା ଜମି ରହିବା ସହିତ କଳା ପିମ୍ପୁଡ଼ି ବୁଲିବାର ଦେଖାଯାଏ । କୀଟର ଅଣ୍ଡା ଓ ପୂର୍ଣ୍ଣାଙ୍ଗ ଅବସ୍ଥା ଚିହ୍ନଟିକରଣ – ପେଟରେ କଳା ରଙ୍ଗର ଚିହ୍ନ ଥାଏ । | |
ନିୟନ୍ତ୍ରଣ ପଦ୍ଧତି | ନିମ୍ନ ଲିଖିତ ଯେ କୌଣସି କୀଟନାଶକ ଔଷଧ ସ୍ପ୍ରେ କରନ୍ତୁ (ହେକ୍ଟର ପିଛା ୫୦୦ ଲିଟର ଜଳ ସହିତ ମିଶ୍ରଣ) : ଏମାମେକ୍ଟିନ୍ ବେଞ୍ଜଏଟ୍ ୫% ଏସିଜି ୨୦୦ ଗ୍ରାମ୍/ହେକ୍ଟର, ଇଣ୍ଡୋକ୍ସାକାର୍ବ ୧୫.୮% ଏସମି ୩୩୩ ମି.ଲି./ହେକ୍ଟର, ନିମ ମଞ୍ଜି ନିର୍ଯ୍ୟାସ ୫% ଦୁଇଥର ଏବଂ ଏହାପରେ ଟ୍ରାୟାଜୋଫସ୍ ୦.୦୫% ପ୍ରୟୋଗ ନିମତେଲ ୨% | |
ଧୂଆଁପତ୍ର ସଁବାଳୁଆ | କାରକ ଅଣୁଜୀବ | ସ୍ପୋଡୋପ୍ଟେରା ଲିଟୁରା |
ଲକ୍ଷଣ | ପତ୍ରକୁ ୨-୩ ଦିନ ଧରି ଦଳ ଦଳ ହୋଇ ଖାଇବା ପରେ ପତ୍ର ଜାଲ ପରି ହୋଇଯାଏ । ପତ୍ର ଉପରେ ଶୂକ ଅନିୟମିତ କଣାମାନ କରେ ଓ ଅଧିକ ଆକ୍ରାନ୍ତ ହେଲେ ପତ୍ର ଜାଲ ପରି ହୋଇଯାଏ । | |
ନିୟନ୍ତ୍ରଣ ପଦ୍ଧତି | ଅଣ୍ଡା ଓ ନୂଆକରି ସୃଷ୍ଟି ହୋଇଥିବା ଶୂକକୁ ସଂଗ୍ରହ କରି ନଷ୍ଟ କରିଦେବା । ଏସ୍ଆଇଏନପିଭି ଜାତୀୟ ଅଣୁଜୀବ କୀଟନାଶକ ସ୍ପ୍ରେ କରିବା । ପ୍ରତି ଲିଟର ପାଣି ସହିତ ୦.୭୫ ମି.ଲି. ନୋଭାଲୁରନ ୧୦ ଇ.ସି. ମିଶାଇ ସ୍ପ୍ରେ କରିବା । ଆତପତ୍ର ନିର୍ଯ୍ୟାସକୁ ସ୍ପ୍ରେ କଲେ କୀଟ ଫସଲର ପତ୍ରକୁ ଖାଇ ନଥାଏ । | |
ଚିତ୍ରିତ ଛୁଇଁବିନ୍ଧା ପୋକ | କାରକ ଅଣୁଜୀବ | ମାରୁକାଟେସ୍ଟୁଲାଲିସ୍ |
