| କାଣ୍ଡ ବିନ୍ଧା ପୋକ | ଜୈବିକ ଚାପ | କାଣ୍ଡବିନ୍ଧା ପୋକ ଚାରା ଗଛଠାରୁ ପାକଳ ହେବା ଯାଏ ଧାନ ଫସଲର ସମସ୍ତ ଅବସ୍ଥାରେ ଗଛର କ୍ଷତି କରିଥାଏ । ଏହି କୀଟମାନେ ଗଛର ଅଭିବୃଦ୍ଧି ଅବସ୍ଥାରେ ପିଲକୁ କାଟିଦେବା ଦ୍ୱାରା ମଝି ପିଲଟି ଶୁଖି ମରିଯାଏ । ଗଛର ପ୍ରଜନନ ଅବସ୍ଥାରେ ଏହି କୀଟ ଆକ୍ରମଣ ଯୋଗୁଁ କେଣ୍ଡା ଶୁଖିଯାଇ ଧଳା ହୋଇ ଯାଇଥାଏ । | ଧାନରେ କାଣ୍ଡ ବିନ୍ଧା ପୋକ, ଗୋଲାପି ଶରୀର ଯୁକ୍ତ କାଣ୍ଡ ବିନ୍ଧା ପୋକ, କାଣ୍ଡ ବିନ୍ଧା ପୋକ କିପରି ଚିହ୍ନିବେ, କାଣ୍ଡ ବିନ୍ଧା ପୋକ ନିୟନ୍ତ୍ରଣ, କେମିକାଲ ଦ୍ଵାରା କାଣ୍ଡ ବିନ୍ଧା ପୋକ ନିୟନ୍ତ୍ରଣ |
English
ଓଡ଼ିଆ
|
| ଧାନର ଆବର୍ତ୍ତ ମାଛି | ଜୈବିକ ଚାପ | ଏହି ମାଛି ଆକ୍ରମଣ ଯୋଗୁଁ ପତ୍ରରେ ହଳଦିଆ ଦାଗ, ଠାଏ ଠାଏ ଧଳା ବା ସ୍ୱଚ୍ଛ ଦାଗ ଏବଂ କ୍ଷୁଦ୍ର କଣାମାନ ଦେଖାଯାଇଥାଏ । | ଧାନର ଆବର୍ତ୍ତ ମାଛି, ଆବର୍ତ୍ତ ମାଛି ଧାନକୁ ଖାଇ କିପରି ନଷ୍ଟ କରିଥାଏ, ଆବର୍ତ୍ତ ମାଛି ଜନିତ କ୍ଷତିର ଲକ୍ଷଣ, ଆବର୍ତ୍ତ ମାଛିର ପରିଚାଳନା, କେମିକାଲ ମାଧ୍ୟମରେ ଆବର୍ତ୍ତ ମାଛି ନିୟନ୍ତ୍ରଣ |
English
ଓଡ଼ିଆ
|
| ଗନ୍ଧି ପୋକ | ଜୈବିକ ଚାପ | ପ୍ରାକ୍ ଫୁଲ ହେବା ଅବସ୍ଥାଠାରୁ ଆରମ୍ଭ କରି କ୍ଷୀର ଢୋକିବା ପର୍ଯ୍ୟନ୍ତ ଗନ୍ଧି ପୋକ ଧାନରୁ ରସ ଶୋଷି ଖାଇଥାଏ । ଉଭୟ ନବଜାତ ଓ ପୂର୍ଣ୍ଣାଙ୍ଗ କୀଟ ଧାନକୁ ଖାଇଥାନ୍ତି । | ଧାନରେ ଗନ୍ଧି ପୋକ ଜନିତ କ୍ଷତି, ଗନ୍ଧି ପୋକ ଧାନକୁ ଖାଇ କିପରି ନଷ୍ଟ କରିଥାଏ, ଗନ୍ଧି ପୋକର ପରିଚାଳନା, ଗନ୍ଧି ପୋକ ନିୟନ୍ତ୍ରଣ ପାଇଁ କେମିକାଲ |
English
ଓଡ଼ିଆ
|
