RKB_Odisha_Odia
RKB_Odisha_Odia
IRRI Banner

ଉତ୍ପାଦନ ପ୍ରକ୍ରିୟା

ଫସଲ ଯୋଜନା

ଉତ୍ତର ପୂର୍ବ ପାର୍ବତୀୟ ଅଞ୍ଚଳରେ ଧାନ ଏକ ପ୍ରମୁଖ ଫସଲ । ଏହି ଅଞ୍ଚଳରେ ଥିବା ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଚାଉଳ ଅଟେ । ତେବେ ସଂପ୍ରତି ଏହି ଅଞ୍ଚଳରେ ଧାନ ଫସଲର ଉତ୍ପାଦିକତା ଦେଶର ହାରାହାରି ଧାନ ଅମଳ ଠାରୁ କମ୍ ଅଟେ । ଧାନ ଅମଳ ବୃଦ୍ଧି ପାଇଲେ ଏହି ଅଞ୍ଚଳରେ ଖାଦ୍ୟ ସୁରକ୍ଷା ନିଶ୍ଚିତ ହୋଇପାରିବ । ଧାନ ଫସଲରୁ ଆଶାନୁରୂପ ଅମଳ ପାଇବା ପାଇଁ ବିଭିନ୍ନ ଆବଶ୍ୟକତାମାନ ନିମ୍ନରେ ପ୍ରଦାନ କରାଗଲା ।

ଫସଲ କ୍ୟାଲେଣ୍ଡର

ଫସଲ ଚାଷ ପୂର୍ବରୁ ନିଜ ଅଞ୍ଚଳ ପାଇଁ ଫସଲ କ୍ୟାଲେଣ୍ଡର ପ୍ରସ୍ତୁତ କରନ୍ତୁ । ଏହା ଫଳପ୍ରଦ ଭାବେ ଯୋଜନା ପ୍ରସ୍ତୁତି ପାଇଁ ସହାୟକ ହୋଇଥାଏ । ଏଥିସହିତ ଗୋଟିଏ ଆର୍ଥିକ କ୍ୟାଲେଣ୍ଡର ପ୍ରସ୍ତୁତ କରନ୍ତୁ । ଏହାଦ୍ୱାରା କେତେବେଳେ କେତେ ଅର୍ଥର ଆବଶ୍ୟକତା ହେବ, ସେକଥା ଜଣାପଡ଼ିବ ।

crop-planning-img1
crop-planning-img2

କିସମ

ଆପଣଙ୍କ ଅଞ୍ଚଳରେ ଚାଷ ହେବା ପାଇଁ ସୁପାରିଶ କରାଯାଇଥିବା ଅଧିକ ଅମଳକ୍ଷମ ବିହନ ଚୟନ କରନ୍ତୁ ।

ଓଡ଼ିଶାରେ ଚାଷ ହେଉଥିବା ଲୋକପ୍ରିୟ କିସମ

ସଅଳ କିସମ

ଶୀତଦିନେ ଅଣଧାନ ଫସଲ ଚାଷରେ ସୁବିଧା ହେବା ପାଇଁ ସଅଳ କିସମର ଅଧିକ ଅମଳକ୍ଷମ ବା ସଙ୍କର କିସମ ବିହନକୁ ଠିକ୍ ସମୟରେ ବୁଣନ୍ତୁ / ରୁଅନ୍ତୁ ।

ଅଧିକ ଅମଳକ୍ଷମ ଏବଂ ସଙ୍କର ପ୍ରକାରର ସଅଳ କିସମମାନ ହେଲା :

ଖଣ୍ଡଗିରି, ଜ୍ୟୋତିର୍ମୟୀ, ପାରିଜାତ, ଏମ୍ଟିୟୁ ୧୦୦୧, କଳିଙ୍ଗ ୧୧୧, ସିଦ୍ଧାନ୍ତ, ସହଭାଗିଧାନ (ମରୁଡ଼ି ସହନଶୀଳ) ଏବଂ ସଙ୍କର କିସମମାନ ହେଲା- ଏରିଜ ୬୧୨୯, ଅଜୟ, ସୁରୁଚି ୫୪୦୧, ରାଜଲକ୍ଷ୍ମୀ, ୟୁଏସ୍ ୩୨୩ ଇତ୍ୟାଦି ।

ମଧ୍ୟମ ଓ ବିଳମ୍ବ କିସମ

ଡିସେମ୍ବର ମାସ ପର୍ଯ୍ୟନ୍ତ ମାଟି ଓଦା ରହୁଥିବା ଜମି ପାଇଁ ମଧ୍ୟମ ଓ ବିଳମ୍ବ କିସମ ଧାନ ଚୟନ କରନ୍ତୁ ।

ମଧ୍ୟମ ଓ ବିଳମ୍ବ କିସମର ଧାନ ହେଲା :

ଲଲାଟ, ସୁରେନ୍ଦ୍ର, ପ୍ରତୀକ୍ଷା, କୋଣାର୍କ, ନବୀନ, ହିରଣ୍ମୟୀ, ସ୍ୱର୍ଣ୍ଣ (ଏମ୍ଟିୟୁ ୭୦୨୯), ମାସୁରୀ (ବିପିଟି ୫୨୦୪), ସାବିତ୍ରୀ, ପୂଜା, ସିଆର୍ ୧୦୧୪, ରାମଚଣ୍ଡୀ, ଗାୟତ୍ରୀ, ମହାନଦୀ, ସ୍ୱର୍ଣ୍ଣ ସବ୍ ୧ (ଜଳମଗ୍ନ ସହନଶୀଳ) ବୀଣା ଧାନ ୧୧ ଏବଂ ସଙ୍କର କିସମ ଏରିଜ ୬୪୪୪ ।

ସଙ୍କଟ ଅବସ୍ଥା ସହନଶୀଳ ଧାନ କିସମ

ବନ୍ୟା ଓ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ପାଇଁ ସଙ୍କଟ ଅବସ୍ଥା ସହନଶୀଳ ଧାନ କିସମ ଚୟନ କରନ୍ତୁ ।

  • ଜଳମଗ୍ନ ଅବସ୍ଥା ସହନଶୀଳ କିସମ
  • ମରୁଡ଼ି ସହନଶୀଳ କିସମ
  • ଲୁଣି ଅବସ୍ଥା ସହନଶୀଳ କିସମ

ଉନ୍ନତ ମାନର ବିହନ

ଉନ୍ନତ ମାନର ବିହନ ଯୋଗୁଁ ହୃଷ୍ଟପୁଷ୍ଟ ଚାରା ହୁଏ ଓ ଉପଯୁକ୍ତ ଗଛ ସଂଖା ରହିଥାଏ ।

ବିହନ ପରିମାଣ

ହାତରେ ଧାନ ରୁଆ ଯାଉଥିଲେ ହେକ୍ଟର ପ୍ରତି ୪୦ କି.ଗ୍ରା. ବିହନ (ସଙ୍କର କିସମ ପାଇଁ ୧୫ କି.ଗ୍ରା.) ଆବଶ୍ୟକ ହୁଏ ।

