ଗୋଟିଏ ଫସଲ ପଦ୍ଧତିରେ ଜଳବାୟୁ, ଜମିର ପ୍ରକାର, ମୃତ୍ତିକାର ପ୍ରକାର, ଫସଲ ଚାଷ ଅବଧି, ଜଳୀୟ ଅଂଶର ଉପଲବ୍ଧତା, ଶ୍ରମିକ ମିଳିବା, ସାଧନ ଓ ଋଣ ମିଳିବା, ରୋଗପୋକ ଅବସ୍ଥା, ଲୋକଙ୍କ ପାଖରେ ଥିବା ଜମିର ପରିମାଣ, ଉତ୍ପାଦିତ ସାମଗ୍ରୀ ପାଇଁ ଘରୋଇ ଚାହିଦା, ଉତ୍ପାଦିତ ସାମଗ୍ରୀର ବିକ୍ରି ସୁବିଧା ଏବଂ ବଳକା ଉତ୍ପାଦନ ସାମଗ୍ରୀରୁ ମିଳିବାକୁ ଥିବା ଲାଭ ଉପରେ ନିର୍ଭର କରି ଫସଲ ଚୟନ କରାଯାଇଥାଏ । ସାଧନର ସୁବିନିଯୋଗ କରି ଅଧିକ ଲାଭ ପାଇବା ଉତ୍ତମ ଫସଲ ପଦ୍ଧତିରେ ପ୍ରାଥମିକତା ହେବା ଦରକାର । ଦୀର୍ଘକାଳୀନ ଭିତ୍ତିରେ ଅଧିକ ଅମଳ, ଅଧିକ ଲାଭ, ସମ୍ବଳ ବ୍ୟବହାର ଦକ୍ଷତା ବୃଦ୍ଧିକୁ ନଜରରେ ରଖି ଉପଯୁକ୍ତ ଫସଲ ପଦ୍ଧତିର ବିକାଶ ନିମନ୍ତେ ଉଦ୍ୟମ କରାଯାଇଛି । ଉପରୋକ୍ତ ବିଷୟଗୁଡ଼ିକର ବିବିଧତା ଏବଂ ରାଜ୍ୟର ସମସ୍ତ କୃଷି ଜଳବାୟୁ ମଣ୍ଡଳରେ ଧାନ ଫସଲର ଗୁରୁତ୍ୱକୁ ଉପଲବ୍ଧ କରି ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ ଓ କ୍ଷୁଦ୍ର ଶସ୍ୟ ଫସଲକୁ ସାମିଲ କରି ଧାନ ଭିତ୍ତିକ ବିଭିନ୍ନ ଫସଲ ପଦ୍ଧତି ଓ ଫସଲ ପର୍ଯ୍ୟାୟ ପ୍ରସ୍ତୁତ କରାଯାଇଛି ।
ଓଡ଼ିଶାର କୃଷି ଜଳବାୟୁ ମଣ୍ଡଳ
ବିଭିନ୍ନ ଭୌତିକ ଅବସ୍ଥା ଯଥା ମୃତ୍ତିକାର ପ୍ରକାରଭେଦ, ବୃଷ୍ଟିପାତ ଆଦି ଉପରେ ନିର୍ଭର କରି ବୈଶିଷ୍ଟ୍ୟାବଳୀର ବିବିଧତା ଅନୁସାରେ ରାଜ୍ୟକୁ ଚାରୋଟି ଭୌତିକ ମଣ୍ଡଳ (ଉପକୂଳବର୍ତ୍ତୀ ସମତଳ ମଣ୍ଡଳ, କେନ୍ଦ୍ରୀୟ ସମତଳ ମଣ୍ଡଳ, ଉତ୍ତରର ମାଳଭୂମି ଏବଂ ପୂର୍ବଘାଟ) ଏବଂ ଦଶଗୋଟି କୃଷି ଜଳବାୟୁ ଅଞ୍ଚଳରେ ବିଭକ୍ତ କରାଯାଇଛି । ଓଡ଼ିଶାର ସମସ୍ତ କୃଷି ଜଳବାୟୁ ମଣ୍ଡଳରେ ଧାନ ପ୍ରମୁଖ ଫସଲ ଅଟେ (ଗଙ୍ଗୋପାଧ୍ୟାୟ ୧୯୯୧) । ତେବେ ମୋଟାମୋଟି ଭାବେ ରାଜ୍ୟକୁ ଦୁଇଟି ମୁଖ୍ୟ ମଣ୍ଡଳରେ ବିଭକ୍ତ କରାଯାଇଛି ଯଥା; ମାଳଭୂମି ମଣ୍ଡଳ ଓ ଉପକୂଳବର୍ତ୍ତୀ ପଟୁମାଟି ମଣ୍ଡଳ ।
ମାଳଭୂମି ମଣ୍ଡଳ
