ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।
ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:
- ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
- ଅମଳ ଅବଧି ଓ ଅମଳ କ୍ଷମତା
- ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
- ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
- ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ
ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

| କିସମ | ପ୍ରକାଶନ ବର୍ଷ | ଅବଧି | ଉପଯୁକ୍ତ ଜମି କିସମ | ଉପଯୁକ୍ତ ଋତୁ | ଗଛ ଉଚ୍ଚତା | ଦାନାର ପ୍ରକାର | ଅଧା ଫୁଲ ଧରିବା ଅବସ୍ଥା (ଦିନ) | ଅଜୈବିକ ଚାପ ସହଣି | ଜୈବିକ ଚାପ ସହଣି | ବିଶେଷ ଗୁଣ | ହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା) | ଡାଉନଲୋଡ଼ |
|---|---|---|---|---|---|---|---|---|---|---|---|---|
| ସି.ଆର. ଧାନ ୨୦୭ (ଶ୍ରୀମତୀ) | ୨୦୧୬ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୮୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ପତ୍ରଚିତା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ, ପତ୍ର ମୋଡ଼ା ପୋକ ଓ ତଳି ପଚା ରୋଗର ଆଂଶିକ ପ୍ରତିରୋଧି | ଏରୋବିକ ପରିବେଶ ପାଇଁ ଉପଯୁକ୍ତ | ୩୭୦୦-୪୫୦୦ | English ଓଡ଼ିଆ |
| ସି.ଆର. ଧାନ ୩୦୧ (ହୁଏ) | ୨୦୧୨ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୧୦୦ | ନ୍ୟୂନତମ ଚାପ | ପତ୍ରାଚ୍ଛାଦ ସଢା ରୋଗ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | - | ୫୦୦୦ | English ଓଡ଼ିଆ |
| ସି.ଆର. ଧାନ ୩୦୩ | ୨୦୧୪ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୯୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ର ଚିତା ରୋଗ, ଟୁଙ୍ଗ୍ରୋ ଭୂତାଣୁ, କାଣ୍ଡ ବିନ୍ଧା ପୋକ, ପତ୍ର ମୋଡ଼ା ପୋକ ଓ ସବୁଜ ପତ୍ର ଡିଆଁ ପୋକର ଆଂଶିକ ପ୍ରତିରୋଧି | ଏରୋବିକ ପରିବେଶ ପାଇଁ ଉପଯୁକ୍ତ | ୪୭୦୦ | English ଓଡ଼ିଆ |
| ସି.ଆର. ଧାନ ୩୦୪ | ୨୦୧୪ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୧୦୮ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ର ଚିତା ରୋଗ, ଟୁଙ୍ଗ୍ରୋ ଭୂତାଣୁ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ, ପତ୍ର ମୋଡ଼ା ପୋକ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | - | ୫୦୦୦ | English ଓଡ଼ିଆ |
| ସି.ଆର. ଧାନ ୩୦୫ | ୨୦୧୪ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୯୯ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ମାଟିଆ ଗୁଣ୍ଡି ପୋକ ଓ ଧଳା ପିଠିଆ ଗୁଣ୍ଡି ପୋକର ଆଂଶିକ ପ୍ରତିରୋଧି | - | ୪୮୦୦ | English ଓଡ଼ିଆ |
| ସି.ଆର. ଧାନ ୩୦୬ | ୨୦୧୪ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୬୮ | ନ୍ୟୂନତମ ଚାପ | ପତ୍ରଚିତା ରୋଗ, କାଣ୍ଡବିନ୍ଧା ପୋକ, ପତ୍ରମୋଡ଼ା ପୋକ ଓ ଧଳାପିଠିଆ ଗୁଣ୍ଡି ପୋକର ଆଂଶିକ ପ୍ରତିରୋଧି | - | ୬୨୦୦ | English ଓଡ଼ିଆ |
| ସି.ଆର. ଧାନ ୩୦୭ (ମଉଡ଼ମଣି) | ୨୦୧୪ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଖରିଫ | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୧୦୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ପତ୍ର ଚିତା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ, ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | ସହଜରେ ଗଛ ପଡ଼ିଯାଏ ନାହିଁ | ୪୮୦୦ | English ଓଡ଼ିଆ |
| ସି.ଆର. ଧାନ ୩୦୯ | ୨୦୧୯ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୯୦ | ନ୍ୟୂନତମ ଚାପ | କାଣ୍ଡ ବିନ୍ଧା ପୋକ, ପତ୍ର ମୋଡ଼ା ପୋକ ଓ ତଳି ପଚା ରୋଗର ଆଂଶିକ ପ୍ରତିରୋଧି | - | ୪୫୦୦ | English ଓଡ଼ିଆ |
| ସି.ଆର. ଧାନ ୩୧୦ | ୨୦୧୫ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୦୦ | ନ୍ୟୂନତମ ଚାପ | - | ଅଧିକ ପୁଷ୍ଟିସାର ଯୁକ୍ତ | ୫୦୦୦ | English ଓଡ଼ିଆ |
| ସି.ଆର. ଧାନ ୩୧୧ (ମୁକୁଲ) | ୨୦୧୬ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ମୋଟା | ୯୯ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ପତ୍ର ଚିତା ରୋଗ, ଟୁଙ୍ଗ୍ରୋ ଭୂତାଣୁ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ, କାହାଳିଆ ପୋକ ଓ କାଣ୍ଡ ବିନ୍ଧା ପୋକର ଆଂଶିକ ପ୍ରତିରୋଧି | ଅଧିକ ପୁଷ୍ଟିସାର ଯୁକ୍ତ | ୫୫୦୦ | English ଓଡ଼ିଆ |



