ଧାନ ଚାଷରେ କିସମ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଉତ୍ତମ ଫସଲ, ଅଧିକ ଅମଳ ଓ ଅଧିକ ଆୟ କରିବା ପାଇଁ ଜଳବାୟୁ ବ୍ୟବସ୍ଥା, ଅମଳ ଅବଧି, ରୋଗପୋକ ଓ ଅନ୍ୟାନ୍ୟ ସମସ୍ୟା ପ୍ରତିରୋଧି କ୍ଷମତା, ଶସ୍ୟର ମାନ, ଗଛର ଆକାର, ଅମଳ କ୍ଷମତା ଆଦି ଆଧାରରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ବିହନ ଚୟନ କରିବା ଦରକାର ।
ବିହନ ଚୟନ ବେଳେ ନିମ୍ନ ଦିଗମାନଙ୍କ ପ୍ରତି ନଜର ଦେବା ଆବଶ୍ୟକ:
- ସ୍ଥାନୀୟ ଜଳବାୟୁରେ ଚାଷ ହୋଇପାରୁଥିବା କିସମ
- ଅମଳ ଅବଧି ଓ ଅମଳ କ୍ଷମତା
- ଜୈବ ଓ ଅଜୈବ ସଙ୍କଟ ପାଇଁ ସହନଶୀଳତା
- ବୁଣାଯିବା ବା ରୁଆଯିବା ଅବସ୍ଥାରେ ଫସଲ ପରିଚାଳନା ପାଇଁ ଉପଯୋଗୀ
- ଉତ୍ତମ ବାସ୍ନା, ସ୍ୱାଦ, ଆକାର ଏବଂ ରାନ୍ଧିବା ଗୁଣ ଥିବା ଶସ୍ୟ
ନିଜ ଅଞ୍ଚଳ ପାଇଁ ଉପଯୋଗୀ ଧାନ କିସମ ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଜିଲ୍ଲା, ପରିବେଶ, ଚାଷ କରିବା ଋତୁ, ସଂକଟ ଅବସ୍ଥା ଆଧାରରେ ସ୍ଥାନୀୟ ଚାଷ ଅବସ୍ଥା ଅନୁସାରେ ଆପଣ ଉପଯୁକ୍ତ କିସମ ଚୟନ କରିପାରିବେ ।

କିସମ | ପ୍ରକାଶନ ବର୍ଷ | ଅବଧି | ଉପଯୁକ୍ତ ଜମି କିସମ | ଉପଯୁକ୍ତ ଋତୁ | ଗଛ ଉଚ୍ଚତା | ଦାନାର ପ୍ରକାର | ଅଧା ଫୁଲ ଧରିବା ଅବସ୍ଥା (ଦିନ) | ଅଜୈବିକ ଚାପ ସହଣି | ଜୈବିକ ଚାପ ସହଣି | ବିଶେଷ ଗୁଣ | ହେକ୍ଟର ପ୍ରତି ଅମଳ କ୍ଷମତା (କି.ଗ୍ରା) | ଡାଉନଲୋଡ଼ |
---|---|---|---|---|---|---|---|---|---|---|---|---|
ଏମ.ଟି.ୟୁ ୧୦୧୦ (କଟନଡୋରା ସାନାଲୁ) | ୨୦୦୦ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଲମ୍ବା ଓ ସରୁ | ୧୦୧ | ନ୍ୟୂନତମ ଚାପ | ମାଟିଆ ଗୁଣ୍ଡିପୋକ ଓ କାଣ୍ଡବିନ୍ଧା ପୋକର ଆଂଶିକ ପ୍ରତିରୋଧି | ଅତି ସରୁ ଚାଉଳ | ୪୨୦୦ | English ଓଡ଼ିଆ |
ଏମ.ଟି.ୟୁ ୧୧୨୧ (ଶ୍ରୀ ଧୃତି) | ୨୦୧୬ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୯୦ | ନ୍ୟୂନତମ ଚାପ | ପତ୍ର ମହିଷା ଓ ମାଟିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | ସହଜରେ ଗଛ ପଡିଯାଏ ନହିଁ ଓ ଉତ୍ତମ ଗୁଣଯୁକ୍ତ ଚାଉଳ | ୭୫୦୦ | English ଓଡ଼ିଆ |
ଏରାଇଜ ୮୪୩୩ (ଶଙ୍କର କିସମ) | ୨୦୨୨ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୧୦ | ମରୁଡ଼ି | ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ ଓ ମାଟିଆ ଗୁଣ୍ଡିପୋକର ଆଂଶିକ ପ୍ରତିରୋଧି | ମରୁଡ଼ି ସହନଶୀଳ | ୪୫୦୦ | English ଓଡ଼ିଆ |
