| ଦସ୍ତା | ଖାଦ୍ୟସାର ପରିଚାଳନା | ଦସ୍ତା ହେଉଛି ଉଦ୍ଭିଦ ପାଇଁ ଏକ ଅତ୍ୟାବଶ୍ୟକ ଖାଦ୍ୟସାର । ଧାନ ଗଛରେ ଏହା ଅନେକ ଜୈବ ରାସାୟନିକ ପ୍ରକ୍ରିୟା ଯଥା ପତ୍ରହରିତ ଉତ୍ପାଦନ ଓ ଝିଲ୍ଲି ସଂରଚନା ପାଇଁ ଆବଶ୍ୟକ ହୋଇଥାଏ ତେଣୁ ଦସ୍ତା ଅଭାବ ଯୋଗୁଁ ଗଛର ରଙ୍ଗ ଓ କୋଷର ସ୍ଫିତି ପ୍ରଭାବିତ ହୋଇଥାଏ । ଦସ୍ତା ଉଦ୍ଭିଦରେ ସାମାନ୍ୟ ଚଳମାନ ଥାଏ, କିନ୍ତୁ ମାଟିରେ ଆଦୌ ଚଳମାନ ହୋଇ ନଥାଏ । | ଗଛ ପାଇଁ ଆବଶ୍ୟକ ଖାଦ୍ୟସାର, ଧାନ ପାଇଁ ଦସ୍ତା ର ଆବଶ୍ୟକତା, ଦସ୍ତା ଅଭାବ ଲକ୍ଷଣ, ଦସ୍ତା ସାର, ଦସ୍ତା ର ଉତ୍ସ |
English
ଓଡ଼ିଆ
|
| ଜୈବିକ ପଦାର୍ଥ ଓ ଖତ ବ୍ୟବହାର | ଖାଦ୍ୟସାର ପରିଚାଳନା | ଉଦ୍ଭିଦ ବା ପ୍ରାଣୀଙ୍କ ଆବର୍ଜନାରୁ ସୃଷ୍ଟ ପଦାର୍ଥ, ଗାଈଗୋରୁ ବା କୁକୁଡ଼ା ଖତ, ସଢ଼ିଥିବା ଧାନ ନଡ଼ା ବା ଫସଲର ଅବଶିଷ୍ଟାଂଶ, ନର୍ଦ୍ଦମା ପାଣି, ତେଲ ପିଡ଼ିଆ, ସବୁଜସାର ଓ ଡାଲି ଜାତୀୟ ଫସଲର ଅଂଶବିଶେଷ ଆଦିକୁ ଜୈବିକ ପଦାର୍ଥ ବା ଖତ କୁହାଯାଏ । | ଜୈବିକ ପଦାର୍ଥ ଓ ଖତ, ସବୁଜ ଖତ, ମୃତ୍ତିକା ଊର୍ବରତା, ଧାନ ଗଛ ପାଇଁ ଖାଦ୍ୟସାର, ଜୈବିକ ଖତ |
English
ଓଡ଼ିଆ
|
| ଗନ୍ଧକ ଅଭାବ | ଖାଦ୍ୟସାର ପରିଚାଳନା | ଗନ୍ଧକ ଅଭାବ ଦ୍ୱାରା ପତ୍ରହରିତ୍ ଉତ୍ପାଦନ, ପୁଷ୍ଟିସାର ସଂଶ୍ଳେଷଣ ଏବଂ ଉଦ୍ଭିଦର ସଂରଚନା ଓ କାର୍ଯ୍ୟପଦ୍ଧତି ପ୍ରଭାବିତ ହୋଇଥାଏ । ଏହାଦ୍ୱାରା ଉଦ୍ଭିଦର ଅଭିବୃଦ୍ଧିରେ ବିଳମ୍ବ ହେବା ସହିତ ପାକଳ ହେବା ବିଳମ୍ବିତ ହୋଇଥାଏ । ଗଛର ଅଭିବୃଦ୍ଧି ସମୟରେ ଗନ୍ଧକ ଅଭାବ ହେଲେ ଅମଳ ପ୍ରଭାବିତ ହୋଇଥାଏ । | ଧାନରେ ଗନ୍ଧକ ଅଭାବ, ଗନ୍ଧକ ଅଭାବ ର ଲକ୍ଷଣ, ଗନ୍ଧକ ଅଭାବର ପରିଚାଳନା, ଗନ୍ଧକ ଅଭାବର ପ୍ରଭାବ |
English
ଓଡ଼ିଆ
|
