RKB_Odisha_Odia
RKB_Odisha_Odia
IRRI Banner

ବୁଣିବା / ରୋଇବା

ଠିକ୍ ସମୟରେ ବୁଣିବା ବା ରୋଇବା ଦ୍ୱାରା ଗଛ ଶୀଘ୍ର ବଢ଼ିବା ସହିତ ଉପଯୁକ୍ତ ଭାବେ ଗଛ ସଂଖ୍ୟା ରହିବା ଯୋଗୁଁ ଅଧିକ ଅମଳ ମିଳେ ଓ ଅନାବନା ଘାସ ସହିତ ପ୍ରତିଯୋଗିତା କରିବା ପାଇଁ ଫସଲ ସମର୍ଥ ହୋଇଥାଏ । ସ୍ଥାନୀୟ ଅବସ୍ଥା, ଚାଷ କରାଯାଉଥିବା କିସମ, ଜଳର ଉପଲବ୍ଧତା, ଶ୍ରମିକ ମିଳିବା ଏବଂ ପୂର୍ବ ଫସଲର ଅମଳ ସମୟ ଉପରେ ବୁଣିବା/ରୋଇବା ସମୟ ନିର୍ଭର କରିଥାଏ । ତଳି ପଟାଳିରେ ଚାରା ପ୍ରସ୍ତୁତ କରି ଧାନ ରୁଆଯାଇପାରେ ଅଥବା ଶୁଷ୍କ ବା ଆର୍ଦ୍ର ପଦ୍ଧତିରେ ଧାନ ବୁଣାଯାଇପାରେ । ସାଧାରଣତଃ ରୁଆଧାନ ଅମଳ ହେବା ପାଇଁ ମୁଖ୍ୟ ଜମିରେ କମ୍ ସମୟ ନେଇଥାଏ; କିନ୍ତୁ ମୋଟାମୋଟି ଭାବେ ଦେଖିଲେ ବୁଣାଧାନ ତୁଳନାରେ ୧୦-୧୫ ଦିନ ଅଧିକ ସମୟ ନେଇଥାଏ । ଉଭୟ ଅବସ୍ଥା ପାଇଁ ଜମିକୁ ଭଲ ଭାବେ ପ୍ରସ୍ତୁତ କରାଯିବା ଦରକାର ।

ରୁଆଧାନ ପାଇଁ:

  • ରୁଆଯିବାକୁ ଥିବା ଜମିର ଏକ-ଦଶମାଂଶ ସ୍ଥାନରେ ତଳି ପକାନ୍ତୁ ।
  • ଅନ୍ତତଃ ୩-୪ ଥର ହଳ କରି ଓ ଥରେ ଗୁଣ୍ଡ ଚାଷ କରି ଜମି ପ୍ରସ୍ତୁତ କରନ୍ତୁ ।
  • ଜମିକୁ ସମତୁଲ କରି ଜଳ ନିଷ୍କାସନ ପାଇଁ ନାଳ କରନ୍ତୁ ।
  • ପ୍ରାକ୍-ଗଜା କରିବା ଓ ବୁଣିବା : ବିହନକୁ ୧୨ ଘଣ୍ଟା ପାଣିରେ ଭିଜାଇ ୨୪ ଘଣ୍ଟା ଛାଇରେ ଶୁଖାନ୍ତୁ । ପାଣି ମଡ଼ାଯାଇଥିବା ତଳି ପଟାଳିରେ ସମାନ ଭାବେ ବିହନ ବୁଣନ୍ତୁ ।
  • ରୁଆଧାନ ପାଇଁ ହେକ୍ଟର ପ୍ରତି ୪୦-୪୫ କି.ଗ୍ରା. ବିହନ ବ୍ୟବହାର କରନ୍ତୁ ।
  • ଶେଷ ଓଡ଼ ଚାଷ ପୂର୍ବରୁ ଜମିରେ ଉଭୟ ରାସାୟନିକ ସାର ଓ ଜୈବିକ ଖତ ପ୍ରୟୋଗ କରନ୍ତୁ ।
  • ତଳିର ବୟସ : ସଅଳ ଓ ମଧ୍ୟମ କିସମ କ୍ଷେତ୍ରରେ ବିହନ ବୁଣିବାର ୨୦-୨୫ ଦିନ ପରେ ଏବଂ ବିଳମ୍ବ କିସମ କ୍ଷେତ୍ରରେ ବୁଣିବାର ୩୦-୪୦ ଦିନ ପରେ ତଳି ଉପାଡ଼ନ୍ତୁ ।
  • କାଦୁଅ ହୋଇଥିବା ଏବଂ ପାଣିଥିବା ଜମିରେ ଧାଡ଼ିରେ ତଳି ରୁଅନ୍ତୁ ।
  • କିଆରୀରେ ପାଣି ରଖନ୍ତୁ ।

ବୁଣାଧାନ ପାଇଁ:

  • ଅନ୍ତତଃ ତିନିରୁ ଚାରିଥର ହଳ କରି ଓ ଥରେ ଗୁଣ୍ଡ ଚାଷ କରି ଜମି ପ୍ରସ୍ତୁତ କରନ୍ତୁ । ଟେଳାର ଆକାର ଓ ବିହନର ଆକାରକୁ ତୁଳନା କରନ୍ତୁ । ମାଟି ଓ ବିହନର ଉତ୍ତମ ସଂଯୋଗ ପାଇଁ ଉଭୟର ଆକାର ସମାନ ହେବା ଦରକାର ।
  • ଜମିକୁ ସମତୁଲ କରନ୍ତୁ ।
  • ଶେଷ ଓଡ଼ ଚାଷ ପୂର୍ବରୁ ବା ଗଛ ହେବାର ୧୦ ଦିନ ପରେ ମୂଳସାର ପ୍ରୟୋଗ କରନ୍ତୁ ।

Planting
ରୋପଣ
Water Managment
ଜଳ ପରିଚାଳନା