RKB_Odisha_Odia
RKB_Odisha_Odia
IRRI Banner

ତଥ୍ୟ ଫର୍ଦ୍ଦ

ତଥ୍ୟ ପତ୍ରର ନାମବିଷୟସାରାଂଶମୁଖ୍ୟ ଶବ୍ଦଡାଉନଲୋଡ଼
ଉତ୍ତମ ଜଳ ପରିଚାଳନା ପଦ୍ଧତିଜଳ ପରିଚାଳନାଅନେକ ଧାନ ଜମିରେ ଗୋଟିଏ କିଆରୀରୁ ଅନ୍ୟ କିଆରୀକୁ ହିଡ଼ ଭାଙ୍ଗି ପାଣି ମଡ଼ା ଯାଇଥାଏ । ଏପରି କ୍ଷେତ୍ରରେ ଗୋଟିଏ କିଆରୀରେ ଜଳ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନଥାଏ । ନିର୍ଦ୍ଦିଷ୍ଟ ଭାବେ ଜଳ ପରିଚାଳନା ହୋଇ ନଥାଏ । ଗୋଟିଏ ଜମି ବା କେତେଗୁଡ଼ିଏ ଜମିରେ ପାଣି ମଡ଼ାଇବା ଓ ଜଳ ନିଷ୍କାସନ ନିମନ୍ତେ ସ୍ୱତନ୍ତ୍ର ଭାବେ ପାଣି ନାଳ କରାଗଲେ ଜଳସେଚନ ଓ ଜଳ ନିଷ୍କାସନରେ ଉନ୍ନତି ଘଟିବ ।ଧାନରେ ଜଳ ପରିଚାଳନା, ଜଳ ଅପଚୟ କିପରି ନହେବ, ଜମି ପ୍ରସ୍ତୁତି ସମୟରେ ଜଳ ପରିଚାଳନା English ଓଡ଼ିଆ
ଭଲ, ପରିଷ୍କାର ଓ ସୁସ୍ଥ ବିହନ ବ୍ୟବହାରବିହନଭଲ ବିହନ ବ୍ୟବହାର ଦ୍ୱାରା କମ୍ ବିହନ ଆବଶ୍ୟକ ହୁଏ, ଅଧିକ ଗଜା ହୋଇଥାଏ (>୭୦%), ପୁଣିଥରେ ମଞ୍ଜି ଲଗାଇବା ଆବଶ୍ୟକ ହୁଏ ନାହିଁ, ସମାନ ଭାବେ ଗଛ ସଂଖ୍ୟା ରହେ ଏବଂ ଗଛ ହୃଷ୍ଟପୁଷ୍ଟ ହେବା ସହିତ ଗଛର ଅଭିବୃଦ୍ଧି ଅଧିକ ହୋଇଥାଏ ।ଭଲ, ପରିଷ୍କାର ଓ ସୁସ୍ଥ ବିହନ ବ୍ୟବହାର, ଭଲ ବିହନ କିପରି ରଖିହେବ, ଧାନ ଉଡ଼ା, ଭଲ ବିହନ ସାଇତା, ବିହନର ଗଜା ଶକ୍ତି ପରୀକ୍ଷା English ଓଡ଼ିଆ
କିପରି ଭଲ ବିହନ ଉତ୍ପାଦନ କରାଯିବବିହନଡିଲର କିମ୍ବା ବିହନ ଉତ୍ପାଦନକାରୀଙ୍କ ଉପରେ ନିର୍ଭର ନକରି ଚାଷୀମାନେ ନିଜେ ଗୁଣାତ୍ମକ ବିହନ ଉତ୍ପାଦନ କରିପାରିବେ । ବିହନ ଉତ୍ପାଦନ ନିମନ୍ତେ ୧୦ଟି ମୁଖ୍ୟ ବିଷୟବସ୍ତୁ ବିଷୟରେ ଏଠାରେ ଆଲୋଚନା କରାଗଲାନିଜେ କିପରି ଭଲ ବିହନ ଉତ୍ପାଦନ କରିବେ, ଧାନ ଉଡ଼ା, ଧାନ ଶୁଖାଇବା ଓ ସାଇତିବା, ଚାଷୀ କିପରି ବିହନ ଉତ୍ପାଦନ କରିପାରିବେ English ଓଡ଼ିଆ