| ମାଟିଆ ଗୁଣ୍ଡି ପୋକ | ଜୈବିକ ଚାପ | ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳର ଖାଲୁଆ ଜମି, ନିରବଚ୍ଛିନ୍ନ ଭାବେ ପାଣି ଜମି ରହୁଥିବା ଜମି, ଅଧିକ ଆର୍ଦ୍ରତା ଥିବା ଓ ଛାଇ ହେଉଥିବା ସ୍ଥାନରେ ମାଟିଆ ଗୁଣ୍ଡି ପୋକ ବିଶେଷ ସମସ୍ୟା କରିଥାଏ । | ଧାନର ମାଟିଆ ଗୁଣ୍ଡି ପୋକ, ମାଟିଆ ଗୁଣ୍ଡି ପୋକର କ୍ଷତି ଲକ୍ଷଣ, ଧାନ ଜମିରେ ପୋଡ଼ା ଚିହ୍ନ, ମାଟିଆ ଗୁଣ୍ଡି ପୋକର ପରିଚାଳନା, ମାଟିଆ ଗୁଣ୍ଡି ପୋକ ନିୟନ୍ତ୍ରଣ ପାଇଁ କେମିକାଲ |
English
ଓଡ଼ିଆ
|
| ଦହିଆ ପୋକ | ଜୈବିକ ଚାପ | ଦହିଆ ପୋକର ଉଭୟ ପୂର୍ଣ୍ଣାଙ୍ଗ କୀଟ ଓ ନିମ୍ଫ୍ ଗଛରୁ ରସ ଶୋଷି ଖାଇଥାନ୍ତି । ଏହା ଫଳରେ ପତ୍ର ମୋଡ଼ି ହୁଏ ଓ ଗଛ ଝାଉଁଳି ପଡ଼ିଥାଏ । | ଧାନରେ ଦହିଆ ପୋକ, ଦହିଆ ପୋକଜନିତ କ୍ଷତି, ଦହିଆ ପୋକ କ୍ଷତି ଲକ୍ଷଣ, ଦହିଆ ପୋକ ପରିଚାଳନା ପଦ୍ଧତି, ଦହିଆ ପୋକ ନିୟନ୍ତ୍ରଣ ପାଇଁ କେମିକାଲ |
English
ଓଡ଼ିଆ
|
| ପତ୍ର ମୋଡ଼ା ପୋକ | ଜୈବିକ ଚାପ | ପତ୍ରମୋଡ଼ା ପୋକର ଶୂକ ଧାନ ଗଛର ପତ୍ରକୁ ନିଜ ଚାରି ପାଖରେ ଗୁଡ଼ାଇ ଦେଇ ପତ୍ରଧାରକୁ ରେଶମ ତନ୍ତୁରେ ସଂଯୁକ୍ତ କରିଥାଏ । ଏମାନେ ମୋଡ଼ା ହୋଇଥିବା ପତ୍ର ମଧ୍ୟରେ ରହି ପତ୍ରକୁ ଖାଇବା ଫଳରେ ପତ୍ର ଉପରେ ସିଧାଭାବେ ଧଳା ଓ ସ୍ୱଚ୍ଛ ଦାଗମାନ ଦେଖାଯାଏ । | ଧାନରେ ପତ୍ରମୋଡ଼ା ପୋକ, ପତ୍ରମୋଡ଼ା ପୋକ କ୍ଷତି ଲକ୍ଷଣ, ପତ୍ରମୋଡ଼ା ପୋକ ପରିଚାଳନା ପଦ୍ଧତି, ପତ୍ରମୋଡ଼ା ପୋକ ନିୟନ୍ତ୍ରଣ ପାଇଁ କେମିକାଲ |
English
ଓଡ଼ିଆ
|