ଏହି ମାଳଭୂମି ମଣ୍ଡଳର ଆୟତନ ସମଗ୍ର ଭୌଗୋଳିକ ଅଞ୍ଚଳର ପ୍ରାୟ ୮୫% ଅଟେ । ଏଠାରେ ମୁଖ୍ୟତଃ ଲାଲ, ହଳଦିଆ ମାଙ୍କଡ଼ା ଏବଂ ମାଙ୍କଡ଼ା ପଥର ମାଟି ରହିଥାଏ । ଏହି ମାଟି ଅତ୍ୟଧିକ କ୍ଷୟପ୍ରାପ୍ତ ହେବା ସହିତ ଏଥିରେ କମ୍ ପରିମାଣରେ ବଦଳଯୋଗ୍ୟ କ୍ଷାର ଓ ଅମ୍ଳ , କମ୍ ପରିମାଣରେ ଜୈବିକ ପଦାର୍ଥ ଏବଂ କମ୍ ପରିମାଣରେ ଯବକ୍ଷାର, ଫସଫରସ ଓ ପଟାସ ରହିଥାଏ । ଢାଲୁ ଉପରେ ନିର୍ଭର କରି ମାଟିର ପ୍ରକାର ବାଲିଆରୁ ବାଲିଆ ଦୋରସା ବା ଦୋରସା ବା ମଟାଳ ହୋଇଥାଏ । ଉଚ୍ଚ ସ୍ଥାନରେ ମାଟି ବାଲିଆ ହେବା ସହିତ ମରୁଡ଼ି ପ୍ରବଣ ହୋଇଥାଏ । ଏହି ଅଞ୍ଚଳରେ ରାଜ୍ୟରେ ଚାଷ ହେଉଥିବା ମୋଟ ଧାନ ଜମିର ପ୍ରାୟ ୬୨% ଅର୍ଥାତ୍ ୨.୭୫ ନିୟୁତ ହେକ୍ଟର ଜମିରେ ଧାନ ଚାଷ କରାଯାଇଥାଏ । ଏହି ଅଞ୍ଚଳକୁ ଆଠଗୋଟି କୃଷି ଜଳବାୟୁ ମଣ୍ଡଳରେ ବିଭକ୍ତ କରାଯାଇଛି । ଏହି ଅଞ୍ଚଳରେ ଧାନର ହାରାହାରି ଅମଳ ହେକ୍ଟର ପ୍ରତି ୧୫୩୮ କି.ଗ୍ରା. ହୋଇଥିବାବେଳେ ମୋଟରେ ୪.୨୩ ନିୟୁତ ଟନ୍ ଧାନ ଉତ୍ପାଦନ ହୋଇଥାଏ ।
ଉପକୂଳବର୍ତ୍ତୀ ମଣ୍ଡଳ
ଏହି ମଣ୍ଡଳ ସମଗ୍ର ଭୌଗୋଳିକ ଅଞ୍ଚଳର ପ୍ରାୟ ୧୫% ଅଟେ ଏବଂ ଏହା ସମୁଦ୍ର ଉପକୂଳଠାରୁ ୨୪ କିଲୋମିଟରରୁ ୭୨ କିଲୋମିଟର ଓସାର ମଧ୍ୟରେ ପରିବ୍ୟାପ୍ତ ଅଟେ । ଏଠାକାର ସମୁଦ୍ରକୂଳ ଓ ତ୍ରିକୋଣଭୂମି ଅଞ୍ଚଳର ମାଟି ପଟୁମାଟି ଅଟେ । ସାଧାରଣତଃ ତ୍ରିକୋଣଭୂମି ଅଞ୍ଚଳର ପଟୁ ମାଟି ଅଧିକ ଉର୍ବର କିନ୍ତୁ ଏଥିରେ କମ୍ ପରିମାଣରେ ଯବକ୍ଷାର ଓ ଫସଫରସ ରହିଥାଏ । ସାମୁଦ୍ରିକ ଜୁଆର ଯୋଗୁଁ ସମୁଦ୍ର ଉପକୂଳ ଠାରୁ ୧୦ କିଲୋମିଟର ମଧ୍ୟରେ ରହିଥିବା ତ୍ରିକୋଣଭୂମି ଅଞ୍ଚଳର ପଟୁମାଟିରେ ଯଥେଷ୍ଟ ପରିମାଣର ଲବଣତା ରହିଥାଏ । ଉପକୂଳବର୍ତ୍ତୀ ଅଞ୍ଚଳରେ ରାଜ୍ୟରେ ଚାଷ ହେଉଥିବା ମୋଟ ଧାନ ଜମିର ପ୍ରାୟ ୩୮% ଅର୍ଥାତ୍ ୧.୭୦ ନିୟୁତ ହେକ୍ଟର ଜମିରେ ଧାନ ଚାଷ କରାଯାଇଥାଏ । ଏହି ଅଞ୍ଚଳରେ ଚାଷ କରାଯାଉଥିବା ଧାନ ଫସଲ ଜଳମଗ୍ନ ପରିବେଶ ଏବଂ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ । ଏହି ଅଞ୍ଚଳରେ ଦୁଇଗୋଟି କୃଷି ଜଳବାୟୁ ମଣ୍ଡଳ ରହିଛି । ଏହି ଅଞ୍ଚଳରେ ଧାନର ହାରାହାରି ଅମଳ ହେକ୍ଟର ପ୍ରତି ୧୫୭୭ କି.ଗ୍ରା. ହୋଇଥିବାବେଳେ ମୋଟରେ ୨.୬୮ ନିୟୁତ ଟନ୍ ଧାନ ଉତ୍ପାଦନ ହୋଇଥାଏ ।
ଉତ୍ତର-ପଶ୍ଚିମ ମାଳଭୂମି ଅଞ୍ଚଳ
- କୃଷି ଜିଲ୍ଲା: ସୁନ୍ଦରଗଡ଼ ଏବଂ ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଳାର ଅଂଶବିଶେଷ
