ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।
ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:
- ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
- ଅମଳ ଅବଧି ଓ ଅମଳ କ୍ଷମତା
- ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
- ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
- ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ
ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

| କିସମ | ପ୍ରକାଶନ ବର୍ଷ | ଅବଧି | ଉପଯୁକ୍ତ ଜମି କିସମ | ଉପଯୁକ୍ତ ଋତୁ | ଗଛ ଉଚ୍ଚତା | ଦାନାର ପ୍ରକାର | ଅଧା ଫୁଲ ଧରିବା ଅବସ୍ଥା (ଦିନ) | ଅଜୈବିକ ଚାପ ସହଣି | ଜୈବିକ ଚାପ ସହଣି | ବିଶେଷ ଗୁଣ | ହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା) | ଡାଉନଲୋଡ଼ |
|---|---|---|---|---|---|---|---|---|---|---|---|---|
| ସି.ଆର. ଧାନ ୪୦୧ (ରୀତା) | ୨୦୧୦ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୧୭ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ ପ୍ରତିରୋଧି, ଗ୍ରୀବା ମହିଷା ରୋଗ, ପତ୍ର ଚିତା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | - | ୫୫୦୦ | English ଓଡ଼ିଆ |
| ସି.ଆର. ଧାନ ୪୦୨ (ଲୁଣା ସମ୍ପଦ) | ୨୦୧୦ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଡେଙ୍ଗା | ଛୋଟ ଓ ମୋଟା | ୧୧୩ | ଲବଣତା | ପତ୍ର ମହିଷା ରୋଗ, କାଣ୍ଡ ବିନ୍ଧା ପୋକ, ମାଟିଆ ଗୁଣ୍ଡି ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | ତଟିୟ ଲବଣତା ପାଇଁ ଉପଯୁକ୍ତ | ୩୬୦୦-୪୨୦୦ | English ଓଡ଼ିଆ |
| ସି.ଆର. ଧାନ ୪୦୩ (ଲୁଣା ସୁବର୍ଣ୍ଣ) | ୨୦୧୦ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଡେଙ୍ଗା | ମଧ୍ୟମ ସରୁ | ୧୦୮ | ଲବଣତା | ପତ୍ର ମହିଷା ରୋଗ, କାଣ୍ଡ ବିନ୍ଧା ପୋକ, ଚକଡ଼ା ପୋକ, ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | ତଟିୟ ଲବଣତା ପାଇଁ ଉପଯୁକ୍ତ | ୩୫୦୦-୪୦୦୦ | English ଓଡ଼ିଆ |
| ସି.ଆର. ଧାନ ୪୦୪ (ସୁମିତ) | ୨୦୧୨ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଲମ୍ବା ଓ ମୋଟା | ୧୧୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, କାଣ୍ଡ ବିନ୍ଧା ପୋକ ଓ ପତ୍ର ମୋଡ଼ା ପୋକର ପ୍ରତିରୋଧି | - | ୫୨୦୦ | English ଓଡ଼ିଆ |
| ସି.ଆର. ଧାନ ୪୦୫ (ଲୁଣା ଶଙ୍ଖୀ) | ୨୦୧୨ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୭୫ | ଲବଣତା | ପତ୍ର ମହିଷା ରୋଗ ଓ ପତ୍ରାଚ୍ଛାଦ ପୋଡ଼ା ରୋଗର ଆଂଶିକ ପ୍ରତିରୋଧି | ତଟିୟ ଲବଣତା ପାଇଁ ଉପଯୁକ୍ତ | ୪୬୦୦ | English ଓଡ଼ିଆ |
| ସି.ଆର. ଧାନ ୪୦୬ (ଲୁଣା ବରିଆଲ) | ୨୦୧୨ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଡେଙ୍ଗା | ଛୋଟ ଓ ମୋଟା | ୧୨୦ | ଲବଣତା | ପତ୍ରମହିଷା ରୋଗ ଓ ପତ୍ରାଚ୍ଛାଦ ପୋଡ଼ାରୋଗ ଓ ପତ୍ରମୋଡ଼ା ପୋକର ଆଂଶିକ ପ୍ରତିରୋଧି | ତଟିୟ ଲବଣତା ପାଇଁ ଉପଯୁକ୍ତ | ୪୧୦୦ | English ଓଡ଼ିଆ |
| ସି.ଆର. ଧାନ ୪୦୭ | ୨୦୧୪ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଲମ୍ବା ଓ ମୋଟା | ୧୧୮ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ ଓ ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗର ଆଂଶିକ ପ୍ରତିରୋଧି | - | ୫୦୦୦ | English ଓଡ଼ିଆ |
| ସି.ଆର. ଧାନ ୪୦୮ (ଚକା ଆଖି) | ୨୦୧୪ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଡେଙ୍ଗା | ଲମ୍ବା ଓ ମୋଟା | ୧୩୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ ଓ ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ, ପତ୍ରାଚ୍ଛାଦ ସଢା ରୋଗ, ପତ୍ର ମୋଡ଼ା ପୋକ, କାଣ୍ଡ ବିନ୍ଧା ପୋକ, ଧଳାପିଠିଆ ଗୁଣ୍ଡି ପୋକର ଆଂଶିକ ପ୍ରତିରୋଧି | _ | ୪୮୦୦ | English ଓଡ଼ିଆ |
| ସି.ଆର. ଧାନ ୪୦୯ (ପ୍ରଧାନ ଧାନ) | ୨୦୧୬ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ମଧ୍ୟମ ଖାଲ ଜମି | ଖରିଫ | ଡେଙ୍ଗା | ଲମ୍ବା ଓ ସରୁ | ୧୩୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ପତ୍ରାଚ୍ଛାଦ ସଢା ରୋଗ, କାଣ୍ଡ ବିନ୍ଧା ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | ମଧ୍ୟମ ଖାଲ ଜମି ପାଇଁ ଉପଯୁକ୍ତ | ୪୭୦୦ | English ଓଡ଼ିଆ |
| ସି.ଆର. ଧାନ ୫୦୦ | ୨୦୧୧ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଖାଲ ଜମି | ଖରିଫ | ଡେଙ୍ଗା | ମଧ୍ୟମ ସରୁ | ୧୨୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ପତ୍ରାଚ୍ଛାଦ ସଢା ରୋଗ, ଟୁଙ୍ଗ୍ରୋ ଭୂତାଣୁ, କାଣ୍ଡ ବିନ୍ଧା ପୋକ, କାହାଳିଆ ପୋକ, କାଣ୍ଡ ବିନ୍ଧା ପୋକ ଓ ପତ୍ର ମୋଡ଼ା ପୋକର ଆଂଶିକ ପ୍ରତିରୋଧି | ଖାଲ ଜମି ପାଇଁ ଉପଯୁକ୍ତ | ୩୩୦୦ | English ଓଡ଼ିଆ |



