RKB_Odisha_Odia
RKB_Odisha_Odia
IRRI Banner

ଓଡ଼ିଶାର ଧାନ କିସମ

ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।

ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:

  • ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
  • ଅମଳ ଅବଧି ଓ ଅମଳ କ୍ଷମତା
  • ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
  • ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
  • ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ

ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

କିସମପ୍ରକାଶନ ବର୍ଷଅବଧିଉପଯୁକ୍ତ ଜମି କିସମଉପଯୁକ୍ତ ଋତୁଗଛ ଉଚ୍ଚତାଦାନାର ପ୍ରକାରଅଧା ଫୁଲ ଧରିବା ଅବସ୍ଥା (ଦିନ)ଅଜୈବିକ ଚାପ ସହଣିଜୈବିକ ଚାପ ସହଣିବିଶେଷ ଗୁଣହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା)ଡାଉନଲୋଡ଼
ସି.ଆର.ଧାନ ୨୦୪୨୦୧୪ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ମୋଟା୮୫ ନ୍ୟୂନତମ ଚାପପତ୍ରମହିଷା ରୋଗ, ପତ୍ରଚିତା ରୋଗ, ପତ୍ରାଚ୍ଛାଦ ସଢାରୋଗ, କାଣ୍ଡ ବିନ୍ଧାପୋକ, ପତ୍ରମୋଡ଼ାପୋକ ଓ ତଳିପଚା ରୋଗର ଆଂଶିକ ପ୍ରତିରୋଧିଉତ୍ତମ ଗୁଣଯୁକ୍ତ ଚାଉଳ ଓ ଏରୋବିକ ପରିବେଶ ପାଇଁ ଉପଯୁକ୍ତ୩୭୦୦-୪୫୦୦ English ଓଡ଼ିଆ
ସି.ଆର.ଧାନ ୨୦୫୨୦୧୪ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଛୋଟ ଓ ମୋଟା୮୪ ନ୍ୟୂନତମ ଚାପପତ୍ର ମହିଷା ରୋଗ, ପତ୍ରଚିତା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ, ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧିଏରୋବିକ ପରିବେଶ ପାଇଁ ଉପଯୁକ୍ତ୪୦୦୫ English ଓଡ଼ିଆ
ସି.ଆର.ଧାନ ୨୦୬ (ଗୋପୀନାଥ)୨୦୧୪ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ମୋଟା୮୫ ନ୍ୟୂନତମ ଚାପପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରଚିତା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ, ପତ୍ର ମୋଡ଼ା ପୋକ ଓ ତଳି ପଚା ରୋଗର ଆଂଶିକ ପ୍ରତିରୋଧିଏରୋବିକ ପରିବେଶ ପାଇଁ ଉପଯୁକ୍ତ୪୮୦୦-୫୦୦୦ English ଓଡ଼ିଆ
ସି.ଆର.ଧାନ ୨୦୯ (ପ୍ରିୟା)୨୦୧୬ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଛୋଟ ଓ ମୋଟା୯୦ ନ୍ୟୂନତମ ଚାପପତ୍ର ମହିଷା ରୋଗ, ପତ୍ରଚିତା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧିଏରୋବିକ ପରିବେଶ ପାଇଁ ଉପଯୁକ୍ତ୩୯୦୦ English ଓଡ଼ିଆ
ସି.ଆର.ଧାନ ୩୦୦୨୦୧୩ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ସରୁ୮୫ ନ୍ୟୂନତମ ଚାପପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରଚିତା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ ଓ ପତ୍ର ମୋଡ଼ା ପୋକ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧିଏରୋବିକ ପରିବେଶ ପାଇଁ ଉପଯୁକ୍ତ୩୭୦୦ English ଓଡ଼ିଆ
ସି.ଏସ.ଆର ୩୬୨୦୦୫ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ମଧ୍ୟମ ଖାଲ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ସରୁ୧୦୫ ଲବଣତା-ଲବଣତା ସହନଶୀଳ୫୫୦୦ English ଓଡ଼ିଆ
ସି.ଏସ.ଆର ୪୩୨୦୧୪ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ସରୁ୮୦ ଲବଣତା-ଲବଣତା ସହନଶୀଳ୫୦୦୦ English ଓଡ଼ିଆ
ସିଦ୍ଧାନ୍ତ୨୦୦୬ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଛୋଟ ଓ ମୋଟା୬୫ ନ୍ୟୂନତମ ଚାପପତ୍ର ଚିତା ରୋଗ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, କାହାଳିଆ ପୋକ, ପତ୍ର ମୋଡ଼ା ପୋକ, ମାଟିଆ ଗୁଣ୍ଡି ପୋକ, ଧଳା ପିଠିଆ ଗୁଣ୍ଡି ପୋକର ପ୍ରତିରୋଧି-୩୪୩୨ English ଓଡ଼ିଆ
ସୁରେନ୍ଦ୍ର୧୯୯୯ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ସରୁ୧୦୨ ନ୍ୟୂନତମ ଚାପଟୂଙ୍ଗ୍ରୋ ଭୁତାଣୁ, ପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ, କାହାଳିଆ ପୋକ ଓ ମାଟିଆ ଗୁଣ୍ଡି ପୋକର ପ୍ରତିରୋଧି-୪୭୦୦ English ଓଡ଼ିଆ
ସ୍ଵର୍ଣ୍ଣ (ଏମ.ଟି.ୟୁ ୭୦୨୯)୧୯୮୦ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାଛୋଟ ଓ ମୋଟା୧୦୫ ନ୍ୟୂନତମ ଚାପବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ ପ୍ରତିରୋଧି-୫୫୦୦-୬୦୦୦ English ଓଡ଼ିଆ

Error: Contact form not found.