ଠିକ୍ ଭାବେ ଧାନ ଶୁଖାଇବାର ଗୁରୁତ୍ୱ
ସାଧାରଣତଃ ଶସ୍ୟରେ ୨୪-୨୬% (ଓଜନ ଅନୁସାରେ) ଜଳୀୟ ଅଂଶ ଥିବାବେଳେ ଧାନ ଅମଳ କରାଯାଏ । ଶୁଖାଇବାରେ ବିଳମ୍ବ ହେବା, ସମ୍ପୂର୍ଣ୍ଣ ନ ଶୁଖାଇବା ବା ଅସମାନ ଭାବେ ଶୁଖାଇବା ଦ୍ୱାରା ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ କ୍ଷତି ହୋଇଥାଏ ।
- ଧାନର ଶ୍ୱାସକ୍ରିୟା କାରଣରୁ ଉତ୍ତାପ ବୃଦ୍ଧି ହେବା ଫଳରେ ଫିମ୍ପି ହେବା ଯୋଗୁଁ ଧାନ ହଳଦିଆ ବା ଅନ୍ୟ ରଙ୍ଗର ହୋଇଥାଏ ।
- ଅଧିକ ଉତ୍ତାପ ଏବଂ ପୁନଃ ଆର୍ଦ୍ର ହେବା ଫଳରେ ଧାନରୁ କମ୍ ପରିମାଣରେ ଚାଉଳ ବାହାରିଥାଏ ।
- ଶସ୍ୟର ଶ୍ୱାସକ୍ରିୟା, କବକ ଓ କୀଟ ଆକ୍ରମଣ ବା ଅଧିକ ଉତ୍ତାପରେ ଶସ୍ୟ ରଖାଯିବା ଫଳରେ ଧାନ ରୁଗ୍ଣ ହେବା ସହିତ ଏହାର ଗଜା ହେବା କ୍ଷମତା ହ୍ରାସ ପାଇଥାଏ ।
- ଅଧିକ ଜଳୀୟ ଅଂଶ ଥିଲେ କୀଟମାନେ ସକ୍ରିୟ ହୋଇ ଅଧିକ କ୍ଷତି କରିଥାନ୍ତି ।
ଧାନ ଶୁଖାଇବା ପାଇଁ କେତେକ ପରାମର୍ଶ
- ଶୁଖାଇବା ପୂର୍ବରୁ ଧାନକୁ ସଫା କଲେ ଅସମାନ ଶୁଖାଯିବା ବା ଓଦା ସ୍ଥାନ ରହିବା ପରି ସମସ୍ୟା ଦେଖାଯାଏ ନାହିଁ ।
- ଅମଳ ପରେ ପରେ ଧାନ ଶୁଖାନ୍ତୁ । ସର୍ବାଧିକ ଦୁଇ ସପ୍ତାହ ପର୍ଯ୍ୟନ୍ତ ସାଇତି ରଖିବାକୁ ଥିଲେ ଜଳୀୟ ଅଂଶ ୧୮% ହେବା ପର୍ଯ୍ୟନ୍ତ ଶୁଖାନ୍ତୁ ।
- ଧାନ ପେଷିବା ପାଇଁ ଚାହୁଁଥିଲେ ୧୪% ଜଳୀୟ ଅଂଶ ହେବା ପର୍ଯ୍ୟନ୍ତ ଶୁଖାନ୍ତୁ । ଏହାଦ୍ୱାରା ଶସ୍ୟର ଓଜନ ଓ ଚାଉଳ ପରିମାଣ ହ୍ରାସ ପାଇବ ନାର୍ହି ।
- ଶସ୍ୟକୁ ୮-୧୨ ମାସ ସାଇତିବାକୁ ଥିଲେ ୧୩% ବା ତହିଁରୁ କମ୍ ଜଳୀୟ ଅଂଶ ହେବା ପର୍ଯ୍ୟନ୍ତ ଶୁଖାନ୍ତୁ ।
- ଦୀର୍ଘକାଳୀନ (୧ ବର୍ଷ ବା ଅଧିକ) ସାଇତିବା ପାଇଁ ୯% ଜଳୀୟ ଅଂଶ ହେବା ପର୍ଯ୍ୟନ୍ତ ଶୁଖାନ୍ତୁ ।
- ଶସ୍ୟରେ ଫାଟ ନ ହେବା ପାଇଁ ଭିନ୍ନ ଭିନ୍ନ ଜଳୀୟ ଅଂଶ ଥିବା ଧାନକୁ ମିଶାନ୍ତୁ ନାହିଁ ।
