RKB_Odisha_Odia
RKB_Odisha_Odia
IRRI Banner

ଅନାବନା ଘାସ ପରିଚାଳନା

ଅନାବନା ଘାସ ଧାନ ଫସଲ ସହିତ ପ୍ରତିଯୋଗିତା କରିବା ଯୋଗୁଁ ଧାନ ଅମଳ ହ୍ରାସ ପାଇଥାଏ । କିଆରୀରେ ପ୍ରତି କିଲୋଗ୍ରାମ୍ ଶୁଷ୍କ ଓଜନ ଘାସର ଉପସ୍ଥିତି ପାଇଁ ଧାନ ଅମଳ ଏକ କି.ଗ୍ରା. ହ୍ରାସ ପାଇଥାଏ । ଫସଲ ରୋଇବା ଅଥବା ଗଛ ହେବାର ୨୦-୨୫ ଦିନ ମଧ୍ୟରେ ଅନାବନା ଘାସ ସର୍ବାଧିକ କ୍ଷତିକାରକ ହୋଇଥାଏ । ଧାନର ଥୋଡ଼ ହେବା ପରେ ଘାସ ବାଛିବା ଦ୍ୱାରା ଅନାବନା ଘାସରୁ ମଞ୍ଜି ପଡ଼ି ପରବର୍ତ୍ତୀ ଫସଲ ପ୍ରଭାବିତ ହେବାର ଆଶଙ୍କା କମିଯାଏ ।

ହାତରେ ଏବଂ ଯନ୍ତ୍ର ସାହାଯ୍ୟରେ ଘାସ ନିୟନ୍ତ୍ରଣ

ଅନାବନା ଘାସକୁ (୧) ହାତରେ ଉପାଡ଼ି ବା କାଟି ଏବଂ (୨) ଘାସମରା ଯନ୍ତ୍ର ଓ ଅନ୍ତଃଚାଷ ଉପକରଣ ବ୍ୟବହାର କରି ଦମନ କରାଯାଇପାରେ ।

ହାତରେ ଘାସ ନିୟନ୍ତ୍ରଣ

ଘାସ ଦମନ ପାଇଁ ହାତରେ ଘାସ ନିୟନ୍ତ୍ରଣ ଏକ ଫଳପ୍ରଦ ଉପାୟ । କିନ୍ତୁ ଏଥିପାଇଁ ଅଧିକ ଶ୍ରମିକ ଆବଶ୍ୟକ ଓ ଅଧିକ ପରିମାଣର ଜମି ପାଇଁ ଏହି ପଦ୍ଧତି ଅନୁସରଣ କରିବା ସମ୍ଭବ ହୋଇ ନଥାଏ ।

କେତେବେଳେ ହାତରେ ଘାସ ଦମନ କରାଯିବ

  • ଋତୁକାଳୀନ ଘାସ ଓ ମାଟି ତଳେଥିବା ଅଂଶରୁ ପୁଣି ଥରେ ଗଜରୁ ନଥିବା ବହୁବର୍ଷୀୟ ଘାସ
  • ଧାଡ଼ିରେ ଥିବା ବୁଦା ମଧ୍ୟରେ ରହିଥିବା ଓ ୱିଡ଼ର ଦ୍ୱାରା ଦମନ କରାଯାଇ ପାରୁ ନଥିବା ଘାସ
  • ଦୁଇରୁ ତିନି ପତ୍ରର ହୋଇଥିବାବେଳେ ଘାସକୁ ହାତରେ ଦମନ କରିବା କଷ୍ଟକର । ଏ କ୍ଷେତ୍ରରେ :
  • ଦୁଇ ସପ୍ତାହ ପାଇଁ ଘାସ ଦମନକୁ ବିଳମ୍ବ କରନ୍ତୁ ଅଥବା ଘାସ ଗଛ ବଡ଼ ହେବା ପରେ ଏହାକୁ ଦମନ କରନ୍ତୁ ।
  • ଘାସକୁ ସହଜରେ ଉପାଡ଼ିବା ପାଇଁ ଜମିରେ ଯଥେଷ୍ଟ ବତର ଥିବା ଆବଶ୍ୟକ ।
  • ଘାସ ଗଛର ବଂଶବୃଦ୍ଧି ନହେବା ପାଇଁ ଏହାକୁ ଜମିରୁ ବାହାର କରି ଦିଅନ୍ତୁ ।
ଯାନ୍ତ୍ରିକ ପଦ୍ଧତିରେ ଘାସ ଦମନ

ଧାଡ଼ିରେ ରୁଆଯାଇଥିବା ଫସଲରେ ଯାନ୍ତ୍ରିକ ପଦ୍ଧତିରେ ଘାସ ଦମନ କରିବା ଉପଯୋଗୀ ହୋଇଥାଏ । ହାତରେ ଦମନ କରିବା ତୁଳନାରେ ଏହି ପଦ୍ଧତିରେ କମ୍ ସମୟ ଓ କମ୍ ଖର୍ଚ୍ଚ ଆବଶ୍ୟକ ହୋଇଥାଏ ।

