ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।
ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:
- ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
- ଅମଳ ଅବଧି ଓ ଅମଳ କ୍ଷମତା
- ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
- ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
- ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ
ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

| କିସମ | ପ୍ରକାଶନ ବର୍ଷ | ଅବଧି | ଉପଯୁକ୍ତ ଜମି କିସମ | ଉପଯୁକ୍ତ ଋତୁ | ଗଛ ଉଚ୍ଚତା | ଦାନାର ପ୍ରକାର | ଅଧା ଫୁଲ ଧରିବା ଅବସ୍ଥା (ଦିନ) | ଅଜୈବିକ ଚାପ ସହଣି | ଜୈବିକ ଚାପ ସହଣି | ବିଶେଷ ଗୁଣ | ହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା) | ଡାଉନଲୋଡ଼ |
|---|---|---|---|---|---|---|---|---|---|---|---|---|
| ଡି.ଆର.ଆର ଧାନ ୪୨ (ଆଇ. ଆର.-୬୪ ଡି.ଆର.ଟି.-୧) | ୨୦୧୪ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୮୫ | ମରୁଡ଼ି | _ | ମରୁଡ଼ି ସହନଶୀଳ | ୫୫୦୦ | English ଓଡ଼ିଆ |
| ଡି.ଆର.ଆର ଧାନ ୪୪ (ହାର୍ଦିନାଥ ୩) | ୨୦୧୫ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୯୮ | ମରୁଡ଼ି | ପତ୍ର ମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ମାଟିଆ ଗୁଣ୍ଡିପୋକ ଓ ଧଳାପିଠିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | ମରୁଡ଼ି ସହନଶୀଳ | ୫୦୦୦-୫୫୦୦ | English ଓଡ଼ିଆ |
| ଡି.ଆର.ଆର ଧାନ ୪୬ | ୨୦୧୬ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୮୫ | ମରୁଡ଼ି | ପତ୍ର ମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରଚିତା ରୋଗ, ଟୁଙ୍ଗ୍ରୋ ଭୂତାଣୁ ଓ ମାଟିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | ମରୁଡ଼ି ସହନଶୀଳ | ୫୨୯୦ | English ଓଡ଼ିଆ |
| ତନ୍ମୟୀ | ୨୦୧୫ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ମଧ୍ୟମ ମୋଟା | ୧୧୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ପତ୍ରାଚ୍ଛାଦ ସଢାରୋଗ, ଟୂଙ୍ଗ୍ରୋ ଭୂତାଣୁ, କାଣ୍ଡବିନ୍ଧା ପୋକ, ପତ୍ରମୋଡ଼ା ପୋକ ଓ ତଳିପଚା ରୋଗର ଆଂଶିକ ପ୍ରତିରୋଧି | - | ୫୨୪୦ | English ଓଡ଼ିଆ |
| ତରଙ୍ଗିଣୀ (ଏମ.ଟି.ୟୁ ୧୧୫୬) | ୨୦୧୬ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୮୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ମାଟିଆ ଗୁଣ୍ଡିପୋକର ପ୍ରତିରୋଧି | ସହଜରେ ଗଛ ପଡ଼ିଯାଏ ନାହିଁ | ୭୫୦୦ | English ଓଡ଼ିଆ |
| ତୁଳସୀ | ୧୯୮୮ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଖାଲ ଜମି | ଖରିଫ | ଡେଙ୍ଗା | ମଧ୍ୟମ ସରୁ | ୧୨୫ | ଠିଆପାଣି | ପ୍ରମୁଖ ରୋଗ ପୋକ ସହନଶୀଳ | ବନ୍ୟା ସହନଶୀଳ | ୩୫୦୦-୪୦୦୦ | English ଓଡ଼ିଆ |
| ତେଜସ୍ଵିନୀ | ୨୦୧୧ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ମୋଟା | ୧୦୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ପତ୍ରାଚ୍ଛାଦ ସଢାରୋଗ, ଟୂଙ୍ଗ୍ରୋ ଭୂତାଣୁ, କାହାଳିଆ ପୋକ, କାଣ୍ଡବିନ୍ଧା ପୋକ ଓ ପତ୍ରମୋଡ଼ା ପୋକର ଆଂଶିକ ପ୍ରତିରୋଧି | _ | ୪୯୦୦ | English ଓଡ଼ିଆ |
| ତେଲେଙ୍ଗାନା ସୋନା (ଆର.ଏନ.ଆର. ୧୫୦୪୮) | ୨୦୧୬ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଅତି ସରୁ | ୯୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ ପ୍ରତିରୋଧି | _ | ୫୫୦୦-୬୫୦୦ | English ଓଡ଼ିଆ |
| ଦୂର୍ଗା | ୨୦୦୦ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଖାଲ ଜମି | ଖରିଫ | ଡେଙ୍ଗା | ଛୋଟ ଓ ମୋଟା | ୧୨୫ | ନ୍ୟୂନତମ ଚାପ | ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ଟୁଙ୍ଗ୍ରୋ ଭୂତାଣୁ ଓ ମାଟିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | - | ୪୩୦୦ | English ଓଡ଼ିଆ |
| ଧରିତ୍ରୀ | ୧୯୮୮ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୧୨୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, କାଣ୍ଡବିନ୍ଧା ପୋକ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | - | ୩୭୫୦-୪୫୦୦ | English ଓଡ଼ିଆ |