- ଶସ୍ୟ ଅଧିକ ଉତ୍ତାପରେ ନ ରହିବା ଓ ମାତ୍ରାଧିକ ଶୁଖି ନଯିବା ପାଇଁ ସବୁବେଳେ ଶସ୍ୟର ଉତ୍ତାପ ଓ ଜଳୀୟ ଅଂଶ ତଦାରଖ କରନ୍ତୁ ।
ସୋଲାର୍ ବବଲ ଡ୍ରାୟର
ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ହୋହେନହିମ ବିଶ୍ୱବିଦ୍ୟାଳୟ ଓ ଗ୍ରେନପ୍ରୋ ଦ୍ୱାରା ବିକାଶ କରାଯାଇଥିବା କମ୍ ଖର୍ଚ୍ଚସାପେକ୍ଷ ଅତ୍ୟାଧୁନିକ ଜ୍ଞାନକୌଶଳ ହେଉଛି ସୋଲାର ବବଲ ଡ୍ରାୟର । ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରିବ ଓ ଏଥିପାଇଁ ବିଦ୍ୟୁତ ଶକ୍ତି ବା ଇନ୍ଧନ ଆବଶ୍ୟକ ହୋଇ ନଥାଏ । ତେଣୁ ଏହାର ପରିଚାଳନା ଖର୍ଚ୍ଚ ଯଥେଷ୍ଟ କମ୍ ହୋଇଥାଏ । ଏହା ବିଭିନ୍ନ ଆକାରରେ ମିଳିଥାଏ । ସଂପ୍ରତି ୦.୫ ଏବଂ ୧ ଟନ୍ ବ୍ୟାଚ୍ କ୍ଷମତା ସହିତ ଏହା ଉପଲବ୍ଧ ଅଛି ।
ଏହା କିପରି କାର୍ଯ୍ୟ କରିଥାଏ?
ଦୁଇଟି ଉପାୟରେ ସୋଲାର ବବଲ ଡ୍ରାୟର ସୂର୍ଯ୍ୟରୁ ଶକ୍ତି ଗ୍ରହଣ କରିଥାଏ । ପ୍ରଥମେ ଶୁଖାଇବା ଟନେଲର ଉପର ଭାଗରେ ଥିବା ସ୍ୱଚ୍ଛ ଆବରଣ ଦେଇ ପ୍ରବେଶ କରୁଥିବା ସୂର୍ଯ୍ୟକିରଣ ସଂଗ୍ରହ ହୁଏ ଓ ଏହା ଉତ୍ତାପରେ ପରିଣତ ହୋଇ ଶୁଖାଉଥିବା ବାୟୁର ତାପମାତ୍ରା ବୃଦ୍ଧି କରି ଶୀଘ୍ର ଶୁଖାଇବାରେ ସାହାଯ୍ୟ କରିଥାଏ । ଦ୍ୱିତୀୟରେ ଏଥିରେ ରହିଥିବା ସୌର ପ୍ୟାନେଲ, ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରୀ ଏବଂ ବିଦ୍ୟୁତ ଉତ୍ପାଦନ ନିୟନ୍ତ୍ରକର ସମାହାରରେ ପ୍ରସ୍ତୁତ ଫଟୋଭୋଲଟାଇକ ବ୍ୟବସ୍ଥା ଦ୍ୱାରା ଏକ କ୍ଷୁଦ୍ର ପଙ୍ଖା ପରିଚାଳିତ ହୋଇ ଶୁଖାଇବା ଟନେଲ ମଧ୍ୟରେ ବାୟୁ ପ୍ରବାହ କରିଥାଏ । ଏହା ଟନେଲକୁ ଫୁଲାଇ ଦେଇ ତାହା ମଧ୍ୟରେ ରଖାଯାଇଥିବା ଶସ୍ୟରୁ ବାଷ୍ପୀକରଣ ମାଧ୍ୟମରେ ଜଳୀୟ ଅଂଶ ଅପସାରଣ କରିଥାଏ । ଟନେଲ ତଳେ ଉଭୟ ଦିଗକୁ ସଂଯୁକ୍ତ କରୁଥିବା ଗୋଟିଏ ଦଉଡ଼ି ଉପରେ ରୋଲର ଚଳାଯାଇ ଶସ୍ୟକୁ ମିଶ୍ରଣ କରାଯାଇଥାଏ । ଏଥିପାଇଁ ଟନେଲକୁ ଖୋଲିବା ଆବଶ୍ୟକ ହୁଏ ନାହିଁ । ମିଶ୍ରଣ ପାଇଁ ଟନେଲ ଭିତରେ ଗୋଟିଏ rୁଇଟି ଉପାୟରେ ସୋଲାର ବବଲ ଡ୍ରାୟର ସୂର୍ଯ୍ୟରୁ ଶକ୍ତି ଗ୍ରହଣ କରିଥାଏ । ପ୍ରଥମେ ଶୁଖାଇବା ଟନେଲର ଉପର ଭାଗରେ ଥିବା ସ୍ୱଚ୍ଛ ଆବରଣ ଦେଇ ପ୍ରବେଶ କରୁଥିବା ସୂର୍ଯ୍ୟକିରଣ ସଂଗ୍ରହ ହୁଏ ଓ ଏହା ଉତ୍ତାପରେ ପରିଣତ ହୋଇ ଶୁଖାଉଥିବା ବାୟୁର ତାପମାତ୍ରା ବୃଦ୍ଧି କରି ଶୀଘ୍ର ଶୁଖାଇବାରେ ସାହାଯ୍ୟ କରିଥାଏ । ଦ୍ୱିତୀୟରେ ଏଥିରେ ରହିଥିବା ସୌର ପ୍ୟାନେଲ, ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରୀ ଏବଂ ବିଦ୍ୟୁତ ଉତ୍ପାଦନ ନିୟନ୍ତ୍ରକର ସମାହାରରେ ପ୍ରସ୍ତୁତ ଫଟୋଭୋଲଟାଇକ ବ୍ୟବସ୍ଥା ଦ୍ୱାରା ଏକ କ୍ଷୁଦ୍ର ପଙ୍ଖା ପରିଚାଳିତ ହୋଇ ଶୁଖାଇବା ଟନେଲ ମଧ୍ୟରେ ବାୟୁ ପ୍ରବାହ କରିଥାଏ । ଏହା ଟନେଲକୁ ଫୁଲାଇ ଦେଇ ତାହା ମଧ୍ୟରେ ରଖାଯାଇଥିବା ଶସ୍ୟରୁ ବାଷ୍ପୀକରଣ ମାଧ୍ୟମରେ ଜଳୀୟ ଅଂଶ ଅପସାରଣ କରିଥାଏ । ଟନେଲ ତଳେ ଉଭୟ ଦିଗକୁ ସଂଯୁକ୍ତ କରୁଥିବା ଗୋଟିଏ ଦଉଡ଼ି ଉପରେ ରୋଲର ଚଳାଯାଇ ଶସ୍ୟକୁ ମିଶ୍ରଣ କରାଯାଇଥାଏ । ଏଥିପାଇଁ ଟନେଲକୁ ଖୋଲିବା ଆବଶ୍ୟକ ହୁଏ ନାହିଁ । ମିଶ୍ରଣ ପାଇଁ ଟନେଲ ଭିତରେ ଗୋଟିଏ ର୳୲କ ମଧ୍ୟ ରହିଥାଏ ।
ଏହା ଅନ୍ୟ ଡ୍ରାୟର ସହିତ କିପରି ତୁଳନୀୟ ?
ପାରମ୍ପରିକ ଭାବେ କୃଷକମାନେ ଖୋଲା ସ୍ଥାନରେ ଧାନକୁ ଖରାରେ ଖେଳାଇ ଦେଇ ଏହାକୁ ପ୍ରାଣୀ, କୀଟ, ଅନ୍ୟ ଧାନ ସହିତ ମିଶ୍ରଣ ଓ ବୃଷ୍ଟିପାତରୁ ରକ୍ଷା କରିଥାନ୍ତି । ଏହି ପାରମ୍ପରିକ ପଦ୍ଧତିରେ ଉନ୍ନତି ଆଣିଥାଏ ସୋଲାର ବବଲ ଡ୍ରାୟର । ଶୁଖାଉଥିବା ଟନେଲ ଯୋଗୁଁ ଶସ୍ୟକୁ ଅଧିକ ଉତ୍ତପ୍ତ ହେବାରୁ ରକ୍ଷା କରାଯାଇଥାଏ, ଯାହାକି ସାଧାରଣତଃ ମଧ୍ୟାହ୍ନରେ ଘଟିଥାଏ ।