RKB_Odisha_Odia
RKB_Odisha_Odia
IRRI Banner

ଓଡ଼ିଶାର ଧାନ କିସମ

ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।

ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:

  • ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
  • ଅମଳ ଅବଧି ଓ ଅମଳ କ୍ଷମତା
  • ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
  • ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
  • ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ

ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

କିସମପ୍ରକାଶନ ବର୍ଷଅବଧିଉପଯୁକ୍ତ ଜମି କିସମଉପଯୁକ୍ତ ଋତୁଗଛ ଉଚ୍ଚତାଦାନାର ପ୍ରକାରଅଧା ଫୁଲ ଧରିବା ଅବସ୍ଥା (ଦିନ)ଅଜୈବିକ ଚାପ ସହଣିଜୈବିକ ଚାପ ସହଣିବିଶେଷ ଗୁଣହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା)ଡାଉନଲୋଡ଼
ବି.ପି.ଟି ୩୨୯୧ (ସୋନା ମସୁରି)୨୦୦୫ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଖରିଫମଧ୍ୟମ ଗେଡ଼ାଲମ୍ବା ଓ ସରୁ୧୧୨ ନ୍ୟୂନତମ ଚାପପତ୍ର ମହିଷା ରୋଗ ଓ କାହାଳିଆ ପୋକର ପ୍ରତିରୋଧି-୬୦୦୦-୬୫୦୦ English ଓଡ଼ିଆ
ବି.ପି.ଟି ୫୨୦୪ (ସାମ୍ବା ମସୁରି)୧୯୮୯ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାମଧ୍ୟମ ସରୁ୧୦୬ ନ୍ୟୂନତମ ଚାପମହିଷା ରୋଗର ପ୍ରତିରୋଧିଉତ୍ତମ ଗୁଣଯୁକ୍ତ ଚାଉଳ ଓ ଭାତ୬୦୦୦ English ଓଡ଼ିଆ
ବୀଣା ଧାନ ୧୧୨୦୧୫ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ସରୁ୮୫ ଠିଆପାଣିପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ସଢାରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ ଓ ପତ୍ରମୋଡ଼ା ପୋକର ଆଂଶିକ ପ୍ରତିରୋଧି ବନ୍ୟା ସହନଶୀଳ୫୫୦୦ English ଓଡ଼ିଆ
ବୀଣା ଧାନ ୧୭୨୦୧୮ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିଗେଡ଼ାମଧ୍ୟମ ସରୁ୮୦ ମରୁଡ଼ିପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ସଢାରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ ଓ ପତ୍ରମୋଡ଼ା ପୋକର ଆଂଶିକ ପ୍ରତିରୋଧିମରୁଡ଼ି ସହନଶୀଳ ଓ ସହଜରେ ଗଛ ପଡ଼ିଯାଏ ନାହିଁ୫୫୦୦ English ଓଡ଼ିଆ
ଭୁବନ୧୯୮୯ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାମଧ୍ୟମ ମୋଟା୧୦୫ ନ୍ୟୂନତମ ଚାପବୀଜାଣୁଜନିତ ପତ୍ରପୋଡ଼ା ରୋଗ, କାହାଳିଆ ପୋକ ଓ ମାଟିଆ ଗୁଣ୍ଡିପୋକ ପ୍ରତିରୋଧି। ପତ୍ର ମହିଷା ରୋଗ, ପତ୍ରଚିତା ରୋଗ ଓ କାଣ୍ଡବିନ୍ଧା ପୋକର ଆଂଶିକ ପ୍ରତିରୋଧି-୪୦୦୦ English ଓଡ଼ିଆ
ମନସ୍ଵିନୀ୨୦୦୮ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ସରୁ୯୦ ନ୍ୟୂନତମ ଚାପପତ୍ର ମହିଷା ରୋଗ, ପତ୍ରଚିତା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ଟୁଙ୍ଗ୍ରୋ ଭୂତାଣୁ, କାହାଳିଆ ପୋକ ଓ କାଣ୍ଡବିନ୍ଧା ପୋକର ଆଂଶିକ ପ୍ରତିରୋଧି-୪୭୦୦ English ଓଡ଼ିଆ
ମନ୍ଦାକିନୀ୨୦୧୧ ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍)ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାମଧ୍ୟମ ସରୁ୭୮ ନ୍ୟୂନତମ ଚାପପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, କାହାଳିଆ ପୋକ, ପତ୍ରମୋଡ଼ା ପୋକ ଓ ତଳିପଚା ରୋଗର ପ୍ରତିରୋଧି, ପତ୍ରାଚ୍ଛାଦ ସଢାରୋଗ ଓ ଟୁଙ୍ଗ୍ରୋ ଭୂତାଣୂର ଆଂଶିକ ପ୍ରତିରୋଧିସହଜରେ ଗଛ ପଡ଼ିଯାଏ ନାହିଁ୩୫୦୦ English ଓଡ଼ିଆ
ମହାନଦୀ୧୯୯୯ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାମଧ୍ୟମ ମୋଟା୧୨୫ ନ୍ୟୂନତମ ଚାପପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ସଢା ରୋଗ ଓ ଟୁଙ୍ଗ୍ରୋ ଭୂତାଣୁ ପ୍ରତିରୋଧି, ପତ୍ରାଚ୍ଛାଦ ପୋଡ଼ା ରୋଗ, ପତ୍ରମୋଡ଼ା ପୋକ ଓ ମାଟିଆ ଗୁଣ୍ଡି ପୋକର ଆଂଶିକ ପ୍ରତିରୋଧି-୪୪୨୧ English ଓଡ଼ିଆ
ମହାମାୟା୧୯୯୬ ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ)ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମିଉଭୟ ଖରିଫ ଓ ରବିମଧ୍ୟମ ଗେଡ଼ାଲମ୍ବା ଓ ମୋଟା୯୫ ନ୍ୟୂନତମ ଚାପମହିଷା ରୋଗ ପ୍ରତିରୋଧି-୪୦୦୦ English ଓଡ଼ିଆ
ମୃଣାଳିନୀ୨୦୧୧ ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ)ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମିଖରିଫମଧ୍ୟମ ଗେଡ଼ାଛୋଟ ଓ ମୋଟା୧୨୦ ନ୍ୟୂନତମ ଚାପକାହାଳିଆ ପୋକ, କାଣ୍ଡବିନ୍ଧା ପୋକ, ପତ୍ରମୋଡ଼ା ପୋକ ଓ ତଳିପଚା ରୋଗ ପ୍ରତିରୋଧି। ପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ସଢା ରୋଗ ଓ ପତ୍ରାଚ୍ଛାଦ ପୋଡ଼ା ରୋଗର ଆଂଶିକ ପ୍ରତିରୋଧି-୫୬୫୦ English ଓଡ଼ିଆ

Error: Contact form not found.