  • ଘାସ ଦମନବେଳେ ଜମିରେ ଯଥେଷ୍ଟ ଜଳୀୟ ଅଂଶ ରହିଥିବା ଦରକାର । ମାଟି ଶୁଖିଯାଇଥିଲେ ୱିଡ଼ର ଚଳାଇବା କଷ୍ଟକର ହୋଇଥାଏ ।
  • ଧାଡ଼ି ମଧ୍ୟରେ ୱିଡ଼ର ଚଳାନ୍ତୁ । ଏହା ଘାସକୁ କାଟି ତାହାର ଚେରକୁ ନଷ୍ଟ କରିବା ଦ୍ୱାରା ଘାସ ମରିଯାଇଥାଏ । ଠିକ୍ ଭାବେ ୱିଡ଼ର ଚଳା ନଗଲେ ଏହା ଧାନ ଫସଲକୁ ନଷ୍ଟ କରିଦେଇପାରେ ।

ଫଳପ୍ରଦ ଭାବେ ଘାସ ପରିଚାଳନା
  • ଜମି ପ୍ରସ୍ତୁତିବେଳେ ୭-୧୦ ଦିନ ବ୍ୟବଧାନରେ ପଡ଼ିଆ ରହିଥିବା ଜମିକୁ ହଳ କରି ଗୁଣ୍ଡ ଚାଷ କରିବା ଦରକାର ।
  • ଜମି ସମତୁଲ ହୋଇଗଲେ ଘାସ ବଢ଼ିପାରେ ନାହିଁ । କାରଣ ପାଣି ମଧ୍ୟରେ ଅଧିକାଂଶ ଘାସ ମଞ୍ଜିରୁ ଗଜା ହୋଇ ନଥାଏ ।
  • ପ୍ରଥମରୁ ଭଲ ଭାବେ ବଢ଼ୁଥିବା କିସମ ଚୟନ କରନ୍ତୁ ।
  • ଘାସ ମଞ୍ଜି ମିଶି ନଥିବା ପରିଷ୍କାର ଧାନ ବିହନ ବ୍ୟବହାର କରନ୍ତୁ ।
  • ଫସଲର ପ୍ରାରମ୍ଭିକ ଅବସ୍ଥାରେ ସ୍ଥାୟୀ ଭାବେ ଜଳସେଚନ କରନ୍ତୁ । କାରଣ ପାଣି ମଧ୍ୟରେ ଘାସ ମଞ୍ଜିରୁ ଗଜା ବାହାରି ନଥାଏ ।
  • ଗଛ ହେବାର ୨-୩ ସପ୍ତାହ ପରେ ପ୍ରଥମ ଥର ଘାସ ବଛାଯାଏ । ଏହାର ୨-୩ ସପ୍ତାହ ପରେ ଦ୍ୱିତୀୟ ଥର ଘାସ ବଛାଯାଏ । ସାର ପ୍ରୟୋଗ ପୂର୍ବରୁ ଘାସ ଦମନ କରିବା ଉଚିତ୍ ।
  • ଠିକ୍ ଭାବେ ଘାସ ଚିହ୍ନଟ କରି ଉପଯୁକ୍ତ ଘାସମରା ଔଷଧ ବ୍ୟବହାର କରନ୍ତୁ । ଘାସମରା ଔଷଧ ଡବା ଉପରେ ଲେଖାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଘାସମରା ଔଷଧ ପ୍ରୟୋଗ କରନ୍ତୁ ।
  • ଧାନ ବୁଣିବା / ରୋଇବା ପରେ ଏବଂ ଘାସ ମଞ୍ଜିରୁ ଗଜା ହେବା ପୂର୍ବରୁ ପ୍ରାକ୍-ଅଙ୍କୁରୋଦ୍ଗମ ଘାସମରା ଔଷଧ ବ୍ୟବହାର କରନ୍ତୁ ।
  • ଅଙ୍କୁରୋଦ୍ଗମ ପର ଘାସମରା ଔଷଧକୁ ଧାନ ବୁଣିବା / ରୋଇବାର ୧୫-୨୫ ଦିନ ପରେ ଘାସ ଗଛ ୨-୪ ପତ୍ରର ହୋଇଥିବା ବେଳେ ପ୍ରୟୋଗ କରନ୍ତୁ ।
  • ଘାସମରା ଔଷଧ ବିଷାକ୍ତ ଅଟେ । ଠିକ୍ ଭାବେ ବ୍ୟବହାର କରା ନଗଲେ ଏହା ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ କ୍ଷତିକାରକ ହୋଇପାରେ । ଏହାକୁ ଠିକ୍ ଭାବେ ଚିହ୍ନିତ କରି ଶିଶୁମାନଙ୍କଠାରୁ ଦୂରରେ ରଖନ୍ତୁ ।
  • ଔଷଧ ସ୍ପ୍ରେ କରିବାବେଳେ ସୁରକ୍ଷା ପୋଷାକ ପରିଧାନ କରନ୍ତୁ ।
  • ସ୍ପ୍ରେ କଲାବେଳେ ରେନ୍-କୋଟ ପିନ୍ଧିଲେ ଅଧିକ ଝାଳ ବୋହିଥାଏ । ସ୍ପ୍ରେ କରିବାବେଳେ ଖାଇବା, ପିଇବା, ଧୂମପାନ କରିବା ଓ ନିଶାଦ୍ରବ୍ୟ ସେବନରୁ ନିବୃତ୍ତ ରୁହନ୍ତୁ ।
Weed Management
ଅନାବନା ଘାସ ପରିଚାଳନା
Pest and disease management
ରୋଗ ପୋକ ପରିଚାଳନା