RKB_Odisha_Odia
RKB_Odisha_Odia
IRRI Banner

ଓଡ଼ିଶାର ଧାନ କିସମ

ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।

ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:

  • ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
  • ଅମଳ ଅବଧି ଓ ଅମଳ କ୍ଷମତା
  • ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
  • ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
  • ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ

ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

କିସମପ୍ରକାଶନ ବର୍ଷଅବଧିଉପଯୁକ୍ତ ଜମି କିସମଉପଯୁକ୍ତ ଋତୁଗଛ ଉଚ୍ଚତାଦାନାର ପ୍ରକାରଅଧା ଫୁଲ ଧରିବା ଅବସ୍ଥା (ଦିନ)ଅଜୈବିକ ଚାପ ସହଣିଜୈବିକ ଚାପ ସହଣିବିଶେଷ ଗୁଣହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା)ଡାଉନଲୋଡ଼
ମୋତି୧୯୯୮ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାଲମ୍ବା ଓ ସରୁ୧୧୫ ନ୍ୟୂନତମ ଚାପପତ୍ର ମହିଷା ରୋଗ, ଟୁଙ୍ଗ୍ରୋ ଭୂତାଣୁ ଓ ସବୁଜ ପତ୍ର ଡିଆଁ ପୋକର ଆଂଶିକ ପ୍ରତିରୋଧି-୪୫୦୦ English ଓଡ଼ିଆ
ଯୋଗେଶ୨୦୦୬ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ମୋଟା୫୯ ନ୍ୟୂନତମ ଚାପପତ୍ରଚିତା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ଗ୍ରୀବା ମହିଷା ରୋଗ, କାହାଳିଆ ପୋକର ପ୍ରତିରୋଧି, ପତ୍ର ମହିଷା ରୋଗ, ବୀଜାଣୁଜନିତ ପତ୍ର ପୋଡ଼ା ରୋଗ ଓ ମାଟିଆ ଗୁଣ୍ଡି ପୋକର ଆଂଶିକ ପ୍ରତିରୋଧିଆର୍ଦ୍ରତା ଚାପ ସହଣି୨୨୯୬ English ଓଡ଼ିଆ
ରଣଜିତ୧୯୯୪ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାମଧ୍ୟମ ସରୁ୧୨୦ ନ୍ୟୂନତମ ଚାପବୀଜାଣୁଜନିତ ପତ୍ର ପୋଡ଼ା ରୋଗ ପ୍ରତିରୋଧି-୫୫୦୦ English ଓଡ଼ିଆ
ରତ୍ନା୧୯୭୪ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ସରୁ୯୫ ନ୍ୟୂନତମ ଚାପପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ ଓ କାଣ୍ଡବିନ୍ଧା ପୋକର ଆଂଶିକ ପ୍ରତିରୋଧି-୫୭୫୦ English ଓଡ଼ିଆ
ରାଜଲକ୍ଷ୍ମୀ (ଶଙ୍କର ଜାତୀୟ ଧାନ)୨୦୦୬ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ସରୁ୯୫ ନ୍ୟୂନତମ ଚାପପତ୍ର ମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, କାଣ୍ଡବିନ୍ଧା ପୋକ, ମାଟିଆ ଗୁଣ୍ଡି ପୋକ, ଧଳାପିଠିଆ ଗୁଣ୍ଡି ପୋକ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି-୫୮୫୦ English ଓଡ଼ିଆ
ରାଜେନ୍ଦ୍ର ମସୁରୀ ୧୨୦୦୭ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ସରୁ୧୧୦ ନ୍ୟୂନତମ ଚାପବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ପତ୍ରାଚ୍ଛାଦ ସଢା ରୋଗ, ପତ୍ରଚିତା ରୋଗ, ମାଟିଆ ଗୁଣ୍ଡି ପୋକ, ପତ୍ରମୋଡ଼ା ପୋକ ଓ କାଣ୍ଡବିନ୍ଧା ପୋକର ଆଂଶିକ ପ୍ରତିରୋଧି-୫୫୦୦ English ଓଡ଼ିଆ
ରାଣୀ ଧାନ୨୦୦୯ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାମଧ୍ୟମ ମୋଟା୧୧୫ ନ୍ୟୂନତମ ଚାପବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ ଓ ପତ୍ରମୋଡ଼ା ପୋକର ପ୍ରତିରୋଧି-୫୫୦୦ English ଓଡ଼ିଆ
ରାମଚଣ୍ଡୀ୧୯୯୯ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାମଧ୍ୟମ ମୋଟା୧୩୦ ନ୍ୟୂନତମ ଚାପପତ୍ରଚିତା ରୋଗ ଓ ପତ୍ରାଚ୍ଛାଦ ସଢା ରୋଗର ପ୍ରତିରୋଧି, ପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ଟୁଙ୍ଗ୍ରୋ ଭୂତାଣୁ, ମାଟିଆ ଗୁଣ୍ଡି ପୋକ, ଧଳାପିଠିଆ ଗୁଣ୍ଡି ପୋକ ଓ ପତ୍ରମୋଡ଼ା ପୋକର ଆଂଶିକ ପ୍ରତିରୋଧି-୪୧୫୦ English ଓଡ଼ିଆ
ଲଲାଟ୧୯୮୯ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ସରୁ୯୫ ନ୍ୟୂନତମ ଚାପପତ୍ରାଚ୍ଛାଦ ପୋଡ଼ା ରୋଗ, ପତ୍ରାଚ୍ଛାଦ ସଢା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ଟୁଙ୍ଗ୍ରୋ ଭୂତାଣୁ, କାହାଳିଆ ପୋକ, କାଣ୍ଡବିନ୍ଧା ପୋକ, ମାଟିଆ ଗୁଣ୍ଡି ପୋକ ଓ ସବୁଜ ପତ୍ରଡିଆଁ ପୋକର ପ୍ରତିରୋଧି-୪୨୦୦ English ଓଡ଼ିଆ
ଲୁଣିଶ୍ରୀ୧୯୯୨ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫଡେଙ୍ଗାଲମ୍ବା ଓ ସରୁ୧୧୫ ଲବଣତାପ୍ରମୁଖ ରୋଗ ପୋକ ସହନଶୀଳତଟିୟ ଲବଣତା ପାଇଁ ଉପଯୁକ୍ତ୪୭୫୦ English ଓଡ଼ିଆ

Error: Contact form not found.