ବିହନର ଉତ୍ସ ଓ ଶ୍ରେଣୀ ବିଭାଗ

  • ଗୋଟିଏ ଭରସାଯୋଗ୍ୟ ଉତ୍ସରୁ ପ୍ରମାଣୀକୃତ ବିହନ କିଣନ୍ତୁ କିମ୍ବା
  • ନିଜ ବିହନ ନିଜେ ଉତ୍ପାଦନ କରନ୍ତୁ । ନିଜ ବିହନ ବ୍ୟବହାର କରୁଥିଲେ ଏହା:
    • ପରିଷ୍କାର ହୋଇଥିବ (ଏଥିରେ ଘାସ ମଞ୍ଜି, ମାଟି ବା ଗୋଡ଼ି ନଥିବ)
    • ନିରୋଳା ହୋଇଥିବ (କେବଳ ଗୋଟିଏ କିସମର ବିହନ ରହିଥିବ)
    • ନିରୋଗ ହୋଇଥିବ (ଏକ ପ୍ରକାର ରଙ୍ଗ, ହୃଷ୍ଟପୁଷ୍ଟ ବିହନ, ବିହନରେ ଦାଗ ନଥିବ)
crop-planning-img3
ବିହନର ସୁପ୍ତ ଅବସ୍ଥା ପରିଚାଳନା

ବୁଣିବାର ୧-୨ ଦିନ ପୂର୍ବରୁ ବିହନକୁ ଉଚ୍ଚ ତାପମାତ୍ରାରେ (୪୦-୪୨ ଡିଗ୍ରୀ ସେଲସିଅସ) ରଖନ୍ତୁ ।

ଗଜା ପରୀକ୍ଷା

ଆବଶ୍ୟକୀୟ ସାମଗ୍ରୀ : ରୁମାଲ ଆକାରର ୩-୫ ଖଣ୍ଡ କପଡ଼ା, ୩-୫ଟି ଛୋଟ କାଠି, ଛୋଟ ସୂତା ବା ରବର ବ୍ୟାଣ୍ଡ

  • କପଡ଼ାକୁୁ ପରିଷ୍କାର ପାଣିରେ ଓଦା କରି ସମତଳ ସ୍ଥାନରେ ବିଛାଇ ଦିଅନ୍ତୁ ।
  • ବିହନରୁ ୧୦୦ଟି ଲେଖାଏଁ ନେଇ ପ୍ରତି କପଡ଼ା ଉପରେ ସମାନ ଭାବେ ରଖନ୍ତୁ (ଗଣିବାରେ ସୁବିଧା ହେବା ପାଇଁ ପ୍ରତି ଧାଡ଼ିରେ ୧୦ଟି ଲେଖାଏଁ ୧୦ ଟି ଧାଡ଼ିରେ ରଖନ୍ତୁ)
  • ପ୍ରତି କପଡ଼ାକୁ ଯତ୍ନ ସହକାରେ ଅଲଗା ଅଲଗା କାଠିରେ ଗୁଡ଼ାଇ ଦିଅନ୍ତୁ, ଯେପରି ବିହନ ପଡ଼ି ନଯିବ ।
  • କପଡ଼ାକୁ ବାଡ଼ି ସହିତ ସୂତାରେ ବାନ୍ଧି ଏହାକୁ ଉଷୁମ ଓ ଆର୍ଦ୍ର ସ୍ଥାନରେ ୫ ଦିନ ପର୍ଯ୍ୟନ୍ତ ରଖନ୍ତୁ ।
  • ଏହି ସମୟରେ କପଡ଼ାକୁ ଓଦା ରଖାଯିବା ଦରକାର ।
  • ଏହାର ୫ ଦିନ ପରେ କପଡ଼ାକୁ ଖୋଲି ଚେର ହୋଇଥିବା ବିହନ ସଂଖ୍ୟା ଗଣନ୍ତୁ । ଯଦି ପ୍ରତି କପଡ଼ାରେ ୧୦ଟି ବିହନ ଥାଏ, ତେବେ ଗଜା ବାହାରିଥିବା ସଂଖ୍ୟାକୁ ବିହନର ଗଜା ହେବା ହାର ବୋଲି ଧରାଯିବ (ଅର୍ଥାତ୍ ୧୦୦ ଟି ବିହନରୁ ୮୫ଟି ଗଜା ବାହାରିଥିଲେ ଗଜା ହେବା କ୍ଷମତା ୮୫% ବୋଲି ବୁଝାଯିବ)
  • ଶତକଡ଼ା ୭୦ ଭାଗରୁ କମ୍ ଗଜା ହୋଇଥିଲେ ଏହି ବିହନକୁ ପରିତ୍ୟାଗ କରି ନୂତନ ବିହନ ବ୍ୟବହାର କରନ୍ତୁ । ଗଜା ହେବା କ୍ଷମତା ୭୦% ରୁ ୮୫% ମଧ୍ୟରେ ରହିଥିଲେ ବିହନକୁ ପରିଷ୍କାର କରି ସେହି ଅନୁସାରେ ବୁଣିବା ପରିମାଣ ନିର୍ଦ୍ଧାରଣ କରନ୍ତୁ ।
ପାଣିରେ ଭସାଇ ବିହନ ପରିଷ୍କାର କରିବା

ତଳି ପକାଇବା ପାଇଁ ବିହନକୁ ଭିଜାଇବା ପୂର୍ବରୁ ଏଥିରୁ ଅଗାଡ଼ି ଓ ଅଧା ପୂରଣ ହୋଇଥିବା ଧାନ ବାହାର କରନ୍ତୁ । ଏହି ବିହନରୁ ଦୁର୍ବଳ ଚାରା ସୃଷ୍ଟି ହୋଇଥାଏ । ବିହନକୁ ସଫା ପାଣିଥିବା ଗୋଟିଏ ବାଲ୍ତିରେ ରଖି ଘାଣ୍ଟି ଦିଅନ୍ତୁ । ପାଣିରେ ଭାସୁଥିବା ବିହନକୁ ବାହାର କରିଦିଅନ୍ତୁ ।

ବିହନ ଭିଜାଇବା

ବୁଣିବା ପୂର୍ବରୁ ବିହନକୁ ୪-୮ ଘଣ୍ଟା ଭିଜାଇ ପୁନର୍ବାର ଶୁଖାନ୍ତୁ । ଏହି ଉପଚାରର ୧-୨ ଦିନ ମଧ୍ୟରେ ବିହନ ବୁଣିବା ଦରକାର । ପାଣିରେ ଭାସୁଥିବା ବିହନ ଅଗାଡ଼ି ଓ ନଷ୍ଟ ହୋଇଥିବାରୁ ଏହାକୁ ବାହାର କରି ଦିଅନ୍ତୁ ।

ପ୍ରାକ୍ ଗଜା କରିବା

ଉପଚାର ହୋଇଥିବା ବିହନକୁ ୧୨-୨୪ ଘଣ୍ଟା ପାଣିରେ ଭିଜାଇ ପାଣି ନିଗାଡ଼ି ଦିଅନ୍ତୁ । ଶୀତୁଆ ପାଗରେ ବିହନକୁ ୩୬-୪୮ ଘଣ୍ଟା ଭିଜାଯାଇପାରେ । ପାଣି ନିଗାଡ଼ି ଦେଇ ବିହନକୁ ଗୋଟିଏ ଅଖାମୁଣାରେ ରଖି ପବନ ଚଳାଚଳ ହେଉଥିବା ଛାଇ ଜାଗାରେ ୨୪ ଘଣ୍ଟା ରଖନ୍ତୁ । ଅଖା ମୁଣାର ତାପମାତ୍ରା ୪୨ ଡିଗ୍ରୀ ସେଲସିଅସରୁ ଅଧିକ ହେଲେ କିଛି ବିହନ ନଷ୍ଟ ହୋଇପାରେ ।