| ବିରିହା ପୋକ | ଜୈବିକ ଚାପ | ଧାନର ବିରିହା ପୋକ ପତ୍ରର ତଳ ଭାଗକୁ କୋରି ଖାଇଦିଏ । ଏହା ମଧ୍ୟ ପତ୍ରରେ କଣା କରି ଖାଇଦିଏ । ଆକ୍ରମଣ ଅଧିକ ହେଲେ ଗଛ ଦୁର୍ବଳ ହୋଇଯାଏ । | ଧାନର ବିରିହା ପୋକ, ଧାନରେ ବିରିହା ପୋକ ଜନିତ କ୍ଷତି, ବିରିହା ପୋକ ଜନିତ କ୍ଷତିର ଲକ୍ଷଣ, ବିରିହା ପୋକର ପରିଚାଳନା, ବିରିହା ପୋକ ନିୟନ୍ତ୍ରଣ ପାଇଁ କେମିକାଲ |
English
ଓଡ଼ିଆ
|
| ହଳଦୀଗୁଣ୍ଡି ପୋକ | ଜୈବିକ ଚାପ | ଧାନ ଫସଲରେ ଦେଖାଯାଉଥିବା ପତ୍ର ଡିଆଁ ପୋକମାନଙ୍କ ମଧ୍ୟରେ ହଳଦୀଗୁଣ୍ଡି ପୋକ ପ୍ରମୁଖ ଅଟେ। ତୁଙ୍ଗ୍ରୋ ରୋଗ ଭୂତାଣୁର ବାହକ ଭାବେ କାର୍ଯ୍ୟ କରୁଥିବାରୁ ଧାନ ଫସଲ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ । ଉଭୟ ନିମ୍ଫ୍ ଓ ପୂର୍ଣ୍ଣାଙ୍ଗ କୀଟ ସେମାନଙ୍କ ଛୁଞ୍ଚି ପରି ମୁହଁରେ ଗଛକୁ କଣା କରି ରସ ଖାଇଥାନ୍ତି । | ଧାନ ଫସଲରେ ହଳଦୀଗୁଣ୍ଡି ପୋକ, ହଳଦୀଗୁଣ୍ଡି ପୋକ ଲକ୍ଷଣ, ହଳଦୀଗୁଣ୍ଡି ପୋକ ପରିଚାଳନା, ହଳଦୀଗୁଣ୍ଡି ପୋକ ନିୟନ୍ତ୍ରଣ ପାଇଁ କେମିକାଲ |
English
ଓଡ଼ିଆ
|
| କାହାଳିଆ ପୋକ | ଜୈବିକ ଚାପ | କାହାଳିଆ ପୋକ ତଳ ଭାଗରେ ପିଲକୁ ଗୋଲାକାର ନଳୀ ପରି କରିଥାଏ । ଏହାଦ୍ୱାରା ପତ୍ରାଚ୍ଛାଦ ଅଧିକ ଲମ୍ବ ହୋଇ ପିଆଜ ଶଣ୍ଢା ପରି ଦେଖାଯାଏ । | ଧାନରେ କାହାଳିଆ ପୋକ, କାହାଳିଆ ପୋକ କ୍ଷତି ଚିହ୍ନଟ, କାହାଳିଆ ପୋକ ପରିଚାଳନା, କାହାଳିଆ ପୋକ ନିୟନ୍ତ୍ରଣ ପାଇଁ କେମିକାଲ |
English
ଓଡ଼ିଆ
|
| ନଳି ପୋକ | ଜୈବିକ ଚାପ | ନଳି ପୋକ ଧାନ ଗଛରେ ପତ୍ରର ଅଗ୍ରଭାଗ କାଟି ଏଥିରେ ନଳି ତିଆରି କରେ । ଏହି କୀଟ କଇଁଚିରେ କାଟିବା ପରି ପତ୍ରକୁ ସମକୋଣରେ କାଟିଥାଏ । | ଧାନ ଫସଲରେ ନଳି ପୋକ, ନଳି ପୋକ ଜନିତ କ୍ଷତି ଚିହ୍ନଟ ପଦ୍ଧତି, ଧାନରେ ନଳି ପୋକ ପରିଚାଳନା, ନଳି ପୋକ ନିୟନ୍ତ୍ରଣ ପାଇଁ କେମିକାଲ |
English
ଓଡ଼ିଆ
|