| ଧାନ ଫସଲ ପାଇଁ ଅର୍ଥନୈତିକ ଯୋଜନା | ଫସଲ ପାଇଁ ଯୋଜନା | ତଥ୍ୟ ସମ୍ବଳିତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଜଣେ କୃଷକଙ୍କୁ ଅର୍ଥନୈତିକ ପରିଚାଳନାର ମୂଳକଥା ଜାଣିବାକୁ ହେବ । ଏଥିସହିତ ନିଜ ବ୍ୟବସାୟର ଅର୍ଥନୈତିକ ଦିଗ ଅନୁଶୀଳନ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ପଡ଼ିବ । | ଧାନ ଚାଷ ପାଇଁ ଅର୍ଥନୈତିକ ଯୋଜନା, ଅର୍ଥନୈତିକ ଯୋଜନା ସମ୍ବନ୍ଧୀୟ ବିଷୟ, ଆୟର ହିସାବ |
English
ଓଡ଼ିଆ
|
| ଧାନ ଫସଲ କ୍ୟାଲେଣ୍ଡର | ଫସଲ ପାଇଁ ଯୋଜନା | ଧାନ ଚାଷ ପାଇଁ ଜମି ପ୍ରସ୍ତୁତି ଠାରୁ ଆରମ୍ଭ କରି ଅମଳ ଓ ଶସ୍ୟ ସାଇତିବା ପର୍ଯ୍ୟନ୍ତ ଗୋଟିଏ ଋତୁର ସମସ୍ତ କାର୍ଯ୍ୟର ସାମଗ୍ରିକ ଚିତ୍ର ହେଉଛି ଧାନ ଫସଲ କ୍ୟାଲେଣ୍ଡର । | ଧାନ ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତି, ଚାଷ କ୍ୟାଲେଣ୍ଡର, ଫସଲ ପାଇଁ କ୍ୟାଲେଣ୍ଡର ତିଆରି ପଦ୍ଧତି |
English
ଓଡ଼ିଆ
|
| ଆର୍ଦ୍ର ବୁଣା | ଫସଲ ସ୍ଥାପନା | ବୁଣିବା ପୂର୍ବରୁ ବିହନକୁ ଗଜା କରି ସଦ୍ୟ କାଦୁଅ ହୋଇ ଜଳ ନିଷ୍କାସନ ହୋଇଥିବା ଜମି ଅଥବା ପୂର୍ବରୁ ଠିଆ ପାଣି ରହିଥିବା ଜମିରେ ଛଟାବୁଣା କରାଯିବାକୁ ଆର୍ଦ୍ର ବୁଣା କୁହାଯାଏ । ସାଧାରଣତଃ ଜଳସେଚିତ ଜମିରେ ଆର୍ଦ୍ର ବୁଣା କରାଯାଇଥାଏ । | ଧାନର ଆର୍ଦ୍ର ବୁଣା, ପୂର୍ବରୁ ଗଜା ହୋଇଥିବା ଧାନ, ଆର୍ଦ୍ର ବୁଣା କିପରି କରାଯାଏ, ଆର୍ଦ୍ର ବୁଣାରେ ଦେଖାଯାଉଥିବା ଅସୁବିଧା |
English
ଓଡ଼ିଆ
|
| ଗଜା ହୋଇଥିବା ବିହନ ବୁଣିବା ପାଇଁ ଡ୍ରମ ସିଡର ବ୍ୟବହାର | ଫସଲ ସ୍ଥାପନା | ଡ୍ରମ ସିଡର ଦ୍ଵାରା ବୁଣା ଯାଇଥିବା ଧାନ କିଆରୀରେ ସମାନ ସଂଖ୍ୟକ ଗଛ ରହିବା ସହ ଧାଡ଼ି ମଧ୍ୟରେ ସଠିକ ଦୂରତା ନିଶ୍ଚିତ କରିହୁଏ । | ଡ୍ରମ ସିଡର ବ୍ୟବହାର, ପୂର୍ବରୁ ଗଜା ହୋଇଥିବା ଧାନ ବୁଣା, ଡ୍ରମ ସିଡର ଦ୍ଵାରା ଧାନ ବୁଣା, ଡ୍ରମ ସିଡର ବ୍ୟବହାର ପଦ୍ଧତି |