- ଭୌଗୋଳିକ ଅଞ୍ଚଳ (ହଜାର ହେକ୍ଟରରେ):୧୨୯୧
- ମୃତ୍ତିକାର ପ୍ରକାର: ଲାଲ, ମାଙ୍କଡ଼ା, ଲାଲ ଓ ହଳଦିଆ, ଲାଲ ଓ କଳା, ବାଦାମୀ ଜଙ୍ଗଲ ଜମି
- ଜଳସେଚନର ଉତ୍ସ: ପିତାମାହାଲ, ହୀରାକୁଦ
- ଜଳବାୟୁ: ଉଷ୍ମ ଓ ଆର୍ଦ୍ର, ମଧ୍ୟମ ଆର୍ଦ୍ର
- ବୃଷ୍ଟିପାତ (ମିମି): ୧୨୪୦
- ମୋଟ ଚାଷ ଜମି ପରିମାଣ (ହଜାର ହେକ୍ଟରରେ): ୫୮୧
- ଚାଷ କରାଯାଇଥିବା ଜମି ପରିମାଣ (ହଜାର ହେକ୍ଟରରେ): ୪୫୭
- ଫସଲ ସାନ୍ଧ୍ରତା (%): ୧୨୭.୧
- ଚାଷ କରାଯାଉଥିବା ପ୍ରମୁଖ ଫସଲ: ଧାନ, ପନିପରିବା, ବିରି, ମୁଗ, ରାଶି
ଅବଲମ୍ବନ କରାଯାଉଥିବା ଫସଲ ପଦ୍ଧତି
ଢିପ ଜମି | ଏକକ ଫସଲ | ଚିନାବାଦାମ/ହରଡ଼/ବିରି/ମୁଗ/କପା/ମକା/ଜଡ଼ା/ଅଳସୀ/ମେସ୍ତା |
ମିଶ୍ରିତ ଫସଲ | ହରଡ଼+ଧାନ, ହରଡ଼+ଚିନାବାଦାମ, କପା+ମୁଗ, ଜଡ଼ା+ମୁଗ |
କ୍ରମାନ୍ୱୟ ଫସଲ | ଧାନ-କୋଳଥ/ସୋରିଷ/ଜଡ଼ା, ମୁଗ-ଅଳସୀ, ମକା-ସୋରିଷ |
ମଧ୍ୟମ ଜମି | କ୍ରମାନ୍ୱୟ ଫସଲ | ଧାନ-ସୋରିଷ/ଅଳସୀ/ବୁଟ |
ଖାଲ ଜମି | କ୍ରମାନ୍ୱୟ ଫସଲ | ଧାନ-ବୁଟ/ମଟର/ମସୁର/ଅଳସୀ |
ଉତ୍ତର-କେନ୍ଦ୍ର ମାଳଭୂମି ଅଞ୍ଚଳ
- କୃଷି ଜିଲ୍ଲା: ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଅଂଶବିଶେଷ
- ଭୌଗୋଳିକ ଅଞ୍ଚଳ (ହଜାର ହେକ୍ଟରରେ): ୧୭୨୬
- ମୃତ୍ତିକାର ପ୍ରକାର: ଲାଲ, ମାଙ୍କଡ଼ା, ଲାଲ ଓ ହଳଦିଆ, ଲାଲ ଓ କଳା
- ଜଳସେଚନର ଉତ୍ସ: ବୈତରଣୀ
- ଜଳବାୟୁ : ଉଷ୍ମ ଓ ଆର୍ଦ୍ର, ମଧ୍ୟମ ଆର୍ଦ୍ର
- ବୃଷ୍ଟିପାତ (ମିମି): ୧୪୯୫
- ମୋଟ ଚାଷ ଜମି ପରିମାଣ (ହଜାର ହେକ୍ଟରରେ): ୮୧୮
- ଚାଷ କରାଯାଇଥିବା ଜମି ପରିମାଣ (ହଜାର ହେକ୍ଟରରେ): ୭୧୫
- ଫସଲ ସାନ୍ଧ୍ରତା (%): ୧୧୪.୪
- ଚାଷ କରାଯାଉଥିବା ପ୍ରମୁଖ ଫସଲ: ଧାନ, ପନିପରିବା, ମକା, ଡାଲିଜାତୀୟ ଫସଲ, ଅଳସୀ, ସୋରିଷ, ଚିନାବାଦାମ, ରାଶି
ଅବଲମ୍ବନ କରାଯାଉଥିବା ଫସଲ ପଦ୍ଧତି
ଢିପ ଜମି | ଏକକ ଫସଲ | ଚିନାବାଦାମ/ହରଡ଼/ବିରି/ମୁଗ/କପା/ମକା/ଜଡ଼ା/ଅଳସୀ/ମାଣ୍ଡିଆ/କପା/ରାଶି |
ମିଶ୍ରିତ ଫସଲ | ହରଡ଼+ଧାନ, ହରଡ଼+ଚିନାବାଦାମ, କପା+ମୁଗ, ଜଡ଼ା+ମୁଗ, ହରଡ଼+ମାଣ୍ଡିଆ, ହରଡ଼+ମକା |
