ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।
ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:
- ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
- ଅମଳ ଅବଧି ଓ ଅମଳ କ୍ଷମତା
- ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
- ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
- ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ
ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

| କିସମ | ପ୍ରକାଶନ ବର୍ଷ | ଅବଧି | ଉପଯୁକ୍ତ ଜମି କିସମ | ଉପଯୁକ୍ତ ଋତୁ | ଗଛ ଉଚ୍ଚତା | ଦାନାର ପ୍ରକାର | ଅଧା ଫୁଲ ଧରିବା ଅବସ୍ଥା (ଦିନ) | ଅଜୈବିକ ଚାପ ସହଣି | ଜୈବିକ ଚାପ ସହଣି | ବିଶେଷ ଗୁଣ | ହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା) | ଡାଉନଲୋଡ଼ |
|---|---|---|---|---|---|---|---|---|---|---|---|---|
| ସି.ଆର. ଧାନ ୫୦୧ | ୨୦୧୦ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ମଧ୍ୟମ ଖାଲ ଜମି | ଖରିଫ | ଡେଙ୍ଗା | ଲମ୍ବା ଓ ମୋଟା | ୧୨୨ | ନ୍ୟୂନତମ ଚାପ | ଗ୍ରୀବା ମହିଷା ରୋଗ ପ୍ରତିରୋଧି | ମଧ୍ୟମ ଖାଲ ଜମି ପାଇଁ ଉପଯୁକ୍ତ | ୩୪୦୦ | English ଓଡ଼ିଆ |
| ସି.ଆର. ଧାନ ୫୦୨(ଜୟନ୍ତି ଧାନ) | ୨୦୧୨ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଖାଲ ଜମି | ଖରିଫ | ଡେଙ୍ଗା | ମଧ୍ୟମ ସରୁ | ୧୩୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ପତ୍ରାଚ୍ଛାଦ ସଢା ରୋଗ, ଟୁଙ୍ଗ୍ରୋ ଭୂତାଣୁ, କାଣ୍ଡ ବିନ୍ଧା ପୋକ, କାହାଳିଆ ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | ଖାଲ ଜମି ପାଇଁ ଉପଯୁକ୍ତ | ୪୬୦୦ | English ଓଡ଼ିଆ |
| ସି.ଆର. ଧାନ ୫୦୩ (ଜଳମଣି) | ୨୦୧୨ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଖାଲ ଜମି | ଖରିଫ | ଡେଙ୍ଗା | ମଧ୍ୟମ ସରୁ | ୧୩୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରଚିତା ରୋଗ, କାଣ୍ଡ ବିନ୍ଧା ପୋକ, କାହାଳିଆ ପୋକ, ପତ୍ର ମୋଡ଼ା ପୋକ ଓ ସବୁଜ ପତ୍ର ଡିଆଁ ପୋକର ଆଂଶିକ ପ୍ରତିରୋଧି | ଖାଲ ଜମି ପାଇଁ ଉପଯୁକ୍ତ | ୪୬୦୦ | English ଓଡ଼ିଆ |
| ସି.ଆର. ଧାନ ୫୦୫ | ୨୦୧୪ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଖାଲ ଜମି | ଖରିଫ | ଡେଙ୍ଗା | ମଧ୍ୟମ ସରୁ | ୧୩୨ | ଠିଆପାଣି | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ପତ୍ରାଚ୍ଛାଦ ସଢା ରୋଗ, ଟୁଙ୍ଗ୍ରୋ ଭୂତାଣୁ, କାଣ୍ଡ ବିନ୍ଧା ପୋକ, ତଳି ପଚା ରୋଗ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | "ବନ୍ୟା ସହନଶୀଳ ଖାଲ ଜମି ପାଇଁ ଉପଯୁକ୍ତ " | ୪୫୦୦ | English ଓଡ଼ିଆ |
