ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହାୟତାରେ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଇରୀ) ପକ୍ଷରୁ ଧାନ ଭିତ୍ତିକ ଫସଲ ବ୍ୟବସ୍ଥା ଜ୍ଞାନଭଣ୍ଡାର, ଓଡ଼ିଶା (ଆରକେବି-ଓଡ଼ିଶା) ଏକ ପ୍ରମୁଖ ପଦକ୍ଷେପ । ଏହି ଜ୍ଞାନଭଣ୍ଡାରର ଲକ୍ଷ୍ୟ ହେଉଛି ଭାଗିଦାରୀରେ କ୍ରିୟାତ୍ମକ ଗବେଷଣା ଏବଂ ସମୟକ୍ରମେ କୃଷକଙ୍କ ଜମିରେ ପ୍ରମାଣିତ ସର୍ବୋତ୍ତମ ପଦ୍ଧତି ମାଧ୍ୟମରେ ବିକଶିତ ମୂଲ୍ୟବାନ କୃଷି ସମ୍ବନ୍ଧୀୟ ଜ୍ଞାନକୁ ପ୍ରସାରିତ କରିବା ।
ଡିଜିଟାଲ ସମ୍ପ୍ରସାରଣ ପ୍ଲାଟଫର୍ମ ଜରିଆରେ ଓଡ଼ିଶାର ବିଭିନ୍ନ କୃଷି ଜଳବାୟୁ ମଣ୍ଡଳର କ୍ଷୁଦ୍ର ଚାଷୀଙ୍କ ପାଇଁ ବ୍ୟବହାରିକ, କୃଷକ-କେନ୍ଦ୍ରୀତ ସମାଧାନ ପ୍ରଦାନ କରାଯାଇଥାଏ । ଏହା ଏକ କେନ୍ଦ୍ରୀଭୂତ ଜ୍ଞାନଭଣ୍ଡାର ଭାବରେ କାର୍ଯ୍ୟ କରେ, ଧାନ ଉତ୍ପାଦନ କୌଶଳ, କୃଷି ଜ୍ଞାନକୌଶଳ ଏବଂ ସର୍ବୋତ୍ତମ ଚାଷ ପଦ୍ଧତି ଉପରେ ବ୍ୟାପକ ସୂଚନା ପ୍ରଦାନ କରେ । ଏଗୁଡ଼ିକ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ବ୍ୟାପକ ଗବେଷଣା, କୃଷି ପ୍ରକଳ୍ପ ଏବଂ ଶିକ୍ଷଣ ସାମଗ୍ରୀରୁ ଉତ୍ପନ୍ନ ହୋଇଛି ।
ପ୍ରାସଙ୍ଗିକ ସୂଚନାର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆରକେବି-ଓଡ଼ିଶା ପର୍ଯ୍ୟାୟକ୍ରମେ ଧାନ ଉତ୍ପାଦନ ପର୍ଯ୍ୟାୟ- ରୋପଣ ପୂର୍ବରୁ ଆରମ୍ଭ କରି ଅମଳ ପରବର୍ତ୍ତୀ ପରିଚାଳନା ପର୍ଯ୍ୟନ୍ତ- ନିଷ୍ପତ୍ତି ନେବାର ଉପକରଣ ଏବଂ କୃଷି ବିଜ୍ଞାନ ମାର୍ଗଦର୍ଶିକା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଉପରେ ଆଲୋକପାତ କରିଛି। ଏହି ସୂଚନାଗୁଡ଼ିକ କୃଷକମାନଙ୍କୁ ସଚେତନତାର ସହିତ ଚୟନ କରିବାକୁ ସଶକ୍ତ କରେ, ଉତ୍ପାଦକତା ଏବଂ ସ୍ଥାୟୀତାକୁ ବଢ଼ାଇଥାଏ ।
ଗବେଷଣା ଏବଂ ଅଭ୍ୟାସ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ଆରକେବି-ଓଡ଼ିଶା କୃଷି ବିକାଶରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରି ପରୀକ୍ଷାଗାରରୁ କ୍ଷେତ୍ରକୁ ଉଦ୍ଭାବନଗୁଡ଼ିକର ଦ୍ରୁତ ଏବଂ ପ୍ରଭାବଶାଳୀ ସ୍ଥାନାନ୍ତରକୁ ସୁଗମ କରିଥାଏ । ଏହି ଜ୍ଞାନଭଣ୍ଡାର ପରିଚାଳନା ପ୍ରଣାଳୀକୁ ବଢ଼ାଇବା, ସୂଚନା ଆଦାନପ୍ରଦାନକୁ ସୁବ୍ୟବସ୍ଥିତ କରିବା ଏବଂ କୃଷକମାନଙ୍କ ପାଇଁ ସମୟ ଏବଂ ପ୍ରୟାସ କୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।