କ୍ରମାନ୍ୱୟ ଫସଲ | ଧାନ-କୋଳଥ/ବିରି/ମୁଗ, ଚିନାବାଦାମ-ଜଡ଼ା/କୋଳଥ/ମୁଗ |
ମଧ୍ୟମ ଜମି | କ୍ରମାନ୍ୱୟ ଫସଲ | ଧାନ-ସୋରିଷ/ପେଷି/ବୁଟ/କୁସୁମୀ/ବିରି/ମସୁର/ମୁଗ |
ଖାଲ ଜମି | କ୍ରମାନ୍ୱୟ ଫସଲ | ଧାନ-ବୁଟ/ମଟର/ବିରି |
ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ
- କୃଷି ଜିଲ୍ଲା: ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଅଂଶବିଶେଷ
- ଭୌଗୋଳିକ ଅଞ୍ଚଳ (ହଜାର ହେକ୍ଟରରେ): ୮୮୪
- ମୃତ୍ତିକାର ପ୍ରକାର: ଲାଲ, ମାଙ୍କଡ଼ା, ତ୍ରିକୋଣଭୂମି ପଟୁମାଟି, ଉପକୂଳବର୍ତ୍ତୀ ଲୁଣା ମାଟି
- ଜଳସେଚନର ଉତ୍ସ: ନୂଆ ମୋହନ
- ଜଳବାୟୁ: ଆର୍ଦ୍ର ଏବଂ ମଧ୍ୟମ ଆର୍ଦ୍ର
- ବୃଷ୍ଟିପାତ (ମିମି): ୧୪୬୮
- ମୋଟ ଚାଷ ଜମି ପରିମାଣ (ହଜାର ହେକ୍ଟରରେ): ୮୮୯
- ଚାଷ କରାଯାଇଥିବା ଜମି ପରିମାଣ (ହଜାର ହେକ୍ଟରରେ): ୬୪୨
- ଫସଲ ସାନ୍ଧ୍ରତା (%): ୧୩୮.୪
- ଚାଷ କରାଯାଉଥିବା ପ୍ରମୁଖ ଫସଲ: ଧାନ, ଚିନାବାଦାମ, ବୁଟ, ନଳିତା, ସୋରିଷ, ପନିପରିବା
ଅବଲମ୍ବନ କରାଯାଉଥିବା ଫସଲ ପଦ୍ଧତି
ଢିପ ଜମି | ଏକକ ଫସଲ | ହରଡ଼/ବିରି/ମୁଗ/ରାଶି/ଝୁଡ଼ଙ୍ଗ/ଧାନ |
ମିଶ୍ରିତ ଫସଲ | ହରଡ଼+ଧାନ, ହରଡ଼+ଚିନାବାଦାମ, ହରଡ଼+ମୁଗ |
କ୍ରମାନ୍ୱୟ ଫସଲ | ଧାନ-କୋଳଥ/ବିରି/ମୁଗ, ମାଣ୍ଡିଆ-ସୋରିଷ/ମୁଗ |
ମଧ୍ୟମ ଜମି | କ୍ରମାନ୍ୱୟ ଫସଲ | ଧାନ-ସୋରିଷ/ମୁଗ/ବିରି/ମଟର/ଜଡ଼ା/ଚିନାବାଦାମ |
ଖାଲ ଜମି | କ୍ରମାନ୍ୱୟ ଫସଲ | ଧାନ-ବୁଟ/ମୁଗ/ବିରି/ମଟର |
ପୂର୍ବ ଓ ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ
- କୃଷି ଜିଲ୍ଲା: ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ କଟକ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ଅଂଶବିଶେଷ
- ଭୌଗୋଳିକ ଅଞ୍ଚଳ (ହଜାର ହେକ୍ଟରରେ): ୧୬୮୫
- ମୃତ୍ତିକାର ପ୍ରକାର: ଉପକୂଳବର୍ତ୍ତୀ ଲୁଣା ମାଟି, ବାଲିଆ, ମାଙ୍କଡ଼ା, ପଟୁମାଟି, କଳା ଓ ଲାଲ ମାଟି
- ଜଳସେଚନର ଉତ୍ସ: ରେଙ୍ଗାଲି
- ଜଳବାୟୁ: ଉଷ୍ଣ ଏବଂ ଆର୍ଦ୍ର
- ବୃଷ୍ଟିପାତ (ମିମି): ୧୩୪୦
- ମୋଟ ଚାଷ ଜମି ପରିମାଣ (ହଜାର ହେକ୍ଟରରେ): ୧୯୩୨