ବିହନ ବିଶୋଧନ

ବିହନ ବିଶୋଧନ ଫଳରେ ବିହନ, ମୃତ୍ତିକା ଏବଂ ବାୟୁ ବାହିତ ରୋଗ ହୋଇ ନଥାଏ । ଏହାଦ୍ୱାରା ଗଜା ହେବା କ୍ଷମତା ବୃଦ୍ଧି ପାଇବା ସହିତ ଚାରା ଗଛ ହୃଷ୍ଟପୁଷ୍ଟ ହୁଏ ଓ ଅଧିକ ଅମଳ ମିଳେ । ବୁଣିବା ପୂର୍ବରୁ ବିହନକୁ ଆଜୋସ୍ପିରିଲମ୍ ବା କବକନାଶକ ଦ୍ୱାରା ବିଶୋଧନ କରିବା ଉଚିତ୍ ।

ତଳି ପ୍ରସ୍ତୁତି

ଜଳସେଚନର ସୁବିଧା ଥିବା ସ୍ଥାନରେ ତଳି ପ୍ରସ୍ତୁତ କରାଯିବା ଆବଶ୍ୟକ । ଭଲ ଭାବେ ହଳ କରି ମାଟିକୁ ସମତୁଲ କରନ୍ତୁ ଓ ତଳି ପଟାଳିରୁ ଘାସ ବାହାର କରିଦିଅନ୍ତୁ । ତଳି ପଟାଳିରେ ପୂର୍ବରୁ ଗଜା ହୋଇଥିବା ବିହନ ବୁଣନ୍ତୁ । ପାଣି ଜମି ନ ରହିବା ପାଇଁ ତଳି ପଟାଳିକୁ ଉଚ୍ଚ କରନ୍ତୁ ।

    Nursery management

    ତଳି ପଟାଳିର ଆକାର

    ଜମିର ଆୟତନ (ହେକ୍ଟର)ତଳି ପଟାଳିର ଆକାର (ବର୍ଗ ମିଟର)ବିହନ ପରିମାଣସାର ପରିମାଣ
      ଅଧିକ ଅମଳକ୍ଷମସଙ୍କର କିସମ(କି.ଗ୍ରା. ଡିଏପି)
    ୦.୨୫୨୫୦୧୦୩.୭୫
    ୦.୫୫୦୦୨୦୭.୫୧୦
    ୦.୭୫୭୫୦୩୦୧୧.୨୫୧୫
    ୧.୦୧୦୦୦୪୦୧୫୨୦
    ୧.୨୫୧୨୫୦୫୦୧୮.୭୫୨୫
    ୧.୫୧୫୦୦୬୦୨୨.୫୩୦
    ୧.୭୫୧୭୫୦୭୦୨୬.୨୫୩୫
    ୨.୦୨୦୦୦୮୦୩୦୪୦

    ଜମି ପ୍ରସ୍ତୁତି

    ଜମିକୁ ଭଲ ଭାବେ ପ୍ରସ୍ତୁତ କରନ୍ତୁ

    ଯେଉଁଠି ସମ୍ଭବ, ପୂର୍ବ ଫସଲ ଅମଳ ପରେ ଜମିରେ ବତର ଥିଲେ ବିଳମ୍ବ ନ କରି ଜମିକୁ ହଳ କରିଦିଅନ୍ତୁ । ପ୍ରଥମ ବା ପ୍ରାରମ୍ଭିକ ଚାଷ : ବୁଣିବା/ ରୋଇବାର ଅନ୍ତତଃ ୩୦ ଦିନ ପୂର୍ବରୁ ଡିସ୍କ ବା ମୋଡ଼ପତ୍ର ଲଙ୍ଗଳ ସାହାଯ୍ୟରେ ହଳକରି ପୁରୁଣା ଘାସ ଓ ଫସଲର ଅବଶିଷ୍ଟାଂଶକୁ ମାଟି ସହିତ ମିଶାଇ ଦିଅନ୍ତୁ । ଅତି ବେଶିରେ ୧୦-୧୫ ସେ.ମି. (୪-୬ ଇଂଚ) ଗଭୀରତାରେ ଚାଷ କରନ୍ତୁ । ଦ୍ୱିତୀୟ ଚାଷ : ଟେଳା ଭାଙ୍ଗିବା ପାଇଁ ଜମିକୁ ଡିସ୍କ ବା ଟାଇନ ଲଙ୍ଗଳ ସାହାଯ୍ୟରେ ଦୁଇଥର ହଳ କରନ୍ତୁ । ବୁଣିବାର ୧୪-୨୦ ଦିନ ପୂର୍ବରୁ ଦ୍ୱିତୀୟ ହଳ ହେବା ଦରକାର ଓ ବୁଣିବାର ୭ ଦିନ ପୂର୍ବରୁ ଶେଷ ଥର ହଳ ହେବା ଆବଶ୍ୟକ । ସର୍ବାଧିକ ୫-୮ ସେ.ମି. (୨-୩ ଇଂଚ) ଗଭୀରତା ପର୍ଯ୍ୟନ୍ତ ହଳ କରିବା ଦରକାର । ଗୋଟିଏ ସମତଳ ଜମିରେ ପ୍ରତି ୧୦୦ ମିଟର ଲମ୍ବାରେ ୧ ସେ.ମି. ଢାଲୁ ରହିଥିବା ଏବଂ ଓସାରରେ ୧ ସେ.ମି. ଢାଲୁ ରହିଥିବା ଦରକାର । ଧାନ ତଳି ରୋଇବାର ୧-୨ ଦିନ ପୂର୍ବରୁ ଶେଷଥର କାଦୁଅ ହଳ କରିବା ଉଚିତ୍ ।

    ହିଡ଼ ଓ ବନ୍ଧ ପରିଚାଳନା

    ହିଡ଼ ମରାମତି : ମୂଷା ଗାତକୁ ନଷ୍ଟ କରି ଏବଂ ଫାଟିଥିବା ସ୍ଥାନକୁ ନିବୁଜ କରି ହିଡ଼ ମରାମତି କରନ୍ତୁ । ହିଡ଼ଗୁଡ଼ିକ ୦.୪ ମିଟର ଉଚ୍ଚ ଓ ୦.୮ ମିଟର ଓସାରର ହେବା ଆବଶ୍ୟକ । ଜମିକୁ ଭଲଭାବେ ସମତୁଲ କଲେ ଉତ୍ତମ ଜଳ ପରିଚାଳନା ହେବା ସହିତ ଉପଯୁକ୍ତ ଗଛସଂଖ୍ୟା ରହେ ଓ ଘାସ ଦମନ ସୁବିଧାଜନକ ହୋଇଥାଏ ।