English
ଓଡ଼ିଆ
|
| ପୁନଃରୋପଣ କିଆରୀ | ଫସଲ ସ୍ଥାପନା | ଗୋଟିଏ ଜମିରେ ଅଧିକ ସ୍ଥାନ ପୁନଃରୋପଣ କରାଯାଇଥିଲେ ଭିନ୍ନ ଭିନ୍ନ ସମୟରେ ଫସଲ ପାକଳ ହୁଏ, ଦାନା ପୂରଣ ହେବାରେ ପ୍ରଭେଦ ଦେଖାଯାଏ ଓ ଅମଳ ସମୟରେ ଶସ୍ୟରେ ଅଧିକ ଜଳୀୟ ଅଂଶ ରହିଥାଏ । ଏହାଦ୍ୱାରା କେଣ୍ଡାରୁ ଧାନ ଝଡ଼ିଯିବା ଓ ଧାନରୁ ଚାଉଳ ମିଳିବା ପରିମାଣ ହ୍ରାସ ପାଇବା ପରି ସମସ୍ୟା ଦେଖାଯାଏ । | ପୁନଃରୋପଣ ଧାନ କିଆରୀ, ଧାନ ବୁଣା/ରୁଆରେ ଦେଖାଯାଉଥିବା ସମସ୍ୟା, ପୁନଃରୋପଣ ଜାଗାଗୁଡ଼ିକର ଚିହ୍ନଟ, ପୁନଃରୋପଣ ଜାଗାଗୁଡ଼ିକର ପରିଚାଳନା |
English
ଓଡ଼ିଆ
|
| ହ୍ରାସ ସ୍ଥାନ ଆର୍ଦ୍ର ତଳିଘେରା | ଫସଲ ସ୍ଥାପନା | ହ୍ରାସ ସ୍ଥାନ ଆର୍ଦ୍ର ତଳିଘେରା ହେଉଛି ସାଧାରଣ ତଳି ପଟାଳି ପରି । କିନ୍ତୁ ସାଧାରଣ ତଳି ପଟାଳି ପାଇଁ ମୋଟ ରୋଇବାକୁ ଥିବା ଜମିର ୫-୧୦% ସ୍ଥାନ ଆବଶ୍ୟକ ହେଉଥିବାବେଳେ ହ୍ରାସ ସ୍ଥାନ ଆର୍ଦ୍ର ତଳିଘେରା ପାଇଁ ମାତ୍ର ୧% ଜାଗା ଆବଶ୍ୟକ ହୋଇଥାଏ । ଏଠାରେ ବିହନକୁ ଅଧିକ ବହଳିଆ କରି ବୁଣାଯାଇଥାଏ । | ହ୍ରାସ ସ୍ଥାନ ଆର୍ଦ୍ର ତଳିଘେରା, ଆର୍ଦ୍ର ତଳିଘେରା କିପରି କରିବେ, ଆର୍ଦ୍ର ତଳିଘେରାର ସୁବିଧା ଗୁଡ଼ିକ, ଆର୍ଦ୍ର ତଳିଘେରାରେ ଦେଖାଯାଉଥିବା ଅସୁବିଧା |
English
ଓଡ଼ିଆ
|
| ଖରାପ ରୋପଣ | ଫସଲ ସ୍ଥାପନା | ଭଲ ଭାବେ ରୁଆ ଯାଇ ନଥିବା କିଆରୀରେ ଅଳ୍ପ ସଂଖ୍ୟାରେ ଓ ଅସମାନ ଭାବରେ ଗଛ ରହିଥାଏ (ଅଧିକ ବ୍ୟବଧାନରେ ଗଛ ଥାଏ ବା ଆଦୌ ନଥାଏ) । ଭଲ ଭାବେ ରୁଆ ଯାଇ ନଥିବା କିଆରୀରେ କେତେକ ସ୍ଥାନରେ ଗଛ ନଥାଏ ବା ଗଛରୁ ଗଛ ଦୂରତା ଅଧିକ ଥାଏ