- ଚାଷ କରାଯାଇଥିବା ଜମି ପରିମାଣ (ହଜାର ହେକ୍ଟରରେ): ୧୧୧୩
- ଫସଲ ସାନ୍ଧ୍ରତା (%): ୧୭୩.୬
- ଚାଷ କରାଯାଉଥିବା ପ୍ରମୁଖ ଫସଲ: ଧାନ, ଚିନାବାଦାମ, ବୁଟ,ରାଶି, ସୋରିଷ
ଅବଲମ୍ବନ କରାଯାଉଥିବା ଫସଲ ପଦ୍ଧତି
ଢିପ ଜମି | ଏକକ ଫସଲ | ଚିନାବାଦାମ/ହରଡ଼/ବିରି/ମୁଗ/ମାଣ୍ଡିଆ/ରାଶି/ଆଖୁ |
ମିଶ୍ରିତ ଫସଲ | ହରଡ଼+ଧାନ, ହରଡ଼+ଚିନାବାଦାମ, ହରଡ଼+ମାଣ୍ଡିଆ, ଜଡ଼ା+ମୁଗ, ହରଡ଼+ମକା |
କ୍ରମାନ୍ୱୟ ଫସଲ | ଧାନ-କୋଳଥ/ବିରି/ମୁଗ, ମାଣ୍ଡିଆ-ସୋରିଷ/ମୁଗ |
ମଧ୍ୟମ ଜମି | କ୍ରମାନ୍ୱୟ ଫସଲ | ଧାନ-ଧାନ, ଧାନ-ସୋରିଷ/ମୁଗ/କୋଳଥ, ବୁଟ/ବିରି, ଧାନ-ଆଳୁ-ରାଶି, ସଅଳ ଧାନ- ପନିପରିବା |
ଖାଲ ଜମି | କ୍ରମାନ୍ୱୟ ଫସଲ | ନଳିତା-ଧାନ-ଡାଲିଜାତୀୟ ଫସଲ, ଧାନ-ଧାନ, ଧାନ-/ମୁଗ/ବିରି/ଚିନାବାଦାମ |
ଉତ୍ତର-ପୂର୍ବ ଘାଟ ଅଞ୍ଚଳ
- କୃଷି ଜିଲ୍ଲା: କନ୍ଧମାଳ, ଗଜପତି, ରାୟଗଡ଼ା ଏବଂ ଗଞ୍ଜାମ, କୋରାପୁଟ, ବୌଦ୍ଧ ଓ କଳାହାଣ୍ଡି଼ ଜିଲ୍ଲାର ଅଂଶବିଶେଷ
- ଭୌଗୋଳିକ ଅଞ୍ଚଳ (ହଜାର ହେକ୍ଟରରେ): ୨୩୦୫
- ମୃତ୍ତିକାର ପ୍ରକାର: ଲାଲ, ମାଙ୍କଡ଼ା, ଲାଲ ଓ ହଳଦିଆ, କଳା, ବାଦାମୀ, ପଟୁ ମାଟି
- ଜଳସେଚନର ଉତ୍ସ: ପିଲାସାଲକି
- ଜଳବାୟୁ : ଉଷ୍ଣ ଏବଂ ଆର୍ଦ୍ର, ମଧ୍ୟମ ଆର୍ଦ୍ର
- ବୃଷ୍ଟିପାତ (ମିମି): ୧୫୯୭
- ମୋଟ ଚାଷ ଜମି ପରିମାଣ (ହଜାର ହେକ୍ଟରରେ): ୮୯୮
- ଚାଷ କରାଯାଇଥିବା ଜମି ପରିମାଣ (ହଜାର ହେକ୍ଟରରେ): ୬୦୬
- ଫସଲ ସାନ୍ଧ୍ରତା (%): ୧୪୮.୨
- ଚାଷ କରାଯାଉଥିବା ପ୍ରମୁଖ ଫସଲ: ଧାନ, ମାଣ୍ଡିଆ, ମକା, ଅଳସୀ, ହରଡ଼
ଅବଲମ୍ବନ କରାଯାଉଥିବା ଫସଲ ପଦ୍ଧତି
ଢିପ ଜମି | ଏକକ ଫସଲ | ଚିନାବାଦାମ/ବାଇଗଣ/ମକା/କପା/ଧୂଆଁପତ୍ର/ଧାନ/ଅଦା/ହଳଦୀ/ଟାପିଓକା/ହରଡ଼/ଆଖୁ |
ମିଶ୍ରିତ ଫସଲ | ମାଣ୍ଡିଆ+ଝୁଡ଼ଙ୍ଗ, ମାଣ୍ଡିଆ+କୋଳଥ, ହରଡ଼+ମାଣ୍ଡିଆ, ହରଡ଼+ମକା |
କ୍ରମାନ୍ୱୟ ଫସଲ | ଧାନ-କୋଳଥ/ବିରି/ମୁଗ, ମକା-ସୋରିଷ/କପା/ଧୂଆଁପତ୍ର, ମାଣ୍ଡିଆ-ଅଳସୀ |
ମଧ୍ୟମ ଜମି | କ୍ରମାନ୍ୱୟ ଫସଲ | ଧାନ-ମୁଗ/ଖେସାରି/ଚିନାବାଦାମ/ପନିପରିବା |
ଖାଲ ଜମି | କ୍ରମାନ୍ୱୟ ଫସଲ | ଧାନ-ଚିନାବାଦାମ/ଖେସାରି/ଡାଲିଜାତୀୟ ଫସଲ/ଆଳୁ |
ପୂର୍ବ ଘାଟ ଉଚ୍ଚ ଜମି
