RKB_Odisha_Odia
RKB_Odisha_Odia
IRRI Banner

ଖାଦ୍ୟସାର ପରିଚାଳନା

ଅଧିକାଂଶ ମାଟି ଫସଲକୁ ସୀମିତ ପରିମାଣର ଖାଦ୍ୟସାର ଯୋଗାଇଥାନ୍ତି । ତେଣୁ ଅଧିକ ଅମଳ ପାଇବା ପାଇଁ ସାର ପ୍ରୟୋଗ କରାଯିବା ଆବଶ୍ୟକ । କେତେକ କ୍ଷେତ୍ରରେ ମୃତ୍ତିକାର ଭୌତିକ ଗୁଣରେ ଉନ୍ନତି ଆଣିବା ପାଇଁ ସାର ପ୍ରୟୋଗ କରାଯାଇଥାଏ । ପ୍ରତି ଏକ ଟନ୍ ଶସ୍ୟ ଉତ୍ପାଦନ ପାଇଁ ଫସଲ ମାଟିରୁ ୧୫ କି.ଗ୍ରା. ଯବକ୍ଷାର, ୨-୩ କି.ଗ୍ରା. ଫସ୍ଫରସ ଓ ୧୫-୨୦ କି.ଗ୍ରା. ପଟାସ ଗ୍ରହଣ କରିଥାଏ । ଏହି ଆଧାରରେ ପ୍ରୟୋଗ କରାଯାଉଥିବା ସାରର ପ୍ରକାର ଓ ପରିମାଣ ନିର୍ଣ୍ଣୟ କରାଯାଇଥାଏ । ଚାଷ କରାଯାଉଥିବା କିସମ, ପରିବେଶ, ଫସଲର ଅବସ୍ଥା, ପାଣିପାଗ ଓ ଖାଦ୍ୟସାର ପ୍ରୟୋଗ ଦକ୍ଷତା ଉପରେ ନିର୍ଭର କରି ସାର ପରିମାଣରେ ପରିବର୍ତ୍ତନ କରାଯାଇପାରେ । ଉତ୍ତମ ଭାବେ ସାର ବ୍ୟବହାର ପାଇଁ ସୋପାନ ମାନ ହେଲା:

  • ଯେଉଁଠି ସମ୍ଭବ, ବିଶେଷ କରି ତଳି ପଟାଳିରେ ଜୈବିକ ଖତ (ଖତ, କମ୍ପୋଷ୍ଟ, ନଡ଼ା, ତଷୁ, ଗଛର ପତ୍ର) ପ୍ରୟୋଗ କରନ୍ତୁ ।
  • ମାଟିର ପ୍ରକାର ଓ ଆଶା କରାଯାଉଥିବା ଅମଳ ଅନୁସାରେ ସାର ପ୍ରୟୋଗ କରନ୍ତୁ । ସମସ୍ତ ଫସ୍ଫରସ ଓ ପଟାସ ସାରକୁ ମୂଳସାର ହିସାବରେ ପ୍ରୟୋଗ କରି ଯବକ୍ଷାର ସାରକୁ ୨-୩ କିସ୍ତିରେ ପ୍ରୟୋଗ କରନ୍ତୁ । ବାଲିଆ ମାଟିରେ ହେକ୍ଟର ପ୍ରତି ଅଧିକ ୧୦-୧୫ କି.ଗ୍ରା. ପଟାସ ପ୍ରୟୋଗ କରିବା ସହିତ ପଟାସ ସାରକୁ ଦୁଇ କିସ୍ତିରେ ପ୍ରୟୋଗ କରନ୍ତୁ ।
  • ବୁଣିବା ଅଥବା ରୋଇବାର ଠିକ୍ ପୂର୍ବରୁ ସମସ୍ତ ଫସ୍ଫରସ୍ ଓ ପଟାସ ଏବଂ ଏକ-ତୃତୀୟାଂଶ ଯବକ୍ଷାର ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ । ଛଟାବୁଣା କ୍ଷେତ୍ରରେ ଗଛ ହେବାର ୧୦-୧୪ ଦିନ ପରେ ଜମିରେ ବତର ଥିଲେ ଏହି ସାର ପ୍ରୟୋଗ କରନ୍ତୁ ।
  • ଅବଶିଷ୍ଟ ଯବକ୍ଷାର ସାରକୁ ସମାନ କିସ୍ତିରେ ଥରେ ରୋଇବାର ୨୫-୩୫ ଦିନ ପରେ ଓ ଆଉ ଥରେ ଥୋଡ଼ ହେବା ବେଳେ ପ୍ରୟୋଗ କରନ୍ତୁ ।
  • ଠିକ୍ ସମୟରେ ଓ ଉପଯୁକ୍ତ ପରିମାଣରେ ଯବକ୍ଷାର ସାର ପ୍ରୟୋଗ ପାଇଁ ଲିଫ୍ କଲର ଚାର୍ଟ (ପତ୍ରରେ ଯବକ୍ଷାର ପରିମାଣ ଓ ଫସଲର ଯବକ୍ଷାର ଆବଶ୍ୟକତା ଜାଣିବା ପାଇଁ ଏକ ଉପାୟ) ବା ଧାନ ଫସଲ ପରିଚାଳକ ବ୍ୟବହାର କରନ୍ତୁ ।
  • ଫସଲ କିଆରୀରେ ପାଣିଥିବା ବେଳେ ସବୁଆଡ଼େ ସମାନ ଭାବେ ରାସାୟନିକ ସାର ପ୍ରୟୋଗ କରନ୍ତୁ ।
  • ପାରମ୍ପରିକ ଡେଙ୍ଗା କିସମ ଧାନରେ ଅଧିକ ସାର ପ୍ରୟୋଗ କରନ୍ତୁ ନାହିଁ । ଏହା ଦ୍ୱାରା ଗଛ ଢଳିଯିବାର ଆଶଙ୍କା ରହିଛି ।
  • ଶୁଖିଲା ଓ ଛାଇ ସ୍ଥାନରେ ରାସାୟନିକ ସାର ସାଇତି ରଖିବା ଆବଶ୍ୟକ ।
Nutrient Management
ଖାଦ୍ୟସାର ପରିଚାଳନା
Weed Management
ଅନାବନା ଘାସ ପରିଚାଳନା