କଳାଚମ୍ପା | ୨୦୧୫ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ମୋଟା | ୧୨୦ | ନ୍ୟୂନତମ ଚାପ | - | - | ୭୦୦୦ | English ଓଡ଼ିଆ |
କଳାଶ୍ରୀ | ୧୯୮୮ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୩୦ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | ରଞ୍ଜିତ ପତ୍ରାଚ୍ଛାଦ | ୪୦୦୦ | English ଓଡ଼ିଆ |
କଳିଙ୍ଗ ୩ | ୧୯୮୩ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ଡେଙ୍ଗା | ଲମ୍ବା ଓ ସରୁ | ୫୫ | ଥଣ୍ଡା | ପତ୍ରଚିତା ରୋଗର ପ୍ରତିରୋଧି | ଥଣ୍ଡା ସହଣି | ୨୭୫୦-୩୦୦୦ | English ଓଡ଼ିଆ |
କେତକୀଯୋହା | ୨୦୦୬ | ଦୀର୍ଘ ଅବଧି କିସମ (୧୪୦ ଦିନ କିମ୍ବା ତଦୂର୍ଦ୍ଧ) | ବର୍ଷା ଆଧାରିତ ଓ ଜଳସେଚିତ ଅଗଭୀର ଖାଲ ଜମି | ଖରିଫ | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୧୧୫ | ନ୍ୟୂନତମ ଚାପ | ପତ୍ରାଚ୍ଛାଦ ପୋଡ଼ା ରୋଗ, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ, କାଣ୍ଡବିନ୍ଧା ପୋକ ଓ କାହାଳିଆ ପୋକର ଆଂଶିକ ପ୍ରତିରୋଧି | ବାସ୍ନା ଧାନ | ୩୫୦୦ | English ଓଡ଼ିଆ |
କୋ – ୫୧ | ୨୦୧୫ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ଢିପ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୮୫ | ନ୍ୟୂନତମ ଚାପ | ମହିଷା ରୋଗ ଓ ମାଟିଆ ଗୁଣ୍ଡିପୋକର ପ୍ରତିରୋଧି | ଉତ୍ତମ ଗୁଣଯୁକ୍ତ ଚାଉଳ ଓ ଭାତ | ୫୫୦୦ | English ଓଡ଼ିଆ |
କୋଣାର୍କ | ୧୯୯୯ | ମଧ୍ୟମ ଅବଧି କିସମ (୧୨୦ - ୧୪୦ ଦିନ) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ମଧ୍ୟମ ସରୁ | ୯୫ | ନ୍ୟୂନତମ ଚାପ | ପତ୍ର ମହିଷା ରୋଗ, ପତ୍ରାଚ୍ଛାଦ ପୋଡ଼ା ରୋଗ, ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ, କାହାଳିଆ ପୋକ ଓ ମାଟିଆ ଗୁଣ୍ଡିପୋକର ପ୍ରତିରୋଧି | - | ୪୫୭୩ | English ଓଡ଼ିଆ |
କ୍ରାନ୍ତି | ୧୯୯୨ | ସ୍ୱଳ୍ପ ଅବଧି କିସମ (୧୨୦ ଦିନ ବା ତାଠୁ କମ୍) | ବର୍ଷା ଆଧାରିତ ଓ ଜଳସେଚିତ ମଧ୍ୟମ ଜମି | ଉଭୟ ଖରିଫ ଓ ରବି | ମଧ୍ୟମ ଗେଡ଼ା | ଛୋଟ ଓ ମୋଟା | ୯୦ | ନ୍ୟୂନତମ ଚାପ | - | - | ୫୦୦୦ | English ଓଡ଼ିଆ |