| ଗନ୍ଧକ ବିଷାକ୍ତତା | ଖାଦ୍ୟସାର ପରିଚାଳନା | ଗନ୍ଧକ ବିଷାକ୍ତତା ଯୋଗୁଁ ଚେରର ନିଶ୍ୱାସପ୍ରଶ୍ୱାସ ପ୍ରକ୍ରିୟା ବ୍ୟାଘାତ ହେବା ଫଳରେ ଗଛର ଖାଦ୍ୟସାର ଗ୍ରହଣ ପରିମାଣ ହ୍ରାସ ପାଇଥାଏ । ଧାନଗଛ ଦ୍ୱାରା ଅଧିକ ପରିମାଣରେ ଗନ୍ଧକ ଗ୍ରହଣ କରାଗଲେ ବିପଚନ ପ୍ରକ୍ରିୟା ଉପରେ ଏହାର କୁପ୍ରଭାବ ପଡ଼ିଥାଏ । | ଧାନରେ ଗନ୍ଧକ ବିଷାକ୍ତତା, ଗନ୍ଧକ ବିଷାକ୍ତତା ର ଲକ୍ଷଣ, ଗନ୍ଧକ ବିଷାକ୍ତତାର ପରିଚାଳନା, ଗନ୍ଧକ ବିଷାକ୍ତତା ପାଇଁ ସାର ପ୍ରୟୋଗ |
English
ଓଡ଼ିଆ
|
| ସିଲିକନ ଅଭାବ | ଖାଦ୍ୟସାର ପରିଚାଳନା | ସିଲିକନ୍ ଅଭାବ ଯୋଗୁଁ ପତ୍ର, କାଣ୍ଡ ଓ ଚେରର ଅଭିବୃଦ୍ଧି ପ୍ରଭାବିତ ହୋଇଥାଏ । ଏହା ଜୀବକୋଷ ଉପରେ ରହିଥିବା ମୋଟା ସିଲିକେଟ ଆସ୍ତରଣର ଗଠନକୁ ପ୍ରଭାବିତ କରୁଥିବାରୁ ଧାନଗଛ କବକ ଓ ଜୀବାଣୁ ଜନିତ ରୋଗ ଏବଂ କୀଟ ଆକ୍ରମଣର ଶିକାର ହୋଇଥାଏ । | ଧାନରେ ସିଲିକନ ଅଭାବ, ସିଲିକନ ଅଭାବ ର ଲକ୍ଷଣ, ସିଲିକନ ଅଭାବର ପରିଚାଳନା, ସିଲିକନ ଅଭାବର ଗମ୍ଭୀର ପ୍ରଭାବ |
English
ଓଡ଼ିଆ
|
| ପଟାସ ଅଭାବ | ଖାଦ୍ୟସାର ପରିଚାଳନା | ପଟାସ ଅଭାବ ଯୋଗୁଁ ଗଛର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ପ୍ରଭାବିତ ହୁଏ; ଫଳରେ ଫସଲର ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । ପଟାସ ଅଭାବଜନିତ ଲକ୍ଷଣ ପ୍ରଥମେ ପୁରୁଣା ପତ୍ରରେ ଦେଖାଯାଏ, ପରେ ପତ୍ର ଧାରରୁ ଆରମ୍ଭ ହୋଇ ଏହା ପତ୍ରର ମୂଳ ଅଂଶକୁ ବ୍ୟାପିଥାଏ । | ଧାନରେ ପଟାସ ଅଭାବ, ପଟାସ ଅଭାବ ପରିଚାଳନା, ପଟାସ ଅଭାବ ଲକ୍ଷଣ, ପଟାସ ଅଭାବ ଥିବା ମୃତ୍ତିକା |
English
ଓଡ଼ିଆ
|
| ପଟାସ | ଖାଦ୍ୟସାର ପରିଚାଳନା | ପଟାସିଅମ୍ ଉଦ୍ଭିଦ ପାଇଁ ଏକ ଅତ୍ୟାବଶ୍ୟକ ଖାଦ୍ୟସାର । ଏହା ଚେର ବୃଦ୍ଧି କରିବା ସହିତ ଗଛକୁ ହୃଷ୍ଟପୁଷ୍ଟ କରେ, ଗଛକୁ ଢଳିଯିବାରୁ ରକ୍ଷା କରେ ଏବଂ ରୋଗପୋକ ପ୍ରତିରୋଧି କ୍ଷମତା ବୃଦ୍ଧି କରିଥାଏ । ଗଛ ଓ ମାଟିରେ ପଟାସିଅମ୍ ଚଳମାନ ଅଟେ । | ଧାନରେ ପଟାସ ପରିଚାଳନା, ଗଛ ପାଇଁ ଅତ୍ୟବଶ୍ୟକ ଖାଦ୍ୟସାର, ପଟାସ ଅଭାବ ଜନିତ ଲକ୍ଷଣ, ପଟାସ ର ଉତ୍ସ |
