RKB_Odisha_Odia
RKB_Odisha_Odia
IRRI Banner

ଅଭିବୃଦ୍ଧି

ଧାନ ଫସଲର ଅଭିବୃଦ୍ଧି ସମୟରେ ଗୁରୁତ୍ୱପୂର୍ଣ୍ଣ ପରିଚାଳନା ଦିଗ ବିଷୟରେ ଚିନ୍ତା କରିବାକୁ ହେବ । ଏହା ମଧ୍ୟରେ ରୋଇବା/ବୁଣିବା ପଦ୍ଧତି, ଜଳସେଚନ, ସାର ପ୍ରୟୋଗ, ଘାସ ଦମନ ଓ ରୋଗପୋକ ନିୟନ୍ତ୍ରଣ ଅନ୍ତର୍ଭୁକ୍ତ ଅଟେ ।

ବୁଣିବା / ରୋଇବା

ଠିକ୍ ସମୟରେ ବୁଣିବା ବା ରୋଇବା ଦ୍ୱାରା ଗଛ ଶୀଘ୍ର ବଢ଼ିବା ସହିତ ଉପଯୁକ୍ତ ଭାବେ ଗଛ ସଂଖ୍ୟା ରହିବା ଯୋଗୁଁ ଅଧିକ ଅମଳ ମିଳେ ଓ ଅନାବନା ଘାସ ସହିତ ପ୍ରତିଯୋଗିତା କରିବା ପାଇଁ ଫସଲ ସମର୍ଥ ହୋଇଥାଏ।

ଜଳ ପରିଚାଳନା

ହିଡ଼ ଥିବା ଜମିରେ ଧାନଚାଷ କରାଯାଏ, ଯେଉଁଠି ଅମଳର ୭-୧୦ ଦିନ ପୂର୍ବ ସମୟ ପର୍ଯ୍ୟନ୍ତ ଠିଆପାଣି ରଖାଯାଇପାରିବ । ନିରବଚ୍ଛିନ୍ନ ଭାବେ କିଆରୀକୁ ଜଳମଗ୍ନ ରଖାଗଲେ ଘାସ ନିୟନ୍ତ୍ରଣ ହେବା ସହିତ ଫସଲକୁ ଯଥେଷ୍ଟ ଜଳ ମିଳିଥାଏ ।

ଖାଦ୍ୟସାର ପରିଚାଳନା

ଅଧିକାଂଶ ମାଟି ଫସଲକୁ ସୀମିତ ପରିମାଣର ଖାଦ୍ୟସାର ଯୋଗାଇଥାନ୍ତି । ତେଣୁ ଅଧିକ ଅମଳ ପାଇବା ପାଇଁ ସାର ପ୍ରୟୋଗ କରାଯିବା ଆବଶ୍ୟକ ।

ଅନାବନା ଘାସ ପରିଚାଳନା

ଅନାବନା ଘାସ ଧାନ ଫସଲ ସହିତ ପ୍ରତିଯୋଗିତା କରିବା ଯୋଗୁଁ ଧାନ ଅମଳ ହ୍ରାସ ପାଇଥାଏ । କିଆରୀରେ ପ୍ରତି କିଲୋଗ୍ରାମ୍ ଶୁଷ୍କ ଓଜନ ଘାସର ଉପସ୍ଥିତି ପାଇଁ ଧାନ ଅମଳ ଏକ କି.ଗ୍ରା. ହ୍ରାସ ପାଇଥାଏ ।

ରୋଗ ପୋକ ପରିଚାଳନା

ଗୋଟିଏ ଫସଲ ଅମଳ ପରେ ଫସଲର ପୁରୁଣାମୂଳୀ ପରିଚାଳନା ଓ ହିଡ଼ ମରାମତି କରି ଜମିକୁ ପରିଷ୍କାର ରଖନ୍ତୁ ।

ଆମ ଅଂଶୀଦାରଗଣ