ଲକ୍ଷଣ | ପ୍ରାଥମିକ ଅବସ୍ଥାରେ ପତ୍ର ଝଡ଼ିଯିବା । ଶୂକର ମୁଣ୍ଡ ଛୁଇଁ ଭିତରେ ପଶିଥାଏ ଓ ଅବଶିଷ୍ଟ ଶରୀର ବାହାରେ ଝୁଲିଥାଏ । ଛୁଇଁରେ ଗୋଲାକାର କଣା ହୋଇଥାଏ । ଶୂକ – ସବୁଜ ଧଳା ରଙ୍ଗର ଶରୀର ଓ ମୁଣ୍ଡ ବାଦାମୀ ରଙ୍ଗର । ପିଠିର ପ୍ରତି ଭାଗରେ ଦୁଇ ଯୋଡ଼ା କଳାଦାଗ ରହିଥାଏ । ପୂର୍ଣ୍ଣାଙ୍ଗ କୀଟ – ଆଗ ଡେଣା ଇଷତ୍ ବାଦାମୀ ରଙ୍ଗର ଓ ଏଥିରେ ଧଳା ଦାଗ ଥାଏ । ପଛ ଡେଣା – ଧଳା ରଙ୍ଗର ଓ ଏହାର ଶେଷ ଧାରରେ ବାଦାମୀ ଚିହ୍ନ ରହିଥାଏ । | |
ନିୟନ୍ତ୍ରଣ ପଦ୍ଧତି | ପ୍ରତି ଲିଟର ପାଣି ସହିତ ୧ ଗ୍ରାମ୍ ବାସିଲସ୍ ଥୁରିଞ୍ଜିଏନସିସ୍ ୫ ଡବ୍ଲୁଜି ମିଶାଇ ସ୍ପ୍ରେ କରନ୍ତୁ । ପ୍ରତି ଲିଟର ପାଣି ସହିତ ୨ ମି.ଲି. ପ୍ରୋଫେନୋଫସ୍ ୫୦ ଇସି ମିଶାଇ ପତ୍ର ସିଞ୍ଚନ କରନ୍ତୁ । ପ୍ରତି ଲିଟର ପାଣି ସହିତ ୦.୨ ମି.ଲି. ସ୍ପିନୋସାଡ଼ ୪୫ ଇସି ମିଶାଇ ସ୍ପ୍ରେ କଲେ ଏହି କୀଟକୁ ଫଳପ୍ରଦ ଭାବେ ଦମନ କରାଯାଇପାରିବ । ଗୋଟିଏ ପାତ୍ରରେ ତେଲ ମିଶା ପାଣି ରଖି ତାହା ଉପରେ ଅଥବା ତୈଳାକ୍ତ କପଡ଼ା ଉପରେ ଆକ୍ରାନ୍ତ ଗଛକୁ ହଲାଇ ଦେଲେ ପୋକ ସଂଖ୍ୟା ହ୍ରାସ ପାଏ । | |
ଅମଳ | ପ୍ରାୟ ୭୦-୮୦% ରୁ ଅଧିକ ଛୁଇଁ ପାକଳ ହେଲେ ଅମଳ କରନ୍ତୁ । ଛୁଇଁ ଫାଟି ମଞ୍ଜି ନଷ୍ଟ ନ ହେବା ପାଇଁ ଦୁଇ କିସ୍ତିରେ ଅମଳ କରନ୍ତୁ । | |
ମଞ୍ଜି ଅଲଗା କରିବା | ବାଡ଼ିରେ ବାଡ଼େଇ ବା ବେଙ୍ଗଳା ପକାଇ ମଞ୍ଜି ଅଲଗା କରନ୍ତୁ । ଡାଲି ଜାତୀୟ ଫସଲ ଥ୍ରେସର ବ୍ୟବହାର କରନ୍ତୁ । | |
ଶୁଖାଇବା | ପରିଷ୍କାର ହୋଇଥିବା ମଞ୍ଜିକୁ ୩-୪ ଦିନ ଖରାରେ ଶୁଖାଇ ଜଳୀୟ ଅଂଶ ପରିମାଣ ୮-୧୦% ସ୍ତରକୁ ଆଣନ୍ତୁ । | |
ସାଇତିବା | ରଙ୍ଗ ହୋଇଥିବା ପାତ୍ର ବା ବାୟୁରୁଦ୍ଧ ବ୍ୟାଗରେ ସୁରକ୍ଷିତ ଭାବେ ସାଇତି ରଖନ୍ତୁ । ଇରୀ ସୁପର ବ୍ୟାଗରେ ମଧ୍ୟ ବିହନ ସାଇତା ଯାଇପାରେ । |