RKB_Odisha_Odia
RKB_Odisha_Odia
IRRI Banner

ବୁଣିବା / ରୋଇବା ପୂର୍ବରୁ

ବୁଣିବା / ରୋଇବା ପୂର୍ବରୁ ଉପଯୁକ୍ତ କିସମ ନିର୍ଣ୍ଣୟ, ଫସଲ କ୍ୟାଲେଣ୍ଡର ପ୍ରସ୍ତୁତି ଓ ଜମି ପ୍ରସ୍ତୁତି ଆଦି କାର୍ଯ୍ୟ କରିବାକୁ ହେବ ।

ଧାନ କିସମ

କୃଷକ ଏବଂ ଖାଉଟିଙ୍କ ଆବଶ୍ୟକତା ପୂରଣ କରୁଥିବା କିସମ ଉପଯୁକ୍ତ କିସମ ଅଟେ ।

ବିହନର ମାନ

ଉନ୍ନତ ମାନର ବିହନ ବ୍ୟବହାର ଦ୍ୱାରା ବିହନ ଆବଶ୍ୟକତା ହ୍ରାସ ପାଏ ଏବଂ ହୃଷ୍ଟପୁଷ୍ଟ ଓ ସୁସ୍ଥ ତଳି ସୃଷ୍ଟି ହେବା ଫଳରେ ଗଛ ସଂଖ୍ୟା ଠିକ୍ ରହେ ଓ ଅଧିକ ଅମଳ ମିଳିଥାଏ ।

ଫସଲ କ୍ୟାଲେଣ୍ଡର

ଫସଲ କ୍ୟାଲେଣ୍ଡର ଗୋଟିଏ ଋତୁ ମଧ୍ୟରେ ଜମି ଖାଲିଥିବା ଅବସ୍ଥାରୁ ଆରମ୍ଭ କରି ଜମି ପ୍ରସ୍ତୁତି, ବୁଣିବା/ରୋଇବା, ଫସଲ ପରିଚାଳନା, ଅମଳ ଓ ସାଇତିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ କ୍ରମାନ୍ୱୟରେ ଦର୍ଶାଇଥାଏ ।

ଜମି ପ୍ରସ୍ତୁତି

ଭଲ ଭାବେ ପ୍ରସ୍ତୁତ ହୋଇଥିବା ସମତଳ ଜମିରେ ସମାନ ଭାବେ ସୁସ୍ଥ ଫସଲ ହୋଇଥାଏ; ଯାହାକି ଘାସ ସହିତ ପ୍ରତିଯୋଗିତା କରିବା, କମ୍ ପାଣି ବ୍ୟବହାର କରିବା ଏବଂ ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ ପ୍ରଦାନ କରିବାକୁ ସକ୍ଷମ ହୁଏ ।

ଆମ ଅଂଶୀଦାରଗଣ