English
ଓଡ଼ିଆ
|
| ଫସଫରସ ଅଭାବ | ଖାଦ୍ୟସାର ପରିଚାଳନା | ଫସ୍ଫରସ୍ ଅଭାବ ଯୋଗୁଁ ଉଦ୍ଭିଦର ଶକ୍ତି ସାଇତା ଓ ଶକ୍ତି ପରିବହନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ବିଶେଷ ଭାବେ ଏହା ପିଲ ହେବା, ଚେର ବୃଦ୍ଧି, ଫୁଲ ହେବା ଓ ଫସଲ ପାକଳ ହେବା କାର୍ଯ୍ୟକୁ ପ୍ରଭାବିତ କରିଥାଏ । | ଫସଫରସ ଅଭାବ, ଧାନରେ ଫସଫରସ ଅଭାବ, ଫସଫରସ ଅଭାବ ଥିବା ମୃତ୍ତିକା ପ୍ରକାର, ଫସଫରସ ଅଭାବ କିପରି ଚିହ୍ନିବେ, ଫସଫରସ ଅଭାବ କିପରି ପରିଚାଳନା କରିବେ |
English
ଓଡ଼ିଆ
|
| ଫସଫରସ | ଖାଦ୍ୟସାର ପରିଚାଳନା | ଫସ୍ଫରସ ହେଉଛି ଉଦ୍ଭିଦ ପାଇଁ ଏକ ଅତ୍ୟାବଶ୍ୟକ ଖାଦ୍ୟସାର । ଚେର ବୃଦ୍ଧି, ପିଲ ହେବା, ଶୀଘ୍ର ଫୁଲ ହେବା ଓ ଫସଲ ପାକଳ ହେବାରେ ଏହା ସହାୟକ ହୋଇଥାଏ । ଏହା ଉଦ୍ଭିଦ ମଧ୍ୟରେ ଗତିଶୀଳ ହୋଇପାରେ, କିନ୍ତୁ ମାଟିରେ ଗତିଶୀଳ ହୋଇ ନଥାଏ । | ଧାନରେ ଫସଫରସ ପରିଚାଳନା, ଫସଫରସ ଅଭାବ ର ଲକ୍ଷଣ, ଫସଫରସ ସାର, ଫସଫରସ ର ଉତ୍ସ |
English
ଓଡ଼ିଆ
|
| ବିଭାଜିତ ଯବକ୍ଷାର ପ୍ରୟୋଗ | ଖାଦ୍ୟସାର ପରିଚାଳନା | ପ୍ରତି ୭-୧୦ ଦିନ ଅନ୍ତରରେ ଲିଫ୍ କଲର ଚାର୍ଟ ସାହାଯ୍ୟରେ ଧାନ ଗଛ ପତ୍ରର ରଙ୍ଗ ଦେଖି, ସେହି ଅନୁସାରେ ଯବକ୍ଷାର ସାର ପ୍ରୟୋଗ କଲେ ଯବକ୍ଷାର ସାରର ଦକ୍ଷତା ବୃଦ୍ଧି କରାଯାଇପାରିବ । (ଲିଫ୍ କଲର ଚାର୍ଟ ତଥ୍ୟ ଫର୍ଦ୍ଦ ଦେଖନ୍ତୁ) । କୃଷକମାନଙ୍କ ପକ୍ଷରେ ପ୍ରତି ୭-୧୦ ଦିନ ବ୍ୟବଧାନରେ ନିଜ ଧାନ ଜମି ପରିଦର୍ଶନ କରିବା ସମ୍ଭବ ନ ହେଲେ, ଯବକ୍ଷାର ସାର ପ୍ରୟୋଗ ସମୟ ଓ ଏହାର ପରିଚାଳନା ନିମନ୍ତେ ଏକ ବିକଳ୍ପ ଉପାୟ ଏଠାରେ ପ୍ରଦାନ କରାଯାଇଛି । | ଧାନରେ ବିଭାଜିତ ଯବକ୍ଷାର ପ୍ରୟୋଗ, ପତ୍ର ରଙ୍ଗ ଚାର୍ଟ, ଯବକ୍ଷାର ସାର ଆବଶ୍ୟକତା, ବିଭାଜିତ ଯବକ୍ଷାର ମାତ୍ରା |
English
ଓଡ଼ିଆ
|