ଏଥିପାଇଁ ଗଛ ସଂଖ୍ୟାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣ (କମ୍ ବିହନ ବ୍ୟବହାର, ଅସମାନ ଭାବେ ବିହନ ବୁଣାଯିବ), ଛୋଟ ଅବସ୍ଥାରେ ନଷ୍ଟ ହେବା (ମୂଷା, ପକ୍ଷୀ, ଗେଣ୍ଡା ବା କଙ୍କଡ଼ା ଦ୍ୱାରା) ସହିତ ଭ୍ରମ ସୃଷ୍ଟିହେବା ଉଚିତ୍ ନୁହେଁ । | ଧାନର ଖରାପ ରୋପଣ, ଖରାପ ରୋପଣ ଚିହ୍ନଟ ପଦ୍ଧତି, ସଠିକ ରୋପଣ ପଦ୍ଧତି |
English
ଓଡ଼ିଆ
|
| ହାତରେ ଧାନ ରୋଇବା | ଫସଲ ସ୍ଥାପନା | ଧାନ ଚାଷର ଏକ ପ୍ରମୁଖ କାର୍ଯ୍ୟ ହେଉଛି ତଳି ରୋଇବା । ଗୋଟିଏ ତଳିଘେରାରେ ଧାନ ବିହନ ବୁଣାଯାଇ ଚାରା ପ୍ରସ୍ତୁତ କରାଯାଏ । ବୁଣିବାର ୧୫ ରୁ ୩୦ ଦିନ ପରେ ଚାରାଗଛକୁ ଉପାଡ଼ି ପୂର୍ବରୁ କାଦୁଅ କରାଯାଇଥିବା ଜମିରେ ରୋପଣ କରାଯାଏ । | ହାତରେ ଧାନ ରୁଆ, ହାତରେ କିପରି ଧାନ ରୋଇବେ, ସମାନ ଭାବେ ତଳି ରୁଆ, ହାତ ରୁଆ ଯୋଗୁ ଦେଖାଯାଉଥିବା ଅସୁବିଧା ଗୁଡ଼ିକ |
English
ଓଡ଼ିଆ
|
| ଯାନ୍ତ୍ରିକ ଉପାୟରେ ଧାନ ରୋପଣ | ଫସଲ ସ୍ଥାପନା | ହାତରେ ରୋଇବା ତୁଳନାରେ ଯାନ୍ତ୍ରିକ ରୋପଣ ପଦ୍ଧତିରେ କମ୍ ସମୟ ଓ ଶ୍ରମିକ ଆବଶ୍ୟକ ହୋଇଥାଏ । (ଯନ୍ତ୍ର ସାହାଯ୍ୟରେ ଜଣେ ଲୋକ ଦିନକୁ ୧-୨ ହେକ୍ଟର ରୋଇ ପାରୁଥିବାବେଳେ ହାତରେ ଜଣେ ଲୋକ ଦିନକୁ ୦.୦୭ ହେକ୍ଟର ରୋଇପାରେ) । | ଧାନର ଯାନ୍ତ୍ରିକ ରୋପଣ, ମେସିନ ଦ୍ଵାରା କିପରି ଧାନ ରୋଇବେ, ଯାନ୍ତ୍ରିକ ରୋପଣର ଲାଭ, ଯାନ୍ତ୍ରିକ ରୋପଣ ରେ ଦେଖାଯାଉଥିବା ଅସୁବିଧା |
English
ଓଡ଼ିଆ
|
| ଧାନ ତଳି ପଟାଳି ଓ ତାହାର ପରିଚାଳନା | ଫସଲ ସ୍ଥାପନା | ଧାନ ରୋଇବା ପୂର୍ବରୁ ପଟାଳିରେ ତଳି ପ୍ରସ୍ତୁତ କରାଯାଇଥାଏ । ଦେଶୀ କିସମ ପାଇଁ ଗଜା ହେବାର ୩୦-୬୦ ଦିନ ପରେ ତଳି ରୁଆଯାଏ । କିନ୍ତୁ ଉନ୍ନତ କିସମ ପାଇଁ ଗଜା ହେବାର ୨୧ ଦିନ ପରେ ତଳି ରୁଆ ଯାଇଥାଏ । | ଧାନ ତଳି ପରିଚାଳନା, ବିଭିନ୍ନ ପ୍ରକାରର ତଳି ଘେରା, ତଳି ଘେରା ପ୍ରସ୍ତୁତି, ତଳି ଘେରା କିପରି ପରିଚାଳନା କରିବେ |
English
ଓଡ଼ିଆ
|