RKB_Odisha_Odia
RKB_Odisha_Odia
IRRI Banner

ସିଡ୍ କାଷ୍ଟ

ସିଡ୍ କାଷ୍ଟ କ’ଣ?

ସିଡ୍ କାଷ୍ଟ ହେଉଛି ଏକ ଆପ୍ ଆଧାରିତ ଡିଜିଟାଲ ଉପକରଣ ଯାହା ଡିଲର ମାନଙ୍କ ଠାରୁ ଧାନ ବିହନ ଚାହିଦାକୁ ନିର୍ଭରଯୋଗ୍ୟ ଭାବରେ ସଂଗ୍ରହ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଓ ଏହା କୃଷକମାନଙ୍କ ଚାହିଦା ଉପରେ ଆଧାରିତ। ଏହି ଆପ୍ ଉପଭୋକ୍ତାଙ୍କ ଅଞ୍ଚଳ ପାଇଁ ଉପଯୁକ୍ତ ବିଭିନ୍ନ ଧାନ କିସମ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥାଏ।

Seed Cast

ଏହି ଉପକରଣ ବ୍ୟବହାର କରିବାର ଲାଭ କ’ଣ?

  • ଏହି ମୋବାଇଲ ଆପ୍ ବିହନ ଚାହିଦା ଆକଳନ ବ୍ୟବସ୍ଥାରେ ଉନ୍ନତି ଏବଂ ଏକୀକରଣ ପ୍ରକ୍ରିୟାରେ ସହଯୋଗ କରିବ
  • ଏହି ଆପ୍ ଦ୍ଵାରା ପ୍ରଦାନ କରାଯାଇଥିବା ଆକଳନ ଗୁଡ଼ିକ ସାଂପ୍ରତିକ ସଙ୍କଳନ ପ୍ରଣାଳୀ ତୁଳନାରେ ଅପେକ୍ଷାକୃତ ଅଧିକ ସଠିକ। ଡିଲର ମାନେ ସାଧାରଣତଃ ବର୍ତ୍ତମାନର ଚାହିଦା ଆକଳନ ପ୍ରକ୍ରିୟାର ଅଂଶ ନୁହଁନ୍ତି
  • ଏହା ବିହନ ଉତ୍ପାଦନକାରୀ, ବିତରକ, ଚାଷୀ ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯୋଗାଯୋଗ ଏବଂ ପ୍ରଭାବଶାଳୀ ସଂଯୋଗ ସ୍ଥାପନ କରିବ
  • ଏହା ଚାହିଦାଚାଳିତ ଉତ୍ପାଦନ ଏବଂ ବିହନ ବିତରଣ ପାଇଁ ପ୍ରଭାବଶାଳୀ ଯୋଜନାକୁ ଆଗେଇନେବ
  • ଏହା ଆବଶ୍ୟକ ବିହନ ଏବଂ କିସମଗୁଡ଼ିକୁ ଡିଲରମାନଙ୍କ ପାଇଁ ସୁନିଶ୍ଚିତ କରିବ ଏବଂ ଫଳସ୍ୱରୂପ କୃଷକମାନଙ୍କ ପାଇଁ ଉତ୍ତମ ସୁବିଧା ହେବ
  • ଏହା ଅଧିକ କିସମ ବିବିଧତା ଏବଂ ବିହନ ବଦଳ ହାରକୁ ବଢାଇବ ଯାହାକି ଅଧିକ ଫସଲ ଉତ୍ପାଦନ ନିମନ୍ତେ ସାହାଯ୍ୟ କରିବ