ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।
ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:
- ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
- ଅମଳ ଅବଧି ଓ ଅମଳ କ୍ଷମତା
- ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
- ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
- ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ
ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

କିସମ | ପ୍ରକାଶନ ବର୍ଷ | ଅବଧି | ଉପଯୁକ୍ତ ଜମି କିସମ | ଉପଯୁକ୍ତ ଋତୁ | ଗଛ ଉଚ୍ଚତା | ଦାନାର ପ୍ରକାର | ଅଧା ଫୁଲ ଧରିବା ଅବସ୍ଥା (ଦିନ) | ଅଜୈବିକ ଚାପ ସହଣି | ଜୈବିକ ଚାପ ସହଣି | ବିଶେଷ ଗୁଣ | ହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା) | ଡାଉନଲୋଡ଼ |
---|---|---|---|---|---|---|---|---|---|---|---|---|
ଖଣ୍ଡଗିରି | ୧୯୯୪ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୭୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ପତ୍ରାଚ୍ଛାଦ ସଢାରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, କାହାଳିଆ ପୋକ, ମାଟିଆ ଗୁଣ୍ଡିପୋକ ଓ ଧଳାପିଠିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | - | ୩୫୦୦ | English ଓଡ଼ିଆ |
ଗାୟତ୍ରୀ (ସି.ଆର. ୧୦୧୮) | ୧୯୮୮ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୧୨୫ | ନ୍ୟୂନତମ ଚାପ | ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ର ମହିଷା ରୋଗ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | - | ୫୫୦୦ | English ଓଡ଼ିଆ |
ଗୀତାଞ୍ଜଳି | ୨୦୦୬ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୧୦୫ | ନ୍ୟୂନତମ ଚାପ | ଗ୍ରୀବା ମହିଷା ରୋଗ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | ବାସ୍ନା ଧାନ | ୪୫୦୦ | English ଓଡ଼ିଆ |
ଗୋନ୍ତ୍ର ବିଧାନ ୧ | ୨୦୦୮ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୯୦ | ନ୍ୟୂନତମ ଚାପ | ପତ୍ରାଚ୍ଛାଦ ପୋଡ଼ାରୋଗ, ପତ୍ରାଚ୍ଛାଦ ସଢାରୋଗର ପ୍ରତିରୋଧି, ମାଟିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | - | ୫୦୦୦ | English ଓଡ଼ିଆ |
ଗୋନ୍ତ୍ର ବିଧାନ ୩ | ୨୦୧୪ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ମୋଟା | ୯୭ | ନ୍ୟୂନତମ ଚାପ | - | - | ୫୮୦୦ | English ଓଡ଼ିଆ |
ଗୋବିନ୍ଦ | ୨୦୧୮ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୧୦୩ | ନ୍ୟୂନତମ ଚାପ | ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | ସହଜରେ ଗଛ ପଡ଼ିଯାଏ ନାହିଁ | ୫୩୯୪ | English ଓଡ଼ିଆ |
ଚନ୍ଦ୍ର (ଏମ.ଟି.ୟୁ ୧୧୫୩) | ୨୦୧୬ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ମୋଟା | ୯୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ଗ୍ରୀବା ମହିଷା ରୋଗ, ପତ୍ରଚିତା ରୋଗ, ପତ୍ରାଚ୍ଛାଦ ସଢାରୋଗ, ପତ୍ରଛିଟା ରୋଗ, ସାଆରା ରୋଗ, ଟୁଙ୍ଗ୍ରୋ ଭୂତାଣୁ, ଧଳାପିଠିଆ ଗୁଣ୍ଡିପୋକ, ସବୁଜ ପତ୍ରଡିଆଁ ପୋକର ଆଂଶିକ ପ୍ରତିରୋଧି | ସହଜରେ ଗଛ ପଡ଼ିଯାଏ ନାହିଁ | ୭୫୦୦ | English ଓଡ଼ିଆ |
ଜଗବନ୍ଧୁ | ୨୦୦୨ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ମଧ୍ୟମ ମୋଟା | ୧୧୫ | ନ୍ୟୂନତମ ଚାପ | ମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, ପତ୍ରାଚ୍ଛାଦ ସଢାରୋଗ, କାଣ୍ଡବିନ୍ଧା ପୋକ ଓ ତଳିପଚା ରୋଗର ପ୍ରତିରୋଧି | ସହଜରେ ଗଛ ପଡ଼ିଯାଏ ନାହିଁ | ୪୫୦୦ | English ଓଡ଼ିଆ |
ଜ୍ୟୋତିର୍ମୟୀ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୬୫ | ନ୍ୟୂନତମ ଚାପ | ଗ୍ରୀବା ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ାରୋଗ, କାହାଳିଆ ପୋକ ଓ ସବୁଜ ପତ୍ରଡିଆଁ ପୋକର ପ୍ରତିରୋଧି, ପତ୍ର ମହିଷା ରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ ଓ ମାଟିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | - | ୪୩୭୮ | English ଓଡ଼ିଆ | |
ଡି.ଆର.ଆର ଧାନ ୩୯ (ଜଗଜୀବନ) | ୨୦୧୫ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୧୦୩ | ଲବଣତା | ମହିଷା ରୋଗ ଓ ମାଟିଆ ଗୁଣ୍ଡିପୋକର ପ୍ରତିରୋଧି, ଧଳାପିଠିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | ଲବଣତା ଓ ମରୁଡ଼ି ସହନଶୀଳ | ୫୫୦୦ | English ଓଡ଼ିଆ |