RKB_Odisha_Odia
RKB_Odisha_Odia
IRRI Banner

ବିହନର ମାନ

ଉନ୍ନତ ମାନର ବିହନ ବ୍ୟବହାର ଦ୍ୱାରା ବିହନ ଆବଶ୍ୟକତା ହ୍ରାସ ପାଏ ଏବଂ ହୃଷ୍ଟପୁଷ୍ଟ ଓ ସୁସ୍ଥ ତଳି ସୃଷ୍ଟି ହେବା ଫଳରେ ଗଛ ସଂଖ୍ୟା ଠିକ୍ ରହେ ଓ ଅଧିକ ଅମଳ ମିଳିଥାଏ ।

ଉନ୍ନତ ବିହନ ହେଉଛି :

seeds-quality
  • ଗୋଡ଼ି, ମାଟି, ଅପରିଷ୍କାର ପଦାର୍ଥ ଓ ଘାସ ମଞ୍ଜି ନଥିବା ପରିଷ୍କାର ବିହନ
  • ଆନୁବଂଶିକୀ ଦୃଷ୍ଟିରୁ ନିରୋଳା ଥିବା ଗୋଟିଏ କିସମର ବିହନ ଏବଂ
  • ଏକା ରଙ୍ଗର ସୁସ୍ଥ ଓ ହୃଷ୍ଟପୁଷ୍ଟ ଦାନା, ଏଥିରେ ଦାଗ ବା ଚିହ୍ନ ନଥାଏ ।

ଉନ୍ନତ ବିହନକୁ ପିଣ୍ଡ ବିହନ ବା ପ୍ରମାଣୀକୃତ ବିହନ ଭାବେ କିଣାଯାଏ ଅଥବା କୃଷକ ତାଙ୍କ ନିଜ ଜମିରେ ଏହାର ଉତ୍ପାଦନ କରିଥାନ୍ତି ।

ଉନ୍ନତ ମାନର ବିହନ ଉତ୍ପାଦନ କରନ୍ତୁ

  • ଈଲ ଭାବେ ହିଡ଼ ଥିବା ଓ ରାସ୍ତା ଥିବା ଏକ ସମତୁଲ ଜମି ଚୟନ କରନ୍ତୁ ।
  • ନିରୋଳା, ପରିଷ୍କାର, ଗୋଟିଏ କିସମର ଏବଂ ନିରୋଗା ବିହନ ବ୍ୟବହାର କରନ୍ତୁ ।
  • ବୁଣିବା ପୂର୍ବରୁ ବିହନକୁ ପାଣିରେ ରଖି ଭାସୁଥିବା ବିହନକୁ ବାହାର କରି ଦିଅନ୍ତୁ ।
  • ଠିକ୍ ସମୟରେ ବୁଣିବା/ ରୋଇବା, ସାର ପ୍ରୟୋଗ, ଘାସମରା ଔଷଧ ବ୍ୟବହାର, ଗଜା ହେବାର ୨୧ ଦିନ ମଧ୍ୟରେ ଘାସ ଦମନ ଏବଂ ବିହନ ସହିତ ଘାସ ମଞ୍ଜି ମିଶିବାକୁ ନ ଦେଇ ଉପଯୁକ୍ତ ଭାବେ ଫସଲ ପରିଚାଳନା କରନ୍ତୁ ।
  • ଫସଲର ଅଭିବୃଦ୍ଧି, ଫୁଲ ହେବା ଓ ଦାନା ପୂରଣ ଅବସ୍ଥାରେ ଧାନ ଗଛଠାରୁ ଅଲଗା ବାରି ହୋଇ ପଡ଼ୁଥିବା ବାଳୁଙ୍ଗା ଧାନକୁ ଉପାଡ଼ି ଦିଅନ୍ତୁ ।
  • ଫସଲ ସମ୍ପୂର୍ଣ୍ଣ ପାକଳ ହେଲେ ଅର୍ଥାତ ୮୦-୮୫% ଧାନ ନଡ଼ା ରଙ୍ଗର ହୋଇଗଲେ ଅଥବା ଧାନର ଜଳୀୟ ଅଂଶ ୨୦-୨୨% ରହିଥିଲେ ଧାନ କାଟନ୍ତୁ ।
  • ଧାନ କାଟିବା ପରେ ସଙ୍ଗେ ସଙ୍ଗେ ଏହାକୁ ଶୁଖାଇ ଅମଳ କରନ୍ତୁ ।
  • ନିରାପଦ ଭାବେ ସାଇତି ରଖନ୍ତୁ ଓ ବ୍ୟାଗ ବା ସାଇତା ପାତ୍ର ଉପରେ କିସମର ନାମ ଓ ଅମଳ ତାରିଖ ଲେଖାଥିବା ଲେବୁଲ ମାରନ୍ତୁ ।
Rice Varieties
ଧାନ କିସମ
Seed Quality
ବିହନର ମାନ
Crop Calendar
ଫସଲ କ୍ୟାଲେଣ୍ଡର