ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।
ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:
- ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
- ଅମଳ ଅବଧି ଓ ଅମଳ କ୍ଷମତା
- ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
- ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
- ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ
ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

| କିସମ | ପ୍ରକାଶନ ବର୍ଷ | ଅବଧି | ଉପଯୁକ୍ତ ଜମି କିସମ | ଉପଯୁକ୍ତ ଋତୁ | ଗଛ ଉଚ୍ଚତା | ଦାନାର ପ୍ରକାର | ଅଧା ଫୁଲ ଧରିବା ଅବସ୍ଥା (ଦିନ) | ଅଜୈବିକ ଚାପ ସହଣି | ଜୈବିକ ଚାପ ସହଣି | ବିଶେଷ ଗୁଣ | ହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା) | ଡାଉନଲୋଡ଼ |
|---|---|---|---|---|---|---|---|---|---|---|---|---|
| ନବୀନ | ୨୦୦୬ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ମୋଟା | ୯୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ପତ୍ରଚିତା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ ଓ କାଣ୍ଡବିନ୍ଧା ପୋକର ପ୍ରତିରୋଧି | - | ୫୨୫୦ | English ଓଡ଼ିଆ |
| ନୂଆ ଆଚରମତି | ୨୦୧୫ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୧୦୫ | ନ୍ୟୂନତମ ଚାପ | ପତ୍ରଚିତା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ମାଟିଆ ଗୁଣ୍ଡିପୋକ ଓ ପତ୍ରମୋଡ଼ା ପୋକର ପ୍ରତିରୋଧି, ପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ପତ୍ରାଚ୍ଛାଦ ସଢାରୋଗ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | ବାସ୍ନା ଧାନ | ୪୧୮୭ | English ଓଡ଼ିଆ |
| ନୂଆ କଳାଜୀରା | ୨୦୦୮ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଡେଙ୍ଗା | ଛୋଟ ଓ ମୋଟା | ୧୧୫ | ନ୍ୟୂନତମ ଚାପ | ଟୁଙ୍ଗ୍ରୋ ଭୂତାଣୁ ପ୍ରତିରୋଧି, ପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ସଢାରୋଗର ଆଂଶିକ ପ୍ରତିରୋଧି | ବାସ୍ନା ଧାନ | ୨୮୦୦ | English ଓଡ଼ିଆ |
| ନୂଆ ଚିନିକାମିନୀ | ୨୦୧୦ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଡେଙ୍ଗା | ଛୋଟ ଓ ମୋଟା | ୧୧୫ | ନ୍ୟୂନତମ ଚାପ | ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ସଢାରୋଗ ଓ ଟୁଙ୍ଗ୍ରୋ ଭୂତାଣୁ ପ୍ରତିରୋଧି, କାଣ୍ଡବିନ୍ଧା ପୋକର ଆଂଶିକ ପ୍ରତିରୋଧି | ବାସ୍ନା ଧାନ | ୩୫୦୦ | English ଓଡ଼ିଆ |
| ନୂଆ ଧୂସର | ୨୦୦୮ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଡେଙ୍ଗା | ଛୋଟ ଓ ମୋଟା | ୧୧୫ | ନ୍ୟୂନତମ ଚାପ | ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ସଢାରୋଗ ଓ ଟୁଙ୍ଗ୍ରୋ ଭୂତାଣୁ ପ୍ରତିରୋଧି, କାହାଳିଆ ପୋକର ଆଂଶିକ ପ୍ରତିରୋଧି | ବାସ୍ନା ଧାନ | ୩୦୦୦ | English ଓଡ଼ିଆ |
| ପଥର | ୧୯୮୬ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ମୋଟା | ୭୫ | ନ୍ୟୂନତମ ଚାପ | ପତ୍ରଚିତା ରୋଗ ଓ ସବୁଜ ପତ୍ରଡିଆଁ ପୋକର ପ୍ରତିରୋଧି, ପତ୍ର ମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, କାଣ୍ଡବିନ୍ଧା ପୋକ ଓ ମାଟିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | - | ୩୫୦୦ | English ଓଡ଼ିଆ |
| ପଦ୍ମିନୀ | ୧୯୮୮ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୧୫ | ନ୍ୟୂନତମ ଚାପ | ବୀଜାଣୁଜନିତ ପତ୍ରପୋଡ଼ା ରୋଗ ପ୍ରତିରୋଧି | ସହଜରେ ଗଛ ପଡ଼ିଯାଏ ନାହଁ, ଉତ୍ତମ ଗୁଣ ଯୁକ୍ତ ଚାଉଳ | ୪୦୦୦ | English ଓଡ଼ିଆ |
| ପାରିଜାତ | ୧୯୮୫ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୭୦ | ନ୍ୟୂନତମ ଚାପ | ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରଚିତା ରୋଗ, କାଣ୍ଡବିନ୍ଧା ପୋକ ଓ କାହାଳିଆ ପୋକର ପ୍ରତିରୋଧି | - | ୩୫୦୦ | English ଓଡ଼ିଆ |
| ପୁଷ୍ୟାମୀ (ଏମ.ଟି.ୟୁ ୧୦୭୫) | ୨୦୦୮ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୧୦୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ମାଟିଆ ଗୁଣ୍ଡିପୋକ, ଧଳାପିଠିଆ ଗୁଣ୍ଡିପୋକ ଓ ପତ୍ରମୋଡ଼ା ପୋକର ଆଂଶିକ ପ୍ରତିରୋଧି | - | ୬୦୦୦ | English ଓଡ଼ିଆ |
| ପୂଜା | ୧୯୯୯ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ଗେଡ଼ା | ମଧ୍ୟମ ସରୁ | ୧୨୫ | ନ୍ୟୂନତମ ଚାପ | ମହିଷା ରୋଗ ପ୍ରତିରୋଧି ଓ ଅନ୍ୟ କେତେକ ପ୍ରମୁଖ ରୋଗ ପୋକ ପ୍ରତିରୋଧି | - | ୪୫୦୦ | English ଓଡ଼ିଆ |



