| ଜମି ସମତୁଲ କରିବା | ଜମି ପ୍ରସ୍ତୁତି | ସଫଳଭାବେ ଫସଲ ଉତ୍ପାଦନର ମୂଳ ଭିତ୍ତି ହେଉଛି ଜମିକୁ ସମତୁଲ କରି ଭଲଭାବେ ହିଡ଼ ଦେଇ । ସମତୁଲ ଜମିରେ ସମାନ ଭାବେ ପାଣି ମାଡ଼ୁ ଥିବାରୁ ବ୍ୟବହାର କରାଯାଉଥିବା ଉପାଦାନର ସୁବିନିଯୋଗ ହୋଇଥାଏ । ଫଳରେ ଧାନ ଉତ୍ପାଦନରେ ସଫଳତା ମିଳିଥାଏ । | ଧାନ ଫସଲ ପାଇଁ ଜମି ସମତୁଲ, ଜମି ସମତୁଲର ସୁବିଧା, ଜମି ସମତୁଲ ଓ ଘାସ ନିୟନ୍ତ୍ରଣ, ଜମି ସମତୁଲର ସମୟ |
English
ଓଡ଼ିଆ
|
| କାଦୁଆ ନରମ ମାଟି | ଅଜୈବିକ ଚାପ | ଆର୍ଦ୍ର ବୁଣାଧାନରେ ଜମି ପ୍ରସ୍ତୁତି (କାଦୁଅ କରିବା) ଓ ବୁଣିବା ମଧ୍ୟରେ କମ୍ ବ୍ୟବଧାନ ରହିବା ଯୋଗୁଁ ମାଟି ଭଲ ଭାବେ ବସି ପାରେ ନାହିଁ । ଫଳରେ ମାଟି ନରମ ହେବା ସମସ୍ୟା ସୃଷ୍ଟି ହୋଇଥାଏ । | ଧାନ ଜମିରେ ଅତି ନରମ ମାଟି, ଅତି ନରମ ମାଟି ଚିହ୍ନଟ ପଦ୍ଧତି, ନରମ ମାଟିରେ ଫସଲ ସ୍ଥାପନା ସମସ୍ୟା, ମାଟିର ସ୍ଥିରତା କିପରି ପରିଚାଳନା କରାଯିବ |
English
ଓଡ଼ିଆ
|
| ଉପର ମାଟି କଠିନ ହେବା | ଅଜୈବିକ ଚାପ | ଉପର ମାଟି କଠିନ ହୋଇଗଲେ ମଞ୍ଜିରୁ ଗଜା ବାହାରିବାବେଳେ ଏହା ଟାଣ ମାଟିକୁ ଫୁଟାଇ ପାରେ ନାହିଁ । ବାହାରୁ ମାଟି ଭିତରକୁ ଓ ମାଟି ଭିତରୁ ବାହାରକୁ ଅମ୍ଳଜାନ ପ୍ରବାହ ନ ହେବା ଦ୍ୱାରା ଫସଲର ଅଭିବୃଦ୍ଧି ବ୍ୟାହତ ହୋଇଥାଏ । | ବୁଣା ଜମିର ଉପର ମାଟି କଠିନ ହେବା ସମସ୍ୟା, ମାଟି କଠିନ ହେବା ଲକ୍ଷଣ, କଠିନ ମାଟିରେ ଫସଲ ସ୍ଥାପନ ସମସ୍ୟା, ଉପର କଠିନ ମାଟିର ପରିଚାଳନା |
English
ଓଡ଼ିଆ
|
| ଲବଣତା | ଅଜୈବିକ ଚାପ | ଲବଣତା ଗଛର ଶ୍ୱାସକ୍ରିୟା ଓ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହା ଯବକ୍ଷାର ବିବନ୍ଧନକୁ ହ୍ରାସ କରିବା ସହିତ ମାଟିରେ ଉପଲବ୍ଧ ହେଉଥିବା ଯବକ୍ଷାର ପରିମାଣ ହ୍ରାସ କରିଥାଏ । | ଧାନ ଜମିରେ ଲବଣତା ସମସ୍ୟା, ଧାନ ଫସଲ ଅଭିବୃଦ୍ଧି ଉପରେ ଲବଣତା ପ୍ରଭାବ, ଲବଣତାର କାରଣ, ଲୁଣ ଯୁକ୍ତ ମାଟିର ପ୍ରକାର, ଲୁଣ ପ୍ରଭାବିତ ଜମିର ଲକ୍ଷଣ, ଲବଣତା ପରିଚାଳନା |
English
ଓଡ଼ିଆ
|
| ଅସମାନ ଭାବେ ବିହନ ବୁଣା | ଅଜୈବିକ ଚାପ | ଉପଯୁକ୍ତ ଭାବେ ବିହନ ବୁଣା ନଗଲେ ଗଛଗୁଡ଼ିକ ଖୁବ୍ ବହଳିଆ ହୋଇଯାଏ, ଅଥବା ଗଛ ପତଳା ହେବା ଯୋଗୁଁ କିଆରୀରେ ଯଥେଷ୍ଟ ଖାଲି ସ୍ଥାନ ରହିଥାଏ । ଅନାବନା ଘାସ ସଂଖ୍ୟା ବୃଦ୍ଧିପାଇ ଖାଦ୍ୟସାର ପାଇଁ ଫସଲ ସହିତ ପ୍ରତିଯୋଗିତା କରିଥାଏ । | ଅସମାନ ଭାବେ ଧାନ ବିହନ ବୁଣା, ଫସଲ ମଧ୍ୟରେ ଦୂରତା, ଧାନ ଜମିରେ ଗଛ ସଂଖ୍ୟା, ଅସମାନ ଭାବେ ବିହନ ବୁଣା ଯୋଗୁଁ ହେଉଥିବା କ୍ଷତିର ଚିହ୍ନଟ |
