RKB_Odisha_Odia
RKB_Odisha_Odia
IRRI Banner

ଧାନର ଉପ-ଉତ୍ପାଦ

diagram-by-products-Odia

ଧାନର ମୁଖ୍ୟଉପ-ଉତ୍ପାଦ

ଧାନ ବିଶ୍ଵର ଅଧିକାଂଶ ଲୋକଙ୍କର ମୁଖ୍ୟ ଖାଦ୍ୟ ଅଟେ । ଏହାକୁ ମୁଖ୍ୟତଃ, ବିହନ, ଖାଦ୍ୟ ଓ ଅନ୍ୟାନ୍ୟ ପାନୀୟ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହା ଛଡ଼ା, ଧାନର ଅନ୍ୟାନ୍ୟ ଅଂଶ ଯେପରି, ନଡ଼ା,ଚୋପା ଓ କୁଣ୍ଡା ଇତ୍ୟାଦିକୁ ଏହାର ଉପ-ଉତ୍ପାଦ ବୋଲି କୁହାଯାଇଥାଏ ଏବଂ ଏଗୁଡ଼ିକୁ ଗାଈ ଗୋରୁ ଓ ଅନ୍ୟ ଗୃହ ପାଳିତ ପଶୁ ମାନଙ୍କୁ ଖାଇବାକୁ ଦିଆଯାଇଥାଏ। ଧାନର ଏହି ଉପ-ଉତ୍ପାଦ ଗୁଡ଼ିକୁ ମଧ୍ୟ ଧାନ ଏବଂ ଏହାର ଆନୁଷଙ୍ଗିକ ଶିଳ୍ପରେ କଞ୍ଚାମାଲ୍ ରୂପେ ବ୍ୟବହାର କରାଯାଇଥାଏ।

Straw

କିପରି ମିଳିଥାଏ: ଅମଳ ପରେ କେଣ୍ଡାରୁ ଧାନକୁ ଅଲଗା କଲେ ନଡ଼ା ମିଳିଥାଏ ।

ବ୍ୟବହାର: ଛତୁ ଚାଷ,ପଶୁ ଚାରା ପ୍ରସ୍ତୁତି, ଏବଂ ବାୟୋଚାର (ଅଙ୍ଗାର) ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ, ଇନ୍ଧନ ତିଆରି, ଉତ୍ତାପ ଓ ଶକ୍ତି ଉତ୍ପାଦନ ରେ ମଧ୍ୟ ନଡ଼ାର ବ୍ୟବହାର ହୋଇଥାଏ ।

ଧାନ ନଡ଼ା ବ୍ୟବହାର ଓ ପରିଚାଳନା ସମ୍ପର୍କରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।

କିପରି ମିଳିଥାଏ: ଚାଉଳର ଉପରି ଭାଗରେ ଥିବା ଏହି କଠିନ ଅଂଶକୁ ଚଷୁ ବା ଚୋପା କୁହାଯାଏ। ଏହାକୁ ଧାନ କୁଟାଇବା ବା ପେଷିବା ସମୟରେ ଅଲଗା କରାଯାଇଥାଏ ।

ବ୍ୟବହାର: ଏହା ଖାଦ୍ୟ ଉପଯୋଗୀ ହୋଇନଥିବାରୁ ସଧାରଣତଃ ଇନ୍ଧନ ବା ଜାଳେଣୀ, ପାଉଁଶ, ପଶୁ ଚାରା, ନିର୍ମାଣ ସାମଗ୍ରୀ ତିଆରି ପାଇଁ ବ୍ୟବହାର କରାଯାଇଥାଏ ।

ଧାନ ଚଷୁ ବା ଚୋପାର ବ୍ୟବହାର ଓ ପରିଚାଳନା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।

Husk or Hull
Bran

କିପରି ମିଳିଥାଏ: ଧାନରୁ ଚୋପା ବାହାରିଯିବା ପରେ ଚାଉଳର ସହ ଲାଗିଥିବା ଅଂଶକୁ ମେସିନ୍ ସାହାଯ୍ୟରେ ପେଷି ବ୍ରାନ୍ କୁ ଅଲଗା କରାଯାଇଥାଏ ।

ବ୍ୟବହାର: ଏଥିରେ ୧୦ – ୨୩ ଭାଗ ଖାଦ୍ୟ ଉପଯୋଗୀ ତେଲ ରହିଥାଏ। କୁଣ୍ଡା ବା ବ୍ରାନ୍ ସଧାରଣତଃ ପଶୁ ଚାରା, ପ୍ରସାଧନ ସାମଗ୍ରୀ ପ୍ରସ୍ତୁତି, ଡିଟରଜେଣ୍ଟ ଇତ୍ୟାଦି ତିଆରି ପାଇଁ ବ୍ୟବହାର କରାଯାଇଥାଏ ।

କୁଣ୍ଡା ବା ବ୍ରାନ୍ ର ବ୍ୟବହାର ଓ ପରିଚାଳନା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।

