RKB_Odisha_Odia
RKB_Odisha_Odia
IRRI Banner

ଓଡ଼ିଶାର ଧାନ କିସମ

ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।

ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:

  • ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
  • ଅମଳ ଅବଧି ଓ ଅମଳ କ୍ଷମତା
  • ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
  • ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
  • ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ

ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

କିସମପ୍ରକାଶନ ବର୍ଷଅବଧିଉପଯୁକ୍ତ ଜମି କିସମଉପଯୁକ୍ତ ଋତୁଗଛ ଉଚ୍ଚତାଦାନାର ପ୍ରକାରଅଧା ଫୁଲ ଧରିବା ଅବସ୍ଥା (ଦିନ)ଅଜୈବିକ ଚାପ ସହଣିଜୈବିକ ଚାପ ସହଣିବିଶେଷ ଗୁଣହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା)ଡାଉନଲୋଡ଼
ସି.ଆର.ଧାନ ୧୦୦ (ସତ୍ୟଭାମା)୨୦୧୨ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ସରୁ୭୫ ମରୁଡ଼ିପତ୍ର ମହିଷା ରୋଗ, ଟୁଙ୍ଗ୍ରୋ ଭୂତାଣୁ, କାଣ୍ଡବିନ୍ଧା ପୋକ, ପତ୍ରମୋଡ଼ା ପୋକ, ସବୁଜ ପତ୍ରଡିଆଁ ପୋକ, କାହାଳିଆ ପୋକ ଓ ଧଳାପିଠିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧିମରୁଡ଼ି ସହନଶୀଳ୨୮୦୦-୪୭୦୦ English ଓଡ଼ିଆ
ସି.ଆର.ଧାନ ୧୦୦୯ (ସାବିତ୍ରୀ/ପୋନମଣି )୧୯୮୨ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାଛୋଟ ଓ ମୋଟା୧୨୦ ନ୍ୟୂନତମ ଚାପପତ୍ର ମହିଷା ରୋଗର ଆଂଶିକ ପ୍ରତିରୋଧି-୬୦୦୦ English ଓଡ଼ିଆ
ସି.ଆର.ଧାନ ୧୦୦୯ ସବ ୧୨୦୧୫ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାଛୋଟ ଓ ମୋଟା୧୨୫ ଠିଆପାଣିପତ୍ରଚିତା ରୋଗ ଓ ପତ୍ର ମହିଷା ରୋଗର ଆଂଶିକ ପ୍ରତିରୋଧିବନ୍ୟା ସହନଶୀଳ୭୦୦୦ English ଓଡ଼ିଆ
ସି.ଆର.ଧାନ ୧୦୧ (ଅଙ୍କିତ)୨୦୧୪ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ସରୁ୮୦ ନ୍ୟୂନତମ ଚାପପତ୍ର ମହିଷା ରୋଗ, ପତ୍ରଚିତା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡବିନ୍ଧା ପୋକ, ପତ୍ର ମୋଡ଼ା ପୋକ ଓ ସବୁଜ ପତ୍ର ଡିଆଁ ପୋକର ଆଂଶିକ ପ୍ରତିରୋଧି-୩୯୮୦ English ଓଡ଼ିଆ
ସି.ଆର.ଧାନ ୧୦୧୪୧୯୮୯ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫଡେଙ୍ଗାମଧ୍ୟମ ସରୁ୧୨୦ ନ୍ୟୂନତମ ଚାପପତ୍ରାଚ୍ଛାଦ ପୋଡ଼ା ରୋଗର ଆଂଶିକ ପ୍ରତିରୋଧିଉତ୍ତମ ଗୁଣଯୁକ୍ତ ଚାଉଳ୩୫୦୦-୪୦୦୦ English ଓଡ଼ିଆ
ସି.ଆର.ଧାନ ୧୦୩୦(ଉତ୍କଳପ୍ରଭା)୧୯୮୩ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ମଧ୍ୟମ ଖାଲ ଜମିଉଭୟ ଖରିଫ ଓ ରବିଡେଙ୍ଗାମଧ୍ୟମ ସରୁ୧୨୫୦ନ୍ୟୂନତମ ଚାପପ୍ରମୁଖ ରୋଗ ଓ ପୋକ ସହଣୀ-୪୦୦୦ English ଓଡ଼ିଆ
ସି.ଆର.ଧାନ ୨୦୦ (ପ୍ୟାରି)୨୦୧୨ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଛୋଟ ଓ ମୋଟା୮୫ ନ୍ୟୂନତମ ଚାପପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରଚିତା ରୋଗ, କାଣ୍ଡବିନ୍ଧା ପୋକ, କାହାଳିଆ ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧିଏରୋବିକ ପରିବେଶ ପାଇଁ ଉପଯୁକ୍ତ୪୫୦୦ English ଓଡ଼ିଆ
ସି.ଆର.ଧାନ ୨୦୧୨୦୧୪ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ସରୁ୮୪ ନ୍ୟୂନତମ ଚାପପତ୍ର ମହିଷା ରୋଗ, ପତ୍ରଚିତା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ, ପତ୍ର ମୋଡ଼ା ପୋକର ଓ ସବୁଜ ପତ୍ର ଡିଆଁ ପୋକର ଆଂଶିକ ପ୍ରତିରୋଧି-୩୯୮୦ English ଓଡ଼ିଆ
ସି.ଆର.ଧାନ ୨୦୨୨୦୧୪ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଛୋଟ ଓ ମୋଟା୯୩ ନ୍ୟୂନତମ ଚାପପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରଚିତା ରୋଗ, କାଣ୍ଡ ବିନ୍ଧା ପୋକ, କାହାଳିଆ ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧିଏରୋବିକ ପରିବେଶ ପାଇଁ ଉପଯୁକ୍ତ୪୫୦୦ English ଓଡ଼ିଆ
ସି.ଆର.ଧାନ ୨୦୩ (ସଚଳା)୨୦୧୪ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ସରୁ୮୦ ନ୍ୟୂନତମ ଚାପପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ, ପତ୍ର ମୋଡ଼ା ପୋକର ଓ ତଳି ପଚା ରୋଗର ଆଂଶିକ ପ୍ରତିରୋଧିଏରୋବିକ ପରିବେଶ ପାଇଁ ଉପଯୁକ୍ତ୪୦୦୦ English ଓଡ଼ିଆ

Error: Contact form not found.