RKB_Odisha_Odia
RKB_Odisha_Odia
IRRI Banner

ରୋଗପୋକ ପରିଚାଳନା

ଧାନ ଫସଲରେ ରୋଗପୋକ ନହେବା ପାଇଁ ନିମ୍ନ ସୁପାରିଶମାନ ଅନୁସରଣ କରାଯାଇପାରେ ।

  • ଚାଷ ଉପରକରଣକୁ ଭଲ ଭାବେ ପରିଷ୍କାର କରନ୍ତୁ ।
  • ଗୋଟିଏ ଫସଲ ଅମଳ ପରେ ଫସଲର ପୁରୁଣାମୂଳୀ ପରିଚାଳନା ଓ ହିଡ଼ ମରାମତି କରି ଜମିକୁ ପରିଷ୍କାର ରଖନ୍ତୁ ।
  • ପରିଷ୍କାର ବିହନ ଓ ରୋଗ ପ୍ରତିରୋଧି କିସମ ଚାଷ କରନ୍ତୁ ।
  • ପ୍ରମାଣୀକୃତ ବିହନ ବ୍ୟବହାର କରନ୍ତୁ । ପ୍ରମାଣୀକୃତ ବିହନ ନ ମିଳିଳେ ଭିନ୍ନ ରଙ୍ଗର ମଞ୍ଜି, ଘାସ ମଞ୍ଜି ଓ ଅନ୍ୟାନ୍ୟ କିସମ ମିଶି ନଥିବା ପରିଷ୍କାର ବିହନ ବ୍ୟବହାର କରନ୍ତୁ ।
  • ରୋଗପୋକ ନହେବା ପାଇଁ ପ୍ରତିରୋଧି କ୍ଷମତା ଥିବା ସଅଳ କିସମ ବ୍ୟବହାର କରନ୍ତୁ ।
  • କୀଟ, ରୋଗ, ପକ୍ଷୀ ଓ ମୂଷା ଆକ୍ରମଣ କମାଇବା ପାଇଁ ନିକଟସ୍ଥ ଜମି ସହିତ ସମାନ ସମୟରେ ବୁଣନ୍ତୁ/ରୁଅନ୍ତୁ (ସମସ୍ତ ଜମିରେ ଦୁଇ ସପ୍ତାହ ମଧ୍ୟରେ ବୁଣା/ରୁଆ କାମ ସାରନ୍ତୁ)
  • ମାତ୍ରାଧିକ ସାର ପ୍ରୟୋଗ କରନ୍ତୁ ନାହିଁ । ସୁପାରିଶ କରାଇଥିବା ସାର ପ୍ରୟୋଗ କରିବା ଉଚିତ୍, କାରଣ ଅଧିକ ପରିମାଣରେ ଯବକ୍ଷାର ସାର ପ୍ରୟୋଗ କଲେ କେତେକ ରୋଗପୋକ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ ।
  • ପ୍ରାକୃତିକ ଭାବେ ଦେଖାଯାଉଥିବା କୀଟମାନଙ୍କର ଶତ୍ରୁକୁ ପ୍ରୋତ୍ସାହିତ କରନ୍ତୁ ।
  • ସାଧାରଣତଃ କୃଷକମାନେ ମାତ୍ରାଧିକ ପରିମାଣରେ କୀଟନାଶକ ଔଷଧ ବ୍ୟବହାର କରିଥାନ୍ତି, ଯାହାଫଳରେ କୀଟ ଆକ୍ରମଣର ପ୍ରକୋପ ବୃଦ୍ଧି ପାଇଥାଏ ।
  • ଅତ୍ୟଧିକ କୀଟନାଶକ ପ୍ରୟୋଗ ଦ୍ଵାରା କୀଟମାନଙ୍କର ପ୍ରାକୃତିକ ଶତ୍ରୁ ମରିଯାନ୍ତି, ଫଳରେ କୀଟ ଆକ୍ରମଣର ଆଶଙ୍କା ବଢି ଯାଇଥାଏ |
  • ବୁଣିବାର/ରୋଇବାର ୪୦ ଦିନ ମଧ୍ୟରେ ଜୀବନାଶକ ଔଷଧ ପ୍ରୟୋଗ କରନ୍ତୁ ନାହିଁ ।
  • ପ୍ରାଥମିକ ଅବସ୍ଥାରେ ରୋଗପୋକ ଆକ୍ରମଣ ହେଲେ ଧାନ ଫସଲ ସ୍ୱାଭାବିକ ଅବସ୍ଥାକୁ ଆସିପାରେ ଓ ଅମଳ ପ୍ରଭାବିତ ହୋଇ ନଥାଏ ।
  • ପ୍ରାଥମିକ ଅବସ୍ଥାରେ ପରିଚାଳନା ଆବଶ୍ୟକ କରୁଥିବା ନିର୍ଦ୍ଦିଷ୍ଟ ରୋଗ ବିଷୟରେ ତଥ୍ୟ ଆହରଣ କରନ୍ତୁ ।

ରୋଗପୋକ ଦମନ ପାଇଁ ରାସାୟନିକ ଔଷଧ ବ୍ୟବହାର ବେଳେ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା:

  • ଠିକ୍ ଭାବେ ମାନ ନିର୍ଦ୍ଧାରଣ କରାଯାଇଥିବା ଉନ୍ନତ ମାନର ସ୍ପ୍ରେୟର ଉପକରଣ ବ୍ୟବହାର କରନ୍ତୁ ।
  • ଉତ୍ପାଦନକାରୀଙ୍କ ସୁପାରିଶ ଅନୁସାରେ ଔଷଧ ପ୍ରୟୋଗ କରନ୍ତୁ ଏବଂ
  • ଔଷଧ ମିଶ୍ରଣ ଓ ସ୍ପ୍ରେ କରିବାବେଳେ ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରନ୍ତୁ ।

Pest and disease management
ରୋଗ ପୋକ ପରିଚାଳନା
Harvesting
ଅମଳ