ବିହନ ଉତ୍ପାଦନବିହନବିହନ ଏକ ଜୀବନ୍ତ ଉତ୍ପାଦ ଅଟେ । ଅଧିକ ପରିମାଣରେ ଅଙ୍କୁରୋଦ୍‌ଗମ ଓ ପରବର୍ତ୍ତୀ ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ଭାବେ ବିହନର ଚାଷ, ଅମଳ ଓ ପ୍ରକ୍ରିୟାକରଣ କରାଯିବା ଆବଶ୍ୟକ । ଉତ୍ତମ ବିହନ ଦ୍ୱାରା ଅମଳ ୫-୨୦ % ବୃଦ୍ଧି ପାଇଥାଏ ।ଧାନ ବିହନ ଉତ୍ପାଦନ, ଧାନ ବିହନ ଉତ୍ପାଦନ ପଦ୍ଧତି, ଶଙ୍କର ଜାତୀୟ ଧାନ ବିହନ, ସହଜାତ ଧାନ ବିହନ English ଓଡ଼ିଆ
ଉତ୍ତମ ବିହନର ବ୍ୟବହାରବିହନଉତ୍ତମ ବିହନ ବ୍ୟବହାର ଦ୍ୱାରା କମ୍ ପରିମାଣରେ ବିହନ ଆବଶ୍ୟକ ହୁଏ, ଅଧିକ ସଂଖ୍ୟାରେ (୭୦% ରୁ ଅଧିକ) ଗଛ ହୋଇଥାଏ । ଫଳରେ ଖାଲି ସ୍ଥାନ ପୂରଣ ଆବଶ୍ୟକ ହୁଏ ନାହିଁ, କିଆରୀରୁ ସମାନ ଭାବରେ ଗଛ ହୋଇଥାଏ ଏବଂ ପ୍ରାଥମିକ ଅବସ୍ଥାରେ ଗଛ ହୃଷ୍ଟପୁଷ୍ଟ ହୁଏ । ଛୋଟ ଅବସ୍ଥାରୁ ଗଛ ହୃଷ୍ଟପୁଷ୍ଟ ହେବା ଦ୍ୱାରା ଘାସ ସମସ୍ୟା ହ୍ରାସପାଏ ଓ ରୋଗପୋକ ପ୍ରତିରୋଧି କ୍ଷମତା ବୃଦ୍ଧି ପାଏ ।ଉତ୍ତମ ବିହନ କଣ, ଧାନ ଉଡ଼ା, ଧାନ ଶୁଖା ଓ ସାଇତା, ବିହନ ପ୍ରାଇମିଙ୍ଗ, ଉତ୍ତମ ବିହନର ବ୍ୟବହାର, ଉତ୍ତମ ବିହନ କିପରି ଉତ୍ପାଦନ ହୋଇପାରିବ English ଓଡ଼ିଆ
ଆଧୁନିକ ଧାନ କଳଅମଳ ପରବର୍ତ୍ତୀ ପରିଚାଳନାବୃହଦାକାର ବ୍ୟାବସାୟିକ ଧାନ ମିଲ୍‌ରେ ଧାନ ବା ମୋଟା ଚାଉଳରୁ ଉନ୍ନତ ମାନର ଚାଉଳ ଉତ୍ପାଦନ ପାଇଁ ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ ।ଆଧୁନିକ ଧାନ କଳ, ଧାନ ପେଷା ପଦ୍ଧତି, ପେଷିବା ପୂର୍ବରୁ ଧାନକୁ ସଫା କରିବା, ଧାନକୁ ଅଲଗା କରିବା, ଚାଉଳକୁ ପାଲିସ କରିବା, ଚାଉଳକୁ ଓଜନ କରିବା English ଓଡ଼ିଆ