    Land preparationn
    Crop establishment

    ବିହନ ବୁଣାଯିବା / ରୁଆଯିବା

    ଶୁଷ୍କବୁଣା, ଗଜା ହୋଇଥିବା ବିହନ ବୁଣା ଓ ତଳି ରୁଆ ପଦ୍ଧତିରେ ଧାନର ବୁଣା /ରୁଆ କାର୍ଯ୍ୟ କରାଯାଇଥାଏ । ସ୍ଥାନୀୟ ପରିବେଶ, ମାଟିର ପ୍ରକାର ଓ ଫସଲ ଚାଷ ଅବସ୍ଥା ଉପରେ ନିର୍ଭର କରି ବୁଣାଯିବା / ରୁଆଯିବା ପଦ୍ଧତି ନିର୍ଦ୍ଧାରିତ କରାଯାଇଥାଏ । ହାତରେ ଛଟାବୁଣା କରି, ପୁଞ୍ଜି ପକାଇ, ଧାଡ଼ିରେ ବୁଣି ବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଉଭୟ ଆର୍ଦ୍ର ଓ ଶୁଷ୍କ ମାଟିରେ ଧାନ ବୁଣା ଯାଇଥାଏ । ଧାଡ଼ିରେ ବା ଧାଡ଼ି ନକରି ହାତରେ ହୋଇ ଅଥବା ଯନ୍ତ୍ର ସାହାଯ୍ୟରେ ଧାନ ରୁଆ ଯାଇଥାଏ । ରୁଆଧାନ ତୁଳନାରେ ବୁଣାଧାନ ଶୀଘ୍ର ଅମଳ ହୋଇଥାଏ, କିନ୍ତୁ ଏଥିରେ ଅଧିକ ଘାସ ଦେଖାଯାଏ ।

    ରୁଆଯିବା

    ତଳି ପଟାଳିରୁ ଚାରା ଗଛକୁ ଯତ୍ନ ସାହାଯ୍ୟରେ ଉପାଡନ୍ତୁ, ଯେପରି ଚେର ନଷ୍ଟ ହେବ ନାହିଁ । ବିହନ କିସମ ଓ ରୁଆଯିବା ପଦ୍ଧତି ଉପରେ ନିର୍ଭର କରି ତଳିର ବୟସ ନିର୍ଣ୍ଣୟ କରାଯାଇଥାଏ ।

    • ହାତରେ ରୋଇବାକୁ ଥିବା ସଅଳ ଓ ମଧ୍ୟମ କିସମ ପାଇଁ ୧୮-୨୦ ଦିନରେ ତଳି ଉପାଡ଼ନ୍ତୁ ।
    • ବିଳମ୍ବ କିସମ କ୍ଷେତ୍ରରେ ୨୫-୪୦ ଦିନରେ ତଳି ଉପାଡ଼ନ୍ତୁ ।
    ହାତରେ ରୋଇବା

    ସମାନ ଭାବେ ଗଛ ରହିବା ପାଇଁ ଦଉଡ଼ି ସାହାଯ୍ୟରେ ଧାଡ଼ି ଧାଡ଼ି କରି ତଳି ରୁଅନ୍ତୁ । ଧାଡ଼ିକୁ ଧାଡ଼ି ୨୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ରୁଅନ୍ତୁ । ତଳିକୁ ୧.୫ ରୁ ୩.୦ ସେ.ମି. ଗଭୀରତାରେ ସିଧା ଭାବେ ରୁଅନ୍ତୁ । ପ୍ରତି ବୁଦାରେ ୨ ରୁ ୩ ଟି ତଳି ରୁଅନ୍ତୁ । ସମାନ ଦୂରତାରେ ରୁଆଯିବା ପାଇଁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଚିହ୍ନ ଦିଆଯାଇଥିବା ଝୋଟ ଦଉଡ଼ି ବ୍ୟବହାର କରନ୍ତୁ । ସହଜରେ ଚାଷକାମ କରିବା ପାଇଁ ମଝିରେ ମଝିରେ ଖାଲି ସ୍ଥାନ ରଖନ୍ତୁ ।

    ଯାନ୍ତ୍ରିକ ରୋପଣ

    ଧାନରୁଆ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଧାନ ତଳି ରୁଆଯାଇପାରିବ । ଏଥିପାଇଁ ମସିଣା ପଦ୍ଧତିରେ ତଳି ପ୍ରସ୍ତୁତ କରାଯିବ । ପ୍ରାୟ ୧୫ ଦିନରେ ତଳିର ଉଚ୍ଚତା ୧୮-୨୦ ସେ.ମି. ହେଲେ ଯନ୍ତ୍ର ଦ୍ୱାରା ତଳି ରୁଆଯିବା ସହଜ ହୋଇଥାଏ ।

    ବୁଣାଯିବା

    ଶୁଷ୍କବୁଣା

    ସାଧାରଣତଃ ଅଣଜଳସେଚିତ ଖାଲ ଜମିରେ ଏହି ପଦ୍ଧତି ଅବଲମ୍ବନ କରାଯାଇଥାଏ । କୃଷକମାନେ ଶୁଖିଲା ମାଟିରେ ଧାନ ବିହନ ବୁଣି ହଳ କରି ଏହାକୁ ମାଟିରେ ପ୍ରବେଶ କରାଇ ଦେଇଥାନ୍ତି ।

    ଛଟାବୁଣା
    • ହେକ୍ଟର ପିଛା ୬୦-୮୦ କି.ଗ୍ରା. ବିହନକୁ ହାତରେ ସବୁଆଡ଼େ ସମାନ ଭାବେ ବୁଣି ସିଆର ମଧ୍ୟରେ ପକାନ୍ତୁ ।
    • ଜମିରେ ମଝିରେ ମଝିରେ ହାଲୁକା ସିଆର କରନ୍ତୁ ।
    • ବୁଣିବା ପରେ ଏକ ଦାନ୍ତି ଲଙ୍ଗଳ ସାହାଯ୍ୟରେ ବିହନ ଉପରେ ମାଟି ଘୋଡ଼ାଇ ଦିଅନ୍ତୁ ।
    ଡ୍ରିଲ୍ ପଦ୍ଧତି ବୁଣା
    • ଏହି ପଦ୍ଧତିରେ ବିହନ ବୁଣିବା ପାଇଁ ଟର୍ବୋ ହାପି ସିଡ଼ର ବ୍ୟବହାର କରାଯାଇଥାଏ ।
    • ହେକ୍ଟର ପ୍ରତି ୮୦-୧୦୦ କି.ଗ୍ରା. ବିହନ ବୁଣନ୍ତୁ ।
    • ଉଭୟ ଆର୍ଦ୍ର ଓ ଶୁଷ୍କ ଜମିରେ ବିହନ ବୁଣିବା ପରେ ଜଳସେଚନ କରାଯାଏ । ଜମିକୁ ସମତୁଲ କରାଯିବା ସହିତ ବିହନକୁ ୧୦-୧୫ ମି.ମି.ରୁ ଅଧିକ ଗଭୀରତାରେ ବୁଣାଯିବା ଉଚିତ୍ ନୁହେଁ ।
    • ଏହି ପଦ୍ଧତିରେ ବିହନ ବୁଣିବାବେଳେ ସାର ପ୍ରୟୋଗ କରାଯାଇପାରେ । ଛଟାବୁଣା ତୁଳନାରେ ଡ୍ରିଲ ପଦ୍ଧତିରେ ବିହନ ବୁଣାଯାଇଥିଲେ ଘାସ ଦମନ ସହଜ ହୋଇଥାଏ ।
    ଗାତ କରି ବୁଣିବା
    • ହଳ କରିବାରେ ଅସୁବିଧା ହେଉଥିବା ପାହାଡ଼ିଆ ଢାଲୁ ସ୍ଥାନରେ ଗାତ କରି ବୁଣିବା ପଦ୍ଧତିରେ ଧାନ ବୁଣା ଯାଇଥାଏ ।
    • ଗାତ କରିବା ପାଇଁ ଗୋଟିଏ ଲମ୍ବା ବାଡ଼ିରେ ଖୁରୁପି ସଂଯୋଗ କରାଯାଇଥାଏ ।
    • ଗାତରେ ବିହନ ପକାଇ ଏହା ଉପରେ ମାଟି ଘୋଡ଼ାଇ ଦେବା ଆବଶ୍ୟକ ।