- କୃଷି ଜିଲ୍ଲା : ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ଅଂଶବିଶେଷ
- ଭୌଗୋଳିକ ଅଞ୍ଚଳ (ହଜାର ହେକ୍ଟରରେ): ୯୯୫
- ମୃତ୍ତିକାର ପ୍ରକାର: ଲାଲ, ଲାଲ ଓ ହଳଦିଆ, ଲାଲ ଓ କଳା, ପଟୁ ମାଟି
- ଜଳସେଚନର ଉତ୍ସ: ପୋଟେରି, ବାଲିମେଳା
- ଜଳବାୟୁ: ଉଷ୍ଣ ଏବଂ ଆର୍ଦ୍ର
- ବୃଷ୍ଟିପାତ (ମିମି): ୧୫୨୨
- ମୋଟ ଚାଷ ଜମି ପରିମାଣ (ହଜାର ହେକ୍ଟରରେ): ୫୦୫
- ଚାଷ କରାଯାଇଥିବା ଜମି ପରିମାଣ (ହଜାର ହେକ୍ଟରରେ): ୪୦୦
- ଫସଲ ସାନ୍ଧ୍ରତା (%): ୧୨୬.୩
- ଚାଷ କରାଯାଉଥିବା ପ୍ରମୁଖ ଫସଲ : ଧାନ, ମାଣ୍ଡିଆ, ମକା, ଅଳସୀ, ଲଘୁ ଶସ୍ୟ, ହଳଦୀ, ଅଦା, ହରଡ. ଜଡ଼ା
ଅବଲମ୍ବନ କରାଯାଉଥିବା ଫସଲ ପଦ୍ଧତି
ଢିପ ଜମି | ଏକକ ଫସଲ | ମାଣ୍ଡିଆ/ଧାନ/ଅଳସୀ/କୋଳଥ/ଲଘୁ ଶସ୍ୟ/ମକା/ଅଦା/ହଳଦୀ/ଖରିଫ ଆଳୁ |
ମିଶ୍ରିତ ଫସଲ | ହରଡ଼+ଧାନ, ହରଡ଼+ଚିନାବାଦାମ, ହରଡ଼+ମକା/ଜଡ଼ା+ମୁଗ, ହରଡ଼+ମାଣ୍ଡିଆ |
କ୍ରମାନ୍ୱୟ ଫସଲ | ଧାନ-କୋଳଥ/ବିରି/ମୁଗ, ଚିନାବାଦାମ-ଜଡ଼ା/କୋଳଥ/ମୁଗ |
ମଧ୍ୟମ ଜମି | କ୍ରମାନ୍ୱୟ ଫସଲ | ଧାନ-ସୋରିଷ/ପେଶି/ମାଣ୍ଡିଆ/ବୁଟ/ମସୁର/ମକା |
ଖାଲ ଜମି | କ୍ରମାନ୍ୱୟ ଫସଲ | ଧାନ-ଧାନ/ସମୁର/ଅଳସୀ/ସୋରିଷ/ଡାଲିଜାତୀୟ ଫସଲ |
ଦକ୍ଷିଣ-ପୂର୍ବ ଘାଟ
- କୃଷି ଜିଲ୍ଲା: ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଅଂଶବିଶେଷ
- ଭୌଗୋଳିକ ଅଞ୍ଚଳ (ହଜାର ହେକ୍ଟରରେ): ୬୫୯
- ମୃତ୍ତିକାର ପ୍ରକାର: ଲାଲ, ମାଙ୍କଡ଼ା, କଳା
- ଜଳସେଚନର ଉତ୍ସ: ବଡ଼ନାଳ
- ଜଳବାୟୁ: ଉଷ୍ଣ ଏବଂ ଆର୍ଦ୍ର
- ବୃଷ୍ଟିପାତ (ମିମି): ୧୧୬୨
- ମୋଟ ଚାଷ ଜମି ପରିମାଣ (ହଜାର ହେକ୍ଟରରେ): ୨୯୬
- ଚାଷ କରାଯାଇଥିବା ଜମି ପରିମାଣ (ହଜାର ହେକ୍ଟରରେ): ୨୪୨
- ଫସଲ ସାନ୍ଧ୍ରତା (%): ୧୨୨.୪
- ଚାଷ କରାଯାଉଥିବା ପ୍ରମୁଖ ଫସଲ: ଧାନ, ମାଣ୍ଡିଆ, ମକା, ଅଳସୀ, ପନିପରିବା, ରାଶି, କୋଳଥ
ଅବଲମ୍ବନ କରାଯାଉଥିବା ଫସଲ ପଦ୍ଧତି
ଢିପ ଜମି | ଏକକ ଫସଲ | ଧାନ/ମାଣ୍ଡିଆ/ଲଘୁ ଶସ୍ୟ/ମକା/ଡାଲିଜାତୀୟ ଫସଲ/କପା |
ମିଶ୍ରିତ ଫସଲ | ହରଡ଼+ଧାନ, ହରଡ଼+ଚିନାବାଦାମ, କପା+ମୁଗ, ହରଡ଼+ମାଣ୍ଡିଆ, ହରଡ଼+ମକା |