ଚାଉଳରୁ ତିଆରି କେତେକ ଖାଦ୍ୟ ପଦାର୍ଥ

ଧାନ ବା ଚାଉଳକୁ କେତେକ ସୁବିଧାଜନକ ଖାଦ୍ୟ ପଦାର୍ଥ ଯେପରିକି ଚୁଡ଼ା, ମୁଢି, ଖଇ, ତତକ୍ଷଣାତ୍ ରନ୍ଧା ଯାଇପାରୁଥିବା ଭାତ, ଚାଉଳ ମୁଡ଼କି, ନୁଡୁଲ ଇତ୍ୟାଦି ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଥାଏ ।

ଚୁଡ଼ା

ପ୍ରସ୍ତୁତି ପ୍ରଣାଳୀ: ଧାନକୁ ଆବଶ୍ୟକ ସମୟ ପର୍ଯ୍ୟନ୍ତ ଭିଜାଇ ଏହାକୁ ଚୁଡ଼ା କଳରେ ପେଷାଇବା ଦ୍ଵାରା ଚୁଡ଼ା ମିଳିଥାଏ ।

ବ୍ୟବହାର: ଓଡ଼ିଶାରେ ଏହାକୁ ବହୁଳ ଭାବେ ଖାଦ୍ୟ ହିସାବରେ ବ୍ୟବହାର କରାଯାଇଥାଏ। ସାଧାରଣତଃ କଞ୍ଚା ଚୁଡ଼ା, ଚୁଡ଼ା ଗୁଣ୍ଡ ଏବଂ ଚୁଡ଼ାରୁ ତିଆରି ବିଭିନ୍ନ ଜଳଖିଆ ଅତ୍ୟନ୍ତ ସୁସ୍ଵାଦୁ ଅଟେ ।

Pressed Rice
Puffed Rice

ମୁଢି:

ପ୍ରସ୍ତୁତି ପ୍ରଣାଳୀ: ଚାଉଳକୁ ଅତ୍ୟଧିକ ଉତ୍ତାପ ସାହାଯ୍ୟରେ ଭାଟିରେ ଗରମ କରିବା ଦ୍ଵାରା ମୁଢି ପ୍ରସ୍ତୁତ ହୋଇଥାଏ। ଏହାର ଜଳୀୟ ଅଂଶ ବାହାରିଯିବା ହେତୁ ଖାଇବା ପାଇଁ ହାଲକା ଏବଂ ମୁସ୍ ମୁସ୍ ଲାଗିଥାଏ।

ବ୍ୟବହାର: ଓଡ଼ିଶାରେ ମୁଢି କୁ ସିଧାସଳଖ ଖାଇବା ପାଇଁ ଓ ଅନ୍ୟ କେତେକ ଖାଦ୍ୟ ପଦାର୍ଥ ତିଆରି ପାଇଁ ବ୍ୟବହାର କରାଯାଇଥାଏ।

ଖଇ:

ପ୍ରସ୍ତୁତି ପ୍ରଣାଳୀ: ନିଆଁରେ ଉତ୍ତପ୍ତ ବାଲିରେ ଧାନକୁ ଗରମ କରିବା ଦ୍ଵାରା ଖଇ ବାହାରିଥାଏ। ଏହା ପରେ ଚୋପା କୁ କୁଲା ସାହାଯ୍ୟରେ ଖଇରୁ ଅଲଗା କରାଯାଇଥାଏ।

ବ୍ୟବହାର: ଓଡ଼ିଶାରେ ଖଇକୁ ସିଧା ସଳଖ ଖାଇବା ଓ ଅନ୍ୟ କେତେକ ଜଳଖିଆ ବା ମିଷ୍ଟାନ୍ନ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ।

Popped Rice
Rice Flour

ଚାଉଳ ଚୂନା:

ପ୍ରସ୍ତୁତି ପ୍ରଣାଳୀ: ଶୁଖିଲା କିମ୍ବା ଭିଜା ହୋଇଥିବା ଚାଉଳକୁ ଗୁଣ୍ଡ କରିବା ଦ୍ଵାରା ଚାଉଳ ଚୂନା ମିଳିଥାଏ।

ବ୍ୟବହାର: ଚାଉଳ ଚୂନା କୁ ମୁଖ୍ୟତଃ ପିଲାଙ୍କ ଖାଦ୍ୟ, ଜଳଖିଆ ପ୍ରସ୍ତୁତି, ପିଠା ତିଆରି, ଓ ଅନ୍ୟାନ୍ୟ ଘରୋଇ ଖାଦ୍ୟ ପଦାର୍ଥ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ।

ପ୍ରକ୍ରିୟାକରଣ କରାଯାଇଥିବା ଅନ୍ୟ କେତେକ ଖାଦ୍ୟ ପଦାର୍ଥ: ଖିରି ମିକ୍ସ, ମୁଡୁକି, ନୁଡୁଲ୍ସ, ପାମ୍ପଡ ଇତ୍ୟାଦି