    ଆର୍ଦ୍ରବୁଣା

    ଆର୍ଦ୍ର ଜମିରେ ଛଟାବୁଣା କରି ଅଥବା ଡ୍ରମ ସିଡ଼ର ବ୍ୟବହାର କରି କାଦୁଅରେ ବିହନ ବୁଣାଯାଇଥାଏ ।

    ଛଟାବୁଣା
    • ଭଲଭାବେ କାଦୁଅ କର।।ଯାଇ ପାଣି ନିଗିଡ଼ି ଯାଇଥିବା ଅଥବା ସାମାନ୍ୟ ଠିଆପାଣି ଥିବା ଜମିରେ ହେକ୍ଟର ପ୍ରତି ୮୦-୧୦୦ କି.ଗ୍ରା. ପ୍ରାକ୍ ଗଜା ହୋଇଥିବା ବିହନ ବୁଣନ୍ତୁ ।
    • ଜମିରେ କାଦୁଆ ପାଣି ରହିଥିଲେ ବୁଣିବା ପୂର୍ବରୁ ଏହାକୁ ଶୁଖିବା ପାଇଁ ୧-୨ ଦିନ ଛାଡ଼ି ଦିଅନ୍ତୁ ।
    • ବୁଣିବା ପରେ ଜମିରୁ ପାଣି ନିଗିଡ଼ି ଗଲେ ପ୍ରଥମ ବୁଣିବାର ୧୦-୧୫ ଦିନ ପରେ ପୁଣିଥରେ ବିହନ ବୁଣନ୍ତୁ ।
    ଡ୍ରମ୍ ସିଡ଼ର ଦ୍ୱାରା ବୁଣାଯିବା
    • ଶୀଘ୍ର ବୁଣିବା ପାଇଁ ଡ୍ରମ ସିଡର ବ୍ୟବହାର କରାଯାଏ । ସମତୁଲ ହୋଇଥିବା ଆର୍ଦ୍ର ଜମିରେ ଏହା ଭଲ କାର୍ଯ୍ୟ କରିଥାଏ । ତେବେ ଜମି କାଦୁଆ ହୋଇଥିଲେ ବା ଡ୍ରମ ସିଡ଼ର ଭଲ ଭାବେ ନିର୍ମାଣ ହୋଇ ନଥିଲେ ଏଥିରେ କାଦୁଅ ରୁନ୍ଧି ହେବାର ଆଶଙ୍କା ରହିଛି ।
    • ଏଥିପାଇଁ ହେକ୍ଟର ପ୍ରତି ୮୦ କି.ଗ୍ରା. ହିସାବରେ ପୂର୍ବରୁ ଗଜା ହୋଇଥିବା ବିହନ ପ୍ରସ୍ତୁତ କରନ୍ତୁ ।
    Wet direct seedingn

    ସାର ପ୍ରୟୋଗ

    ସୁପାରିଶ ଅନୁସାରେ ସାର ପ୍ରୟୋଗ କରନ୍ତୁ । ଧାନ ଫସଲ ପରିଚାଳକ ଆପ୍ ବ୍ୟବହାର କରି ଆପଣଙ୍କ କିସମ ପାଇଁ ସାରର ମାତ୍ରା ନିର୍ଦ୍ଧାରଣ କରନ୍ତୁ ।

    ସଅଳ କିସମ
    Short duration
    ମଧ୍ୟମ କିସମ
    Medium duration
    ବିଳମ୍ବ କିସମ
    Long duration

    ରୋଗପୋକ ପରିଚାଳନା

    ମୂଷା ଓ କବକ ଆଦି ଜୀବମାନଙ୍କ କାରଣ ଏବଂ ବାୟୁ, ଜଳ, ତାପମାତ୍ରା, ବିକିରଣ ଓ ମୃତ୍ତିକାର ଅମ୍ଳୀୟତା ଆଦି ନିର୍ଜୀବ କାରଣ ଯୋଗୁଁ ଫସଲରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ।

    Nursery management
    ନିରୀକ୍ଷଣ ସମୟ
    ଫସଲର ଅବସ୍ଥାକ’ଣ ଘଟିଥାଏ
    ତଳି ଅବସ୍ଥାସଁବାଳୁଆ, ଖାଦ୍ୟସାର ଅଭାବ ଲକ୍ଷଣ
    ପିଲ ଅବସ୍ଥା / ଗଣ୍ଠି ଛାଡ଼ିବା ଅବସ୍ଥାପତ୍ରପୋଡ଼ା ରୋଗ, ମହିଷା ରୋଗ, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ, ମାଟିଆଗୁଣ୍ଡି ପୋକ, କାଣ୍ଡବିନ୍ଧା ପୋକ, ଲେଡ଼ାପୋକ
    ଥୋଡ଼ ହେବା ଅବସ୍ଥାପତ୍ରପୋଡ଼ା ରୋଗ, ମହିଷା ରୋଗ, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ, ମାଟିଆଗୁଣ୍ଡି ପୋକ, କାଣ୍ଡବିନ୍ଧା ପୋକ, ଲେଡ଼ାପୋକ
    ଦାନା ପୂରଣ ହେବା ଅବସ୍ଥାସାଆରା ରୋଗ, କେଣ୍ଡା ମହିଷା ରୋଗ, ମାଟିଆଗୁଣ୍ଡି ପୋକ, ଲେଡ଼ା ପୋକ
    ଅମଳ ଅବସ୍ଥାପକ୍ଷୀ, ମୂଷା
    ସାଇତା ବେଳେମୂଷା ଓ ସାଇତା ଗୃହର ଅନ୍ୟାନ୍ୟ କୀଟ
    ପରିଚାଳନା

    ରୋଗପୋକ ଆକ୍ରମଣ ବିଷୟରେ ନିୟମିତ ଭାବେ ଧାନ ଫସଲକୁ ତଦାରଖ କରିବା ଦରକାର । ଫସଲର ରୋଗ ପୋକ ଚିହ୍ନଟ ପାଇଁ ଧାନ ଡାକ୍ତର ପରି ମୋବାଇଲ ଆପ୍ ବ୍ୟବହାର କରନ୍ତୁ । କୀଟ ଆକ୍ରମଣ ଆର୍ଥିକ ଦେହଳୀ ସୀମା ଅତିକ୍ରମ କଲେ ହିଁ ଏହାକୁ ନିୟନ୍ତ୍ରଣ କରାଯିବା ଦରକାର ।

    ରୋଗପୋକ ନିୟନ୍ତ୍ରଣର ସର୍ବଶ୍ରେଷ୍ଠ ଉପାୟ ହେଲା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ । ରୋଗପୋକ ଦ୍ୱାରା କ୍ଷତି ହ୍ରାସ କରିବା ପାଇଁ:

    • ଗୋଟିଏ ଫସଲ ଅମଳ ହେବା ପରେ ଅନ୍ୟ ଫସଲ ଚାଷ ପୂର୍ବରୁ କିଆରୀ ଓ ବିଭିନ୍ନ ଉପକରଣକୁ ଭଲଭାବେ ସଫା କରନ୍ତୁ ।
    • ପରିଷ୍କାର ବିହନ ଓ ରୋଗପୋକ ପ୍ରତିରୋଧି କ୍ଷମତା ଥିବା କିସମ ବ୍ୟବହାର କରନ୍ତୁ ।
    • ନିକଟସ୍ଥ ଜମି ସହିତ ସମାନ ସମୟରେ ଫସଲ ବୁଣନ୍ତୁ / ରୁଅନ୍ତୁ ।
    • ମାତ୍ରାଧିକ ପରିମାଣରେ ସାର ବ୍ୟବହାର କରନ୍ତୁ ନାହିଁ ।
    • କୀଟର ପ୍ରାକୃତିକ ଶତ୍ରୁକୁ ପ୍ରୋତ୍ସାହିତ କରନ୍ତୁ ।
    • ଧାନ ବୁଣିବାର ୪୦ ଦିନ ମଧ୍ୟରେ ଜୀବନାଶକ ଔଷଧ ପ୍ରୟୋଗ କରନ୍ତୁ ନାହିଁ ।
    • ଶସ୍ୟକୁ ଉପଯୁକ୍ତ ଭାବେ ସାଇତି ରଖନ୍ତୁ ।
    Weed management

    ଅନାବନା ଘାସ ପରିଚାଳନା

    • ଘାସ ମଞ୍ଜି ମିଶି ନଥିବା ଧାନ ବିହନ ବ୍ୟବହାର କରନ୍ତୁ ।
    • ତଳି ପଟାଳିକୁ ଘାସମୁକ୍ତ ରଖନ୍ତୁ ।
    • ଜମିକୁ ଭଲଭାବେ ପ୍ରସ୍ତୁତ କରି ସମତୁଲ କରନ୍ତୁ ଏବଂ ରୋଇବାବେଳେ ଏହାକୁ ଘାସମୁକ୍ତ ରଖନ୍ତୁ ।
    • ଛୋଟ ଅବସ୍ଥାରେ ଘାସକୁ ଦମନ କରନ୍ତୁ ଏବଂ ଫସଲର ପ୍ରାଥମିକ ଅବସ୍ଥାରେ ଘାସ ଦମନ କରନ୍ତୁ ।
    • ହାତରେ ଉପାଡ଼ି ଅଥବା କୋନୋ ୱିଡ଼ର ସାହାଯ୍ୟରେ ଘାସ ଦମନ କରୁଥିଲେ ରୋଇବାର ୧୫ ଏବଂ ୩୦ ଦିନ ପରେ ଘାସ ନିୟନ୍ତ୍ରଣ କରନ୍ତୁ ।
    • ରାସାୟନିକ ପଦ୍ଧତିରେ ଘାସ ଦମନ କରିବା ପାଇଁ ରୋଇବାର ୨-୩ ଦିନ ପରେ (ଜମିରେ ବତର ଥିବାବେଳେ) ବୁଟାକ୍ଲୋର ବା ପ୍ରେଟିଲାକ୍ଲୋର ବା ପେଣ୍ଡିମେଥାଲିନ ବା ଅକ୍ସାଡାୟାର୍ଜିଲ ଔଷଧ ପ୍ରୟୋଗ କରନ୍ତୁ । ଏହା ବଦଳରେ ରୋଇବାର ୧୦-୧୫ ଦିନ ପରେ ବିସ୍ପାଇରିବାକ ସୋଡ଼ିଅମ୍ ବା ପାଇରୋଜୋସଲଫ୍ୟୁରନ୍ ଇଥାଇଲ ଅଥବା ରୋଇବାର ୨୦-୨୫ ଦିନ ପରେ ୨, ୪-ଡି ଇଥାଇଲ ଇଷ୍ଟର ପ୍ରୟୋଗ କରନ୍ତୁ । ଏସବୁକୁ ଏକାକୀ ଅଥବା ଉପଯୁକ୍ତ ଭାବେ ମିଳିତ ଭାବେ ପ୍ରୟୋଗ କରାଯାଇପାରେ ।
    • ଘାସମରା ଔଷଧ ପ୍ରୟୋଗ ପାଇଁ ଏକାଧିକ ନୋଜଲ ବୁମ ସହିତ ଫ୍ଲାଟ ଫ୍ୟାନ ନୋଜଲ ବ୍ୟବହାର କରନ୍ତୁ ।
    • ଘାସମରା ଔଷଧ ବ୍ୟବହାରବେଳେ ସୁରକ୍ଷା ନିୟମାବଳୀ ପାଳନ କରିବା ସହିତ ପ୍ୟାକେଟ ଉପରେ ଲେଖାଥିବା ସୁପାରିଶ ଅନୁସାରେ ଔଷଧ ପ୍ରୟୋଗ କରନ୍ତୁ ।
    Water management

    ଜଳ ପରିଚାଳନା

    ତଳି ରୋଇବା ପରେ ପାଣି ମଡ଼ାନ୍ତୁ । କେଣ୍ଡା ହେବାର ତୃତୀୟ ଅବସ୍ଥା ପର୍ଯ୍ୟନ୍ତ କିଆରୀରେ ଅଳ୍ପ ପାଣି (୨-୩ ସେ.ମି.) ରଖନ୍ତୁ । ଅମଳ କରିବାର ଏକ ସପ୍ତାହ ପୂର୍ବରୁ ଜଳ ନିଷ୍କାସନ କରନ୍ତୁ ।

    କେତେବେଳେ ଅମଳ କରାଯିବ

    ଫସଲରେ ଜଳୀୟ ଅଂଶର ମାତ୍ରା ପରୀକ୍ଷା କରନ୍ତୁ । ଶସ୍ୟର ଜଳୀୟ ଅଂଶ ୨୦-୨୫% ହୋଇଥିବାବେଳେ ଅଥବା କେଣ୍ଡାରେ ୮୦-୮୫% ଧାନ ନଡ଼ା ରଙ୍ଗର ହୋଇଗଲେ ଧାନ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଏହି ସମୟରେ କେଣ୍ଡାର ନିମ୍ନ ଭାଗରେ ଥିବା ଧାନ ସମ୍ପୂର୍ଣ୍ଣ ପକାଳ ହୋଇ ଟାଣ ହୋଇଯାଇଥିବ । ଫୁଲ ହେବାର ପ୍ରାୟ ୩୦ ଦିନ ପରେ ଏହି ଅବସ୍ଥା ଆସିଥାଏ ।

    କାଟିବା

    କେଣ୍ଡାରେ ୮୦-୮୫% ଧାନ ନଡ଼ା ରଙ୍ଗର ହୋଇଗଲେ ଧାନ କାଟନ୍ତୁ । କେଣ୍ଡାର ନିମ୍ନ ଭାଗରେ ଥିବା ଧାନ ପାକଳ ହୋଇ ଟାଣ ହୋଇଥିବା (ଫୁଲ ହେବାର ପ୍ରାୟ ୩୦ ଦିନ ପରେ) ଦରକାର । ଦାନାରେ ୨୦-୨୫% ଜଳୀୟ ଅଂଶ ଥିବାବେଳେ ଧାନ କାଟନ୍ତୁ ।

