ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।
ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:
- ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
- ଅମଳ ଅବଧି ଓ ଅମଳ କ୍ଷମତା
- ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
- ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
- ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ
ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।
କିସମ | ପ୍ରକାଶନ ବର୍ଷ | ଅବଧି | ଉପଯୁକ୍ତ ଜମି କିସମ | ଉପଯୁକ୍ତ ଋତୁ | ଗଛ ଉଚ୍ଚତା | ଦାନାର ପ୍ରକାର | ଅଧା ଫୁଲ ଧରିବା ଅବସ୍ଥା (ଦିନ) | ଅଜୈବିକ ଚାପ ସହଣି | ଜୈବିକ ଚାପ ସହଣି | ବିଶେଷ ଗୁଣ | ହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା) | ଡାଉନଲୋଡ଼ |
---|---|---|---|---|---|---|---|---|---|---|---|---|
ଅଜୟ (ଶଙ୍କର କିସମ) | ୨୦୦୬ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୯୫ | ନ୍ୟୂନତମ ଚାପ | ମହିଷାରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, କାହାଳିଆ ପୋକ, ମାଟିଆ ଗୁଣ୍ଡିପୋକ ଓ ଧଳାପିଠିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | - | ୬୦୦୦ | English ଓଡ଼ିଆ |
ଅଞ୍ଜଳି | ୨୦୦୨ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୭୫ | ନ୍ୟୂନତମ ଚାପ | ପତ୍ରଚିତା ରୋଗ ପ୍ରତିରୋଧି, ପତ୍ର ମହିଷା ରୋଗ ଓ ପତ୍ରାଚ୍ଛାଦ ସଢା ରୋଗର ଆଂଶିକ ପ୍ରତିରୋଧି | _ | ୨୦୦୦-୩୦୦୦ | English ଓଡ଼ିଆ |
ଅନ୍ନଦା | ୧୯୮୭ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୭୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ ଓ କାଣ୍ଡ ବିନ୍ଧା ପୋକର ଆଂଶିକ ପ୍ରତିରୋଧି | - | ୫୦୦୦ | English ଓଡ଼ିଆ |
ଅମର (ଏମ.ଟି.ୟୁ ୧୦୬୪) | ୨୦୧୦ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୯୦ | ଲବଣତା | କାହାଳିଆ ପୋକ, ମାଟିଆ ଗୁଣ୍ଡି ପୋକ ଓ ବୀଜାଣୁ ଜନିତ ପତ୍ରପୋଡ଼ା ରୋଗର ଆଂଶିକ ପ୍ରତିରୋଧି | ବନ୍ୟା ଓ ଲବଣତା | ୬୫୦୦ | English ଓଡ଼ିଆ |
ଆଇ.ଆର ୩୬ | ୧୯୮୨ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ଗେଡ଼ା | ଲମ୍ବା ଓ ସରୁ | ୯୦ | ନ୍ୟୂନତମ ଚାପ | ମାଟିଆ ଗୁଣ୍ଡିପୋକର ପ୍ରତିରୋଧି, କାଣ୍ଡବିନ୍ଧା ପୋକ ଓ ବୀଜାଣୁ ଜନିତ ପତ୍ରପୋଡ଼ା ରୋଗର ଆଂଶିକ ପ୍ରତିରୋଧି | - | ୫୦୦୦ | English ଓଡ଼ିଆ |
ଆଇ.ଆର ୬୪ | ୧୯୯୧ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୮୪ | ନ୍ୟୂନତମ ଚାପ | ମହିଷା ରୋଗ, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ, ଟୁଙ୍ଗ୍ରୋ ଭୁତାଣୁ, ମାଟିଆ ଗୁଣ୍ଡିପୋକ, ସବୁଜ ପତ୍ରଡିଆଁ ପୋକ, ଧଳାପିଠିଆ ଗୁଣ୍ଡିପୋକ ଓ କାହାଳିଆ ପୋକର ପ୍ରତିରୋଧୀ | - | ୬୦୦୦ | English ଓଡ଼ିଆ |
ଆଶୁତୋଶ | ୨୦୧୮ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୧୨୫ | ଠିଆପାଣି | ପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ସଢା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ ଓ ପତ୍ରମୋଡ଼ା ପୋକର ଆଂଶିକ ପ୍ରତିରୋଧି | ବନ୍ୟା ସହନଶୀଳ | ୪୫୦୦ | English ଓଡ଼ିଆ |
ଉଦୟଗିରି | ୧୯୯୯ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ମୋଟା | ୬୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ପତ୍ରଚିତା ରୋଗ ଓ କାଣ୍ଡବିନ୍ଧା ପୋକର ପ୍ରତିରୋଧି, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | _ | ୩୫୫୦ | English ଓଡ଼ିଆ |
ଉପହାର | ୨୦୦୬ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଅଗଭୀର ଖାଲ ଓ ମଧ୍ୟମ ଖାଲ ଜମି | ଖରିଫ | ଡେଙ୍ଗା | ଛୋଟ ଓ ମୋଟା | ୧୩୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ପତ୍ରାଚ୍ଛାଦ ସଢାରୋଗ, ଟୂଙ୍ଗ୍ରୋ ଭୁତାଣୁ, କାହାଳିଆ ପୋକ, କାଣ୍ଡବିନ୍ଧା ପୋକ ଓ ପତ୍ରମୋଡ଼ା ପୋକର ଆଂଶିକ ପ୍ରତିରୋଧି | - | ୩୫୮୪ | English ଓଡ଼ିଆ |
ଏମ.ଟି.ୟୁ ୧୦୦୧ (ବିଜେତା) | ୧୯୯୭ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୦୮ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ ଓ ମାଟିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | ସରୁ ଚାଉଳ | ୪୫୦୦ | English ଓଡ଼ିଆ |