କ୍ରମାନ୍ୱୟ ଫସଲ | ଧାନ-କୋଳଥ/ବିରି/ମୁଗ, ଚିନାବାଦାମ-ଜଡ଼ା/କୋଳଥ/ମୁଗ |
ମଧ୍ୟମ ଜମି | କ୍ରମାନ୍ୱୟ ଫସଲ | ଧାନ-ବୁଟ/କୁସୁମୀ/ବିରିି/ମସୁର |
ଖାଲ ଜମି | କ୍ରମାନ୍ୱୟ ଫସଲ | ଧାନ-ବୁଟ/ମୁଗ/ବିରି |
ପଶ୍ଚିମ ଅସମତଳ ଅଞ୍ଚଳ
- କୃଷି ଜିଲ୍ଲା: ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ଅଂଶବିଶେଷ
- ଭୌଗୋଳିକ ଅଞ୍ଚଳ (ହଜାର ହେକ୍ଟରରେ): ୧୨୫୯
- ମୃତ୍ତିକାର ପ୍ରକାର: ଲାଲ, ଲାଲ ଓ ହଳଦିଆ, ଲାଲ ଓ କଳା, ତ୍ରିକୋଣଭୂମି ପଟୁମାଟି
- ଜଳସେଚନର ଉତ୍ସ: ଅପର କୋଲାବ, ଉପର ଇନ୍ଦ୍ରାବତୀ
- ଜଳବାୟୁ: ଉଷ୍ଣ ଏବଂ ଆର୍ଦ୍ର , ମଧ୍ୟମ ଆର୍ଦ୍ର
- ବୃଷ୍ଟିପାତ (ମିମି): ୧୬୧୭
- ମୋଟ ଚାଷ ଜମି ପରିମାଣ (ହଜାର ହେକ୍ଟରରେ): ୮୧୬
- ଚାଷ କରାଯାଇଥିବା ଜମି ପରିମାଣ (ହଜାର ହେକ୍ଟରରେ): ୫୮୬
- ଫସଲ ସାନ୍ଧ୍ରତା (%): ୧୩୯.୩
- ଚାଷ କରାଯାଉଥିବା ପ୍ରମୁଖ ଫସଲ: ଧାନ, ବୁଟ, ରାଶି, ମାଣ୍ଡିଆ, ଲଘୁ ଶସ୍ୟ
ଅବଲମ୍ବନ କରାଯାଉଥିବା ଫସଲ ପଦ୍ଧତି
ଢିପ ଜମି | ଏକକ ଫସଲ | ଧାନ/ମାଣ୍ଡିଆ/ଲଘୁ ଶସ୍ୟ/ମକା/ରାଶି/କପା |
ମିଶ୍ରିତ ଫସଲ | ହରଡ଼+ଧାନ, ହରଡ଼+ଚିନାବାଦାମ, କପା+ମୁଗ, ଜଡ଼ା+ମୁଗ, ହରଡ଼+ମାଣ୍ଡିଆ, ହରଡ଼+ମକା |
କ୍ରମାନ୍ୱୟ ଫସଲ | ଧାନ-କୋଳଥ/ବିରି/ମୁଗ, ମକା-ଅଳସୀ/କପା/ହରଡ଼, ମାଣ୍ଡିଆ-ସୋରିଷ, ଲଘୁ ଶସ୍ୟ-ସୋରିଷ/କୋଳଥ/କନ୍ଦମୂଳ |
ମଧ୍ୟମ ଜମି | କ୍ରମାନ୍ୱୟ ଫସଲ | ଧାନ-କୋଳଥ/ମୁଗ/ବୁଟ/ବିରି/ପନିପରିବା, ମକା-ମୁଗ/ହରଡ/ଅଳସୀ/ସୋରିଷ/ରାଶି, ମାଣ୍ଡିଆ-ଅଳସୀ/ସୋରିଷ/ରାଶି |
ଖାଲ ଜମି | କ୍ରମାନ୍ୱୟ ଫସଲ | ଧାନ-ଧାନ/ଗହମ/ବୁଟ/ବିରି/ସୋରିଷ/ଅଳସୀ/ରାଶି |
ପଶ୍ଚିମ-କେନ୍ଦ୍ରୀୟ ସମତଳ ଅଞ୍ଚଳ
- କୃଷି ଜିଲ୍ଲା: ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼ ଏବଂବୌଦ୍ଧ, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ଅଂଶବିଶେଷ
- ଭୌଗୋଳିକ ଅଞ୍ଚଳ (ହଜାର ହେକ୍ଟରରେ): ୧୭୧୯
- ମୃତ୍ତିକାର ପ୍ରକାର: ଲାଲ, ମାଙ୍କଡ଼ା, ଲାଲ ଓ ହଳଦିଆ, କଳା
- ଜଳସେଚନର ଉତ୍ସ: ହୀରାକୁଦ
- ଜଳବାୟୁ: ଉଷ୍ଣ ଏବଂ ଆର୍ଦ୍ର , ଆର୍ଦ୍ର