English
ଓଡ଼ିଆ
|
| କାଦୁଆ ପାଣି | ଅଜୈବିକ ଚାପ | ପାଣି କାଦୁଆ ହୋଇଥିଲେ ଗଜା ହେବା ନିମନ୍ତେ ବିହନକୁ ଅମ୍ଳଜାନ ଯୋଗାଣ ହ୍ରାସ ପାଏ, ଫଳରେ ଗଛସଂଖ୍ୟା କମି ଯାଇଥାଏ । | ଧାନ ଜମିରେ କାଦୁଆ ପାଣି ସମସ୍ୟା, ବୁଣା ଧାନ ଜମିରେ କାଦୁଆ ପାଣି ସମସ୍ୟା, ଫସଲ ସ୍ଥାପନା ଜନିତ ସମସ୍ୟା, କାଦୁଆ ପାଣିର ପରିଚାଳନା |
English
ଓଡ଼ିଆ
|
| ଅତ୍ୟଧିକ ବୃଷ୍ଟିପାତ | ଅଜୈବିକ ଚାପ | ସଦ୍ୟ ବୁଣାଯାଇଥିବାଧାନ କିଆରୀରେ ଅତ୍ୟଧିକ ବର୍ଷା ହେଲେ ବିହନ ଏଣେତେଣେ ହୋଇଯାଏ ଏବଂ ଅଙ୍କୁରୋଦ୍ଗମ ହେବା ଓ ଗଛ ହେବାରେ ବ୍ୟାଘାତ ସୃଷ୍ଟି ହୁଏ । | ଧାନ ଉପରେ ଅତ୍ୟଧିକ ବୃଷ୍ଟିପାତର ପ୍ରଭାବ, ବୁଣା ଧାନ ଉପରେ ଅତ୍ୟଧିକ ବୃଷ୍ଟିପାତର ପ୍ରଭାବ, ଅତ୍ୟଧିକ ବୃଷ୍ଟିପାତ ଜନିତ ଅସୁବିଧା କିପରି ଚିହ୍ନଟ କରିବେ, ଅତ୍ୟଧିକ ବୃଷ୍ଟିପାତ ପରେ ଧାନ ଜମିର ପରିଚାଳନା |
English
ଓଡ଼ିଆ
|
| ଫସଲ କିଆରୀ (ଖାଲୁଆ ସ୍ଥାନ) | ଅଜୈବିକ ଚାପ | ଜମିରେ ଥିବା ଖାଲୁଆ ସ୍ଥାନରେ ମାଟି ନରମ ରହିଥାଏ, ଫଳରେ ବିହନରୁ ଗଜା ହେବାରେ ଅସୁବିଧା ହୁଏ । ମାଟି ଶୁଖିଗଲେ ଖାଲୁଆ ସ୍ଥାନରେ ଗେଣ୍ଡାମାନେ ଜମା ହୁଅନ୍ତି । | ଫସଲ କିଆରୀରେ ଖାଲୁଆ ସ୍ଥାନ, ଧାନ କିଆରୀରେ ଆବଡ଼ା ଖାବଡ଼ା ସ୍ଥାନ, ଫସଲ କିଆରୀରେ ଖାଲୁଆ ସ୍ଥାନ ଜନିତ ସମସ୍ୟା ଚିହ୍ନଟ, ଖାଲୁଆ ସ୍ଥାନର ପରିଚାଳନା |
English
ଓଡ଼ିଆ
|
| ଜମିରେ ଥିବା ଢିପ ଜାଗା | ଅଜୈବିକ ଚାପ | ଢିପ ଜାଗାରେ ବୁଣାଯାଉଥିବା ଫସଲ ଅନାବନା ଘାସ ଦ୍ୱାରା ପ୍ରଭାବିତ ହୁଏ ଓ ଜଳାଭାବ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଏ । | ଧାନ ଜମିରେ ଉଚ୍ଚ ବା ଢିପ ଜାଗା, ଉଚ୍ଚ ଜାଗାରେ ଘାସ ସମସ୍ୟା, ଉଚ୍ଚ ଜଗାର ସମସ୍ୟା ଚିହ୍ନଟ, ଧାନ ଜମିରେ ଉଚ୍ଚ ସ୍ଥାନର ପରିଚାଳନା |
English
ଓଡ଼ିଆ
|
| ଶୁଷ୍କ ପବନ | ଅଜୈବିକ ଚାପ | ଶୁଷ୍କ ପବନ ଯୋଗୁଁ ପତ୍ର ପୋଡ଼ି ହୋଇଯିବା ପରି ଜଣାପଡ଼େ, କିନ୍ତୁ ଫସଲ ଅମଳ ଉପରେ ନିର୍ଦ୍ଦିଷ୍ଟ ଭାବେ ଏହାର ପ୍ରଭାବ ପଡ଼ି ନଥାଏ । କିସମ ଅନୁସାରେ ଏହାର ପ୍ରଭାବ ଭିନ୍ନ ଭିନ୍ନ ହୋଇଥାଏ । | ଶୁଷ୍କ ପବନ ଅବସ୍ଥା, ଧାନ ଗଛ ଉପରେ ଶୁଷ୍କ ପବନର ପ୍ରଭାବ, ଶୁଷ୍କ ପବନ ଦ୍ଵାରା କ୍ଷତିର ଲକ୍ଷଣ |
English
ଓଡ଼ିଆ
|