ସାଇତା ଗୃହରେ ମୂଷା ପରିଚାଳନାଅମଳ ପରବର୍ତ୍ତୀ ପରିଚାଳନାମୂଷା କହିଲେ ବିଲମୂଷା ଓ ଘରମୂଷାକୁ ବୁଝାଇଥାଏ । ଧାନ ସାଇତା ସ୍ଥାନରେ ଦେଖାଯାଉଥିବା ତିନି ପ୍ରକାରର ମୂଷା ହେଲା : ଚୁଟିଆ ମୂଷା, ନରୱେ ମୂଷା ବା ସାଧାରଣ ମୂଷା ଏବଂ ଗାତୁଆ ମୂଷାଧାନରେ ଦେଖାଯାଉଥିବା ବିଭିନ୍ନ ଅନିଷ୍ଟକାରି ଜନ୍ତୁ, ମୂଷା ଦ୍ଵାରା ହେଉଥିବା ନଷ୍ଟ, ଧାନରେ ମୂଷା ପରିଚାଳନା, ଧାନ ସାଇତା ପାଇଁ ସ୍ବଚ୍ଛତା, ଧାନ ସାଇତା ପରିଚାଳନା English ଓଡ଼ିଆ
ଜମି ସମତୁଲ କରିବା ପଦ୍ଧତିଜମି ପ୍ରସ୍ତୁତିଉଭୟ ଶୁଷ୍କ ଓ ଆର୍ଦ୍ର ଅବସ୍ଥାରେ ଜମି ସମତୁଲ କରାଯାଇପାରିବ । ସମତୁଲ କରିବା ପାଇଁ ବତର ଥିବା ମାଟିରେ ବଳଦ, ମଇଁଷି ଓ ଦୁଇ ଚକିଆ ଟ୍ରାକ୍ଟର ଚଳା ଯାଇଥାଏ । ଉଭୟ ବତର ଥିବା ଓ ଶୁଖିଲା ଜମିରେ ୪ ଚକ ବିଶିଷ୍ଟ ଟ୍ରାକ୍ଟର ଚଳାଯାଇପାରେ । ଆଫ୍ରିକାରେ ଏବେ ବି ଅନେକ ଜମି ମଣିଷ ଦ୍ୱାରା ସମତୁଲ କରାଯାଉଛି ।ଧାନ ଫସଲରେ ଜମି ସମତୁଲ କରିବା ପଦ୍ଧତି, ଟ୍ରାକ୍ଟର ଦ୍ଵାରା ଜମି ସମତୁଲ, ହାତରେ ଜମି ସମତୁଲ, ଜମି ସମତୁଲ ପଦ୍ଧତି English ଓଡ଼ିଆ
ବନ୍ୟା ବା ଜଳମଗ୍ନ ଅବସ୍ଥାଅଜୈବିକ ଚାପଜଳମଗ୍ନ ଜମିରେ ଉଦ୍ଭିଦର ଅଭିବୃଦ୍ଧି ଅସ୍ୱାଭାବିକ ହୋଇଥାଏ । ଗଛକୁ ଉପଯୁକ୍ତ ଭାବେ ଅମ୍ଳଜାନ ଓ ସୂର୍ଯ୍ୟକିରଣ ଉପଲବ୍ଧ ହେଉ ନଥିବାରୁ ଉଦ୍ଭିଦରେ ଖାଦ୍ୟାଭାବ ଦେଖାଦେଇଥାଏ ।ଧାନରେ ବନ୍ୟା ବା ଜଳମଗ୍ନ ଅବସ୍ଥା, ଠିଆ ପାଣି ଦ୍ଵାରା କ୍ଷତି କିପରି ଜାଣିବେ, ଠିଆ ପାଣି ର ପରିଚାଳନା କିପରି କରିବେ, ଧାନ ଉପରେ ଠିଆ ପାଣିର ପ୍ରଭାବ English ଓଡ଼ିଆ
ଟେଳା ହୋଇଥିବା ମାଟିଅଜୈବିକ ଚାପମାଟି ଟେଳା ହେବା ଦ୍ୱାରା ବିହନ ଘୋଡ଼େଇ ହୋଇଯାଏ । ଫଳରେ ମଞ୍ଜି ଦ୍ୱାରା ଉପଯୁକ୍ତ ଭାବେ ଜଳ ଗ୍ରହଣୀୟ ନ ହେବା ଯୋଗୁଁ ଗଜା ହେବାରେ ଅସୁବିଧା ହୁଏ ।ଧାନ ଜମିରେ ଟେଳା ହୋଇ ରହିଥିବା ମାଟି, ଟେଳା ହୋଇଥିବା ମାଟି ର ଲକ୍ଷଣ, ଟେଳା ହୋଇଥିବା ମାଟି ର ଫସଲ ଉପରେ ପ୍ରଭାବ, ଟେଳା ହୋଇଥିବା ମାଟିର ପରିଚାଳନା English ଓଡ଼ିଆ