    ଖଳାରେ ଅମଳ

    ଧାନ କାଟିବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ଖଳାରେ ଶୁଖାଇ କେଣ୍ଡାରୁ ଧାନ ଅଲଗା କରାଯାଏ । ଜମିରେ ଶୁଖାନ୍ତୁ ନାହିଁ ବା ଅଧିକ ଦିନ ଗଦା କରି ରଖନ୍ତୁ ନାହିଁ । ଏହାଦ୍ୱାରା କୀଟ, ପକ୍ଷୀ, ମୂଷା ଓ ରୋଗ ଦ୍ୱାରା ଶସ୍ୟ ନଷ୍ଟ ହେବାର ଆଶଙ୍କା ରହିଛି ।

    Harvesting
    ଶୁଖାଇବା

    ଯାନ୍ତ୍ରିକ ପଦ୍ଧତିରେ ଶୁଖାଇବା ସମ୍ଭବ ନହେଲେ ମସିଣା, ପ୍ଲାଷ୍ଟିକ ଚାଦର ବା କାନ୍ଭାସ ଉପରେ ଧାନ ଶୁଖାନ୍ତୁ । ସିଧାସଳଖ ଖଳାରେ ଶୁଖାଇଲେ ଶସ୍ୟ ମାଟିରୁ ଜଳୀୟ ଅଂଶ ଗ୍ରହଣ କରିପାରେ । ଧାନକୁ ୪ ସେ.ମି. ଉଚ୍ଚତା ମଧ୍ୟରେ ଖେଳାଇ ଶୁଖାଯାଇପାରେ । ସମାନ ଭାବେ ଶୁଖିବା ପାଇଁ ଶସ୍ୟକୁ ପ୍ରତି ୩୦ ମିନିଟ୍ ବ୍ୟବଧାନରେ ଓଲଟପାଲଟ କରନ୍ତୁ । ଶସ୍ୟର ତାପମାତ୍ରା ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ (୪୩ଂ ସେଲ୍ସିୟସ୍ରୁ ଅଧିକ) ଏବଂ ବର୍ଷା ବା କାକର ଦ୍ୱାରା ଧାନକୁ ଓଦା ହେବାକୁ ଦିଅନ୍ତୁ ନାହିଁ ।

    ସାଇତିବା

    ପରିଷ୍କାର ସ୍ଥାନରେ ନିବୁଜ ବା ବାୟୁରୁଦ୍ଧ ଅବସ୍ଥାରେ ଧାନକୁ ସାଇତି ରଖନ୍ତୁ । ଶସ୍ୟ ସାଇତିବା ପାଇଁ ଣ୍ଟ ୧୪% ଓ ବିହନ ସାଇତିବା ପାଇଁ ଣ୍ଟ ୧୨% ଜଳୀୟଅଂଶ ରଖାଯାଇପାରେ ।

    ବିହନ ଉତ୍ପାଦନ ପାଇଁ

    ଶସ୍ୟ ପରି ଚାଷ ପଦ୍ଧତି ଅବଲମ୍ବନ କରନ୍ତୁ । ଏଥିପାଇଁ କେତେକ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ।

    ବାଳୁଙ୍ଗା ଦମନ

    ବିହନ ଉତ୍ପାଦନ କରାଯାଉଥିବା ଜମିରୁ ଅନ୍ୟ କିସମର ଧାନ ଗଛକୁ ଅଲଗା କରିବାକୁ ବାଳୁଙ୍ଗା ଦମନ କୁହାଯାଇଥାଏ । ଏହା କରିବା ଦ୍ୱାରା ପର ପରାଗସଙ୍ଗମ ପଦ୍ଧତିରେ ଅନ୍ୟାନ୍ୟ କିସମର ପରାଗରେଣୁ ଆସି ବିହନ ପାଇଁ ଉଦ୍ଦିଷ୍ଟ କିସମରେ ପରାଗ ସଙ୍ଗମ କରିପାରେ ନାହିଁ । ବିହନ ଉତ୍ପାଦନ କରାଯାଉଥିବା କିଆରୀରେ ଅଲଗା ଆକାର ବା ପ୍ରକାରର ଦେଖାଯାଉଥିବା ଧାନଗଛକୁ ବାଳୁଙ୍ଗା କୁହାଯାଏ ।

    ବାଳୁଙ୍ଗା ଆସିବାର ଉତ୍ସ
    • ପୂର୍ବ ଫସଲର ମଞ୍ଜିରୁ ଆପେ ଆପେ ଉଠିଥିବା ଗଛ
    • ପ୍ରାକୃତିକ ଭାବେ ପରାଗ ସଙ୍ଗମ ବା ମ୍ୟୁଟେସନ
    • ବ୍ୟବହାର କରାଯାଇଥିବା ବିହନରେ ସାମାନ୍ୟ ଜିନୀୟ ପରିବର୍ତ୍ତନ
    • କିସମ ବିକାଶ ଜନିତ ପ୍ରଭେଦ ଏବଂ
    • ବିହନ ଅମଳ ପରବର୍ତ୍ତୀ ସମୟରେ ମିଶ୍ରଣ
    ଅନ୍ୟ କିସମ ଗଛକୁ କିପରି ଚିହ୍ନଟ କରାଯିବ

    ଗଛର ଗୁଣାବଳୀକୁ ଲକ୍ଷ କରି ଏହା ଅଲଗା ପ୍ରକାର କି ନୁହେଁ ଚିହ୍ନଟ କରାଯାଇପାରିବ:

    • କିଆରୀରେ ଥିବା ଅନ୍ୟାନ୍ୟ ଗଛଠାରୁ ଡେଙ୍ଗା ବା ଗେଡ଼ା ଗଛ
    • ଭିନ୍ନ ରଙ୍ଗର ପତ୍ର, ପତ୍ରାଛଦ ବା ନଡ଼ା ଥିବା ଗଛ
    • ଅଂଶାର ଉପସ୍ଥିତି ବା ଅନୁପସ୍ଥିତି : ଅନ୍ୟାନ୍ୟ ଗଛ ତୁଳନାରେ ଗୋଟିଏ ଗଛରେ ଅଂଶାର ଉପସ୍ଥିତି ଭିନ୍ନ ହୋଇଥିଲେ ଏହା ଅନ୍ୟ କିସମ ବୋଲି ଜଣାଯିବ ।
    • ଗୋଟିଏ ଗଛରୁ ଶୀଘ୍ର ବା ବିଳମ୍ବରେ କେଣ୍ଡା ବାହାରୁଥିଲେ ଏହାକୁ ଅନ୍ୟ କିସମ ବୋଲି ଧରାଯିବ । ଦୁଇରୁ ତିନି ଦିନ ମଧ୍ୟରେ ଫୁଲ ହେଉଥିବା ଗଛ ଗୁଡ଼ିକୁ ରଖାଯିବା ଦରକାର ।
    • ଥୋଡ଼ ପତ୍ରର ଅବସ୍ଥିତି : ଗୋଟିଏ କିଆରୀରେ ସମସ୍ତ ଥୋଡ଼ ପତ୍ର ସିଧା ରହିଥିବା ବେଳେ କିଛି ଗଛରେ ଯଦି ଏହା ଭୂସମାନ୍ତରାଳ ଭାବେ ବା ଝୁଲି ରହିଥାଏ, ତେବେ ଏହାକୁ ଅନ୍ୟ କିସମ ବୋଲି ଧରାଯିବ ।
    • ଶସ୍ୟର ଆକାର, ଆକୃତି ଓ ରଙ୍ଗରେ ବିଷମତା : ଅଧିକାଂଶ କେଣ୍ଡାରେ ଲମ୍ବା ଧାନ ରହିଥିଲେ ଗେଡ଼ା ଧାନ ଥିବା ଗଛକୁ ଅନ୍ୟ କିସମ ଧରି ନିଆଯିବ । ସେହିପରି ଅଧିକାଂଶ ଗଛରେ ଧାନର ଦାନା ସରୁ ହୋଇଥିଲେ ମୋଟା ଦାନା ଥିବା ଗଛ ଅନ୍ୟ କିସମର ବୋଲି ଜଣାଯିବ ।
    • ରୋଗ ବା ପୋକ ଦ୍ୱାରା ଆକ୍ରାନ୍ତ ଗଛ
    କେତେବେଳେ ବାଳୁଙ୍ଗା ଦମନ କରାଯିବ

