ଭଲ ଭାବେ ପ୍ରସ୍ତୁତ ହୋଇଥିବା ସମତଳ ଜମିରେ ସମାନ ଭାବେ ସୁସ୍ଥ ଫସଲ ହୋଇଥାଏ; ଯାହାକି ଘାସ ସହିତ ପ୍ରତିଯୋଗିତା କରିବା, କମ୍ ପାଣି ବ୍ୟବହାର କରିବା ଏବଂ ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ ପ୍ରଦାନ କରିବାକୁ ସକ୍ଷମ ହୁଏ ।
ଭଲ ଭାବେ ପ୍ରସ୍ତୁତ ଜମିରେ :
- ମାଟି ଓ ବିହନ ମଧ୍ୟରେ ସଂଯୋଗକୁ ଦୃଢ଼ କରିବା ପାଇଁ ଗୁଣ୍ଡ ମାଟି; ଅର୍ଥାତ୍ ମାଟି ଓ ବିହନର ଆକାର ଏକା ପରି ହୋଇଥିବ
- ଅନାବନା ଘାସ ନଥିବ
- ମାଟି ତଳକୁ ଜଳ ପ୍ରବାହ ରୋକିବା ପାଇଁ ୧୦ ସେ.ମି. ତଳେ କଠିନ ସ୍ତର ଥିବ
- କାର୍ଯ୍ୟ କରିବା ପରେ ଜମି ସମତୁଲ ଓ ମସୃଣ ହୋଇଥିବ
- ଭଲ ଭାବେ ତିଆରି କରାଯାଇଥିବା ହିଡ଼ ରହିଥିବ
ଜମି ପ୍ରସ୍ତୁତି ପାଇଁ
- ପୂର୍ବ ଫସଲ ଅମଳ ହେବା ପରେ ମାଟିରେ ବତର ଥିଲେ ଯଥା ସମ୍ଭବ ଶୀଘ୍ର ହଳ କରିଦିଅନ୍ତୁ ।
- ପ୍ରଥମ ବା ପ୍ରାରମ୍ଭିକ ଚାଷ: ବୁଣିବାର ୨-୩ ସପ୍ତାହ ପୂର୍ବରୁ ଗୋଟିଏ ଡିସ୍କ ଲଙ୍ଗଳ ବା ମୋଡ଼ପତ୍ର ଲଙ୍ଗଳ ସାହାଯ୍ୟରେ ୧୨.୫-୧୫ ସେ.ମି. ଗଭୀରତା ପର୍ଯ୍ୟନ୍ତ ଚାଷ କରି ଘାସ ଦମନ କରିବା ସହିତ ଫସଲର ଅବଶିଷ୍ଟାଂଶକୁ ମାଟିରେ ମିଶାଇ ଦିଅନ୍ତୁ ।
- ଦ୍ୱିତୀୟ ଚାଷ: ଡିସ୍କ ଲଙ୍ଗଳ ବା ଟାଇନ୍ ଲଙ୍ଗଳ ସାହାଯ୍ୟରେ କିଆରୀକୁ ଅନ୍ତତଃ ଦୁଇଥର ଚାଷ କରି ମାଟି ଗୁଣ୍ଡ କରି ଦିଅନ୍ତୁ । ବୁଣିବାର ୧୦-୧୫ ଦିନ ପୂର୍ବରୁ ଦ୍ୱିତୀୟ ଥର ହଳ କରନ୍ତୁ । ବୁଣିବାର ୫-୭ ଦିନ ପୂର୍ବରୁ ଶେଷ ଥର ପାଇଁ ୫-୭.୫ ସେ.ମି. ଗଭୀରତାରେ ହଳ କରନ୍ତୁ ।
- ହିଡ଼ ମରାମତି କରି ମୂଷାଗାତ ନଷ୍ଟ କରନ୍ତୁ । ସମସ୍ତ ଗାତ ଓ ଫାଟ ବନ୍ଦ କରି ହିଡ଼ ମରାମତି କରନ୍ତୁ । ହିଡ଼ର ଓସାର ୧ ମିଟର ଓ ଉଚ୍ଚତା ୦.୫ ମିଟର ହେବା ଆବଶ୍ୟକ ।
- ଜମିକୁ ସମତୁଲ କଲେ ଭଲ ଭାବେ ପାଣି ମଡ଼ା ଯାଇପାରେ, ଉପଯୁକ୍ତ ଗଛସଂଖ୍ୟା ରହେ ଓ ଭଲ ଭାବେ ଘାସ ଦମନ ହୋଇପାରେ ।
- ବୁଣିବାର ୧-୨ ଦିନ ପୂର୍ବରୁ ଜମିକୁ କାଦୁଅ କରିଦେଲେ ଆର୍ଦ୍ର ବୁଣାବେଳେ କିଆରୀରୁ ପାଣି ନିଗିଡ଼ି ଯାଇଥିବ ।