| ସି.ଆର. ଧାନ ୫୦୬ | ୨୦୧୭ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ମଧ୍ୟମ ଖାଲ ଜମି | ଖରିଫ | ଡେଙ୍ଗା | ମଧ୍ୟମ ସରୁ | ୧୩୫ | ନ୍ୟୂନତମ ଚାପ | ପତ୍ରାଚ୍ଛାଦ ପୋଡ଼ା ରୋଗ, ପତ୍ରାଚ୍ଛାଦ ସଢା ରୋଗ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | ମଧ୍ୟମ ଖାଲ ଜମି ପାଇଁ ଉପଯୁକ୍ତ | ୪୪୦୦ | English ଓଡ଼ିଆ |
| ସି.ଆର. ଧାନ ୫୦୭ (ପ୍ରଶାନ୍ତ) | ୨୦୧୬ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଖାଲ ଜମି | ଖରିଫ | ଡେଙ୍ଗା | ମଧ୍ୟମ ସରୁ | ୧୩୦ | ନ୍ୟୂନତମ ଚାପ | ଗ୍ରୀବାମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ପତ୍ରାଚ୍ଛାଦସଢା ରୋଗ, କାଣ୍ଡବିନ୍ଧା ପୋକ, ତଳିପଚା ରୋଗ ଓ ପତ୍ରମୋଡ଼ା ପୋକର ଆଂଶିକ ପ୍ରତିରୋଧି | ଖାଲ ଜମି ପାଇଁ ଉପଯୁକ୍ତ | ୪୭୫୦ | English ଓଡ଼ିଆ |
| ସି.ଆର. ଧାନ ୫୦୮ | ୨୦୧୭ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଖାଲ ଜମି | ଖରିଫ | ଡେଙ୍ଗା | ଲମ୍ବା ଓ ମୋଟା | ୧୫୦ | ନ୍ୟୂନତମ ଚାପ | ପତ୍ରାଚ୍ଛାଦ ପୋଡ଼ା ରୋଗ, ପତ୍ରାଚ୍ଛାଦ ସଢା ରୋଗ ଓ ପତ୍ର ଚିତା ରୋଗର ଆଂଶିକ ପ୍ରତିରୋଧି | ଖାଲ ଜମି ପାଇଁ ଉପଯୁକ୍ତ | ୪୪୦୦ | English ଓଡ଼ିଆ |
| ସି.ଆର. ଧାନ ୫୧୦ | ୨୦୧୯ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ମଧ୍ୟମ ଖାଲ ଜମି | ଖରିଫ | ଡେଙ୍ଗା | ଛୋଟ ଓ ମୋଟା | ୧୩୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ, କାଣ୍ଡ ବିନ୍ଧା ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | "ସହଜରେ ଗଛ ପଡ଼ିଯାଏ ନାହିଁ ମଧ୍ୟମ ଖାଲ ଜମି ପାଇଁ ଉପଯୁକ୍ତ" | ୪୬୦୦ | English ଓଡ଼ିଆ |
| ସି.ଆର. ଧାନ ୫୧୧ | ୨୦୧୯ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ମଧ୍ୟମ ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୧୨୮ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ, କାଣ୍ଡ ବିନ୍ଧା ପୋକ, ମାଟିଆ ଗୁଣ୍ଡି ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | ମଧ୍ୟମ ଖାଲ ଜମି ପାଇଁ ଉପଯୁକ୍ତ | ୪୨୦୦ | English ଓଡ଼ିଆ |
| ସି.ଆର. ଧାନ ୬୦୧ | ୨୦୧୦ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ଡାଳୁଅ ଜମି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୩୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ପତ୍ର ଚିତା ରୋଗ, ପତ୍ରାଚ୍ଛାଦ ସଢା ରୋଗ, ଟୁଙ୍ଗ୍ରୋ ଭୂତାଣୁ, କାଣ୍ଡ ବିନ୍ଧା ପୋକ, ସବୁଜ ପତ୍ର ଡିଆଁ ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | ଡାଳୁଅ ଚାଷ ପାଇଁ ଉପଯୁକ୍ତ | ୫୬୦୦ | English ଓଡ଼ିଆ |



