ଉତ୍ପାଦନ ପରବର୍ତ୍ତୀ କାର୍ଯ୍ୟ
ଚାଉଳର ଖାଦ୍ୟ ମୂଲ୍ୟ ବୃଦ୍ଧି ଏବଂ ବଜାର ଚାହିଦା ବୃଦ୍ଧି ପାଇଁ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ଯଥା ଶୁଖାଇବା, ସାଇତିବା ଓ ପେଷିବା ଆଦି କାର୍ଯ୍ୟ କରାଯାଇଥାଏ ।
ଅମଳ
ଅଧିକ ଅମଳ ପାଇବା ଓ ଉନ୍ନତ ମାନର ଶସ୍ୟ ପାଇଁ ଠିକ୍ ସମୟରେ ଅମଳ କରାଯିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଉପଯୁକ୍ତ ସମୟ ପୂର୍ବରୁ ଫସଲ ଅମଳ କରାଗଲେ ଯଥେଷ୍ଟ ଅଗାଡ଼ି ଓ ପାକଳ ହୋଇ ନଥିବା ଧାନ ମିଳିଥାଏ । ପାକଳ ହୋଇ ନଥିବା ଧାନ ପେଷିବା ବେଳେ ସହଜରେ ଭାଙ୍ଗିଯାଏ ଓ ବିହନ ପାଇଁ ବ୍ୟବହାର କରାଗଲେ ଏଥିରୁ ଗଜା ବାହାରି ନଥାଏ ।
ଶୁଖାଇବା
ସାଧାରଣତଃ ଶସ୍ୟରେ ୨୪-୨୬% (ଓଜନ ଅନୁସାରେ) ଜଳୀୟ ଅଂଶ ଥିବାବେଳେ ଧାନ ଅମଳ କରାଯାଏ । ଶୁଖାଇବାରେ ବିଳମ୍ବ ହେବା, ସମ୍ପୂର୍ଣ୍ଣ ନ ଶୁଖାଇବା ବା ଅସମାନ ଭାବେ ଶୁଖାଇବା ଦ୍ୱାରା ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ କ୍ଷତି ହୋଇଥାଏ ।
ସାଇତା
ଧାନକୁ ଚାଉଳ ନକରି ଅବସ୍ଥାରେ ଅଧିକ ଦିନ ସାଇତା ଯାଇପାରେ । ଫଳରେ ଚାଉଳ ଉପରେ ରହିଥିବା ଆବରଣ ଯୋଗୁଁ କୀଟ ଆକ୍ରମଣରୁ ଶସ୍ୟକୁ ସୁରକ୍ଷା ମିଳିବା ସହିତ ଶସ୍ୟର ମାନ ହ୍ରାସ ପାଇ ନଥାଏ । ଗୋଟିଏ ନିରାପଦ ବା ବାୟୁରୁଦ୍ଧ ସାଇତା ବ୍ୟବସ୍ଥା ଯୋଗୁଁ ଶୁଖାଇବା ପରେ ଧାନ ପୁଣିଥରେ ଜଳୀୟ ଅଂଶ ଗ୍ରହଣ କରିପାରେ ନାହିଁ ଏବଂ କୀଟ, ମୂଷା ଓ ପକ୍ଷୀ ଆକ୍ରମଣରୁ ସୁରକ୍ଷିତ ରହିଥାଏ ।
ଧାନ ପେଷିବା ଓ ପ୍ରକ୍ରିୟାକରଣ
ଧାନ ପେଷିବା ଦ୍ୱାରା କୁଣ୍ଡା ଓ ବ୍ରାନର ଆସ୍ତରଣ ବାହାରିଯାଇ ଧଳା ଚାଉଳ ମିଳିଥାଏ । ଜଳୀୟ ଅଂଶ ୧୩-୧୫% ଥିବାବେଳେ ଧାନକୁ ଭଲ ଭାବେ ପେଷା ଯାଇପାରେ । ଏହି ପ୍ରକ୍ରିୟା ବିଭିନ୍ନ ସୋପାନ ଦେଇ କରାଗଲେ ସୁଫଳ ମିଳିଥାଏ ।
ଉପ ଉତ୍ପାଦ
ଧାନ ବିଶ୍ଵର ଅଧିକାଂଶ ଲୋକଙ୍କର ମୁଖ୍ୟ ଖାଦ୍ୟ ଅଟେ । ଏହାକୁ ମୁଖ୍ୟତଃ, ବିହନ, ଖାଦ୍ୟ ଓ ଅନ୍ୟାନ୍ୟ ପାନୀୟ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହା ଛଡ଼ା, ଧାନର ଅନ୍ୟାନ୍ୟ ଅଂଶ ଯେପରି, ନଡ଼ା, ଚୋପା ଓ କୁଣ୍ଡା ଇତ୍ୟାଦିକୁ ଏହାର ଉପ-ଉତ୍ପାଦ ବୋଲି କୁହାଯାଇଥାଏ ଏବଂ ଏଗୁଡ଼ିକୁ ଗାଈ ଗୋରୁ ଓ ଅନ୍ୟ