ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।
ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:
- ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
- ଅମଳ ଅବଧି ଓ ଅମଳ କ୍ଷମତା
- ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
- ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
- ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ
ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

| କିସମ | ପ୍ରକାଶନ ବର୍ଷ | ଅବଧି | ଉପଯୁକ୍ତ ଜମି କିସମ | ଉପଯୁକ୍ତ ଋତୁ | ଗଛ ଉଚ୍ଚତା | ଦାନାର ପ୍ରକାର | ଅଧା ଫୁଲ ଧରିବା ଅବସ୍ଥା (ଦିନ) | ଅଜୈବିକ ଚାପ ସହଣି | ଜୈବିକ ଚାପ ସହଣି | ବିଶେଷ ଗୁଣ | ହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା) | ଡାଉନଲୋଡ଼ |
|---|---|---|---|---|---|---|---|---|---|---|---|---|
| ସି.ଆର. ଧାନ ୭୦୧ (ଶଙ୍କର କିସମ) | ୨୦୧୪ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୧୨ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଟୁଙ୍ଗ୍ରୋ ଭୂତାଣୁ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ ଓ ସବୁଜ ପତ୍ର ଡିଆଁ ପୋକର ଆଂଶିକ ପ୍ରତିରୋଧି | - | ୬୦୦୦ | English ଓଡ଼ିଆ |
| ସି.ଆର. ଧାନ ୮୦୦ | ୨୦୧୬ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଗେଡ଼ା | ମଧ୍ୟମ ସରୁ | ୧୧୦ | ନ୍ୟୂନତମ ଚାପ | ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ ଓ ପତ୍ରାଚ୍ଛାଦ ପୋଡ଼ା ରୋଗର ଆଂଶିକ ପ୍ରତିରୋଧି | - | ୫୭୫୦ | English ଓଡ଼ିଆ |
| ସି.ଆର. ଧାନ ୮୦୧ (ଫାଲ୍ଗୁନୀ) | ୨୦୧୯ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୧୧୨ | ଠିଆପାଣି | ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ ଓ ପତ୍ରାଚ୍ଛାଦ ପୋଡ଼ା ରୋଗର ଆଂଶିକ ପ୍ରତିରୋଧି | "ବନ୍ୟା ସହନଶୀଳ ଗଛ ସହଜରେ ପଡ଼ିଯାଏ ନାହିଁ" | ୬୩୦୦ | English ଓଡ଼ିଆ |
| ସି.ଆର. ଧାନ ୮୦୨ (ସୁଭାଷ) | ୨୦୧୯ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୧୧୦ | ମରୁଡ଼ି | ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ସଢା ରୋଗ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ, ଟୁଙ୍ଗ୍ରୋ ଭୂତାଣୁ, କାହାଳିଆ ପୋକ ଓ କାଣ୍ଡ ବିନ୍ଧା ପୋକର ଆଂଶିକ ପ୍ରତିରୋଧି | "ବନ୍ୟା ଓ ମରୁଡ଼ି ସାହନଶୀଳ ଗଛ ସହଜରେ ପଡ଼ିଯାଏ ନାହିଁ" | ୬୫୦୦ | English ଓଡ଼ିଆ |
| ସି.ଆର. ଧାନ ୯୦୨ (ପୂର୍ଣ୍ଣ ଭୋଗ) | ୨୦୧୨ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୧୧୦ | ନ୍ୟୂନତମ ଚାପ | ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାହାଳିଆ ପୋକ ଓ କାଣ୍ଡ ବିନ୍ଧା ପୋକର ଆଂଶିକ ପ୍ରତିରୋଧି | ବାସ୍ନା ଯୁକ୍ତ ଚାଉଳ | ୪୫୦୦ | English ଓଡ଼ିଆ |
| ସି.ଆର. ବୋରୋ ଧାନ ୨ (ଚନ୍ଦନ) | ୨୦୦୮ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୦୦ | ନ୍ୟୂନତମ ଚାପ | ପତ୍ରମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, କାଣ୍ଡବିନ୍ଧା ପୋକ ଓ ମାଟିଆଗୁଣ୍ଡି ପୋକର ଆଂଶିକ ପ୍ରତିରୋଧି | ଜଳସେଚିତ ଜମି ପାଇଁ ଉପଯୁକ୍ତ | ୫୦୦୦ | English ଓଡ଼ିଆ |
| ସି.ଆର. ସୁଗନ୍ଧା ଧାନ ୯୦୭ | ୨୦୧୩ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଗେଡ଼ା | ମଧ୍ୟମ ସରୁ | ୧୨୦ | ନ୍ୟୂନତମ ଚାପ | ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାହାଳିଆ ପୋକ ଓ କାଣ୍ଡ ବିନ୍ଧା ପୋକର ଆଂଶିକ ପ୍ରତିରୋଧି | ବାସ୍ନା ଯୁକ୍ତ ଚାଉଳ | ୪୫୦୦ | English ଓଡ଼ିଆ |
| ସି.ଆର. ସୁଗନ୍ଧା ଧାନ ୯୦୮ | ୨୦୧୭ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୧୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ, ପତ୍ର ଚିତା ରୋଗ, କାଣ୍ଡ ବିନ୍ଧା ପୋକର ଓ ଧଳା ପିଠିଆ ଗୁଣ୍ଡି ପୋକର ଆଂଶିକ ପ୍ରତିରୋଧି | ବାସ୍ନା ଯୁକ୍ତ ଚାଉଳ | ୫୦୦୦ | English ଓଡ଼ିଆ |
| ସି.ଆର. ସୁଗନ୍ଧା ଧାନ ୯୦୯ | ୨୦୧୭ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଗେଡ଼ା | ମଧ୍ୟମ ସରୁ | ୧୧୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ, ପତ୍ର ଚିତା ରୋଗ, କାଣ୍ଡ ବିନ୍ଧା ପୋକ, ପତ୍ର ମୋଡ଼ା ପୋକ ଓ ଧଳା ପିଠିଆ ଗୁଣ୍ଡି ପୋକର ଆଂଶିକ ପ୍ରତିରୋଧି | ବାସ୍ନା ଯୁକ୍ତ ଚାଉଳ | ୫୦୦୦ | English ଓଡ଼ିଆ |
| ସି.ଆର. ସୁଗନ୍ଧା ଧାନ ୯୧୦ | ୨୦୧୬ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୧୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ସଢା ରୋଗ, ଟୁଙ୍ଗ୍ରୋ ଭୂତାଣୁ, କାଣ୍ଡ ବିନ୍ଧା ପୋକ, ପତ୍ର ମୋଡ଼ା ପୋକ ଓ ଧଳା ପିଠିଆ ଗୁଣ୍ଡି ପୋକର ଆଂଶିକ ପ୍ରତିରୋଧି | ବାସ୍ନା ଯୁକ୍ତ ଚାଉଳ | ୪୩୮୦ | English ଓଡ଼ିଆ |