- ବୃଷ୍ଟିପାତ (ମିମି): ୧୧୮୦
- ମୋଟ ଚାଷ ଜମି ପରିମାଣ (ହଜାର ହେକ୍ଟରରେ): ୧୩୩୧
- ଚାଷ କରାଯାଇଥିବା ଜମି ପରିମାଣ (ହଜାର ହେକ୍ଟରରେ): ୯୭୮
- ଫସଲ ସାନ୍ଧ୍ରତା (%): ୧୩୬.୧
- ଚାଷ କରାଯାଉଥିବା ପ୍ରମୁଖ ଫସଲ: ଧାନ, ପନିପରିବା, ବୁଟ, ଚିନାବାଦାମ, ରାଶି
ଅବଲମ୍ବନ କରାଯାଉଥିବା ଫସଲ ପଦ୍ଧତି
ଢିପ ଜମି | ଏକକ ଫସଲ | ଧାନ, ମୁଗ, ଚିନାବାଦାମ, ରାଶି |
ମିଶ୍ରିତ ଫସଲ | ହରଡ଼+ଧାନ, ହରଡ଼+ଚିନାବାଦାମ, କପା+ମୁଗ, ହରଡ଼+ମାଣ୍ଡିଆ, ହରଡ଼+ମକା |
କ୍ରମାନ୍ୱୟ ଫସଲ | ଧାନ-କୋଳଥ/ବିରି/ମୁଗ, ଚିନାବାଦାମ-ଜଡ଼ା/କୋଳଥ/ମୁଗ |
ମଧ୍ୟମ ଜମି | କ୍ରମାନ୍ୱୟ ଫସଲ | ଧାନ-ସୋରିଷ/ବୁଟ/ପନିପରିବା/ଧାନ/ବିରି/ଚିନାବାଦାମ/ରାଶି |
ଖାଲ ଜମି | କ୍ରମାନ୍ୱୟ ଫସଲ | ଧାନ-ଧାନ/ବୁଟ/ବିରି/ଚିନାବାଦାମ/ରାଶି/ପନିପରିବା |
ମଧ୍ୟ-କେନ୍ଦ୍ରୀୟ ସମତଳ ଅଞ୍ଚଳ
- କୃଷି ଜିଲ୍ଲା: ଅନଗୁଳ, ଢେଙ୍କାନାଳ ଏବଂକଟକ, ନୟାଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଅଂଶବିଶେଷ
- ଭୌଗୋଳିକ ଅଞ୍ଚଳ (ହଜାର ହେକ୍ଟରରେ): ୧୩୬୪
- ମୃତ୍ତିକାର ପ୍ରକାର: ଲାଲ, ମାଙ୍କଡ଼ା, କଳା ପଟୁମାଟି
- ଜଳସେଚନର ଉତ୍ସ: ନାହିଁ
- ଜଳବାୟୁ: ଉଷ୍ଣ ଏବଂ ଆର୍ଦ୍ର , ମଧ୍ୟମ ଆର୍ଦ୍ର
- ବୃଷ୍ଟିପାତ (ମିମି): ୧୪୨୧
- ମୋଟ ଚାଷ ଜମି ପରିମାଣ (ହଜାର ହେକ୍ଟରରେ): ୭୩୪
- ଚାଷ କରାଯାଇଥିବା ଜମି ପରିମାଣ (ହଜାର ହେକ୍ଟରରେ): ୫୦୮
- ଫସଲ ସାନ୍ଧ୍ରତା (%): ୧୪୪.୫
- ଚାଷ କରାଯାଉଥିବା ପ୍ରମୁଖ ଫସଲ: ଧାନ, ରାଶି, ବିରି, ଚିନାବାଦାମ, ମୁଗ, ହରଡ଼, ପନିପରିବା
ଅବଲମ୍ବନ କରାଯାଉଥିବା ଫସଲ ପଦ୍ଧତି
ଢିପ ଜମି | ଏକକ ଫସଲ | ଧାନ/ଚିନାବାଦାମ/ହରଡ଼/ବିରି/ମୁଗ/ମକା/ରାଶି/ଅଳସୀ |
ମିଶ୍ରିତ ଫସଲ | ହରଡ଼+ଧାନ, ହରଡ଼+ଚିନାବାଦାମ, କପା+ମୁଗ, ହରଡ଼+ମାଣ୍ଡିଆ, ହରଡ଼+ମକା |
କ୍ରମାନ୍ୱୟ ଫସଲ | ଧାନ-କୋଳଥ/ବିରି/ମୁଗ/ସୋରିଷ/ରାଶି, ମକା-ସୋରିଷ/ରାଶି |
ମଧ୍ୟମ ଜମି | କ୍ରମାନ୍ୱୟ ଫସଲ | ଧାନ-କୋଳଥ/ରାଶି/ବିରି/ସୋରିଷ, ଚିନାବାଦାମ-ରାଶି/କୋଳଥ/ମୁଗ |
ଖାଲ ଜମି | କ୍ରମାନ୍ୱୟ ଫସଲ | ଧାନ-ବୁଟ/ମଟର/ବିରି/ରାଶି/ଚିନାବାଦାମ/ପନିପରିବା |