    ବାଳୁଙ୍ଗା ଦମନ ପାଇଁ ପିଲ ହେବା, ଥୋଡ଼ ହେବା ଏବଂ ୫୦% ଫୁଲ ହେବା ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ଅଟେ ।

    Seed conditioningn
    ବିହନ ଉପଚାର

    ଅମଳ ପରବର୍ତ୍ତୀ ପରିଚାଳନା ପରେ ବିହନ ପ୍ୟାକିଂ କରିବା ବେଳେ ବିହନ ପ୍ରମାଣୀକରଣ ମାନ ପୂରଣ ପାଇଁ ବିହନର କେତେକ ଉପଚାର କରିବାକୁ ହେବ । ବିହନରେ ମିଶି ରହିଥିବା ଅସ୍ୱାଭାବିକ ଆକୃତି, ବିବର୍ଣ୍ଣ, ଗଜା ହୋଇଥିବା, ଭାଙ୍ଗିଥିବା ବା ଫିମ୍ପି ମାରିଥିବା ଶସ୍ୟ ଯୋଗୁଁ ବିହନର ମାନ, ଗଜା ହେବା କ୍ଷମତା ଓ ହୃଷ୍ଟପୁଷ୍ଟ ଚାରା ହେବା କ୍ଷମତା ଗଭୀର ଭାବେ ପ୍ରଭାବିତ ହୋଇଥାଏ ।

    ବିହନ ପରିଷ୍କାର କରାଯିବା

    ବିହନ ପରିଷ୍କାରକ ଯନ୍ତ୍ର ସାହାଯ୍ୟରେ ଧାନକୁ ଉଡ଼ାଯାଇ ହାଲୁକା ପଦାର୍ଥ (ଯଥା ଅଗାଡ଼ି) ବାହାର କରାଯିବା ସହିତ ଚାଲୁଣିରେ ଚଲାଯାଇ କ୍ଷୁଦ୍ର ସାମଗ୍ରୀ (ଯଥା ଘାସ ମଞ୍ଜି) ଏବଂ ବୃହଦାକାର ସାମଗ୍ରୀ (ଯଥା ନଡ଼ାଖଣ୍ଡ) ଅଲଗା କରାଯାଇଥାଏ ।

    ବିହନ ଗ୍ରେଡ଼ିଂ କରାଯିବା

    ବ୍ୟବସାୟିକ ଉଦ୍ଦେଶ୍ୟରେ ବିହନ ପ୍ରକ୍ରିୟାକରଣ ପାଇଁ ବିହନର ଆକାର ଏବଂ ଓଜନ ଏକାପରି ହେବା ଦରକାର । ଏଥିପାଇଁ ଅନେକ ପ୍ରକାରର ଉପକରଣ ବ୍ୟବହାର କରାଯାଉଛି । ସେସବୁ ମଧ୍ୟରେ ମାଧ୍ୟାକର୍ଷଣ ଟେବୁଲ, ଘୂର୍ଣ୍ଣାୟମାନ ସ୍କ୍ରିନ୍, ଦନ୍ତୁରିତ ସିଲିଣ୍ଡର ଏବଂ ଦୈର୍ଘ୍ୟ ଗ୍ରେଡ଼ର ପ୍ରମୁଖ ଅଟେ ।

    ବିହନ ଶୁଦ୍ଧତା

    ଅନ୍ୟ କିସମ ବା ଅନ୍ୟ ପ୍ରକାରର ଧାନ ମିଶିବାକୁ ନ ଦେଇ ବିହନର ଶୁଦ୍ଧତା ବଜାୟ ରଖନ୍ତୁ ।

    ବିହନ ନମୁନା ସଂଗ୍ରହ

    ବିହନ ପ୍ରକ୍ରିୟାକରଣ ଏବଂ ଆବଶ୍ୟକ ହେଲେ ବିହନ ବିଶୋଧନ ପରେ ପ୍ରମାଣନ ସଂସ୍ଥା ତରଫରୁ ବିହନ ପରୀକ୍ଷା ନିୟମାବଳୀ ଅନୁସାରେ ବିହନରୁ ନମୁନା ସଂଗ୍ରହ କରାଯିବ । ଏହି ପଦ୍ଧତିରେ ସଂଗ୍ରହ କରାଯାଇଥିବା ନମୁନା ପରିମାଣ ତିନୋଟି ନମୁନା ପ୍ରସ୍ତୁତ କରିବା ପାଇଁ ଯଥେଷ୍ଟ ହେବା ଦରକାର । ସଂଗ୍ରହ କରାଯାଇଥିବା ନମୁନା ବିହନକୁ ସମାନ ତିନି ଭାଗରେ ବିଭକ୍ତ କରି ଗୋଟିଏ ଭାଗ ପରୀକ୍ଷା ପାଇଁ ବିହନ ମାନ ପରୀକ୍ଷାଗାରକୁ ପଠାଯାଏ, ଗୋଟିଏ ଭାଗ ବିହନ ଉତ୍ପାଦନକାରୀଙ୍କ ପାଖରେ ରହେ ଓ ଅନ୍ୟ ଭାଗଟି ମୂଳ ନମୁନା ଭାବେ ସାଇତି ରଖାଯାଏ ।

    ବିହନ ପରୀକ୍ଷା ରିପୋର୍ଟ

    ନିର୍ଦ୍ଧାରିତ ପଦ୍ଧତି ଅବଲମ୍ବନ କରି ବହନ ମାନ ବିଷୟରେ ପରୀକ୍ଷାଗାର ତରଫରୁ ଯଥାଶୀଘ୍ର ଅର୍ଥାତ୍ ନମୁନା ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ବିହନ ପ୍ରମାଣନ ସଂସ୍ଥାକୁ ବିହନ ପରୀକ୍ଷା ରିପୋର୍ଟ ପ୍ରଦାନ କରାଯାଏ । ଅବଶ୍ୟ କେତେକ କ୍ଷେତ୍ରରେ ବିହନ ପରୀକ୍ଷା ପାଇଁ ୩୦ ଦିନରୁ ଅଧିକ ସମୟ ଆବଶ୍ୟକ ହୋଇଥାଏ ।